ଦିନ ଗଡୁଛି, ବିବାଦ ବଢୁଛି। ୩ ଦିନ ହେଲା ଥମୁନି ଚର୍ଚ୍ଚା। ନିଜକୁ ବୋହୁ ଦାବି କରି ଘର ଆଗରେ ସେମିତି ବସି ରହିଛନ୍ତି ତପସ୍ୱିନୀ। ହେଲେ ଆଜି ସାମ୍ନାକୁ ଆସିଛି ଘଟଣା ପଛର ଅସଲ କଥା। କ୍ୟାମେରା ସାମ୍ନାରେ ତପସ୍ୱିନୀଙ୍କୁ ସ୍ତ୍ରୀ ବୋଲି ମାନିଛନ୍ତି ଡାକ୍ତର ସୁମିତ କୁମାର ସାହୁ।
ବହୁଚର୍ଚ୍ଚିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ହେଲା ଶିଳାନ୍ୟାସ ଆଧାରଶିଳା ରଖିଲେ ଗଜପତି, ଉପସ୍ଥିତ ରହିଲେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ କହିଛନ୍ତି ଓଡ଼ିଶାବାସୀଙ୍କ ପାଇଁ ଆଜି ଅତ୍ୟନ୍ତ ପବିତ୍ର ଦିନ ହୋଇଥିବାବେଳେ ଶ୍ରୀଜଗନ୍ନାଥ ଭକ୍ତଙ୍କ ପାଇଁ ବି ଐତିହାସିକ ଦିନ। ଏହି ଅବସରରେ ୧୦ଜଣ ଜମିହରାଙ୍କୁ ମୁଖ୍ୟମନ୍ତ୍ରୀ ସମ୍ମାନିତ କରିଥିବାବେଳେ ୩ଦିନ ଧରି ଚାଲିଥିବା ମହାଯଜ୍ଞରେ ପୂର୍ଣ୍ଣାହୁତି ବି ଦିଆଯାଇଥିଲା।
ସାଇରନ୍ ବଜାଇ ମାଡ଼ି ଆସୁଥିଲା ମୁଖ୍ୟମନ୍ତ୍ରୀଙ୍କ କାର୍କେଡ୍। ହାତରେ ଅଣ୍ଡା ଧରି ଛକି ରହିଥିଲେ କିଛି ଯୁବକ। ଆଉ ମୁଖ୍ୟମନ୍ତ୍ରୀଙ୍କ କାର୍ ଆସିବା ମାତ୍ରେ ରାସ୍ତାକୁ ଓହ୍ଲାଇ କରିଚାଲିଲେ ଅଣ୍ଡା ବର୍ଷା। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟକ୍ରମରେ ଯୋଗଦେଇ ଫେରିବା ବେଳେ ବଡ଼ ଡାକ୍ତରଖାନା ଛକ ନିକଟରେ ବିରୋଧୀଙ୍କ ଏଭଳି ଅଣ୍ଡାମାଡ଼ର ସାମ୍ନା କରିଛନ୍ତି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଯୁଗ ଯୁଗ ଧରି ଜଗନ୍ନାଥ ଭକ୍ତଙ୍କୁ ଅନନ୍ୟ ଅନୁଭୂତି ଦେବାକୁ ବିରାଟ ପଦକ୍ଷେପ। ବର୍ଣ୍ଣାଢ୍ୟ ଉତ୍ସବରେ ହେଲା ବହୁଚର୍ଚ୍ଚିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ।
ପୂର୍ବରୁ ୨୦୧୫ ଓ ୨୦୧୮ ମସିହାରେ ମୁଖ୍ୟମନ୍ତ୍ରୀଙ୍କୁ ନିଶାନା କରି ଅଣ୍ଡାମାଡ଼ ଘଟଣା ଚର୍ଚ୍ଚା ସୃଷ୍ଟି କରିଥିଲା। ୨୦୧୫ ଫେବୃଆରୀ ୧୯ରେ ଉତ୍କଳ ବିଶ୍ୱବିଦ୍ୟାଳୟ ବାର୍ଷିକ ଉତ୍ସବରେ ଯୋଗ ଦେବାକୁ ଗଲାବେଳେ, ଭୁବନେଶ୍ୱର ଖାରବେଳ ନଗରରେ ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ କରିଥିଲେ ଯୁବ କଂଗ୍ରେସ କର୍ମୀ।
ସ୍ୱାମୀ ସାଜିଥିଲା କଳିଯୁଗର କୃଷ୍ଣ। ଏକାଧିକ ମହିଳାଙ୍କ ସହ କରୁଥିଲା ରାସଲୀଳା। ଦୁଇ ପତ୍ନୀ ମିଶି ଖୋଲିଦେଲେ ସ୍ୱାମୀର ଭଦ୍ରମୁଖା।
ପେଟ୍ରୋଲ୍ ପମ୍ପରୁ ଚୋରି । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିର ଏକ ପେଟ୍ରୋଲ ପମ୍ପରେ ଜଣେ ଚୋର ଦିନ ଦ୍ଵିପହରରେ ଗାଡି ଭିତରେ ଥିବା ମୋବାଇଲକୁ ଅତି ସତର୍କତାର ସହ ଚୋରି କରି ଚମ୍ପଟ ମାରୁଥିବାର ଦେଖିବାକୁ ମିଳିଛି ।
ଦିନ ବେଳେ ପେଟ୍ରୋଲ ପମ୍ପରେ ଲୋକ ଅଛନ୍ତି । ସତର୍କତାର ସହ ଚୋର ଆସିଲା । ଚୋରି କଲା । କେହି ଦେଖିପାରିଲେନି । କିନ୍ତୁ ଧରିଛି ସିସିଟିଭି ।
ତାଙ୍କ ହାତ ବୁଲିଲେ ଆଙ୍କି ହୋଇଯାଏ ଚିତ୍ର । ସେ ଏକାଧାରରେ ଜଣେ ଚିତ୍ରଶିଳ୍ପୀ, ମୂର୍ତ୍ତି କାରିଗର, ଅଭିନେତା, ଔପନ୍ୟାସିକ, କବି ଓ ନାଟ୍ୟକାର । ସେ ଅନେକ ନାଟକ ଓ ଉପନ୍ୟାସର ସ୍ରଷ୍ଟା । ହେଲେ ପରିଣତ ବୟସରେ ତାଙ୍କ ଜୀବନ ବିତୁଛି ଚାଳଘରେ । ଚଳୁଛନ୍ତି ବହୁ କଷ୍ଟରେ । ଦୁର୍ଦ୍ଦିନରେ ପ୍ରତିଭାଧର ନାରାୟଣ ।
ଗତ କିଛିଦିନ ଧରି ରାଜ୍ୟରେ କରୋନା ସଂକ୍ରମଣ ଧିରେ ଧିରେ କମୁଥିବା ବେଳେ ଏବେ ପୁଣିଥରେ ସଂକ୍ରମଣ ବୃଦ୍ଧିକୁ ନେଇ ଚିନ୍ତା ବଢ଼ିଛି। ରାଜ୍ୟର କିଛି ସ୍ଥାନରେ କଣ୍ଟେନମେଣ୍ଟ ଜୋନ ମଧ୍ୟ ଦେଖାଗଲାଣି । ତେବେ କରୋନାର ତୃତୀୟ ଲହରୀକୁ ନେଇ ସଚେତନ ରହିବା ପାଇଁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯଇଛି ।
ସ୍ମାର୍ଟ ସ୍କୁଲ ଆଉ ସ୍ମାର୍ଟ କ୍ଲାସ୍ ଆଉ ତା’ସାଙ୍ଗକୁ ପିଲାଙ୍କୁ ସ୍ମାର୍ଟ ପାଠପଢା । ସ୍କୁଲର ବାହାର କାନ୍ଥ ଚକାଚକ ଥିବା ବେଳେ କ୍ଲାସ୍ରୁମ୍ରେ ପଡିଛି ଧାଡିକି ଧାଡି ଚେୟାର । କିନ୍ତୁ ଖାଲି ରହିଛି ଶିକ୍ଷକଙ୍କ ପଦବୀ । ତେବେ ନିର୍ବାଚନ ନେଇ ସ୍ମାର୍ଟ ସ୍କୁଲ ଉଦଘାଟନରେ ମାତିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ପିଲାଙ୍କ ଭବିଷ୍ୟତ ସରକାର କେତେ ଦୂର ସଚେତନ, ତାହା ଆପଣ ଦେଖନ୍ତୁ ।
ତେବେ ଉଭୟଙ୍କୁ କେଉଁଠିକୁ ଓ କାହିଁକି ନିଆଗଲା ସେ ସମ୍ପର୍କରେ ଜଣାପଡ଼ିନି। ଗତକାଲିଠୁ ଯୁବତୀ ଜଣକ ଜଣେ ଯୁବକଙ୍କୁ ନିଜ ସ୍ୱାମୀ ଦାବି କରି ଧାରଣାରେ ବସିଛନ୍ତି।
ଶବକୁ ବ୍ୟବଚ୍ଛେଦ ଲାଗି ପଠାଇ ପୋଲିସ ଘଟଣାର ଛାନଭିନ କରୁଛି ସେପଟେ ଅଭିଯୁକ୍ତ ଧରାନପିଡିବା ଯାଏଁ ପରିବାର ଲୋକେ ଶବ ଗ୍ରହଣ କରିବେନି ବୋଲି କହିଛନ୍ତି।
ପାଣିରେ ବୁଡି ରହିଛି ସୁନାର ଫସଲ । ଅଦିନିଆ ବର୍ଷା ଯୋଗୁଁ ଦେଖିବାକୁ ମିଳିଛି ଏ ଦଶା। ବିନିକା ଅଞ୍ଚଳରେ ଅଦିନିଆ ବର୍ଷାରେ ଚାଷ ଜମିରେ ଜମି ରହିଛି ଆଣ୍ଠୁଏ ଉପରେ ପାଣି । ଚିନ୍ତାରେ ଚାଷୀ ...।
ଦିନସାରା ଖାକି ପୋଷାକ ପିନ୍ଧି ନିଶା ବେପାରୀଙ୍କୁ ଜଗନ୍ତି। ସଂଧ୍ୟା ହେଲେ ଘରକୁ ଫେରି ସାଧା ପୋଷାକରେ ପାଲଟି ଯାଆନ୍ତି ଶିକ୍ଷକ। ତାଙ୍କୁ ଅପେକ୍ଷା କରିଥାନ୍ତି ୭୦ ଗରିବ ପିଲା। ଗତ ୩ ବର୍ଷ ଧରି ଗାଁର ପିଲାଙ୍କୁ ମାଗଣା ଶିକ୍ଷା ଦେଇ ଆସୁଛନ୍ତି ଅବକାରୀ ବିଭାଗର ଜଣେ କନେଷ୍ଟବଳ ଓ ତାଙ୍କ ବନ୍ଧୁ।
ମହାବାତ୍ୟା ପରେ ଗଛ ଲଗାଇଲା ବେଳେ ସଂକଳ୍ପ କରିଥିଲେ । ୨୧ ବର୍ଷ ପରେ କନ୍ୟାଦାନ କଲେ । ଗଛ ରୂପରେ ଲକ୍ଷ୍ମୀନାରାୟଣଙ୍କ ବାହାଘର ହେଲା । ଗାଁ ଖାଲି ଉଠିଲା ପଡିଲା ।
କୁହୁଡି ପାଇଁ ଧନ ଜୀବନ ଅସ୍ତବ୍ୟସ୍ତ। ଆଜି ସକାଳୁ ସକାଳୁ କରଞ୍ଜିଆ ସହର ସମେତ ଆଖପାଖ ଅଞ୍ଚଳରେ ପ୍ରବଳ କୁହୁଡି ଦେଖିବାକୁ ମିଳିଛି ।
କେତେ ସଫଳ ସରକାରୀ ଯୋଜନା? ଏବେବି ଅନେକ ଗାଁରେ ଅପହଞ୍ଚ ବିକାଶ I ବାରମ୍ବାର ଅଭିଯୋଗ ପରେ ବି ହୋଇପାରିଲାନି ବ୍ରିଜ୍ I ଲୋକେ ନିଜେ ନିର୍ମାଣ କଲେ ଅସ୍ଥାୟୀ ପୋଲ
ବିଜେପି ରାଜ୍ୟ ପଦାଧିକାରୀ ବୈଠକ। ରାଜ୍ୟ ବିଜେପି କାଯର୍ୟାଳୟରେ ବସିବ ଏହି ବୈଠକରେ । ରାଜ୍ୟ ପଦାଧିକାରୀ, ଜିଲ୍ଲା ସଭାପତି ଓ ପ୍ରଭାରୀ ଯୋଗ ଦେଇପାରନ୍ତି।
ବିଧାନସଭା ଶୀତକାଳୀନ ଅଧିବେଶନ ପୂର୍ବରୁ ଆଜି ବସିବ ରାଜ୍ୟ ମନ୍ତ୍ରିପରିଷଦ ଓ କ୍ୟାବିନେଟ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ। ବିଧାନସଭାରେ ଆସିବାକୁ ଥିବା ଅତିରିକ୍ତ ବଜେଟ୍ ଉପରେ ଲାଗିବ ମୋହର। ଶୀତକାଳୀନ ଅଧିବେଶନର ଅତିରିକ୍ତ ଚିଠା ମଂଜୁରୀ ଉପରେ ଆଲୋଚନା ସମ୍ଭାବନା
ଉପାନ୍ତ ଅଞ୍ଚଳ ହେଉ କି ସହର ତଳି ଅଂଚଳ। ସବୁଠି ସବୁବେଳେ ମିଳୁଛି ସ୍ୱାସ୍ଥ୍ୟସେବା। ଏକଥା କହି ବୁଲୁଛନ୍ତି ସରକାର। ହେଲେ ବାସ୍ତବ ଚିତ୍ର କିନ୍ତୁ ଅଲଗା। ଯେମିତି ଘଟିଛି ଏ ବଢିଲା ଝିଅର ବାପା ପାଇଁ। ଗାଡି ଖଣ୍ଡେ ନ ମିଳିବାରୁ କାନ୍ଧରେ ୧୮ ବର୍ଷର ଝିଅକୁ ବସାଇ ପାଦରେ ଚାଲି ଚାଲି ମେଡିକାଲ୍ ବାରଣ୍ଡା ଛୁଇଁଲା ଏ ବାପା...
ଡାକ୍ତର ଡିମ୍ପଲ ଓ ଡାକ୍ତର ସସ୍ମିତଙ୍କ ସାହାନାଇ ବାଜିବାର ଥିଲା। ସେଥିପାଇଁ ଡାକ୍ତର ଡିମ୍ପଲ କନ୍ୟା ବେଶରେ ସଜେଇ ହୋଇଥିଲେ। ହେଲେ ନିର୍ଦ୍ଧାରିତ ସମୟ ଭିତରେ କନ୍ୟା ଘରେ ପହଞ୍ଚି ନଥିଲା ବର।
ଡିସେମ୍ବର ୨୦୨୦ରେ ଏହି ଷ୍ଟାଡ଼ିମୟ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ। ଏଠି ପ୍ରଶ୍ନ, ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ କାହିଁକି ଆବଶ୍ୟକ ପଡିଲା ବିଧାୟକଙ୍କ ପ୍ରସ୍ତାବ ? ତାପୁଣି ମିଛି ମିଛିକା?
ଗତ ୧୯ ତାରିଖ ରାତିରେ ଶିଶୁଟି ଜନ୍ମ ପରେ ୨୦ ତାରିଖ ସକାଳେ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ଯାହାର ସିସିଟିଭିର ଚିତ୍ର ବି ସାମ୍ନାକୁ ଆସିଥିଲା।
କୂଳ ଖାଉଛି ନଦୀ ନଇର ସୁଅରେ ମାଟିଖାଇ ଅନେକ ଘର ଭାଂଗି ଯାଇଛି । ଆନନ୍ଦପୁର ଉପଖଣ୍ଡ ହାଟଡିହି ବ୍ଲକର କାନପୁର ଗାଁ ନିକଟରେ ବହି ଯାଇଛି ଶାଳନ୍ଦୀ ନଦୀରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।