• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ରାଉଲକେଲା: ଜିଲ୍ଲା ଖଣିଜ ପାଣ୍ଠି ତଥା DMFର ବିନିଯୋଗ ପାଇଁ ନାନା ଫନ୍ଦି, ନାନା ଜାଲିଆତି। ରାଉରକେଲାରେ ନିର୍ମାଣାଧିନ ବିଶ୍ୱସ୍ତରୀୟ ହକି ଷ୍ଟାଡିୟମ୍ ପାଇଁ ଆବଶ୍ୟକୀୟ ଟଙ୍କା ଖର୍ଚ୍ଚ ଲାଗି ବିଧାୟକଙ୍କ ନାଁରେ ମିଛ ପ୍ରସ୍ତାବ। ୯୦ କୋଟି ଖର୍ଚ୍ଚ ଲାଗି ବୀରମିତ୍ରପୁର ବିଧାୟକ ଶଙ୍କର ଓରାମଙ୍କ ନାଁକୁ ବ୍ୟବହାର। ଥରେ ନଜର ପକାନ୍ତୁ, ଜିଲ୍ଲା ଖଣିଜ ପାଣ୍ଠି ଟ୍ରଷ୍ଟି ବୋର୍ଡ ବୈଠକର ବିବରଣୀ ଉପରେ। ଜୁଲାଇ ୩୧, ୨୦୨୧ରେ ବସିଥିଲା ବୈଠକ। ବୈଠକ ପରେ ବିବରଣୀରେ ଦର୍ଶାଯାଇଛି, ବିଶ୍ୱସ୍ତରୀୟ ହକି ଷ୍ଟାଡିୟମ ପାଇଁ ବୀରମିତ୍ରପୁର MLA ଦେଇଛନ୍ତି ପ୍ରସ୍ତାବ। ତାଙ୍କ ପ୍ରସ୍ତାବ ଆଧାରରେ ପ୍ରକଳ୍ପକୁ ମିଳିଛି ଅନୁମତି। ହେଲେ ବିଧାୟକ କହୁଛନ୍ତି, ସେ ପ୍ରସ୍ତାବ ଦେଇନାହାନ୍ତି କି ବୈଠକରେ ବି ଆଲୋଚନା ହୋଇନି। ସେ କେବଳ ଯାହା ରାସ୍ତା, ବିଜୁଳି, ପାଣି ଏବଂ ଶିକ୍ଷା ସମ୍ପର୍କିତ କିଛି ପ୍ରସ୍ତାବ ଦେଇଥିଲେ।

ଡିସେମ୍ବର ୨୦୨୦ରେ ଏହି ଷ୍ଟାଡ଼ିମୟ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ। ଏଠି ପ୍ରଶ୍ନ, ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ କାହିଁକି ଆବଶ୍ୟକ ପଡିଲା ବିଧାୟକଙ୍କ ପ୍ରସ୍ତାବ ? ତାପୁଣି ମିଛି ମିଛିକା? କ୍ରୀଡା ବିଭାଗ ପାଖେ ଅର୍ଥ ନଥିବାରୁ DMFରୁ ଖର୍ଚ୍ଚ ପାଇଁ ସରକାରୀ ଅଧିକାରୀଙ୍କ ଏହା ଫନ୍ଦି ନୁହେଁ ତ? ଡିଏମ୍ଏଫ୍ ଗାଇଡଲାଇନ କହୁଛି, ଖଣି ପ୍ରଭାବିତ ଅଞ୍ଚଳରେ ଶିକ୍ଷା, ରାସ୍ତା, ପାନୀୟ ଜଳ, ବିଜୁଳି ଏବଂ ସ୍ୱାସ୍ଥ୍ୟସେବାର ବିକାଶ ପାଇଁ DMF ଖର୍ଚ୍ଚ ହେବା କଥା, ତାହା କରାଯାଉନି। 

ନଚେତ ସୁନ୍ଦରଗଡ ଜିଲ୍ଲାର ଖଣିଜ ବହୁଳ,କୋଇଡା ଅଞ୍ଚଳରେ ଦେଖିବାକୁ ମିଳୁନଥାନ୍ତା ଏଭଳି ଦୃଶ୍ୟ। ଖାଲ ଖମାରେ ଭର୍ତ୍ତି ରାସ୍ତା। ସ୍କୁଲରେ ଶିକ୍ଷକ ସଙ୍କଟ। ଜଣେ ଡାକ୍ତରରେ ଚାଲିଛି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର। ଅଥଚ ସହରାଞ୍ଚଳରେ ପ୍ରସ୍ତାବିତ ବିଶ୍ୱସ୍ତରୀୟ ପ୍ରକଳ୍ପ ପାଇଁ DMFର ବିନିଯୋଗ କରାଯାଉଛି। ଯାହାକୁ ନେଇ ପ୍ରଶ୍ନ ଉଠାଇବା ସହ ଚାଉଳ ଯୋଗାଣ ନେଇ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଚିଠି ପ୍ରସଙ୍ଗରେ ସାମ୍ବାଦିକ ସମ୍ମିଳନୀ କରିଥିବା ବିଜେପି, ଡିଏମ୍ଏଫ୍ ଦୁରୁପଯୋଗ ନେଇ ବି ବର୍ଷିଛି। ଦଳୀୟ ପ୍ରଚାର ଓ ସରକାରୀ କାର୍ଯ୍ୟକ୍ରମ ପାଇଁ ଡିଏମ୍ଏଫକୁ ବିନିଯୋଗ କରାଯାଉଥିବା ଅଭିଯୋଗ କରିଛି ବିଜେପି। ବିଜେଡି ଏହାର ଜବାବ ରଖିଛି ା 

ରିପୋର୍ଟ: ପବନ ତିୱାରୀ, ସୌମ୍ୟ ରଞ୍ଜନ ସାହୁ ଏବଂ ହରିହର ଚାନ୍ଦ