ଦୀର୍ଘ ଦେଢ଼ ବର୍ଷ ପରେ ସ୍କୁଲ ମାଟି ମାଡ଼ିଲେ ଷଷ୍ଠ-ସପ୍ତମ ପିଲା । କୋଭିଡ୍ ସଂକ୍ରମଣ ଭୟ ଭିତରେ ଆରମ୍ଭ ହେଲା କ୍ଲାସ ରୁମ୍ ପାଠପଢ଼ା । କିନ୍ତୁ ପିଲାଙ୍କ ମନରେ ଖୁସି ଥିଲେ ମଧ୍ୟ ଶଙ୍କାରେ ରହିଛନ୍ତି ଅଭିଭାବକ ।
ଦୀର୍ଘ ଦେଢ଼ ବର୍ଷ ପରେ ସ୍କୁଲ ମାଟି ମାଡ଼ିଲେ ଷଷ୍ଠ-ସପ୍ତମ ପିଲାI କୋଭିଡ୍ ସଂକ୍ରମଣ ଭୟ ଭିତରେ ଆରମ୍ଭ ହେଲା କ୍ଲାସ ରୁମ୍ ପାଠପଢ଼ା, ପିଲାଙ୍କ ମନରେ ଖୁସି ହେଲେ ଶଙ୍କାରେ ଅଭିଭାବକଙ୍କ ମନରେ ଦକ
କଳାପତାକାରୁ ନିସ୍ତାର ନାହିଁ, ଯେଉଁ ଆଡ଼େ ଗଲେ ବି ମନ୍ତ୍ରୀଙ୍କୁ ବିରୋଧୀ ଦେଖାଉଛନ୍ତି କଳାପତାକା
ରିପୋର୍ଟିଂ ପାଇଁ ଯାଉଥିଲେ ସାମ୍ୱାଦିକା, ଅଟକାଇଲା ପୋଲିସ । ତ୍ରିପୁରାରେ ଓଡିଆ ସାମ୍ବାଦିକାଙ୍କ ସହିତ ୨ ଅଟକ ରହିଥିବା ସୂଚନା ମିଳିଛି । ଗୌହାଟୀ ଯାତ୍ରା କରୁଥିବା ବେଳେ ପୋଲିସ ତାଙ୍କୁ ଅଟକ ରଖିଛି । ଅଟକ ରଖିବାର କାରଣ ଏହି ଭିଡିଓରୁ ଶୁଣନ୍ତୁ ।
ଭୁବନେଶ୍ୱରରେ ଆଜି ସକାଳେ ପ୍ରବଳ କୁହୁଡ଼ି ଦେଖିବାକୁ ମିଳିଥିଲା.. ଦେଖନ୍ତୁ ରାଜଧାନୀର ରାସ୍ତା କେମିତି ଧଳା ଚାଦରରେ ଆଚ୍ଛାଦିତ ହେଲା ଭଳି ଲାଗୁଛି
ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟରେ ୧୯ ଯାଏଁ ବର୍ଷା ସମ୍ଭାବନା । ଆଜିଠୁ ୩ ଦିନ ଯାଏଁ ରାଜ୍ୟର କିଛି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ହୋଇପାରେ ।
କୁହୁଡିର ଚାଦରରେ ଘୋଡେଇ ହୋଇଛି ରାଜଧାନୀ । ବର୍ଷା ଛାଡିବା ପରେ ରାଜଧାନୀରେ ଘନ କୁହୁଡି ଦେଖିବାକୁ ମିଳିଛି । ଏହାଦ୍ୱାରା ଯାତାୟତ କରୁଥିବା ଲୋକମାନଙ୍କୁ ରାସ୍ତା ଦେଖିବାରେ ଅସୁବିଧା ହୋଇଥିଲା । ଏନେଇ ଅଧିକ ସୂଚନା ଦେଉଛନ୍ତି ଆମ ପ୍ରତିନିଦି ଆତୁଲ୍ୟ ବାଉତ ।
ଆଜିଠୁ ଆରମ୍ଭ ହେଲା ପଞ୍ଚୁକ ବ୍ରତ । ଧାର୍ମିକ ମାସର ପୁଣ୍ୟ ତିଥିର ପାଞ୍ଚ ଦିନ । ହବିଷ ଖାଇ ନିଷ୍ଠାର ସହ ବ୍ରତ ପାଳନ କରିବେ ହବିଷିଆଳି ।
ଗୁଣପୁର ଅଂଚଳରେ ଏଯାଏଁ ଖୋଲିନି କପା ମଣ୍ଡି I କପା ଅମଳ ସରିଥିବାବେଳେ ବିକ୍ରିକୁ ନେଇ ବଢୁଛି ଚିନ୍ତା I ବିକ୍ରିବଟା ନେଇ ପ୍ରଶାସନ ପଦକ୍ଷେପ ନେଉନଥିବା ଚାଷୀଙ୍କ ଅଭିଯୋଗ
ପୁଣି ଅଶାନ୍ତ ନିମାପଡା। ବିବାହିତା ମହିଳାଙ୍କୁ ଗଣ ଦୁଷ୍କର୍ମ। ନଦୀକୁ ଯାଇଥିବା ବେଳେ ଉଠାଇନେଇ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ
ଡିସେମ୍ବର ୨୫ ଓ ୨୬ ଦୁଇ ଦିନ ଛୁଟି ରହିବ। ଏହି ଅଧିବେଶନରେ ମୁଖ୍ୟତଃ ମମିତା ମେହେର ହତ୍ୟା ଓ ସେକ୍ସ ସ୍କାଣ୍ଡାଲ, ଆଇନ୍ ଶୃଙ୍ଖଳା ବିପର୍ଯ୍ୟସ୍ତ, ଅଦିନିଆ ବର୍ଷାରେ ଧାନ ଫସଲ ନଷ୍ଟହେବା ଓ ମଣ୍ଡି ସମସ୍ୟା ଆଦି ପ୍ରସଙ୍ଗ ଗୃହକୁ ସରଗରମ କରାଇବ।
ଦେଖନ୍ତୁ ଦୃଶ୍ୟ। ହଠାତ୍ ଜଣେ ଯୁବକ ଆସିଲେ ଆଉ ଜଣଙ୍କୁ କଟୁରୀ ଧରି ହାଣିବାକୁ ଉଦ୍ୟମ କଲେ। ଖବର ଅନୁସାରେ ଯିଏ ହାଣିବାକୁ ଉଦ୍ୟମ କରୁଛନ୍ତି ତାଙ୍କ ପତ୍ନୀଙ୍କ ସହ କେଉଁ ଜଣେ ଯୁବକ ଫୋନରେ ରାତିସାରା କଥା ହେଉଛନ୍ତି। ତେଣୁ ସେ ସନ୍ଦେହ କରି ଅନ୍ୟ ଯୁବକ ଜଣକୁ ଏମିତି ଆକ୍ରମଣ କରିବାକୁ ଉହୁଙ୍କି ଉଠୁଛନ୍ତି। କିନ୍ତୁ ଏ ସମ୍ପର୍କରେ ଆକ୍ରମଣ କରିବାକୁ ଉଦ୍ୟମ କରୁଥିବା ଯୁବକଙ୍କର ପ୍ରତିକ୍ରିୟା ହସ୍ତଗତ ହୋଇନାହିଁ।
ସରି ସରି ଯାଉଛି ଆଳୁ ଚାଷ ସମୟ, କିନ୍ତୁ ଚାଷୀ ପାଖରେ ପହଞ୍ଚି ପାରିଲାନି ବିହନ। ଖୋଲା ବଜାରରୁ ଚଢା ଦରରେ ବିହନ କିଣି କ୍ଷତି ସହୁଛି ଚାଷୀ। କେନ୍ଦ୍ରାପଡା ଜିଲ୍ଲାର ହଜାର ହଜାର ଆଳୁ ଚାଷୀ ଏବେ ବିହନ ଅଭାବରୁ ଚିନ୍ତାରେ ପଡିଯାଇଛନ୍ତି । ଦେଖନ୍ତୁ ଏହାର ପୁରା ରିପୋର୍ଟ ।
ବିଧାୟିକାଙ୍କ ପିଏସଓ କଂଗ୍ରେସ କର୍ମୀଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରୁଥିବା ଭିଡିଓରେ ଦେଖିବାକୁ ମିଳିଛି। ଏହି ଘଟଣାକୁ ନେଇ ଅତାବିରା ଥାନାରେ କଂଗ୍ରେସ କର୍ମୀ ବିଧାୟିକାଙ୍କ ପିଏସଓ ଏବଂ ଡ୍ରାଇଭରଙ୍କ ନାଁରେ ଗାଳି ଗୁଳଜ ସହ ପିସ୍ତଲରେ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି।
ସୌନ୍ଦର୍ଯ୍ୟ କରଣରେ ଗୋଟିଏ ପାଦ ଆଗରେ ଗାଙ୍ଗପୁର ଥାନା । ଗାଙ୍ଗପୁର ଥାନା ପରିସରରେ ରହିଛି ପାର୍କ, ପୋଖରୀ, ମନ୍ଦିର । ସାରା ଦେଶର ୧୩ ହଜାରରୁ ଅଧିକ ଥାନା ମଧ୍ୟରୁ ଶ୍ରେଷ୍ଠ ଦ୍ୱିତୀୟ ସ୍ଥାନରେ ଗାଙ୍ଗପୁର ଥାନା
ଦିନେ ଥିଲେ ନିଶାଖୋର୍ । ଆଉ ଏବେ ପାଲଟିଛନ୍ତି ନିଶାଡିଙ୍କ ଉଦ୍ଧାରକର୍ତ୍ତା । ନିଶା ନିବାରଣ କେନ୍ଦ୍ର ଖୋଲି ଶହ ଶହ ଯୁବକ ଯୁବତୀଙ୍କୁ ନିଶା କବଳରୁ ମୁକ୍ତ କଲେଣି ଭୁବନେଶ୍ୱରର ପ୍ରଭୁଦତ୍ତ ପଟେଲ । ପ୍ରାୟ ୨୦ ବର୍ଷ ତଳେ ସେ ଯେଉଁ ନର୍କରେ ପାଦ ଦେଇଥିଲେ ଆଉ ସେ ନର୍କରେ କେହି ପାଦ ନ ଦିଅନ୍ତୁ ବୋଲି ସେ ପ୍ରୟାସ ଚଳାଇଛନ୍ତି ।
ଏ ହେଉଛନ୍ତି ପଟେଲ ସାର। ତାଙ୍କ କଥାରେ ଶହ ଶହ ଅଭ୍ୟାସଗତ ନିଶାଖୋର ବ୍ୟକ୍ତି ନିଶା ଛାଡିସାରିଲେଣି। ଦେଖନ୍ତୁ ତାଙ୍କ ସଫଳ କାହାଣୀ କିପରି ନିଜେ ଥିଲେ ଜଣେ ଅଭ୍ୟାସଗତ ନିଶାଡି, ହେଲେ ଆଜି ଛଡାଉଛନ୍ତି ନିଶା।
ନାହିଁ ନାହିଁରେ ଚାଲିଛି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ । ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାରେ ଶିକ୍ଷାର ବିକାଶ ପାଇଁ ସୁନାବେଡାରେ ପ୍ରତିଷ୍ଠା ହୋଇଛି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ । ହେଲେ ଅନେକ ସମସ୍ୟା କାରଣରୁ ଏଠାରୁ ଛାତ୍ରଛାତ୍ରୀମାନେ ମୁହଁ ଫେରାଉଛନ୍ତି ।
ମହାଲିଙ୍ଗ ସନସାଇନ୍ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ହତ୍ୟା କରାଯାଇଥିଲା। କଲେଜ ସଭାପତି ଗୋବିନ୍ଦ ସାହୁ ତାଙ୍କ କାର୍ ଭିତରେ ତାଙ୍କୁ ହତ୍ୟା କରିଥିଲେ। ନିଜର ପରକୀୟା ପ୍ରୀତି ପ୍ରଘଟ ହୋଇଯିବା ଆଶଙ୍କାରେ ମମିତାଙ୍କୁ ଗୋବିନ୍ଦ ହତ୍ୟା କରି ପୋଡ଼ି ଦେଇଥିଲା।
ଫସଲ ଅମଳ ବେଳେ ବନ୍ୟଜନ୍ତୁଙ୍କ ଆରମ୍ଭ ହୋଇଛି ଉପଦ୍ରବ । ସଞ୍ଜ ନଇଁଲେ ଜଙ୍ଗଲି ହାତୀ ଆସି ଉଜାଡ଼ି ଦେଉଛନ୍ତି ଫସଲ । ଯାହାକୁ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି ବଣାଇ ବନଖଣ୍ଡ ଅଞ୍ଚଳବାସୀ । ୨୪ଟିକିଆ ହାତୀ ପଲ ଆସି ଉତ୍ପାତ କରୁଛନ୍ତି ଫଳରେ ଅତିଷ୍ଠ ହୋଇଗଲେଣି ସ୍ଥାନୀୟ ଗ୍ରାମବାସୀମାନେ, ବନ ବିଭାଗ।
ଓଡ଼ିଶାରେ ଆରମ୍ଭ ହୋଇଯାଇଛି ଡିଜିଟାଲ ଗ୍ୟାଙ୍ଗୱାର। ସୋସିଆଲ୍ ମିଡିଆରେ ଗୋଟିଏ ଗ୍ୟାଙ୍ଗ ଭିଡିଓ ଛାଡ଼ିଲେ, ଏହାର ଜବାବ ଦେଉଛି ଆଉ ଗୋଟିଏ ଗ୍ୟାଙ୍ଗ୍। ତାହା ପୁଣି ସେଇ ଭିଡିଓରେ। ଆଉ ସେ ଭିଡିଓର ଦୃଶ୍ୟ ଓ ଭାଷା ଅତ୍ୟନ୍ତ ଅରୁଚିକର ଓ ଭୟାନକ। ଦେଖନ୍ତୁ ଆମର ଏହି ଷ୍ଟୋରି।
ବଙ୍ଗୋପସାଗରରେ ସୃଷ୍ଟ ଅବପାତ ପ୍ରଭାବରେ ରାଜ୍ୟରେ କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ଆସନ୍ତା ୧୬ ତାରିଖ ଯାଏଁ ଘଡ଼ଘଡ଼ି ସହ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି।
ନୀଳାମ୍ବୁ ଚିଲିକାର ଆକର୍ଷଣରେ ବିଦେଶୀ ବିହଙ୍ଗ । ଶୀତ ଋତୁ ଆରମ୍ଭରୁ ଚିଲିକାର ଚିଲିକାରେ ପହଞ୍ଚିଛନ୍ତି ବିଦେଶାଗତ ପକ୍ଷୀ ।
ପଦ୍ମଶ୍ରୀ ତୁଲସୀ ଗୌଡ଼ା । ଚାଷ ଜମିରୁ ଜଙ୍ଗଲ ଆଉ ଜଙ୍ଗଲରୁ ରାଷ୍ଟ୍ରପତି । ନିଜ ଘରେ ଯେମିତି ରାଷ୍ଟ୍ରପତି ଭବନକୁ ବି ଆସିଲେ ସେମିତି । ଖାଲି ପାଦ, ଦେହରେ ଆଦିବାସଙ୍କ ପାରମ୍ପରିକ ଶାଢ଼ି, ବେକରେ ଗାମୁଛା । ଗତକାଲି ଏଭଳି ଭାବରେ ରାଷ୍ଟ୍ରପତି ଭବନରେ ପଦ୍ମଶ୍ରୀ ସମ୍ମାନ ଗ୍ରହଣ କରିଛନ୍ତି ୭୨ ବର୍ଷିୟ ଜଙ୍ଗଲ ପ୍ରେମୀ ତୁଲସୀ ଗୌଡ଼ା ।
ପ୍ରତିଦିନ କୃଷ୍ଣ ବେଶରେ ଗାଈ ଚରାଉଛନ୍ତି ସୁବଳ । ସତେ ଯେମିତି ଏ ଯୁଗର କୃଷ୍ଣ । ବଂଶୀ ବଜାଉଛନ୍ତି, ଗଛ ଡାଳରେ ବସୁଛନ୍ତି । ପାଖକୁ ଦୌଡି ଆସୁଛନ୍ତି ଗାଈ । ବିମୋହିତ ହେଉଛନ୍ତି । ଦ୍ୱାପର ଯୁଗର ଭଗବାନ କୃଷ୍ଣ ଓ ଗୋମାତାଙ୍କ ନିବିଡ ସଂପର୍କକୁ ତଉଲୁଛନ୍ତି ସ୍ଥାନୀୟ ଲୋକ ।