• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: ବର୍ଷ ଶେଷରେ ଅବସର ନେବେ ପୋଲିସି ଡିଜି ଅଭୟ । ନୂଆ ବର୍ଷରେ ଓଡ଼ିଶା ପାଇବ ନୂଆ ଡିଜିପି । ସୂଚନା ଅନୁସାରେ, ପୋଲିସ ଡିଜି ଅଭୟଙ୍କୁ ଅବସର ପାଇଁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ସେ ଡିସେମ୍ବର ୩୧ରେ ଅବସର ନେବେ । ଅବସର ଅନୁମତି ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ୧୯୮୬ ବ୍ୟାଚ୍‌ର ଆଇପିଏସ୍ ଅଫିସର ହେଉଛନ୍ତି ଅଭୟ । ୨୧ ନଭେମ୍ବର ୨୦୧୯ ମସିହାରେ ତାଙ୍କୁ ଓଡ଼ିଶା ସରକାର ପୋଲିସ ମହାନିର୍ଦ୍ଦେଶକ ପଦରେ ନିଯୁକ୍ତି ଦେଇଥିଲେ । ଓଡ଼ିଶା ପୋଲିସ ମୁଖିଆ ପଦ ସମ୍ଭାଳିବା ପୂର୍ବରୁ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ନ୍ୟାସନାଲ ପୋଲିସ ଏକାଡେମୀର ମୁଖ୍ୟ ଦାୟିତ୍ୱରେ ଥିଲେ ଅଭୟ ।

ଡିଜିପି ଅଭୟଙ୍କର କାର୍ଯ୍ୟକାଳ ୨୦୨୧ ମସିହା ଜୁନ୍‌ ପର୍ଯ୍ୟନ୍ତ ଥିଲା । ମାତ୍ର ରାଜ୍ୟ ସରକାର ତାଙ୍କ କାର୍ଯ୍ୟକାଳ ୬ ମାସ ବଢ଼ାଇ ଥିଲେ । ସେହି ଅନୁସାରେ ଡିସେମ୍ବର ୩୧ ତାରିଖରେ ଅବସର ନେବେ ଡିଜିପି ଅଭୟ । ସେଥିପାଇଁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର ।

ସେପଟେ ନୂଆ ଡିଜିପି ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ରାଜ୍ୟ ସରକାର ୧୨ ଜଣିଆ ତାଲିକା କେନ୍ଦ୍ର ସରକାରଙ୍କ ପାଖକୁ ପଠାଇଛନ୍ତି । ସେଥିରେ ରହିଛି ପ୍ରଦୀପ କପୁର, ସୁନୀଲ କୁମାର ବଂଶଲ, ମନୋଜ ଛାବ୍ରା, ସନ୍ତୋଷ ଉପାଧ୍ୟାୟଙ୍କ ପରି ନାଁ । ସେମାନଙ୍କ ଭିତରୁ ତିନି ଜଣଙ୍କୁ ୟୁପିଏସ୍‌ସି ବାଛିବେ । ସେମାନଙ୍କ ଭିତରୁ ଜଣଙ୍କୁ ରାଜ୍ୟ ସରକାର ବାଛିବେ । ନୂଆବର୍ଷରେ ଓଡ଼ିଶା ନୂଆ ଡିଜିପି ପାଇବ ।