ହଠାତ ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ଆଗକୁ ପଶି ଆସିଲେ ମହିଳା। ମହିଳାଙ୍କ ହାଇଡ୍ରାମା ପାଇଁ କିଛି ସମୟ ଅଟକି ରହିଲା କାର୍କେଡ୍ । ମହିଳାଜଣକୁ ପୋଲିସ ଉଠାଇ ନେଲା ପରେ କାର୍କେଡ୍ ଗଲା ।
କୃଷି ବିଭାଗ ସମୀକ୍ଷା ପରେ ବଡ଼ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କାଳିଆରେ ୪୬ ଲକ୍ଷ ଚାଷୀ ସାମିଲ ଥିବା ବେଳେ ପିଏମ କିଷାନରେ ମାତ୍ର ୩୧ ଲକ୍ଷ ଅନ୍ତର୍ଭୁକ୍ତ ଅଛନ୍ତି । ତେଣୁ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ଗତକାଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ୪ ଜଣ ଅଫିସରଙ୍କୁ ହଟାଯାଇଥିବାବେଳେ ଆଜି ଅବସର ପରେ ବି ସରକାରୀ ପଦବୀରେ ଥିବା ୨ ଅଧିକାରୀଙ୍କୁ ହଟାଯାଇଛି ।
ବନ ବିଭାଗ ପକ୍ଷରୁ ପ୍ରଥମ ଥର ପାଇଁ ରାଜ୍ୟରେ ଚେରୀ ବ୍ଲସମ୍ ଗଛ ଲଗାଯିବ । ଓଡ଼ିଶାର କାଶ୍ମୀର ଭାବେ ପରିଚିତ ଦାରିଙ୍ଗବାଡିରେ ଏହି ଚାଷ ହେବାକୁ ଯାଉଛି।
ଓଡିଆ ଭାଷାରେ ହେବ ସରକାରୀ କାର୍ଯ୍ୟ। ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଓଡିଆରେ ପଠାଯିବ ଫାଇଲ। ଗଠନ ହେବ ଭାଷା କମିଶନ। ଲୋକସେବା ଭବନରେ ଆଜି ଦାୟିତ୍ୱ ଗ୍ରହଣ କରୁ କରୁ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଦସ୍ତଖତ କରିଛନ୍ତି ମୋହନ ମାଝୀ।
ଆଜି ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତି ବୈଠକ ପରେ ଜିରୋ କାଜୁଆଲିଟିକୁ ଅଧିକ ଗୁରୁତ୍ୱ ଦିଆଯାଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ଓଡିଆ ଭାଷାରେ ହେବ ସରକାରୀ କାର୍ଯ୍ୟ। ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଓଡିଆରେ ପଠାଯିବ ଫାଇଲ। ଗଠନ ହେବ ଭାଷା କମିଶନ। ଲୋକସେବା ଭବନରେ ଆଜି ଦାୟିତ୍ୱ ଗ୍ରହଣ କରୁ କରୁ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଦସ୍ତଖତ କରିଛନ୍ତି ମୋହନ ମାଝୀ।
ଲୋକସେବା ଭବନରେ କାର୍ଯ୍ୟ ଆରମ୍ଭ ପରେ ପ୍ରତିକ୍ରିୟା ରଖିଛନ୍ତି ମୋହନ ମାଝୀ। କହିଛନ୍ତି ଭୌତିକ ପ୍ରଗତି ସହ ସାଂସ୍କୃତିକ ପ୍ରଗତିକୁ ଗୁରୁତ୍ବ ଦିଆଯିବ। ଓଡ଼ିଆ ଅସ୍ମିତା ସଂରକ୍ଷଣ ଓ ପ୍ରସାରକୁ ଗୁରୁତ୍ବ ଦିଆଯିବ।
ରଥଯାତ୍ରା ୨ ଦିନ ପର୍ଯ୍ୟନ୍ତ ଚାଲିବାକୁ ଥିବାରୁ ଛୁଟି ଘୋଷଣା ହୋଇଛି । ପୁରୀରେ ସମୀକ୍ଷା ବୈଠକରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପମୁଖ୍ୟମନ୍ତ୍ରୀ, ବିଭିନ୍ନ ବିଭାଗର ମନ୍ତ୍ରୀ, ଜିଲ୍ଲାର ସମସ୍ତ ବିଧାୟକ, ମୁଖ୍ୟ ଶାସନ ସଚିବ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସପି, ସେବାୟତ ସମେତ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ଏଥିରେ ଉପସ୍ଥିତ ରହିବେ ।
୧୬ ବର୍ଷ ପରେ ଖୋଲିଲା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ। ଲୋକଙ୍କ ଅଭିଯୋଗ ଶୁଣିଲେ ମୋହନ ସରକାର। ନିଜେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କଲେ ୱାନ ଟୁ ୱାନ ଆଲୋଚନା। ଆଉ ଫୈସଲା ବି ଅନ୍ ଦି ସ୍ପଟ୍।
ଆରମ୍ଭ ହେଲା ନୂଆ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି । ଅଭିଯୋଗ ପ୍ରକୋଷ୍ଠରେ ସମସ୍ୟା ଶୁଣିଲେ ମୁଖ୍ୟମନ୍ତ୍ରୀ । ଅଭିଯୋଗ ନେଇ ବିଭିନ୍ନ ଜିଲ୍ଲାରୁ ଆସିଛନ୍ତି ଶତାଧିକ ଲୋକ ।
ନୂଆ ଓଡ଼ିଶା ଗଠନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଆହ୍ୱାନ। ଗରିବ କଲ୍ୟାଣ ହେବ ବିଜେପି ସରକାରର ପ୍ରାଥମିକତା। ୧୦୦ ଦିନର ରୋଡ୍ ମ୍ୟାପ୍ ଚୂଡ଼ାନ୍ତ।
ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ରେଳ ମନ୍ତ୍ରୀ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ନେଇ ସୂଚନା ଦେଇଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।
ଆରମ୍ଭ ହେଲାଣି ଖୋଳତାଡ଼। ଖଣି ମାଫିଆଙ୍କ ଛାତି ଧଡ଼ ଧଡ଼। ଖୋଲିବ ଖଣି ଦୁର୍ନୀତି ପେଡି। ଜେଲ୍ ଯିବେ ଖଣି ମାଫିଆଙ୍କ ସହ ମଧୁଚନ୍ଦ୍ରିକାରେ ଥିବା ଅଧିକାରୀ। ଶାହ କମିଶନ ନିର୍ଦ୍ଦେଶ ଅନୁସାରେ କେବଳ ଜରିମାନା ଦେଇ ଖସି ଯାଇଥିବା ଖଣି ମାଲିକ, ମାଫିଆ, ନେତା ଓ ଅଧିକାରୀଙ୍କୁ କାଠଗଡାକୁ ଟାଣିବାକୁ ମୋହନ ସରକାରର ପ୍ରସ୍ତୁତି।
ମୁଖ୍ୟମନ୍ତ୍ରୀଙ୍କ ନଜରରେ କିଏ ସେହି ଦୁର୍ନୀତିଖୋର ? ରାଜ୍ୟରେ ଖଣି ଦୁର୍ନୀତି ପଛରେ କିଏ ? କିଏ ଲୁଟିଛି ଡିଏମଏଫ ? କେଉଁ ଅଣଓଡିଆ ଖଣି ମାଫିଆ ଲୁଟୁଛନ୍ତି ଓଡିଶାକୁ? ସବୁର ତଦନ୍ତ କରି ଝାରପଡା ଜେଲ୍ ପଠାଇବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ।
ମୁଖ୍ୟମନ୍ତ୍ରୀଙ୍କ ଖଣି ଯଚା ମନ୍ତବ୍ୟର ଜବାବ ରଖିଲା ବିଜେଡି । ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦେଇଥିବା ମନ୍ତବ୍ୟକୁ ଦୁର୍ଭାଗ୍ୟଜନକ କହିଛନ୍ତି ବିଜେଡି ବିଧାୟକ ପ୍ରତାପ ଦେବ ।
ପୂର୍ବ ବିଜେଡି ସରକାର ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଜି କେନ୍ଦୁଝରରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟମନ୍ତ୍ରୀ କହିଛନ୍ତି, କେନ୍ଦୁଝରକୁ ଲୁଟ୍ କରାଯାଉଥିଲା।
ଆଜି ନିଜ ଜନ୍ମମାଟି ଅର୍ଥାତ କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତର ପ୍ରଥମ ଦିନରେ ସେ ଘଟଗାଁ ଯାଇ ମାଆ ତାରିଣୀଙ୍କୁ ଦର୍ଶନ କରିଛନ୍ତି।
ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ। କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ ତାରିଣୀଙ୍କୁ ଦର୍ଶନ କରିବେ।
ମାନସିକ ସ୍ତରରେ ସୁସ୍ଥ ରହିବା ପାଇଁ ଯୋଗ ଜରୁରୀ। କେବଳ ଆଜି ନୁହେଁ, ଦୈନନ୍ଦିନ ଯୋଗ କରିବା ଆବଶ୍ୟକ। ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ କରାଯାଇଥିବା ଅନ୍ତର୍ଜାତୀୟ ଯୋଗ ଦିବସରେ ଯୋଗ ଦେଇ ଏପରି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ବର୍ଷ ୨୦୨୪-୨୫ ପୂର୍ଣ୍ଣାଙ୍ଗ ବଜେଟ୍ ପାଇଁ ସ୍ୱତନ୍ତ୍ର ୱେବ୍ ପୋର୍ଟାଲ୍, ମେଲ୍, ହ୍ୱାଟ୍ସଆପ୍ ଓ SMS ଜରିଆରେ ମତାମତ ଦେବାକୁ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ତେବେ ମଞ୍ଚରେ ଉଦବୋଧନ ବେଳେ ମୋହନ ମାଝୀ ଚାଷୀଙ୍କୁ କହିଥିଲେ ଯେ, ଆପଣମାନେ ଖୁସି ତ, ମୁଁ ବି ଖୁସି ।
ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ୨ହଜାର ଟଙ୍କା ଲେଖାଏଁ ଆସିବ।
ଶପଥ ନେଉଛନ୍ତି ରାଜ୍ୟର ନବନିର୍ବାଚିତ ବିଧାୟକ । ଶପଥ ପାଠ କରାଉଛନ୍ତି କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ବାଇଁ । ପ୍ରଥମେ ବିଧାୟକ ଭାବେ ଶପଥ ନେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।