Advertisment

ସରକାରକୁ ପୂରିଲା ୧୦୦ ଦିନ, ହିସାବ ଦେଲେ; ପୂର୍ବ ବିଜେଡି ସରକାରକୁ ଧୋଇଲେ CM

ଶହେ ଦିନରେ ମୋହନ ସରକାର । ଶରଧାବାଲିରେ ହିସାବ ଦେଲେ । ପୂର୍ବ ବିଜେଡି ସରକାରକୁ ବି ଧୋଇଲେ ସିଏମ୍ ମୋହନ ମାଝୀ ।

author-image
Sujit kumar Swain
ଅଦ୍ୟତନ ହୋଇଛି
undefined

CM Mohan Majhi

ପ୍ରଧାନମନ୍ତ୍ରୀ ମୋଦିଙ୍କ ଷ୍ଟାଇଲରେ ଶରଧାବାଲିରେ ଶହେ ଦିନର ରିପୋର୍ଟ କାର୍ଡ ରଖିଲେ ମୋହନ ସରକାର । କେତେ ପ୍ରତିଶ୍ରୁତି ପୂରଣ କରିଛି ବିଜେପି ସରକାର ତାର ତାଲିକା ରଖିଲେ, ଆଉ ୫ ବର୍ଷର ରୋଡ୍ ମ୍ୟାପ୍ ଦେଖାଇଲେ । ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶାର ସଂକଳ୍ପ ରଖିଛନ୍ତି ମୁଖ୍ୟମନ୍ତ୍ରୀ । ମୋହନ ସରକାରର ୧୦୦ ଦିନ ପୂର୍ତ୍ତି ଅବସରରେ ଆଜି ପୁରୀରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ପରେ ଆସନ୍ତାକାଲିଠୁ ଜିଲ୍ଲାସ୍ତରରେ ମଧ୍ୟ ଦଳ ଏହି ଉତ୍ସବ ପାଳନ କରିବ।

Advertisment

ଶହେ ଦିନରେ ମୋହନ ସରକାର । ଶରଧାବାଲିରେ ହିସାବ ଦେଲେ । ପୂର୍ବ ବିଜେଡି ସରକାରକୁ ବି ଧୋଇଲେ ସିଏମ୍ ମୋହନ ମାଝୀ । ଜୁନ୍ ୪ରେ ରାଜ୍ୟ ରଜାନୀତିରେ ପଟ୍ଟ ପରିବର୍ତ୍ତନ । ଜୁନ୍ ୧୨ରେ ବିଜେପି ସରକାରର ଶପଥ। ଆଉ ଆଜି ସରକାରର ୧୦୦ ଦିନ ପୂର୍ତ୍ତି ଅବସରରେ ପୁରୀ ଶରଧାବାଲିରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ। ସଭାମଞ୍ଚରୁ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଆମ ପାଇଁ ଆମ ସଂକଳ୍ପ ପତ୍ର ହେଉଛି ଆମ ଧର୍ମଗ୍ରନ୍ଥ। ଯାହା ପ୍ରତିଶ୍ରୁତି ଦିଆଯାଇଥିଲା ତାକୁ ଅକ୍ଷରେ ଅକ୍ଷରେ ପାଳନ କରିଛୁ। ସରକାରର ପ୍ରଥମ ଦିନରେ ଶ୍ରୀମନ୍ଦିର ଚାରି ଦ୍ବାର ଖୋଲିଲୁ, ରତ୍ନଭଣ୍ଡାର ମଧ୍ୟ ଖୋଲାଗଲା। ସୁଭଦ୍ରା ଯୋଜନାରେ ମହିଳାଙ୍କୁ ୫୦ ହଜାର ଟଙ୍କାର ସହାୟତା, ଧାନ କୁଇଇଣ୍ଟାଲ ପିଛା ୩୧ ଶହ ଟଙ୍କା, ଡ୍ରପ୍ ଆଉଟ୍ ରୋକିବାକୁ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନାରେ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ୫ ହଜାର ସହାୟତା ଆଦି ଉପଲବ୍ଧି ଗଣାଇଥିଲେ ମୁଖ୍ୟମନ୍ତ୍ରୀ। 

ଏହା ସହ ପୂର୍ବ ବିଜେଡି ସରକାରକୁ ଟାର୍ଗେଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ୨୪ ବର୍ଷର ଅହଙ୍କାରୀ ଓ ଲୋକ ବିରୋଧୀ ସରକାରର ପତ୍ତନ ଘଟିଛି। ଲୋକଙ୍କ ସମସ୍ୟାରୁ ଦୂରେଇ ଗଲେ, ଲୋକ ଗ୍ରହଣ କରିବେ ନାହିଁ ବୋଲି ୨୦୨୪ ନିର୍ବାଚନରୁ ପ୍ରମାଣିତ ହୋଇଛି। ପୂର୍ବ ସରକାର ଭୋଟ୍  ରାଜନୀତି ପାଇଁ ମହାପ୍ରଭୁ ଜଗନ୍ନାଥଙ୍କୁ ବ୍ୟବହାର କରିଥିଲେ। ନୂଆ ସରକାର ଦୁର୍ନୀତି ବିରୋଧରେ କଠୋର ପଦକ୍ଷେପ ନେଇଛନ୍ତି। ୧୦୦ ଦିନରେ ୫୮  ଜଣ ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ ଗିରଫ କରାଯାଇଛି।

Advertisment

ସେହିପରି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଥିଲେ, ନିର୍ବାଚନ ପୂର୍ବରୁ ମିଶନ ଶକ୍ତି ବନ୍ଦ ହୋଇଯିବ ବୋଲି ଅପପ୍ରଚାର କରାଯାଉଥିଲା, କିନ୍ତୁ ମିଶନ ଶକ୍ତି ଏବେ ଦୌଡ଼ୁଛି। ମହିଳାଙ୍କ ସଶକ୍ତୀକରଣ ପାଇଁ ପ୍ରତିଶ୍ରୁତି ମୁତାବକ ସୁଭଦ୍ରା ଯୋଜନା ଶୁଭାରମ୍ଭ କରାଯିବା ସହିତ ୨୫ ଲକ୍ଷ ମହିଳାଙ୍କୁପ୍ରଥମ କିସ୍ତି ଟଙ୍କା ମିଳିସାରିଛି। ଅନ୍ୟ ମହିଳାମାନଙ୍କୁ ମଧ୍ୟ ଖୁବଶୀଘ୍ର ପ୍ରଥମ କିସ୍ତି ଟଙ୍କା ମିଳିବ। ସେହିପରି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଥିଲେ, ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କ୍ୟାନ୍ସର ଚିକିତ୍ସା ପାଇଁ ବ୍ୟବସ୍ଥା କରାଯିବ। ଖୁବ୍ ଶୀଘ୍ର ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁହେବ,  ଯେଉଁଥିରେ ୨୭ ହଜାର ମେଡିକାଲରୁ ହିତାଧିକାରୀ ସେବା ପାଇପାରିବେ।

ସରକାରକୁ ୧୦୦ ଦିନ ପୁରିବା ଅବସରରେ ୧୦୦ ଦିନର ସୂଚନା ପୁସ୍ତିକା ଉନ୍ମୋଚନ କରିଥିଲେ ମୁଖ୍ୟମନ୍ତ୍ରୀ। ଯେଉଁଥିରେ ସରକାରଙ୍କ ୧୦୦ ଦିନର ବଡ ବଡ ଉପଲବ୍ଧି ରହିଛି। ପୁରୀରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ପରେ ଆସନ୍ତା ୩ ଦିନ ଧରି ଜିଲ୍ଲାସ୍ତରରେ ଆୟୋଜନ ହେବ କାର୍ଯ୍ୟକ୍ରମ। ଯେଉଁଥିରେ ମନ୍ତ୍ରୀ ଏବଂ ବିଧାୟକ ମାନେ ଯୋଗ ଦେଇ ସରକାରଙ୍କ ରିପୋର୍ଟ କାର୍ଡ ରଖିବେ।

BJD BJP Odisha Govt Mohan Majhi
Advertisment
Advertisment