• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ରାଜ୍ୟ କ୍ୟାବିନେଟରେ ୭ଟି ପ୍ରସ୍ତାବକୁ ଅନୁମୋଦନ । ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ଗୋପାଳନ, ଦୁଗ୍ଧ ଉତ୍ପାଦନକୁ ଗୁରୁତ୍ବ ଦିଆଯାଇଛି। ଗୋ ସମ୍ପଦ ବୀମା ପାଇଁ କ୍ୟାବିନେଟରେ ନିଷ୍ପତ୍ତି ହୋଇଥିବା ବେଳେ ଏଥିରେ ୮୫% ସରକାର ଦେବେ ଏବଂ ୧୫% ଚାଷୀ ଦେବେ । ସେହିପରି ଓମଫେଡକୁ ସଶକ୍ତ କରିବା ପାଇଁ ସହାୟତା ଦେବେ ସରକାର । ଫଡର ଚାଷ ପାଇଁ ଚାଷୀଙ୍କୁ ଇନସେନଟିଭ ଦିଆଯିବ ।

ଆଗାମୀ ୫ ବର୍ଷରେ ୧୪୨୩ କୋଟି ଟଙ୍କାର ସହାୟତା ରାଶିକୁ କ୍ୟାବିନେଟରେ ମଞ୍ଜୁରୀ ମିଳିଛି । ଏଥିସହ ହାଇକୋର୍ଟ କର୍ମଚାରୀଙ୍କ ପାଇଁ ୫୫୦ ଷ୍ଟାଫ୍ କ୍ବାର୍ଟର୍ସ ନିର୍ମାଣ ହେବ । ୩୦ ମାସ ମଧ୍ୟରେ କ୍ବାର୍ଟର୍ସ ନିର୍ମାଣ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ସେହିପରି ବେସରକାରୀ ଡିଲରଙ୍କୁ ଆଉ ଦେଢ଼ ବର୍ଷ ପର୍ଯ୍ୟନ୍ତ ଏକ୍ସଟେନସନ୍ ଦିଆଯାଇଥିବା ବେଳେ ବରିଷ୍ଠ ବିଚାରପତି, ଜୁଡିସିଆଲ ଅଫିସରଙ୍କ ପାଇଁ ନିୟମରେ ସଂଶୋଧନ କରାଯାଇଛି ।


 

OTV is now on Whatsapp

Join and get latest news update delivered to you via whatsapp

Join Now