/odishatv-khabar/media/post_attachments/uploadimage/library/16_9/16_9_0/IMAGE_1727504414.jpg)
Mohan Majhi
ଜିଲ୍ଲାପାଳ ଓ ଏସପି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ କଡ଼ା ବର୍ତ୍ତା । କହିଲେ ଚୋର ଡାଳେ ଡାଳେ ଗଲେ ପୋଲିସ ପତ୍ରେ ପତ୍ରେ ଯାଉ । ଅପରାଧୀ ଯେଉଁ ପଦ ମର୍ଯ୍ୟାଦାରେ ଥିଲେ ବି କାର୍ଯ୍ୟାନୁଷ୍ଠାନ ହେବ । ଏହା ସହ ମହିଳା ବିରୋଧୀ ହିଂସାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ଅପରାଧ ଓ ଦଣ୍ଡ ସଂପର୍କିତ ତଥ୍ୟ ସପ୍ତାହକରେ ଦେବାକୁ DGPଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ।
ସେପଟେ ଥାନାକୁ ଆସୁଥିବା ଲୋକଙ୍କ ଅଭିଯୋଗ ଧୈର୍ଯ୍ୟର ସହ ଶୁଣିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ରାତି ୨ଟାରେ ଆସିଲେ ବି ଶୁଣିବାକୁ ପଡ଼ିବ ବୋଲି କହିଛନ୍ତି ସିଏମ । ନିଜ ସହ ଥାନାରେ ଘଟିଥିବା ଘଟଣାକୁ ଦୋହରାଇବା ସହ କହିଲେ ତ୍ରୁଟି ଥିଲେ ସୁଧାର । ଏହା ସହ ୨୪ ଘଣ୍ଟା ପ୍ରସ୍ତୁତ ରହିବାକୁ ମଧ୍ୟ ଦେଲେ ଆହ୍ୱାନ ।
ଆଜି ଜିଲ୍ଲାପାଳ ଓ ଏସପି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ କଡ଼ା ବାର୍ତ୍ତାରେ ସମ୍ବୋଧନ କରିଛନ୍ତି । ନିଜ କଥା କହି ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରତିଦିନ ରାତି ୨/୩ଟା ବେଳେ ଶୋଉଛି । ଲୋକସେବା ଭବନରେ ରାତି ୧୨ଟା ଯାଏଁ ରହୁଛି । ଆମେ ୮ ଘଣ୍ଟାର ଡ୍ୟୁଟିରେ ସୀମିତ ନୁହେଁ । ଏପରି କଡ଼ା ଭାଷାରେ ଜିଲ୍ଲାପାଳ ଓ ଏସ୍ପିଙ୍କୁ ତାଗିଦ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ଅପରାଧୀଙ୍କ ପାଇଁ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ । ମହିଳା ବିରୋଧୀ ଅପରାଧରେ ତୁରନ୍ତ ନ୍ୟାୟ ପାଇଁ କହିଲେ । ମହିଳା ବିରୋଧୀ ଅପରାଧ ନେଇ ଜିଲ୍ଲାୱାରୀ ତଥ୍ୟ ମଧ୍ୟ ମାଗିଲେ । ସପ୍ତାହକ ମଧ୍ୟରେ ତଦନ୍ତ ଓ ଦଣ୍ଡବିଧାନ ତଥ୍ୟ ମାଗିଛନ୍ତି ମୁଖ୍ୟମନ୍ତ୍ରୀ ।
ଏହା ସହ ଭରତପୁର ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଥାନାରେ ମହିଳାଙ୍କ ପ୍ରତି ଉଚିତ୍ ବ୍ୟବହାର କର । ଧୈର୍ଯ୍ୟର ସହ ଅଭିଯୋଗ ଶୁଣିବା ପରେ ମାମଲା ଦାଏର କରିବାକୁ କହିଛନ୍ତି । ଦିନ ହେଉ କି ରାତି ମାମଲା ତୁରନ୍ତ ଶୁଣିବାକୁ ମଧ୍ୟ କହିଛନ୍ତି ମୁଖ୍ୟମନ୍ତ୍ରୀ । ରାତି ସମୟରେ ଗଲେ ଅଧିକ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ।
ପୋଲିସ୍ ହେଉଛି ଜନତାଙ୍କ ବନ୍ଧୁ । ଜନତାଙ୍କ ଭିତରେ ବିଶ୍ୱାସ ଜନ୍ମ କରୁ ପୋଲିସ୍ । ସାଧାରଣ ଲୋକର ଭରସାକୁ ବଜାୟ ରଖିବାକୁ ପୋଲିସ୍କୁ କହିଲେ ମୋହନ । ତ୍ରୁଟି ଥିଲେ ତୁରନ୍ତ ସୁଧାରି ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସେପଟେ ପୁଣି ଥରେ ନିଜ ସହ ହୋଇଥିବା ଖରାପ ବ୍ୟବହାର କଥା ଦୋହରାଇଛନ୍ତି ।
IAS ଓ ପୋଲିସ୍ ଅଧିକାରୀଙ୍କ ଖରାପ ବ୍ୟବହାର କଥା କହିଲେ । ତାଙ୍କୁ ମଧ୍ୟ ଥାନାଧିକାରୀ FIR ନରଖି ଫେରାଇ ଦେଇଥିଲେ । ଅଭିଯୋଗ ଶୁଣାଣି ବେଳେ ପ୍ରଥମେ ଜଣେ ଭିକ୍ଷୁକଙ୍କ କଥା ଶୁଣିଥିଲି । ପ୍ରଥମ ଅଭିଯୋଗ ଶୁଣାଣିର ପ୍ରଥମ ଅଭିଯୋଗ ଜଣେ ଭିକ୍ଷୁକଙ୍କଠୁ ଶୁଣିଥିଲି । ୧୬ ବର୍ଷ ଧରି ସିଏମ୍ ଅଭିଯୋଗ ଶୁଣାଣି ଆସି ସେମାନେ ଫେରୁଥିଲେ ବୋଲି କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)