Flood
୨ ଦିନର ଲଗାଣ ବର୍ଷାରେ ପ୍ରଳୟଙ୍କରୀ ବନ୍ୟାରେ ଉବୁଟୁବୁ ଉତ୍ତର ଓଡ଼ିଶାର ପ୍ରମୁଖ ଜିଲ୍ଲା ବାଲେଶ୍ବର । ଚାରିଆଡ଼େ ଖାଲି ପାଣି ଆଉ ପାଣି । ଉଗ୍ର ରୂପ ଦେଖାଇଛନ୍ତି ତିନି ପ୍ରମୁଖ ନଦୀ ସୁବର୍ଣ୍ଣରେଖା, ଜଳକା ଓ ବୁଢ଼ାବଳଙ୍ଗ । ଯାହାକି ଭୋଗରାଇ, ଜଳେଶ୍ବର, ବସ୍ତା, ବାଲିଆପାଳ ଓ ସଦର ବ୍ଲକର ଶହ ଶହ ଗାଁରେ ଲୋକଙ୍କ ଜୀବନକୁ ଦୁର୍ବିଃସହ କରିଛି । ବାଲିଆପାଳ ପଞ୍ଚାୟତର ଗାଁ ଦାଣ୍ଡରେ ସୁଅ କାଟି ଚାଲିଛି ବେକେ ଉଚ୍ଚର ପାଣି । ତାରି ଭିତରେ ଲୋକମାନେ ଗୋରୁ ଗାଇ ଧରି ନିରାପଦ ସ୍ଥାନକୁ ଚାଲି ଯାଉଛନ୍ତି। ହଠାତ୍ ପାଣି ମାଡ଼ି ଆସିବାରୁ ଘର ଆଗରେ ଥୁଆ ହୋଇଥିବା ବାଇକ୍ ସବୁ ବୁଡ଼ି ରହିଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)