/odishatv-khabar/media/post_attachments/uploadimage/library/16_9/16_9_0/IMAGE_1745636047.jpg)
Rain Forecast
ତାତିରେ ଲାଗିବ ବ୍ରେକ୍ । ଅସହ୍ୟ ଗୁଳୁଗୁଳି ଓ ଗରମରୁ ମିଳିବ ତ୍ରାହି । ଆଜିଠୁ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି । ଆଜିଠାରୁ ଆସନ୍ତା ୧ ତାରିଖ ଯାଏ ବିଭିନ୍ନ ଜିଲ୍ଲାରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆଜି ମୟୂରଭଞ୍ଜ ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ସେହିପରି ମାଲକାନଗିରି, କୋରାପୁଟ, ଗଞ୍ଜାମ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ।
ଅଧିକ ପଢ଼ନ୍ତୁ: ଶିମିଳିପାଳରେ ବର୍ଷକ ଭିତରେ ୩୫ରୁ ୪୦କୁ ଡେଇଁଲା ମହାବଳ ବାଘ ସଂଖ୍ୟା
ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, କେତେକ ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏହାସହ ୩୦-୪୦ କିମି ବେଗରେ ପବନ ବହିପାରେ । ୨୭ ଓ ୨୮ ତାରିଖରେ ଝଡ଼ବର୍ଷାର ପ୍ରଭାବ ଅଧିକ ରହିପାରେ । ଏଥିପାଇଁ ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
- ଆଜିଠୁ ୧ ତାରିଖ ଯାଏଁ ବର୍ଷା ସମ୍ଭାବନା
- ମୟୂରଭଞ୍ଜ ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା
- ମାଲକାନଗିରି, କୋରାପୁଟ, ଗଞ୍ଜାମରେ ହାଲକାରୁ ମଧ୍ୟମ ବର୍ଷା
- ୩୦-୪୦ କିମି ବେଗରେ ପବନ ବହିପାରେ
ବର୍ତ୍ତମାନ ରାଜ୍ୟରେ ପ୍ରଚଣ୍ଡ ତାତିରେ କଲବଲ ହେଉଛି ଜନଜୀବନ । ତତଲା କଡ଼େଇରେ ଭାଜି ହେଉଛି ସାରା ଓଡ଼ିଶା । ଉପକୂଳରୁ ଉତ୍ତର, ପୁଣି ପଶ୍ଚିମରୁ ଦକ୍ଷିଣ ସବୁଠି ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମଲହରୀ । ବିଶେଷକରି ପଶ୍ଚିମ ଓଡ଼ିଶାର ତାପମାତ୍ରା ରେକର୍ଡ ଭାଙ୍ଗୁଛି । ଗତ ୨୨ ତାରିଖରେ ଝାରସୁଗୁଡ଼ାରେ ଏପ୍ରିଲ ମାସର ସର୍ବକାଳୀନ ତାତି ରେକର୍ଡ ହୋଇଥିଲା । ତେବେ ଆଜିଠୁ ବର୍ଷା ସମ୍ଭାବନା ଥିବାରୁ ପ୍ରଚଣ୍ଡ ତାତିରୁ ଆଶ୍ୱସ୍ତି ମିଳିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)