Advertisment

ଭରତପୁର ଘଟଣାରେ ହୁଲୁସ୍ତୁଲ୍ ରାଜ୍ୟ, ପୋଲିସ କରୁଥିଲା ମେଳି! କିଏ ଦେଇଥିଲା ଅନୁମତି ?

ଭରତପୁର ଥାନା କଳଙ୍କକୁ ନେଇ ଦେଶବ୍ୟାପୀ ଯେତେବେଳେ ହଇଚଇ ସୃଷ୍ଟି ହୋଇଥିଲା, ସେ ବେଳରେ ଆଇନଶୃଙ୍ଖଳା ରକ୍ଷାକୁ ପଛ କରି ତମାମ ଥାନା ଛାଡ଼ି କାହା ଅନୁମତିରେ ମେଳି କରିଥିଲେ କମିଶନରେଟ୍ ପୋଲିସ୍ କର୍ମଚାରୀ?

author-image
Swadesi Megha Mallhar Prusty
ଅଦ୍ୟତନ ହୋଇଛି
undefined

Bharatpur Incident

ଭରତପୁର ଥାନା କଳଙ୍କକୁ ନେଇ ଦେଶବ୍ୟାପୀ ଯେତେବେଳେ ହଇଚଇ ସୃଷ୍ଟି ହୋଇଥିଲା, ସେ ବେଳରେ ଆଇନଶୃଙ୍ଖଳା ରକ୍ଷାକୁ ପଛ କରି ତମାମ ଥାନା ଛାଡ଼ି କାହା ଅନୁମତିରେ ମେଳି କରିଥିଲେ କମିଶନରେଟ୍ ପୋଲିସ୍ କର୍ମଚାରୀ? ଯେଉଁ କାଣ୍ଡ ପାଇଁ ଓଡ଼ିଶାର ମୁଣ୍ଡ ତଳକୁ ହୋଇ ଯାଉଥିଲା, ସେତେବେଳେ ପୀଡ଼ିତାଙ୍କର ଚରିତ୍ର ସଂହାର କଲା ଭଳି ଗୋଟିଏ ପରେ ଗୋଟିଏ ଭିଡିଓ କିଏ ଭାଇରାଲ୍ କରୁଥିଲା? ଯାହାକୁ ନେଇ ସନ୍ଦେହ ବଢ଼ିଥିବା ବେଳେ ଶହେ ଦିନର ମୋହନ ସରକାରଙ୍କୁ ବଦନାମ୍ ପାଇଁ ଷଡ଼ଯନ୍ତ୍ର ହୋଇଥିବା ନେଇ ଉଠିଲାଣି ଚର୍ଚ୍ଚା ।

Advertisment

ଭୁବନେଶ୍ୱର ରିଜର୍ଭ ଗ୍ରାଉଣ୍ଡରେ ହୋଇଥିଲା ପୋଲିସ ମେଳି । ସମୟଥିଲା ୨୧ ତାରିଖ ଅପରାହ୍ଣ । ଭରତପୁର ଥାନା କାଣ୍ଡରେ ପୋଲିସ ବିରୋଧରେ ଆକ୍ସନ ପ୍ରତିବାଦରେ ଏଠି ଏମିତି ମେଳି କରିଥିଲେ କମିଶନରେଟ୍ ପୋଲିସ ଅଧିନରେ କାର୍ଯ୍ୟରତ ଶତାଧିକ ପୋଲିସ କର୍ମଚାରୀ । ଯେଉଁଥିରେ ସାମିଲ ଥିଲେ ଇନିସପେକ୍ଟର, ସବ-ଇନିସପେକଟର, କନଷ୍ଟେବଳଠୁ ଏସିପି ରାଙ୍କ ଅଫିସର ।

ଏଠି ପ୍ରଶ୍ନ- ଯେତେବେଳେ ଭରତପୁର ଥାନା କଳଙ୍କକୁ ନେଇ ରାଜ୍ୟରୁ ଜାତୀୟସ୍ତର ଯାଏଁ ହୁଲୁସ୍ତୁଲ ହେଉଥିଲା, ସେତେବେଳେ ଆଇନଶୃଙ୍ଖଳାକୁ ପଛ କରି ଏତେ ସଂଖ୍ୟକ ପୋଲିସ୍ ଥାନା ଛାଡ଼ି ମେଳି କଲେ କେମିତି ? ଏମିତିକି ମୁଖ୍ୟମନ୍ତ୍ରୀ ବି ସେଦିନ ଆଉଟ୍ ଅଫ୍ ଷ୍ଟେସନ୍ ଥିବାବେଳେ ଏକ ପ୍ରକାର ବିଦ୍ରୋହ କରିବାକୁ ସେମାନଙ୍କୁ ସୁଯୋଗ ଦେଲା କିଏ?

Advertisment

କଣ ସିପି ଓ ଡିସିପିଙ୍କର ଏଥିପାଇଁ ଅନୁମତି ଥିଲା? ନା ସେମାନଙ୍କ ଅଗୋଚରରେ ଆଉ କେହି ପ୍ରୋତ୍ସାହକ ସାଜିଥିଲେ? ଆଉ ଏକ ବଡ଼ ପ୍ରଶ୍ନ ବି ଉଠିଛି-ଏଭଳି ପୋଲିସ୍ ମେଳି କରାଇ- ମାତ୍ର ୧୦୦ ଦିନର ମୋହନ ସରକାରକୁ ହରଡ଼ଘଣାରେ ପକାଇବାକୁ ହୋଇଥିଲା କି ଭିତିରି ଷଡ଼ଯନ୍ତ୍ର ? ତାସହ ପୂର୍ବରୁ ସୃଷ୍ଟି ହୋଇଥିବା ପୋଲିସ-ଭର୍ସେସ୍ ସେନା ସ୍ଥିତିକୁ ନେଇ ବି ଉପୁଜିଛି ସନ୍ଦେହ ।

ପ୍ରଥମେ ଅବସରପ୍ରାପ୍ତ ସେନା ଅଧିକାରୀମାନେ ଯେଭଳି ଢଙ୍ଗରେ ପ୍ରତିବାଦ କରିଥିଲେ, ଠିକ୍ ସମାନ ଢଙ୍ଗରେ ପୂର୍ବତନ ପୋଲିସ ଅଧିକାରୀମାନେ ବି ଏକାଠି ହୋଇ ପ୍ରତିବାଦ କରିବା ପଛରେ କୌଣସି ଚକ୍ରାନ୍ତକାରୀ ଗୋଷ୍ଠୀ ମୁଣ୍ଡ ଲଗାଇ ନାହାନ୍ତି ତ? ଖାଲି ଏତିକି ନୁହେଁ । ଭରତପୁର ଥାନାରେ ନିର୍ଯାତନାର ଶିକାର ପୀଡ଼ିତାଙ୍କ ଚରିତ୍ର ସଂହାର କରିବାକୁ ବି ହୋଇଛି ହୀନ ଉଦ୍ୟମ ।

ଯାହାର ପ୍ରମାଣ ଦେଉଛି, ସୋସିଆଲ ମିଡିଆରେ ଛଡ଼ାଯାଉଥିବା ତାଙ୍କର ଗୋଟିଏ ପରେ ଗୋଟିଏ ଏଡିଟେଡ୍ ଭିଡିଓ । କେତେବେଳେ ପବ୍‌ରେ ତ କେତେବେଳେ ଲିଫଟକୁ ଗୋଇଠା ମରା, ପୁଣି ସମ୍ ହସ୍ପିଟାଲରେ ପୀଡ଼ିତା ଛିଡ଼ା ହୋଇଥିବାର ଭିଡିଓ । ସେହିପରି ଭରତପୁର ଥାନା ପରିସରରେ ପୋଲିସ୍ ସହ ଯୁକ୍ତିତର୍କ କରୁଥିବାର ଭିଜୁଆଲ୍ ବି ଲିକ୍ ହୋଇଛି ।

ଏଠି ପ୍ରଶ୍ନ ପୀଡ଼ିତାଙ୍କୁ ବଦନାମ କରିବାକୁ କିଏ କରିଛି ଏଭଳି ହୀନ ଉଦ୍ୟମ? ଭିଜୁଆଲକୁ କିଏ ଭାଇରାଲ କରୁଥିଲା ? ଘଟଣାକୁ ନେଇ ଦୁଇ ଦୁଇ ଜଣ ପୂର୍ବତନ ଆର୍ମି ଚିଫ୍ ଯେତେବେଳେ ଉଦବେଗ ପ୍ରକାଶ କରିଥିଲେ, ରାଜନୈତିକ ସ୍ତରରେ ରାହୁଲ ଓ ପ୍ରିୟଙ୍କା ଗାନ୍ଧୀ ଏବଂ ବିଜେପିର ଜାତୀୟ ମୁଖପାତ୍ର ନଳିନୀ କୋହଲି ନିନ୍ଦା କରିଥିଲେ, ସେତିକି ବେଳେ ଏହାର ସମାଧାନ ପରିବର୍ତ୍ତେ, ଗୋଟିଏ ପରେ ଗୋଟିଏ ଭିଡ଼ିଓ ଛାଡ଼ିବାରେ କିଏ ମାତିଥିଲେ ତାକୁ ନେଇ ଚାଲିଲାଣି ତନାଘନା ।

ପୀଡ଼ିତାଙ୍କ ବାପା ୟା ଉପରେ କଡ଼ା ପ୍ରତିକ୍ରିୟା ରଖି କହିଛନ୍ତି-‘ଯେଉଁମାନେ ନିଜର ଦୋଷ ଧରାପଡ଼ିଯିବ ବୋଲି ଭାବୁଛନ୍ତି, ସେମାନେ ହିଁ ଏପରି କରୁଛନ୍ତି । ସେପଟେ ବିଚାର ବିଭାଗୀୟ ତଦନ୍ତ କମିଶନ ଅଧ୍ୟକ୍ଷ ଜଷ୍ଟିସ୍ ଦାଶ କହିଛନ୍ତି, ଯେଉଁ ଭଳି ଭାବେ ପୀଡ଼ିତାଙ୍କ ଚରିତ୍ର ସଂହାର କରାଯାଉଛି ତାହା ଠିକ୍ ନୁହେଁ । ଭିଡିଓ ସବୁର କଣ ସତ୍ୟାସତ୍ୟ ରହିଛି ତାହା ବି ଖୋଜାଯିବ ।

ସେପଟେ ଆଇନମନ୍ତ୍ରୀ କହିଛନ୍ତି- ଯେଉଁମାନେ ଏଭଳି ଭାଇରାଲ୍ ଭିଡିଓ ପଛରେ ଅଛନ୍ତି ସେମାନଙ୍କୁ ଖୋଜି ଦଣ୍ଡବିଧାନ ପାଇଁ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି । ଏବେ ଦେଖିବାର କଥା, ପୋଲିସର ତଥାକଥିତ ମେଳି ଓ ପୀଡ଼ିତାଙ୍କ ଭିଡିଓ ଭାଇରାଲ୍ ପଛର ଅସଲ କାର୍ପଟଦାର, ଷଡ଼ଯନ୍ତ୍ର ଥିଓରୀର କେବେ ପର୍ଦ୍ଦାଫାଶ ହେଉଛି ।

BJP Police Odisha CM Mohan Majhi
Advertisment
Advertisment