Advertisment

Pope Francis Funeral: ଆଜି ପୋପ୍‌ ଫ୍ରାନ୍ସିସଙ୍କ ଶେଷକୃତ୍ୟ, ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଷ୍ଟ୍ରପତି ମୁର୍ମୁ

ଭାଟିକାନ୍ ସିଟିର ସେଣ୍ଟ ପିଟର୍ସ ବାସିଲିକାରେ ପୋପ୍ ଫ୍ରାନ୍ସିସଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜି ଦିବଙ୍ଗତ ପୋପ୍‌ଙ୍କ ଶେଷକୃତ୍ୟ କରାଯିବ । ରାଷ୍ଟ୍ରପତି ମୁର୍ମୁଙ୍କ ସମେତ ୫୦ ରାଷ୍ଟ୍ରମୁଖ୍ୟ ଓ ୧୦ ରାଜା ଉପସ୍ଥିତ ରହିବେ ।

author-image
Namita Biswal
ଅଦ୍ୟତନ ହୋଇଛି
Pope Francis Funeral

Pope Francis Funeral

ପୋପ୍ ଫ୍ରାନ୍ସିସଙ୍କ ଆଜି ହେବ ଶେଷକୃତ୍ୟ । ଭାରତୀୟ ସମୟ ଦିନ ୧ଟା ୩୦ ବେଳକୁ ତାଙ୍କୁ କବର ଦିଆଯିବ । ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମେତ ୫୦ ରାଷ୍ଟ୍ରମୁଖ୍ୟ ଓ ୧୦ ରାଜା ଉପସ୍ଥିତ ରହିବେ । ୧୩୦ ବିଦେଶୀ ଅତିଥିଙ୍କ ସହ ପ୍ରାୟ ୨ ଲକ୍ଷ ଖ୍ରୀଷ୍ଟ ଧର୍ମାବଲମ୍ବୀ ଯୋଗଦେବେ । ଗତ ୨୧ ତାରିଖରେ ଭାଟିକାନର କାସା ସେଣ୍ଟ ମାରିସ୍ଥିତ ବାସଭବନରେ ପୋପ୍ ଫ୍ରାନ୍ସିସଙ୍କ ୮୮ ବର୍ଷ ବୟସରେ ଦେହାନ୍ତ ହୋଇଥିଲା । ଗତକାଲି ଦିବଙ୍ଗତ ପୋପ୍‌ଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

Advertisment

ରାଷ୍ଟ୍ରପତି ରୋମ୍ ଭାଟିକାନ୍ ସିଟି ଗସ୍ତ କରି ସେଣ୍ଟ ପିଟର୍ସ ବାସିଲିକାରେ ପୋପ୍‌ଙ୍କ ଶେଷ ଦର୍ଶନ କରିଥିଲେ । ସେଠାରେ କଫିନରେ ପୋପ୍ ଫ୍ରାନ୍ସିସଙ୍କ ମରଶରୀର ରଖାଯାଇଥିବା ବେଳେ, ଶେଷ ସମ୍ମାନ ଜଣାଇଥିଲେ । ସଂସଦୀୟ ବ୍ୟାପାର ତଥା ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଏବଂ ସଂଖ୍ୟାଲଘୁ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଜର୍ଜ କୁରିଆନ୍ ମଧ୍ୟ ରାଷ୍ଟ୍ରପତି ମୁର୍ମୁଙ୍କ ସହ ରୋମ୍ ଗସ୍ତ କରି ପୋପ୍ ଫ୍ରାନ୍ସିସଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । 

Advertisment

କିପରି ହେବ ଶେଷକୃତ୍ୟ:

ପୋପଙ୍କ ମରଶରୀରକୁ ଧଳା ପୋଷାକ ପିନ୍ଧାଇ ସ୍ୱତନ୍ତ୍ର କଫିନରେ ରଖିଯାଇଛି । ଭାଟିକାନର କାମଚଳା ମୁଖ୍ୟ ବା 'କାମେରଲିଙ୍ଗୋ' ବନିଥିବା କାର୍ଡିନାଲ୍ କେଭିନ୍ ଫାରେଲ୍ ପୋପଙ୍କ ଫିସରମ୍ୟାନ୍ସ ରିଙ୍ଗ୍ ଓ ସିଲକୁ ହାତୁଡ଼ି ବାଡ଼େଇ ନଷ୍ଟ କରିବେ । ଏହା ସେହି ପୋପଙ୍କ ଯୁଗର ଅବସାନ ଘୋଷଣା ସହ ସିଲ୍ ଦୁରୁପଯୋଗକୁ ରୋକିଥାଏ । 

ପୋପ୍ ଫ୍ରାନ୍ସିସଙ୍କ କଫିନ୍ ତାଙ୍କ ବାସଭବନ ସେଣ୍ଟ୍ ମାର୍ଥା ରେସିଡେନ୍ସରେ ରହିଛି । ଶେଷକୃତ୍ୟ ପୂର୍ବରୁ ପୋପଙ୍କ ମୁହଁ ଉପରେ ଧଳା ରେଶମ କପଡ଼ା ଘୋଡ଼ାଇ ଦିଆଯିବ । ତାଙ୍କର ସଫଳତାକୁ ନେଇ ଲିଖିତ ରଇତୋ ଦସ୍ତାବିଜ ପାଠ କରାଯିବ । ଏହାପରେ କଫିନ ଭିତରେ ତାଙ୍କ ଅମଳରେ ଜାରି ମୁଦ୍ରା ଓ ରଇତୋ ରଖି ସିଲ୍ କରାଯିବ ।  

ସାଧାରଣତଃ ପୋପଙ୍କ ମରଶରୀରକୁ ସେଣ୍ଟ ପିଟର୍ସ ବାସିଲିକାରେ କବର୍ ଦିଆଯାଏ । ଅନ୍ୟ ପୋପଙ୍କ ଭଳି ହେବନି ଫ୍ରାନ୍ସିସଙ୍କ ଶେଷକୃତ୍ୟ । ୧୦୦ରୁ ଅଧିକ ବର୍ଷ ଭିତରେ ପ୍ରଥମ ପୋପ୍ ଭାବେ ଭାଟିକାନ୍ ସିଟି ବାହାରେ କବର୍ ଦିଆଯିବ । ରୋମ୍ ସ୍ଥିତ ସାଣ୍ଟା ମାରିଆ ମ୍ୟାଗିଓର୍ ବାସିଲିକାରେ କବର୍ ଦିଆଯିବ । ପୋପଙ୍କ କଫିନ ସମେତ ମୋଟ୍ ୩ଟି ସୌଖୀନ କଫିନ୍ କବର ଦେବାର ପରମ୍ପରା ରହିଛି । ତେବେ ଗୋଟିଏ କଫିନରେ ତାଙ୍କୁ କବର ଦେବାକୁ କହିଯାଇଛନ୍ତି ପୋପ୍ ଫ୍ରାନ୍ସିସ । ସାଧାରଣ କାଠ ଓ ଦସ୍ତାରେ ତିଆରି କଫିନରେ ଫ୍ରାନ୍ସିସଙ୍କୁ କବର ଦିଆଯିବ ।

Pope Francis Vatican President Draupadi Murmu
Advertisment
Advertisment