• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ମୋହନ ମାଝୀ ଲୋକଙ୍କ ମୁଖ୍ୟମନ୍ତ୍ରୀ ବୋଲି ପ୍ରମାଣ ଦେଲେ । ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିବା ପରେ କିଛି ଏଭଳି ଭାବେ ପ୍ରତିକ୍ରିୟା ରଖିଛନ୍ତି ଭରତପୁର ଥାନା ଘଟଣାର ପୀଡ଼ିତା । ମୁଖ୍ୟମନ୍ତ୍ରୀ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଯାହା ଅନୁରୋଧ କରାଯାଇଥିଲା, ତାକୁ ସରକାର ରଖିଛନ୍ତି ।

ଅଧିକ ପଢନ୍ତୁ: ‘ଜଣେ ଝିଅର ଚରିତ୍ର ସଂହାର କରିବା ଠିକ୍ ନୁହେଁ, ନ୍ୟାୟ ନିଶ୍ଚିତ ମିଳିବ’

ତେଣୁ ଏହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ପୀଡ଼ିତା । ତାସହ ପୀଡ଼ିତାଙ୍କ ବାପା ବି ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । କଡ଼ା କାର୍ଯ୍ୟାନୁଷ୍ଠାନ ନେଇ ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ବୋଲି ସେ କହିଛନ୍ତି । ତାସହ ପୀଡ଼ିତାଙ୍କ ବାପା ବଡ଼ ସୂଚନା ଦେଇଛନ୍ତି । ଯେଉଁଭଳି ଭାବେ କିଛି ନିର୍ଦ୍ଦିଷ୍ଟ ଭିଡିଓକୁ ଭାଇରାଲ୍ କରାଯାଇଛି ଓ ଚରିତ୍ର ସଂହାର କରିବାକୁ ଚେଷ୍ଟା କରାଯାଉଛି ତା ଉପରେ ବି ଆକ୍ସନ୍ ହେବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।

ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କୁ ଭେଟିଛନ୍ତି ଭରତପୁର ଥାନା ନିର୍ଯାତନାର ପୀଡ଼ିତା । ତାଙ୍କ ବାପା ଓ ମେଜର ମଧ୍ୟ ତାଙ୍କ ସହ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଉପସ୍ଥିତ ଥିଲେ । ମହିଳାଙ୍କ ପ୍ରତି ଅପରାଧ କ୍ଷେତ୍ରରେ ସରକାର ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରିଛନ୍ତି ।

ଭରତପୂର ମାମଲାର ନ୍ୟାୟିକ ତଦନ୍ତ ନେଇ ଏହା କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଭାରତରେ ପ୍ରଥମ ଥର ପାଇଁ ଗୋଟିଏ ମାମଲାର ୨ଟି ତଦନ୍ତ ହେଉଛି । କ୍ରାଇମବ୍ରାଞ୍ଚ ସହ ବିଚାର ବିଭାଗୀୟ ତଦନ୍ତ କରାଯିବ, ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ସରକାରଙ୍କ ପଦକ୍ଷେପ ସ୍ପଷ୍ଟ ରହିଛି ।

ଅଧିକ ପଢନ୍ତୁ: ଭରତପୁର ଥାନାରେ ନୂଆ IICଙ୍କ ପୂଜାପାଠ; ଗେଟ୍‌ରେ ଝୁଲାଇଲେ ଲଙ୍କା, ଲେମ୍ବୁ...

ଏହି ଘଟଣାରେ ବିରୋଧୀଙ୍କ ଆଭିମୁଖ୍ୟକୁ ନେଇ କଡ଼ା ସମାଲୋଚନା କରିଛନ୍ତି ଆଇନ ମନ୍ତ୍ରୀ । ୨୪ ବର୍ଷର ସରକାର ମିଛ କହୁଥିଲେ, ଅପରାଧୀଙ୍କୁ ଘଣ୍ଟ ଘୋଡ଼ାଉଥିଲେ । ଏବେ ସରକାର ପୀଡ଼ିତାଙ୍କୁ ନ୍ୟାୟ ଦେବ । ତେବେ ଆଇନ ମନ୍ତ୍ରୀଙ୍କ ଅଭିଯୋଗ ଉପରେ ବୟାନ ରଖିଛି ବିଜେଡି । ସେପଟେ ଭରତପୁର କାଣ୍ଡକୁ ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାଖଲ ହୋଇଛି ।

ଏହି ମାମଲାର ଶୁଣାଣି କରି ପୀଡ଼ିତା ଓ ମେଜରଙ୍କ ନାଁ ଗଣମାଧ୍ୟମରେ ପ୍ରକାଶ କରିବାକୁ ବାରଣ କରିଛନ୍ତି ଅଦାଲତ । ସମସ୍ତ ଥାନାର ସିସିଟିଭି ସ୍ଥିତି ଜଣାଇବାକୁ ଏଡିଜିଙ୍କୁ ନିର୍ଦ୍ଦେଶ ହୋଇଛି । ଏନେଇ ଏଡିଜି ଆଧୁନିକୀକରଣଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

ତାସହ ଏହି ମାମଲା ତଦନ୍ତର ଅନୁଧ୍ୟାନ ପାଇଁ ମନା କଲେ ହାଇକୋର୍ଟ । ଯେହେତୁ ବିଚାରବିଭାଗୀୟ ତଦନ୍ତ ନିର୍ଦ୍ଦେଶ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଛି ତେଣୁ ଏହାର ଅନୁଧ୍ୟାନ କରିବାକୁ ଅଦାଲତ ବାରଣ କରିଛନ୍ତି ।

OTV is now on Whatsapp

Join and get latest news update delivered to you via whatsapp

Join Now