Advertisment

ଶ୍ରୀନଅରରେ ସ୍ୱତନ୍ତ୍ର ସୁନିଆଁ ଉତ୍ସବ, ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଶାସନର ୬୫ ଅଙ୍କ

ସୁନିଆରେ ପ୍ରଚଳନ ହେଲା ନୂଆ ସ୍ୱର୍ଣ୍ଣ ମୁଦ୍ରା। ଶ୍ରୀମନ୍ଦିରରେ ପାରମ୍ପରିକ ରୀତିରେ ବାମନ ଜନ୍ମନୀତି ପାଳିତ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Gajapati maharaja

Gajapati maharaja

ପୁରୀ ଗଜପତିଙ୍କ ଶ୍ରୀନଅରରେ ପାଳିତ ହୋଇଛି ସୁନିଆଁ ଉତ୍ସବ । ଭାଦ୍ରବ ମାସ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥିରେ ଶ୍ରୀନରରେ ଆଜି ନୀତି ଓ ପରମ୍ପରା ଅନୁସାରେ ପାଳତି ହୋଇଛି ଏହି ଉତ୍ସବ । ଏହି ଅବସରରେ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କର ଆଜିଠାରୁ ଆରମ୍ଭ ହୋଇଛି ୧୪୩୦ ସାଲ ୬୫ ଅଙ୍କର ପ୍ରବେଶ । ତାସହ ସୁବର୍ଣ୍ଣ ମୁଦ୍ରାର ପ୍ରଚଳନ ମଧ୍ୟ ହୋଇଛି ।

Advertisment

ଏଥିପାଇଁ ସନ୍ଧ୍ୟାରେ ଶ୍ରୀନଅର ପ୍ରାଙ୍ଗଣରେ ଥିବା କନକ ଦୁର୍ଗାଙ୍କ ମନ୍ଦିରରେ ବିଶେଷ ପୂଜାର୍ଚ୍ଚନା କରାଯାଇଥିଲା । ଗଜପତି ମହାରାଜା ନୂଆ ପଇତା ଧାରଣ ସହ ରାଜକୀୟ ବେଶରେ ବିଭୁଷିତ ହୋଇଥିଲେ । ଉତ୍ସବରେ ଶୋଳ ଶାସନର ବ୍ରାହ୍ମଣମାନେ ଉପସ୍ଥିତ ଥିଲେ । ଏହି ଅବସରରେ ପ୍ରଜାମାନେ ଗଜପତିଙ୍କୁ ଭେଟି ପ୍ରଦାନ କରିଥିଲେ ।

ସେପଟେ ପୁରୀ ଶ୍ରୀମନ୍ଦିର ରେ ଅନୁଷ୍ଠିତ ହୋଇଛି ମହାପ୍ରଭୁଙ୍କ ବାମନ ଜନ୍ମ ନୀତି । ମଧ୍ୟାହ୍ନ ଧୂପ ବଢିବା ପରେ ବାମନ ଜନ୍ମ ନୀତି, ପବିତ୍ରା ଲାଗି ଓ ଇନ୍ଦ୍ରଧ୍ୱଜା ପୂଜା ବିଧି କରାଯାଇଛି । ଏଥିପାଇଁ ଆଜି ଅପରାହ୍ନ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିଲା ।

Advertisment

Lord Jagannath Lord Jagannath Temple Gajapati Maharaja
Advertisment
Advertisment