Advertisment

ଗଭୀର ସମୁଦ୍ରରେ ବୁଡ଼ିଲେ, ଭୋଟରଙ୍କୁ କଲେ ସଚେତନ...ଦେଖନ୍ତୁ ଭିଡିଓ

ଏକ ଭିଡିଓ ଡକ୍ୟୁମେଣ୍ଟାରିରେ ଜଣେ ବୁଡାଳି ଭୋଟ୍ ଦେବା କାହିଁକି ଗୁରୁତ୍ୱପୂର୍ଣ୍ଣ ବୋଲି ଲୋକଙ୍କୁ ବୁଝାଇଛନ୍ତି। ଭୋଟ୍ ଦେବା ନାଗରିକଙ୍କ କର୍ତ୍ତବ୍ୟ ଏବଂ ଅଧିକାର ବୋଲି ସେ ଭିଡିଓ ବାର୍ତ୍ତାରେ କହିଛନ୍ତି।

author-image
Sonali Ojha
A deep dive into voter awareness

A deep dive into voter awareness

ସାରା ଦେଶରେ ଚାଲିଛି ନିର୍ବାଚନୀ ତାତି। ଆଉ ଦିନ କେଇଟା ପରେ ଅନୁଷ୍ଠିତ ହେବ ଗଣତନ୍ତ୍ରର ମହାପର୍ବ। ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପରେ ଏବେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ଏହିକ୍ରମରେ ଅଭିନବ ଉପାୟରେ ଲୋକଙ୍କୁ ନିର୍ବାଚନ ପାଇଁ ସଚେତନ କରାଯାଉଛି। ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ୬ଜଣ ଯୁବକ ଗଭୀର ସମୁଦ୍ରର ୬୦ଫୁଟ ତଳେ ଭୋଟରଙ୍କୁ ସଚେତନ କରିଛନ୍ତି।

Advertisment

ଦକ୍ଷିଣ ଭାରତର ଚେନ୍ନାଇ ନିକଟସ୍ଥ ନୀଲାନକାରାଇର ୬ଜଣ ବୁଡାଳି ବା ସ୍କୁବା ଡାଇଭର ପାଣିରେ ଦେଖାଇଛନ୍ତି ଏହି ଅଭିନବ କୌଶଳ। ଏକ ନକଲି ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍) ଏବଂ ପ୍ଲାକାର୍ଡ ଧରି ଭାରତର ନିର୍ବାଚନ ଆୟୋଗଙ୍କ ବାର୍ତ୍ତା ପ୍ରଦର୍ଶନ କରି ସେମାନେ ଭୋଟରଙ୍କୁ ସଚେତନ କରିଛନ୍ତି। "ମୁଁ ମୋର ଭୋଟର ଶକ୍ତି ଜାଣେ" ଏବଂ "ମୋ ଦେଶ, ମୋର ଭୋଟ୍" ସଙ୍କେତ ଧରି, ବୁଡାଳିମାନେ ଗଭୀର ସମୁଦ୍ରରେ ଏହି କୌଶଳ ପ୍ରଦର୍ଶନ କରିଛନ୍ତି।

Advertisment

ଏକ ଭିଡିଓ ଡକ୍ୟୁମେଣ୍ଟାରିରେ ଜଣେ ବୁଡାଳି ଭୋଟ୍ ଦେବା କାହିଁକି ଗୁରୁତ୍ୱପୂର୍ଣ୍ଣ ବୋଲି ଲୋକଙ୍କୁ ବୁଝାଇଛନ୍ତି। ଭୋଟ୍ ଦେବା ନାଗରିକଙ୍କ କର୍ତ୍ତବ୍ୟ ଏବଂ ଅଧିକାର ବୋଲି ସେ ଭିଡିଓ ବାର୍ତ୍ତାରେ କହିଛନ୍ତି।ଏହି ଡାଇ‌ଭର ନେତୃତ୍ୱ ନେଇଥିଲେ ଏସ.ବି ଅରବିନ୍ଦ ତରୁଣଶ୍ରୀ। ଯିଏ କି ଏହି ଡାଇଭର ମାର୍ଗଦର୍ଶକ ଓ ଟେମ୍ପୁଲ ଆଡଭେଞ୍ଚରର ନିର୍ଦ୍ଦେଶକ।

ତେବେ ଲୋକସଭା ନିର୍ବାଚନ ଏପ୍ରିଲ ୧୯ ରୁ ଆରମ୍ଭ ହୋଇ ଜୁନ୍ ୧ରେ ଶେଷ ହେବ।ଏହା ସାତୋଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ଭାରତର ନିର୍ବାଚନ ଆୟୋଗ (ECI) ଅନୁଯାୟୀ, ସମଗ୍ର ଭାରତରେ ମୋଟ ୯୭ କୋଟି ପଞ୍ଜିକୃତ ଭୋଟର ଅଛନ୍ତି ଯେଉଁମାନେ ନିର୍ବାଚନ ପ୍ରକ୍ରିୟାରେ ଭାଗ ନେବାକୁ ଯୋଗ୍ୟ ।

ଭାରତର ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ପ୍ରକାଶ କରିଛନ୍ତି ଯେ ଏହି ଭୋଟରଙ୍କ ମଧ୍ୟରେ ପ୍ରଥମ ଥର ପାଇଁ ୧.୮ କୋଟି ଭୋଟର ମତ ସାବ୍ୟସ୍ତ କରିବା ପାଇଁ ଯୋଗ୍ୟ ବିବେଚିଚ ହୋଇଛନ୍ତି। ସେହିପରି ୨୦ରୁ ୨୯ ବର୍ଷ ବୟସର ୧୯.୪୭ କୋଟି ଭୋଟର ଅଛନ୍ତି।ଏଥିସହ, ସେ ଉଲ୍ଲେଖ କରିଛନ୍ତି ଯେ ୮୫ ବର୍ଷରୁ ଅଧିକ ବୟସର ଭୋଟରମାନେ ନିଜ ଘରେ ରହି ଭୋଟ୍ ଦେବାର ବିକଳ୍ପ ପାଇବେ।ଏଥିପାଇଁ ସମସ୍ତ ବ୍ୟବସ୍ଥା କରାଯିବ।

EVM Voter Awareness
Advertisment
Advertisment