• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଆଜି ରାଜ୍ୟରେ ଜାରି ରହିଛି ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ । ତେବେ ଭୋଟିଂ ଆରମ୍ଭ ପୂର୍ବରୁ ବିଭିନ୍ନ ପ୍ରକାର ଅବ୍ୟବସ୍ଥା ଦେଖିବାକୁ ମିଳିଛି । ବିଭିନ୍ନ ବୁଥରେ ଇଭିଏମ୍ ଅଚଳ ଅଭିଯୋଗ ଆସିଛି । କେଉଁଠି ଇଭିଏମରେ ଯାନ୍ତ୍ରିକ ତ୍ରୁଟି ତ କେଉଁଠି ଦୀର୍ଘ ସମୟ ଅଚଳ । ସେହିପରି ଇଭିଏମ୍ ସିରିଏଲ୍ ନମ୍ବରରେ ବି ଅଦଳବଦଳ ଅଭିଯୋଗ ସାମ୍ନାକୁ ଆସିଛି । ଚାନ୍ଦବାଲିରେ EVM ସିରିଏଲ୍ ନମ୍ବରରେ ଅଦଳବଦଳ ଅଭିଯୋଗ ଆସିଛି । ତେବେ ସବୁଠୁ ବଡ଼ ପ୍ରଶ୍ନ ହେଉଛି କେମିତି ଅଦଳବଦଳ ହେଉଛି EVM ସିରିଏଲ୍ ନମ୍ବର ?

ସେପଟେ ଭୋଟିଂ ବେଳେ ବାରମ୍ବାର EVM ତ୍ରୁଟି ହେବାରୁ ହନ୍ତସନ୍ତ ହେଉଛନ୍ତି ଭୋଟର । EVM ତ୍ରୁଟି ପାଇଁ କେଉଁଠି ଘଣ୍ଟାଏ ତ କେଉଁଠି ଦୁଇ ଘଣ୍ଟା ଭୋଟିଂ ବିଳମ୍ବ ହୋଇଛି । ଘଣ୍ଟା ଘଣ୍ଟା ଧାଡ଼ିରେ ଠିଆ ହୋଇ ହନ୍ତସନ୍ତ ହୋଇଛନ୍ତି ଭୋଟର ।

କେନ୍ଦ୍ରାପଡ଼ା, ଭଦ୍ରକ,ଜଳେଶ୍ୱର, ବାଲେଶ୍ୱର ଓ କୋଣାର୍କର ବିଭିନ୍ନ ସ୍ଥାନରେ ଇଭିଏମ୍‌ ଅଚଳ ହୋଇଥିବା ସୂଚନା ମିଳିଛି । ଏଥିଯୋଗୁ ମତଦାନ ବିଳମ୍ବ ହୋଇଛି। ଏହାସହ ବହୁ ଭୋଟର ନିଜ ମତାଧିକାର ସାବ୍ୟସ୍ତ କରି ନ ପାରି ନିରାଶ ହୋଇ ଫେରି ଯାଇଥିବା ଜଣାପଡ଼ିଛି ।

କେନ୍ଦ୍ରାପଡ଼ା ଜିଲ୍ଲା ଆଳିର ବୁଥ୍‌ ନଂ ୧୯୬ ଓ ବେଲପାଳର ୧୦୬ ନଂ ବୁଥ୍, ଗରଦପୁର ବ୍ଲକର ବସନ୍ତପୁରର ୨୫୪ନଂ ବୁଥ୍ ଓ ନିଆଳିର ୨୩୮ନଂ ବୁଥରେ ଇଭିଏମରେ ତ୍ରୁଟି ଦେଖାଯାଇଥିଲା । ଏଥିସହ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାର ୧୭୮, ୧୮୯, ୧୯୦, ୧୯୧ ଓ ୧୯୩ ନଂ ବୁଥ ସମେତ ୩୦ଟି ବୁଥରେ ଇଭିଏମ୍ ଅଚଳ ଯୋଗୁ ମତଦାନ ବାଧା ପ୍ରାପ୍ତ ହୋଇଥିଲା । ଇଭିଏମ୍‌ ଖରାପ ହୋଇ ଯାଇଥିବାରୁ ଘଣ୍ଟାଏରୁ ଊର୍ଦ୍ଧ୍ୱ ସମୟ ଧରି ଭୋଟର ଲାଇନ୍‌ରେ ଛିଡ଼ା ହୋଇଥିଲେ। ଏହାପରେ ବହୁ ଭୋଟର ଅସନ୍ତୁଷ୍ଟ ହୋଇ ଫେରି ଯାଇଥିବା ସୂଚନା ମିଳିଛି ।

 

ସେହିପରି କେନ୍ଦ୍ରାପଡ଼ା ପାଟକୁରାର ୨୮୬ନଂ ବୁଥ, ଡେରାବିଶର ୧୪ନଂ ଓ ୧ନଂ ବୁଥ୍‌, ବାଲିପଡ଼ାର ୧୨୧, ୧୨୨ନଂ ବୁଥ୍‌, କେନ୍ଦ୍ରାପଡ଼ାର ୧୩୪ନଂ ବୁଥ ଓ ବେଲପାଳର ୧୦୬ନଂ ବୁଥରେ ଇଭିଏମରେ ତ୍ରୁଟି ପରିଲକ୍ଷିତ ହୋଇଥିଲା । ଏଥିସହ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀର ୧୪୨ ନଂ ବୁଥ, ଭଦ୍ରକ ବଳଭଦ୍ର ୟୁପି ସ୍କୁଲର ୨୧୩ ନଂ ବୁଥ, ଭଦ୍ରକ ୨୧୩ ନଂ ବୁଥ ଓ ବାସୁଦେବପୁର ୫୭ନଂ ବୁଥ୍‌ରେ ଇଭିଏମରେ ତ୍ରୁଟି ପରିଲିକ୍ଷିତ ହୋଇଥିଲା । ଏମିତି କି ଭୋଟ୍‌ ଦେଲା ପରେ ଭିଭିପାଟ୍‌ରେ ସ୍ଲିପ୍‌ ଆସୁନଥିବା ମଧ୍ୟ ଅଭିଯୋଗ ହୋଇଛି ।

ସେହିପରି ବାଲେଶ୍ୱର ସଦରର ବୁଥ ନଂ ୧୫୩, ବସ୍ତାର ବୁଥ ନଂ ୨୬, ବାଲେଶ୍ୱରର ବୁଥ ନଂ ୧୩୬, ୧୬୯ନଂ ଓ ୧୧୧ନଂ ବୁଥରେ ଇଭିଏମ୍ ଅଚଳ ହୋଇଥିଲା । ଜଳେଶ୍ୱରର ୨୫ ନଂ ଓ ୯୮ନଂ ବୁଥ୍‌ରେ ଇଭିଏମରେ ତ୍ରୁଟି ପରିଲକ୍ଷିତ ହୋଇଥିଲା । ଫଳରେ ମତଦାନ ବିଳମ୍ବ ହୋଇଛି । କୋଣାର୍କରେ ମଧ୍ୟ ମତଦାନ ଅଧାରୁ ଇଭିଏମ୍‌ ଅଚଳ ହୋଇଥିଲା, ଯାହାଫଳରେ ଭୋଟିଂ ବନ୍ଦ ରହିଥିଲା । ଗୋପ ବ୍ଲକ ୪୧ ନଂ ବୁଥ୍‌ରେ ଇଭିଏମ୍ କାମ କରୁ ନଥିବା ସୂଚନା ମିଳିଥିଲା । କରଞ୍ଜିଆ ଓ ଯଶିପୁରରେ ମଧ୍ୟ EVM ତ୍ରୁଟି ପରିଲିକ୍ଷିତ ହୋଇଥିଲା ।

ତେବେ ଏଠାରେ ପ୍ରଶ୍ନ ଉଠୁଛି ରାଜ୍ୟରେ ପ୍ରଥମ ତିନୋଟି ପର୍ଯ୍ୟାୟ ନିର୍ବାଚନରେ ମଧ୍ୟ ଏହିଭଳି ଇଭିଏମ୍‌ରେ ତ୍ରୁଟି ଦେଖିବାକୁ ମିଳିଥିଲା । ତେବେ ତିନୋଟି ପର୍ଯ୍ୟାୟ ପରେ ଆଜି ଶେଷ ପର୍ଯ୍ୟାୟରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଛି । ଅନେକ ସ୍ଥାନରେ ଆଜି ବି ବାରମ୍ବାର ଇଭିଏମ୍‌ରେ ତ୍ରୁଟି ଦେଖବାକୁ ମିଳିଛି । ତେବେ ଇଭିଏମ୍ ତ୍ରୁଟି ସଜାଡିବାରେ ଏତେ ବିଳମ୍ବ କାହିଁକି ତାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ପ୍ରଶ୍ନ ଉଠିଛି ।

ଅପରପକ୍ଷେ EVMରେ ତ୍ରୁଟି ପରିଲକ୍ଷିତ ହେବାରୁ ଭୋଟିଂ ବିଳମ୍ବିତ ନେଇ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି ଭୋଟର। ଏମିତି କି ଘଣ୍ଟା ଘଣ୍ଟା ଧରି ଲାଇନ୍‌ରେ ଛିଡ଼ା ହୋଇ ଶେଷରେ ବିରକ୍ତ ହୋଇ ଭୋଟ୍‌ ନ ଦେଇ ଚାଲି ଯାଉଥିବାର ଦେଖିବାକୁ ମଧ୍ୟ ମିଳିଛି । ଯାହାକି ରାଜ୍ୟର ମତଦାର ହାର ଉପରେ ସିଧାସଳଖ ପ୍ରଭାବ ପକାଉଛି ।

OTV is now on Whatsapp

Join and get latest news update delivered to you via whatsapp

Join Now