Advertisment

EVMକୁ ସୁପ୍ରିମକୋର୍ଟଙ୍କ କ୍ଲିନ୍‌ଚିଟ୍‌, VVPAT ଯାଞ୍ଚ ନେଇ ସମସ୍ତ ଆବେଦନ ଖାରଜ

ଏହା କହିବା ସହିତ ସୁପ୍ରିମକୋର୍ଟ ଦୁଇଟି ବଡ଼ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ଇଭିଏମରେ ପାର୍ଟିର ଚିହ୍ନ ଲୋଡ୍ ହେବା ପରେ ତାକୁ ସିଲ୍ କରି ସୁରକ୍ଷିତ ଭାବେ ରଖାଯିବ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Supreme Court Rejects Plea For 100% EVM-VVPAT Verification

EVM

ଭିଭିପିଏଟିକୁ ନେଇ ସୁପ୍ରିମକୋର୍ଟଙ୍କ ସୁପ୍ରିମ୍ ରାୟ । ସବୁ ଭିଭିପିଏଟି ସ୍ଲିପ୍ ଗଣତି କରାଯିବନି । ଶହେ ପ୍ରତିଶତ ଭିଭିପିଏଟି ସ୍ଲିପ୍ ଗଣତି ଆବେଦନକୁ ଖାରଜ କରି ସୁପ୍ରିମକୋର୍ଟ କହିଛନ୍ତି, ଅନ୍ଧ ଭାବେ ଗୋଟିଏ ବ୍ୟବସ୍ଥାକୁ ସନ୍ଦେହ କରାଯାଇପାରିବନି । ଗଠନମୂଳକ ସମାଲୋଚନା ଠିକ୍, କିନ୍ତୁ ସବୁ କଥାରେ ସନ୍ଦେହ କରିବା, ସଂପର୍ଣ୍ଣ ନିରାଶବାଦୀ ହେବା ଅନୁଚିତ। ସଦଭାବ ବଜାୟ ରଖିବା ଓ ଶାସନତନ୍ତ୍ରର ସବୁ ସ୍ତମ୍ଭ ମଧ୍ୟରେ ବିଶ୍ୱାସ ରଖିବା ହିଁ ଗଣତନ୍ତ୍ର ।

Advertisment

ଏହା କହିବା ସହିତ ସୁପ୍ରିମକୋର୍ଟ ଦୁଇଟି ବଡ଼ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ଇଭିଏମରେ ପାର୍ଟିର ଚିହ୍ନ ଲୋଡ୍ ହେବା ପରେ ତାକୁ ସିଲ୍ କରି ସୁରକ୍ଷିତ ଭାବେ ରଖାଯିବ। ଏହି ସମୟରେ ସବୁ ପ୍ରାର୍ଥୀଙ୍କ ଦସ୍ତଖତ ରହିବ। ଗଣତି ହୋଇ ଫଳାଫଳ ଘୋଷଣାର ୪୫ ଦିନ ପର୍ଯ୍ୟନ୍ତ ଇଭିଏମକୁ ଷ୍ଟୋରରୁମରେ ରଖାଯିବ। ଏହା ସହିତ ୫ ପ୍ରତିଶତ ଇଭିଏମ୍‌ର କଣ୍ଟ୍ରୋଲ ୟୁନିଟ, ବାଲଟ ୟୁନିଟ ଓ ଭିଭିପିଏଟିକୁ ସଂପୃକ୍ତ କମ୍ପାନିର ଇଂଜିନିୟର ଯାଞ୍ଚ କରିବେ।

ଅଧିକ ପଢ଼ନ୍ତୁ: ଚାଲିଥିଲା ଘମାଘୋଟ ଲଢ଼େଇ, ମୋଦିଙ୍କ ପାଇଁ ସାଢେ ୪ ଘଣ୍ଟା ଟଳିଲା ଯୁଦ୍ଧ

Advertisment

ରେଜଲ୍ଟ ଘୋଷଣାର ୭ ଦିନ ଭିତରେ ୨ ନମ୍ବର ଓ ୩ ନମ୍ବର ପ୍ରାର୍ଥୀଙ୍କ ଅନୁରୋଧ କ୍ରମେ ଏହି ଯାଞ୍ଚ କରାଯିବ। ଏହି ଖର୍ଚ୍ଚ ସେମାନେ ବହନ କରିବେ ବୋଲି କୋର୍ଟ କହିଛନ୍ତି। ଇଭିଏମ୍ ବଦଳରେ ବାଲଟ ପେପରରେ ନିର୍ବାଚନ କରାଇବାର ଆବେଦନକୁ ମଧ୍ୟ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ । ଆଜି ସର୍ବୋଚ୍ଚ ଅଦାଲତ ଏ ଉପରେ ଶୁଣାଣି କରି ଆବେଦନକୁ ଖାରଜ କରିବା ସହ EVM ଜରିଆରେ ହିଁ ଭୋଟିଂ ହେବ ବୋଲି କହିଛନ୍ତି ।

Supreme Court EVM
Advertisment
Advertisment