ପୁଅର ସଫଳତା ଦେଖି ମା ହୋଇଯାଇଛନ୍ତି ଭାବବିହ୍ୱଳ । ବୟସ ଯେତେବେଳେ ମାତ୍ର ୧୭ବର୍ଷ ହୋଇଥିଲା, ସେତେବେଳେ ବିବାହ ନ କରି ଜନସେବା ପାଇଁ ବ୍ରତ କରିଥିଲା ବୋଲି କହିଛନ୍ତି ମାଆ ।
ସାଇକେଲରେ ଆସିଲେ ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର । ପ୍ରଥମ ଥର ପାଇଁ ବିଧାୟକ ହୋଇଥିବା ସିଦ୍ଧାନ୍ତ ବିଧାନସଭାକୁ ସାଇକେଲ ଧରି ପହଁଚିଛନ୍ତି । ନିଜ ଚିରାଚରିତ ଢଙ୍ଗରେ ସାଇକେଲ ଚଲାଇ ବିଧାନସଭାକୁ ପହଞ୍ଚିଛନ୍ତି ।
କଥା ଦେଇଥିଲେ ମୋଦି ଠିକଣା ଲେଖିଦିଅ ନିଶ୍ଚିତ ଚିଠି ଲେଖିବି। ନିଜ କଥା ରଖିଛନ୍ତି ପ୍ରଧାନମନ୍ତ୍ରୀ। ଏହି ଶୁଭେଚ୍ଛୁଙ୍କୁ ଚିଠି ଲେଖି ଦେଇଛନ୍ତି ସରପ୍ରାଇଜ୍।
ଆସନ୍ତା ୨୬ ତାରିଖରେ ୧୮ ତମ ଲୋକସଭାର ବାଚସ୍ପତି ନିର୍ବାଚନ ହେବାକୁ ଥିବା ବେଳେ, ଏହା ପୂର୍ବରୁ ନିଜର ସମ୍ଭାବ୍ୟ ପ୍ରାର୍ଥୀମାନଙ୍କ ସଂପର୍କରେ ଆଲୋଚନା କରିବାକୁ ଏହି ବୈଠକ ବସିଥିବା କୁହାଯାଉଛି।
ପ୍ରଥମେ ପ୍ରଧାନମନ୍ତ୍ରୀ ଏକ ଫଟୋ ସେୟାର କରିଥିଲେ । ଏଥିରେ ମୋଦି ଲେଖିଥିଲେ କୋପ ୨୮ରେ ମିଲୋନୀଙ୍କ ସହ ସାକ୍ଷାତ ହୋଇଥିଲା । ଏହି ସମୟରେ ସ୍ଥାୟୀ ଏବଂ ସମୃଦ୍ଧ ଭବିଷ୍ୟତ ପାଇଁ ଭାରତ-ଇଟାଲି ମଧ୍ୟରେ ସହଯୋଗାତ୍ମକ ଉଦ୍ୟମ ଉପରେ ଆଲୋଚନା ହୋଇଥିଲା ।
ରୋଷେୟା କିମ୍ବା ସ୍ୱୟଂ ସହାୟକ ଗୋଷ୍ଠୀ ରାନ୍ଧିବାକୁ ଦେବା ପୂର୍ବରୁ ଭଲ ଭାବେ ଚାଖିବେ। ସାମଗ୍ରୀଗୁଡ଼ିକ ଖାଇବା ଯୋଗ୍ୟ ନଥିଲେ ନଷ୍ଟ କରିବା ଦିଗରେ ପଦକ୍ଷେପ ନେବେ ସ୍କୁଲ ପ୍ରଧାନଶିକ୍ଷକ।
ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟଙ୍କ ସହ ଦ୍ବିପାକ୍ଷିକ ଆଲୋଚନା । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କୁ ଭେଟିଲେ ।
ସେହି ଚିତ୍ରକଳାଟିକୁ ନିର୍ବାଚନୀ ସଭାର ଭିଡ଼ ଭିତରୁ ସୁବାସଙ୍କଠୁ ସଂଗ୍ରହ କରିଥିଲେ ମୋଦି । କହିଥିଲେ, ଠିକଣା ଲେଖିଦିଅ, ନିଶ୍ଚୟ ଚିଠି ଲେଖିବି । ଆଉ ଏବେ ସୁବାସଙ୍କ ନିକଟକୁ ଆସିଛି ପ୍ରଧାନମନ୍ତ୍ରୀଙ୍କ ଚିଠି । ମୋଦିଙ୍କଠୁ ଚିଠି ପାଇ ଏବେ ଖୁସିରେ ଆତ୍ମହରା ସୁବାସ ।
ସବୁଠୁ ଚିନ୍ତାଜନକ ବିଷୟ ହେଲା ସରକାରୀ କାମରେ ପରିଚାଳନା ଦାୟିତ୍ୱ ନେଇଛନ୍ତି ଠିକା ସଂସ୍ଥା। କେଉଁ ବିଭାଗ ପାଇଁ କିଏ ଉତ୍ତରଦାୟୀ ତାର ବି ଉତ୍ତର ବାବୁ ମାନଙ୍କ ପାଖରେ ନାହିଁ। ରାଜ୍ୟରେ ଏମିତି ପ୍ରଶାସନିକ ଅବ୍ୟବସ୍ଥା ଦେଖି ତାଜୁବ ହୋଇଛନ୍ତି ନୂଆ ସିଏମ୍।
ବିଜେଡିର ଦଳୀୟ କାମରେ ମୁଣ୍ଡ ପୁରାଉଥିଲେ, ହେଲେ ଗତ ନିର୍ବାଚନରେ ଧରାପଡ଼ି ନିଲମ୍ବନ ହେଲେ। ପରେ ଅବଶ୍ୟ ତାଙ୍କ ଉପରୁ ନିଲମ୍ବନ ହଟିଥିଲେ ବି କାର୍ଯ୍ୟାନୁଷ୍ଠାନ ଖଣ୍ଡା ଝୁଲି ରହିଛି।
ବିଜେଡି ସରକାରର ଏଜେଣ୍ଟ ସାଜି କାମ କରୁଥିବାର ମିଳିଥିଲା ପ୍ରମାଣ । ନିର୍ବାଚନବେଳେ କେତେକଙ୍କ ବିରୋଧରେ ECI ବି ନେଇଥିଲେ ଆକ୍ସନ ।
ଖୋଦ୍ ସିଏମଓରେ ଏକାଧିକ ଆଉଟସୋର୍ସ ନିଯୁକ୍ତିକୁ ଦେଖି ତାଜୁବ୍ ସିଏମ୍ ମୋହନ ।
ଏହି କ୍ରମରେ ଆଜି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ନଗର ଉନ୍ନୟନ ତଥା ସଂସଦୀୟ ବ୍ୟାପାର ସଚିବ ଜି.ମାଥିଭାତନନ୍ ପ୍ରମୁଖ ରାଜ୍ୟ ଅତିଥି ଭବନରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି।
ରତ୍ନବେଦୀରେ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ସରୁ ସରୁ ଭକ୍ତଙ୍କ ପାଇଁ ଖୋଲି ଦିଆଗଲା ଜଗନ୍ନାଥ ମନ୍ଦିରର ସିଂହଦ୍ୱାର ସହ ଅନ୍ୟ ତିନି ଦ୍ୱାର ବ୍ୟାଘ୍ର, ହସ୍ତୀ ଓ ଅଶ୍ୱ ଦ୍ୱାର । ଯାହାକି ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଦ୍ୱାର ଭାବେ ବିବେଚିତ।
ସମ୍ୱଲପୁର ବିଧାୟକ ତଥା ବିଜେପିର ବରିଷ୍ଠ ନେତା ଜୟନାରାୟଣ ମିଶ୍ରଙ୍କୁ ମନ୍ତ୍ରୀ ପଦ ମିଳିନି। ଯେଉଁଥିଲାଗି ସେ ଅସନ୍ତୁଷ୍ଟ ଥିବା ଚର୍ଚ୍ଚା ହେଉଛି।
ନଗର ଉନ୍ନୟନ ବିଭାଗରେ ୧୦ ବର୍ଷ ଆଉ ସଂସଦୀୟ ବ୍ୟାପାର ବିଭାଗରେ ୧୩ ବର୍ଷ ହେଲା ପ୍ରମୁଖ ସଚିବ ରହିଲେଣି ଏହି ଅଧିକାରୀ।
ଗୋଟିଏ ଗୋଟିଏ ବିଭାଗରେ ୮-୧୦ ବର୍ଷ ଧରି ଅଛନ୍ତି ସରକାରୀ ଅଧିକାରୀ । ବିଜେପି ସରକାର ଆସିବା ପରେ ଟେନସନରେ ବିଜେଡି ମାର୍କା ବାବୁ ।
ବିଜେପି ସରକାରର ଘୋଷଣା ହୋଇନଥିବା ୬ ମନ୍ତ୍ରୀ ପଦକୁ ନେଇ ଚର୍ଚ୍ଚା ଜୋର୍ । ଶପଥ ଗ୍ରହଣର 24 ଘଣ୍ଟା ପରେ ବି ଅପେକ୍ଷାରେ ବହୁ ଆଶାୟୀ ।
ରାଜ୍ୟ ସରକାର ୧୦୦ ଦିନ ଭିତରେ ‘ସମୃଦ୍ଧ କୃଷକ ନୀତି’ ଆଣୁଛନ୍ତି। ଏ ନୀତି ଆସିଲେ କୃଷକମାନଙ୍କର ଅନେକ ସମସ୍ୟାର ସମାଧାନ ହୋଇପାରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
ପ୍ରଥମ ଦିନରୁ ହିଁ ଲୋକଙ୍କ ପାଖକୁ ଗଲେ ମୋହନ ମାଝୀ। ଶପଥ ଗ୍ରହଣ ପୂର୍ବରୁ ଜନତାଙ୍କ ଗୁହାରି ଶୁଣିଲେ ମୁଖ୍ୟମନ୍ତ୍ରୀ।
କିଏ ଜାଣିଥିଲା ଏହି ଅଖ୍ୟାତପଲ୍ଲୀର ପୁଅ ରାତାରାତି ବିଖ୍ୟାତ ହେବେ ବୋଲି। ଯାହାଙ୍କ ବାପା ଥିଲେ ସ୍କୁଲ୍ ପିଅନ ଏବଂ ମା’ଥିଲେ ସାଧାରଣ ଗୃହିଣୀ । ପ୍ରତିଟି ପ୍ରତିବନ୍ଧକ ଓ ଗରିବୀର ତାଡ଼ନାକୁ ଅତିକ୍ରମ କରି ମୁଖ୍ୟମନ୍ତ୍ରୀ ହେବା ସହ ସାଢ଼େ ୪ କୋଟି ଓଡ଼ିଆଙ୍କ ପାଇଁ ସେ ଏବେ ସାଜିଛନ୍ତି ଭାଗ୍ୟ ବିଧାତା ।
ଓଡ଼ିଶା ରାଜନୀତିରେ ନୂଆ ଯୁଗ । ଆରମ୍ଭ ହେଲା ମୋହନ ସରକାର। ରାଜ୍ୟରେ ପ୍ରଥମ ବିଜେପି ସରକାରର ମଙ୍ଗ ଧରି ଇତିହାସ ରଚିଲେ ମୋହନ ମାଝୀ ।
ଓଡ଼ିଶା ରାଜନୀତିରେ ନୂଆ ଯୁଗ। ଆରମ୍ଭ ହେଲା ମୋହନ ସରକାର। ରାଜ୍ୟରେ ପ୍ରଥମ ବିଜେପି ସରକାରର ମଙ୍ଗ ଧରି ଇତିହାସ ରଚିଲେ ମୋହନ ମାଝୀ।
ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମୋହନ ମାଝୀ । ରାଜ୍ୟପାଳ ରଘୁବର ଦାସ ତାଙ୍କୁ ଶପଥ ପାଠ କରାଇଛନ୍ତି । ମୋହନ ମାଝୀଙ୍କ ସହ ଉପମୁଖ୍ୟମନ୍ତ୍ରୀ ଭାବେ କେଭି ସିଂହଦେଓ ଓ ପ୍ରଭାତୀ ପରିଡ଼ା ମଧ୍ୟ ଶପଥ ନେଇଛନ୍ତି ।
ତେବେ ଏହାରି ମଧ୍ୟରେ ମନ୍ତ୍ରିମଣ୍ଡଳଙ୍କୁ ନେଇ ଆସିଛି ଏକ ବଡ଼ ଖବର। ମନ୍ତ୍ରିମଣ୍ଡଳରେ ସାମିଲ ହେବା ପାଇଁ ବିଧାୟକଙ୍କ ପାଖକୁ ଆସିଲା ଫୋନ୍ କଲ୍ ।