ଦିଲ୍ଲୀରେ ଇଣ୍ଡିଆ ଟୁଡେର କନକ୍ଲେଭରେ ଯୋଗଦେଇ ଶାହା କହିଛନ୍ତି, ଓଡ଼ିଶାରେ ବିଜେପି କେମିତି ଆଗକୁ ବଢ଼ିବ ସେନେଇ କାର୍ଯ୍ୟ କରୁଛୁ। ତା’ସହ ଶାହା କହିଛନ୍ତି, ଓଡ଼ିଶାରେ ବିଜେପିର ଭୋଟ ହାର ଭଲ ବଢ଼ିବ।
ମେଣ୍ଟ ସସପେନ୍ସ ପଛର ସତ କ’ଣ। କିଏ ଓ କାହିଁକି ଏହି ଚର୍ଚ୍ଚାକୁ ଆଗକୁ ବଢଉଛି। ଖାଲି ନେତା ନୁହେଁ ମେଣ୍ଟ ଗୋଲକ ଧନ୍ଦାକୁ ନେଇ ଜନତା ଜନାର୍ଦ୍ଦନ ବି ଦ୍ୱନ୍ଦ୍ୱରେ।
ବିଜେଡ଼ି ଛାଡ଼ି ବିଜେପିରେ ମିଶିଲେ ଅଭିନେତା ଅରିନ୍ଦମ ରାୟ । ଭୁବନେଶ୍ୱର ବିଜେପି ମୁଖ୍ୟାଳୟରେ ପହଞ୍ଚି ବିଜେପିରେ ମିଶିଛନ୍ତି ଅରିନ୍ଦମ ରାୟ ।
ବିଜେଡିରୁ ଇସ୍ତଫା ଦେଲେ ଅଭିନେତା ଅରିନ୍ଦମ ରାୟ । ସାଧାରଣ ସଂପାଦକ ସହ ଦଳର ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା ।
ହଇରେ ନାରଣ.. ଭଉଣୀ କଣ ଡରିଗଲେ କି ! ଆଲୋ ଆଲୋ ବିଜେପି ଜିନ୍ଦାବାଦ କଣ କହିଲେଣି.. ନାଇଁ ନାଇଁ କରେକ୍ସନ୍ ହେଲା ନା..
ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ବ୍ୟାଙ୍କ ଋଣ ଛାଡ଼ କରିବାକୁ ମଧ୍ୟ ଘୋଷଣା କରିଛି ଦଳ ।
ନିର୍ବାଚନ ପାଇଁ ବିଜେଡି ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି କହିଛନ୍ତି ବିଜେଡି ବିଧାୟକ ସୁଧୀର ସାମଲ ।
ପଞ୍ଚାୟତ ଓ ପଞ୍ଚାୟତ ସମିତିକୁ ଆସୁଥିବା ଅନୁଦାନ କାର୍ଯ୍ୟରେ ସମିତିସଭ୍ୟ ବା ସଭ୍ୟାଙ୍କର ସ୍ବାକ୍ଷର ରଖିବାକୁ ସେମାନେ ଦାବି କରିଛନ୍ତି।
ମାମଲାର ପ୍ରାରମ୍ଭିକ ଶୁଣାଣିରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦୀପଙ୍କ ପ୍ରସଙ୍ଗରେ ଆପତ୍ତି ଉଠାଇଥିଲେ ଆଡ଼ଭୋକେଟ ଜେନେରାଲ।
ଦୁର୍ଘଟଣାରେ ପ୍ରସନ୍ନ ଆଚାର୍ଯ୍ୟ ଓ ତାଙ୍କ ପିଏସଓ ଗୁରୁତର ଆହତ ହୋଇଛନ୍ତି। ଡ୍ରାଇଭର ସାମାନ୍ୟ ଆହତ ହୋଇଛନ୍ତି।
ଦିଲ୍ଲୀରୁ ଫେରି ଭିନ୍ନ ଭିନ୍ନ ମନ୍ତବ୍ୟରେ ଦ୍ବନ୍ଦ୍ବକୁ ଆହୁରି ବଢ଼ାଇଲେ ମନମୋହନ ।
ଏହି ବୈଠକରେ ବିଭିନ୍ନ ଜିଲ୍ଲାର ପର୍ଯ୍ୟବେକ୍ଷକମାନଙ୍କୁ ମଧ୍ୟ ଡକାଯାଇଥିବା ସୂଚନା ରହିଛି।
ଆସନ୍ତାକାଲି ରାଜ୍ୟ ବିଜେପିର ନିର୍ବାଚନ କମିଟି ବୈଠକ । କାଲି ଅପରାହ୍ନରେ ବୈଠକ ହେବ ବୋଲି କହିଲେ ସଭାପତି ମନମୋହନ ସାମଲ । ନିର୍ବାଚନ କମିଟି ମିଟିଂରେ ସମସ୍ତ ସିଟ୍ ପାଇଁ ପରୀକ୍ଷା ନିରୀକ୍ଷା କରାଯିବ ବୋଲି କହିଲେ ମନମୋହନ ।
ଗତକାଲି ଅମିତ୍ ଶାହଙ୍କ ବାସଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଆଜି ଭୁବନେଶ୍ୱର ଫେରିଛନ୍ତି ମନମୋହନ ସାମଲ। ଫେରିବା ପରେ କହିଛନ୍ତି ସବୁ ଆସନ ନେଇ ବିଚାର ବିମର୍ଶ ଚାଲିଛି।
ଆଜି ନବୀନ ନିବାସରେ ଜରୁରୀ ବୈଠକ ବସିବା ନେଇ ସୂଚନା ମିଳିଛି। ଏହି ବୈଠକରେ ମେଣ୍ଟ ସଂପର୍କରେ ହୋଇପାରେ କିଛି ବଡ଼ ନିଷ୍ପତ୍ତି। ବୈଠକକୁ ଦଳର ବରିଷ୍ଠ ନେତାମାନଙ୍କୁ ଡକରା ଯାଇଥିବା ସୂଚନା ମିଳିଛି।
ସରପଞ୍ଚଙ୍କ ପାରିତୋଷିକକୁ ୨ ହଜାର ୩୫୦ରୁ ଏକାବେଳକେ ୪ ଗୁଣ ବଢ଼ାଇ ୧୦ ହଜାର କରିବା ପରେ ଆଜି ମେୟରଙ୍କ ଦରମାକୁ ବି ୫୦ ହଜାର ଛୁଆଁଇ ଦେଇଛନ୍ତି ସରକାର।
ରାଜ୍ୟ ସଭାପତି ମନମୋହନ ସାମଲ, ସଙ୍ଗଠନ ସଂପାଦକ ମାନସ ମହାନ୍ତି, ନିର୍ବାଚନ ପ୍ରଭାରୀ ବିଜୟ ପାଲ୍ ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡିଙ୍କ ସହ ଆଲୋଚନା କରିଛନ୍ତି ଶାହ।
୫୦ ହଜାରକୁ ବଢ଼ିଲା ମେୟରଙ୍କ ଦରମା । କନିଷ୍ଠ ଶିକ୍ଷକଙ୍କ ଦରମା ୨୦ ହଜାରକୁ ବୃଦ୍ଧି ।
ଶାହଙ୍କୁ ଭେଟିଲେ ରାଜ୍ୟ ବିଜେପି ନେତୃତ୍ୱ । କାଲି ନବୀନ ନିବାସରେ ବିଜେଡିର ବଡ଼ ବୈଠକ ।
ଏହି ବୈଠକରେ ଓଡ଼ିଶାର ନିର୍ବାଚନୀ ପ୍ରଭାରୀ ବିଜୟପାଲ୍ ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡି ସାମିଲ ଅଛନ୍ତି।
ମେଣ୍ଟ ଚର୍ଚ୍ଚା ଭିତରେ ବି ଥମୁନି ବିଜେଡି ବିଦ୍ରୋହ। ନିର୍ବାଚନ ମଣ୍ଡଳୀ ବିଦ୍ରୋହ ଏବେ ପହଞ୍ଚିଲାଣି ନବୀନ ନିବାସ ରେ। ଆଶାୟୀ ଓ ବିଦ୍ରୋହୀ ନବୀନ ନିବାସରେ ପ୍ରତିଦିନ ଭିଡ଼ ଜମାଉଛନ୍ତି। ବାୟୋଡାଟା ଦେଇ ସିଟିଂ ଏମ୍ଏଲ୍ଏଙ୍କ ବିରୋଧରେ ବର୍ଷୁଛନ୍ତି। ଯାହାକୁ ନେଇ ଟେନସନ୍ ରେ ଦଳ ନେତୃତ୍ବ।
କେତେବାଟ ଆଗେଇଲା ମେଣ୍ଟ । ଏ ନେଇ ବିଜେଡି କିଛି ବି ସ୍ପଷ୍ଟ କରୁନି। ଗତ ୬ ତାରିଖ ନବୀନ ନିବାସ ବୈଠକ ପରେ ଦଳ ଏକଦମ୍ ନିରବ। ଯାହା କସରତ କରୁଛି ଭିତରେ ଭିତରେ। ଏପଟେ ମେଣ୍ଟ ଚର୍ଚ୍ଚାକୁ ଖଣ୍ଡନ କରି ବି ତିନି ଦିନ ହେଲା ଦିଲ୍ଲୀରେ ରାଜ୍ୟ ବିଜେପି ନେତୃତ୍ବ। ଘନ ଘନ ହେଉଛି ବୈଠକ। ହେଲେ ଏ ଯାଏଁ ବି ଡିଲ୍ ଫାଇନାଲ୍ ହୋଇପାରୁନି। ପ୍ରଧାନମନ୍ତ୍ରୀଙ୍କ ଚଣ୍ଡୀଖୋଲ ସଭା ପରଠୁ ହିଁ ମେଣ୍ଟ ଚର୍ଚ୍ଚା ଲାଗି ରହିଥିବା ବେଳେ ଏହା ଉପରୁ କେବେ ପରଦାହଟିବ ସମସ୍ତେ ଚାହିଁ ବସିଛନ୍ତି।
ମେଣ୍ଟ ଚର୍ଚ୍ଚା ଭିତରେ ବି ଥମୁନି ବିଜେଡି ବିଦ୍ରୋହ। ନିର୍ବାଚନ ମଣ୍ଡଳୀ ବିଦ୍ରୋହ ଏବେ ପହଞ୍ଚିଲାଣି ନବୀନ ନିବାସରେ।
କାହିଁକି ଆସୁନି ସ୍ପଷ୍ଟତା ? ସମ୍ଭାବ୍ୟ ମେଣ୍ଟ ନେଇ ସପ୍ତାହେ ହେଲା ଲାଗି ରହିଛି ସସ୍ପେନ୍ସ। ନେତାଙ୍କୁ ନିଦ ନାହିଁ, କର୍ମୀ ପଚାରୁଛନ୍ତି କେବେ, କେମିତି ଆଉ କ’ଣ ପାଇଁ।