ମୁଖ୍ୟମନ୍ତ୍ରୀ ପୂର୍ବ ବିଜେଡି ସରକାରକୁ ଟାର୍ଗେଟ୍ କରି କହିଛନ୍ତି, 'ଫାଇଭ୍-ଟି ସ୍କୁଲ ଏକ ପ୍ରହସନ ଥିଲା । ମାତ୍ର ୧୬ ପ୍ରତିଶତ ସ୍କୁଲରେ ଇଣ୍ଟରନେଟ୍ ସଂଯୋଗ କରି ଡିଜିଟାଲ୍ ସ୍କୁଲ ନାଁରେ ପ୍ରହସନ ଚାଲିଥିଲା । ବାସ୍ତବ କ୍ଷେତ୍ରରେ ପିଲାମାନଙ୍କ ଉନ୍ନତ ଶିକ୍ଷାଦାନ ପାଇଁ କୌଣସି ପଦକ୍ଷେପ ନିଆଯାଇନଥିଲା । ଆମ ସରକାର ଆସିବା ପରେ ଏବେ ପ୍ରାଥମିକ ବିଦ୍ୟାଳୟର ଉନ୍ନତି ପାଇଁ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ଆରମ୍ଭ କରିଛୁ ।'
ପୂର୍ବତନ ମନ୍ତ୍ରୀ ନବ ଦାସଙ୍କୁ କେବଳ ଗୋପାଳ ଗୁଳି ମାରିଛି ନା ହତ୍ୟାକାଣ୍ଡ ପଛରେ ଅନ୍ୟ ଷଡ଼ଯନ୍ତ୍ରକାରୀ ଛପିଛନ୍ତି। ସେ ରହସ୍ୟ ଭେଦିବାକୁ ଝାରସୁଗୁଡ଼ା ପରେ ବ୍ରହ୍ମପୁରରେ ଖେଦୁଛି କ୍ରାଇମବ୍ରାଞ୍ଚ। ଗତ ୨୩ ତାରିଖରୁ ୩ ଜଣିଆ ଟିମ୍ ଗୋପାଳ ପରିବାର ଲୋକଙ୍କ ସହ ବ୍ରଜରାଜନଗରରେ ତା ଭାଇ କରିଥିବା ହୋଟେଲର ରୋଷେୟାକୁ ବି ଡାକି ବୟାନ ରେକର୍ଡ କଲାଣି।
ଗଞ୍ଜାମ ଜିଲ୍ଲାର ଚାଷୀଙ୍କ ଲାଇଫ ଲାଇନ ହେଉଛି ଋଷିକୁଲ୍ୟା ନଦୀ । ଏହାର ଉଭୟ ପାର୍ଶ୍ୱରେ ରହିଛି ହଜାର ହଜାର ଗାଁ । ଫଳରେ ନଦୀର ଜଳକୁ ବ୍ୟବହାର କରି ଧାନ ଚାଷ, ପନିପରିବା ଚାଷ କରିଥାନ୍ତି ଏଠିକାର ଲୋକେ।
ବ୍ରହ୍ମପୁର ରେଳ ଷ୍ଟେସନର ନବକଳେବର ଆରମ୍ଭ ହେଲା ସତ କିନ୍ତୁ କାମ ଯେପରି ଶେଷ ହେବାର ନାଁ ଧରୁନି। ରାଜ୍ୟର ଅନ୍ୟତମ ପୁରାତନ ବ୍ରହ୍ମପୁର ରେଳଷ୍ଟେସନକୁ ନେଇ ବହୁ ସମସ୍ୟା ରହିଥିବାବେଳେ ଶୀଘ୍ର ଏହାର ସମାଧାନ କରାଯିବାକୁ ଦାବି କରିଛି ଦକ୍ଷିଣ ଓଡ଼ିଶା ମିଳିତ କ୍ରିୟାନୁଷ୍ଠାନ କମିଟି।
ଦୂରହେବ ବ୍ରହ୍ମପୁର ଗେଟବଜାର ଛକ ଟ୍ରାଫିକ୍ ସମସ୍ୟା । ଟ୍ରାଫିକ୍ ଯନ୍ତ୍ରଣାରୁ ମୁକ୍ତ ହେବେ ବ୍ରହ୍ମପୁର ବାସିନ୍ଦା । ଖୁବ୍ଶୀଘ୍ର ଆରମ୍ଭହେବ ଓଭରବ୍ରିଜ୍ କାର୍ଯ୍ୟ ।
ଗତ ସାଧାରଣ ନିର୍ବାଚନରେ କେବଳ ହିଞ୍ଜିଳି ଛାଡ଼ି ଅନ୍ୟ ସବୁଠି ବିଜେଡିର ଶୋଚନୀୟ ପରାଜୟ ହୋଇଥିଲା। ଯେଉଁଥିପାଇଁ ବିଜେଡି ଭିତରେ ମତଭେଟ୍ ସୃଷ୍ଟି ହୋଇଥିଲା। ଦଳର ବରିଷ୍ଠଙ୍କଠାରୁ ଆରମ୍ଭ କର୍ମୀମାନେ ପରସ୍ପର ବିରୋଧରେ ବିଷ ଓଗାଳୁ ଥିଲେ।
ବିଜେଡି VS ବିଜେଡି । ବ୍ରହ୍ମପୁର ବିଜେଡିରେ ବଡ଼ ଗୋଷ୍ଠୀ କନ୍ଦଳ । ପାଟିତୁଣ୍ଡ ଏବେ ଗଣ୍ଡଗୋଳ ମୁହାଁ ହୋଇ, ମହାନଗର ନିଗମ ଅଫିସରୁ ଜିଲ୍ଲାପାଳଙ୍କ ପାଖକୁ ଗଲା ।
ବିଭିନ୍ନ କ୍ରାଇମ୍ ଘଟାଉଥିବା ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି ଜେଲ ପଠାଉଛି। ହେଲେ ପରବର୍ତ୍ତୀ ସମୟରେ ଅପରାଧୀମାନେ ଜେଲ୍ରୁ ଫେରି ଅପରାଧୀକ କାର୍ଯ୍ୟରେ ସାମିଲ୍ ହେଉଛନ୍ତି।
ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି ବ୍ରହ୍ମପୁର ବିଜେଡି କଳି ! ଦୁର୍ନୀତି ଅଭିଯୋଗ ଆଣି ମେୟରଙ୍କ ବିରୋଧରେ କର୍ପୋରେଟରଙ୍କ ମେଳି ! ବିକ୍ରମ ଓ ରମେଶ ଗୋଷ୍ଠୀ ଅନ୍ତର୍କନ୍ଦଳକୁ ନେଇ ହଟଚମଟ ! ଆଗକୁ ଅନାସ୍ଥା ପ୍ରସ୍ତାବ ଆଣିବାକୁ ମସୁଧା ହେଉଥିବା ଚର୍ଚ୍ଚା ।
ଶିବଶଙ୍କର ଦାସଙ୍କ ସମର୍ଥକ ମାନେ ବୁଥ ରିଗିଂ ଅଭିଯୋଗ କରୁଥିବା ବେଳେ ପ୍ରଦୀପଙ୍କ ସମର୍ଥକ ମାନେ ଇ ଭି ଏମ ସିଲ କୁ ନେଇ ପାଟିତୁଣ୍ଡ କରିବାରୁ ଏଭଳି ଘଟଣା ଘଟିଥିବା ଅଭିଯୋଗ ହୋଇଛି।
ଆସନ୍ତାକାଲି ବ୍ରହ୍ମପୁର ଓ ନବରଙ୍ଗପୁରରେ ବିଶାଳ ଜନସଭାକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
୬ ତାରିଖ ସକାଳ ୧୦ଟାରେ ବ୍ରହ୍ମପୁରରେ ଜନସଭାକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ।
ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସ୍ୱତନ୍ତ୍ର ବିମାନ ଯୋଗେ ବ୍ରହ୍ମପୁର ଯିବେ । ସେଠି ଆମ୍ବପୁଆରେ ବିଜେପିର ବିଶାଳ ସାଧାରଣ ସଭାରେ ଯୋଗ ଦେବେ ନଡ୍ଡା।
ବ୍ରହ୍ମପୁରରେ ସାଧାରଣ ସଭାକୁ ସମ୍ବୋଧିତ କରିବେ । ବ୍ରହ୍ମପୁରରୁ କାର୍ଯ୍ୟକ୍ରମ ସରିବା ପରେ ନବରଙ୍ଗପୁର ଯାଇ କାର୍ଯ୍ୟକର୍ତ୍ତାଙ୍କୁ ଭେଟିବେ।
ଓଡ଼ିଶାର ଅନ୍ୟତମ ବୃହତ୍ତମ ସହର ତଥା ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁର ସହରରେ ଏବେ ଅବହେଳିତ ଅବସ୍ଥାରେ ରହିଛି ବସ୍ଷ୍ଟାଣ୍ଡ । ସିଟି ବସ୍ଷ୍ଟାଣ୍ଡ ନାମରେ ନାମିତ ଏହି ବସ୍ଷ୍ଟାଣ୍ଡରେ ଆବଶ୍ୟକୀୟ ସ୍ଥାନ ନାହିଁ । ଯାତ୍ରୀଙ୍କ ସୁବିଧା ଲାଗି ତୁରନ୍ତ ଅନ୍ୟ ଏକ ବସ୍ଷ୍ଟାଣ୍ଡର ଆବଶ୍ୟକତା ରହିଛି ବୋଲି ସହରବାସୀ କହିଛନ୍ତି ।
୪ ବିଜେପି କର୍ପୋରେଟରଙ୍କ ଦଳ ଡିଆଁ ଘଟଣା । ବ୍ରହ୍ମପୁର ମହାନଗର ନିଗମରେ ରାଜନୈତିକ ହଟଚମଟ । ଘଟଣାକୁ ଶୁଭଙ୍କର ନୁହେଁ କହିଲେ ରାଜନୈତିକ ସମୀକ୍ଷକ ।
ଗଞ୍ଜାମ ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ଗ୍ରାମାଞ୍ଚଳରୁ ଆସି ପାଠ ପଢ଼ୁଥିବା ୩୨ଜଣ ଛାତ୍ରଛାତ୍ରୀଙ୍କୁ ଦୁବାଇ ସ୍ଥିତ ଏସା ସାଲେହ ଅଲ ଗୁର୍ଗ ଗ୍ରୁପ୍ ସାକ୍ଷାତକାର ନେଇ ନିଯୁକ୍ତି ଲାଗି ଅଫର୍ ଲେଟର ପଠାଇଛି....
ଶାଶୁ ହତ୍ୟା ଘଟଣାର ଅଭିଯୁକ୍ତକୁ ଧରିଲା ଚେନ୍ନାଇ ପୋଲିସ । ୧୯୯୮ରେ ଚେନ୍ନାଇରେ ଶାଶୁକୁ ହତ୍ୟା କରି ଫେରାର ହୋଇଥିଲା ।
ସ୍ୱତନ୍ତ୍ର ମସଲା ପକାଇ ପ୍ରସ୍ତୁତ ହୋଇଥାଏ ସ୍ୱତନ୍ତ୍ର ମୁଆଁ । ପରେ ଛାଞ୍ଚରେ ପକାଇ ତାକୁ ବିଭିନ୍ ଆକୃତିର ରୂପ ଦିଆଯାଇଥାଏ ।
ଭଳିକି ଭଳି ମୁଆଁ ତିଆରିରେ ବ୍ୟସ୍ତ କାରିଗର । ସ୍ପେଶାଲ ମୁଆଁ, ଘିଅ ଓ କାଜୁ ମୁଆଁର ରହିଛି ଡିମାଣ୍ଡ । ବନ୍ଧୁ ପରିଜନଙ୍କ ପାଖକୁ ମୁଆଁ ପଠାଇବାକୁ ଲାଗିଲାଣି ଲୋକଙ୍କ ଭିଡ଼ ।
କେଉଁ ଶୌଚାଳୟର କବାଟ ତ କେଉଁଠି ଲେଟ୍ରିନ ଚଟାଣ ଭାଙ୍ଗି ଗଲାଣି । ଟ୍ୟାପ୍ ଠାରୁ ଆରମ୍ଭ କରି ଏହାର କୋଠା ଜରାଜୀର୍ଣ୍ଣ ଅବସ୍ଥାରେ ପଡିଛି । ଶୌଚାଳୟ ଉପରେ ଗଛ ଉଠିଲାଣି । ଭିତରେ ଅଳିଆ ଆବର୍ଜନା ପଡ଼ିରହିଛି । ଶୌଚାଳୟରେ ଲାଗିଥିବା ଟ୍ୟାପ୍ ଗୁଡ଼ିକ ନଷ୍ଟ ହୋଇଯାଇଛି ।
ଧରାବତରଣ କରିବେ ମା’ ଜଗତଜନନୀ । ମା’ଙ୍କ ଆଗମନକୁ ନେଇ ସଜେଇ ହେଉଛି ପୂରଠୁ ପଲ୍ଲୀ । ହେଲେ ମା’ଙ୍କ ଆଗମନକୁ ନେଇ ବ୍ରହ୍ମପୁରରେ ଦେଖିବାକୁ ମିଳିଛି କିଛି ନିଆରା ।
ସମସ୍ୟା ଭିତରେ ବୁଡ଼ି ରହିଛି ବ୍ରହ୍ମପୁରର MKCG ମେଡିକାଲ କଲେଜ୍ ଓ ହସ୍ପିଟାଲ । ଦକ୍ଷିଣ ଓଡ଼ିଶାର ସବୁଠୁ ବଡ଼ ଆଉ ନିର୍ଭରଯୋଗ୍ୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନରେ ଏବେ ୧୭୦ରୁ ଅଧିକ ଡାକ୍ତର ପଦବି ଖାଲି।
ମାନସିକ ପୂରଣ ହେଲେ ବିଭିନ୍ନ ବେଶ ଧାରଣ କରି ନିଜକୁ ସମର୍ପଣ କରିଥାନ୍ତି ମାଆଙ୍କ ପାଖରେ।