Advertisment

Ganjam BJD Tension: ଘର ସଜାଡିବାକୁ ବ୍ରହ୍ମପୁର ସର୍କିଟ୍ ହାଉସରେ ସଂଜୟ ଦାସବର୍ମା

ଗତ ସାଧାରଣ ନିର୍ବାଚନରେ କେବଳ ହିଞ୍ଜିଳି ଛାଡ଼ି ଅନ୍ୟ ସବୁଠି ବିଜେଡିର ଶୋଚନୀୟ ପରାଜୟ ହୋଇଥିଲା। ଯେଉଁଥିପାଇଁ ବିଜେଡି ଭିତରେ ମତଭେଟ୍‌ ସୃଷ୍ଟି ହୋଇଥିଲା। ଦଳର ବରିଷ୍ଠଙ୍କଠାରୁ ଆରମ୍ଭ କର୍ମୀମାନେ ପରସ୍ପର ବିରୋଧରେ ବିଷ ଓଗାଳୁ ଥିଲେ।

author-image
Manoranjan Sial
ଅଦ୍ୟତନ ହୋଇଛି
ସଞ୍ଜୟ ଦାସ ବର୍ମାଙ୍କୁ ମିଳିଲା ନୂଆ ଦାୟିତ୍ୱ

sanjay das burma

ଗଞ୍ଜାମରେ ସ୍ଥିତିକୁ ନେଇ ରାଜ୍ୟ ବିଜେଡିକୁ ଘାରିଛି ଚିନ୍ତା। ଘର ସଜାଡିବାକୁ ବ୍ରହ୍ମପୁର ସର୍କିଟ୍ ହାଉସରେ ଡେରା ପକାଇଛନ୍ତି ବିଜେଡିର ବରିଷ୍ଠ ନେତା ସଂଜୟ ଦାସବର୍ମା। ଆଜି ସକାଳରେ ସେ ଦୁଇ କର୍ପୋରେଟର ଗୋଷ୍ଠୀଙ୍କୁ ଡାକି ପୃଥକ ପୃଥକ ଆଲୋଚନା କରିଛନ୍ତି। ପରେ ଅସନ୍ତୁଷ୍ଟ ନେତାଙ୍କୁ ଡାକି ଆଲୋଚନା କରିଛନ୍ତି। ଏହାସହ ବିକ୍ରମ ପଣ୍ଡା, ରମେଶ ଚ୍ୟାଉପଟ୍ଟନାୟକ ଓ ଚନ୍ଦ୍ରଶେଖର ସାହୁଙ୍କ ଭଳି ନେତାଙ୍କୁ ଡାକି ବିଚାରବିମର୍ଶ କରିଛନ୍ତି।

Advertisment

ଗତ ସାଧାରଣ ନିର୍ବାଚନରେ କେବଳ ହିଞ୍ଜିଳି ଛାଡ଼ି ଅନ୍ୟ ସବୁଠି ବିଜେଡିର ଶୋଚନୀୟ ପରାଜୟ ହୋଇଥିଲା। ଯେଉଁଥିପାଇଁ ବିଜେଡି ଭିତରେ ମତଭେଟ୍‌ ସୃଷ୍ଟି ହୋଇଥିଲା। ଦଳର ବରିଷ୍ଠଙ୍କଠାରୁ ଆରମ୍ଭ କର୍ମୀମାନେ ପରସ୍ପର ବିରୋଧରେ ବିଷ ଓଗାଳୁ ଥିଲେ। ଏପରିକି ସାଂସଦ ପ୍ରାର୍ଥୀ ଓ ବିଧାୟକ ପ୍ରାର୍ଥୀମାନେ ମୁହାଁମୁହିଁ ହୋଇଥିଲେ। କେହି କାହାକୁ ଛାଡ଼ିବା ସ୍ଥିତିରେ ନଥିଲେ। ସ୍ଥିତି ଏମିତି ହୋଇଥିଲା ଯେ ପୃଥକ୍‌ ପୃଥକ୍‌ ଗୋଷ୍ଠୀ ନବୀନ ନିବାସ ଆସି ନବୀନ ପଟ୍ଟନାୟକଙ୍କ ପାଖରେ ଅଭିଯୋଗ କରିଥିଲେ।

ଅଧିକ ପଢ଼ନ୍ତୁ: ଶୀତଳ ଭଣ୍ଡାର ନାହିଁ, କମ୍ ଦାମ୍‌ରେ କିଣି ନେଉଛନ୍ତି ବେପାରୀ...ମୂଳଖର୍ଚ୍ଚ ପାଉନି ଚାଷୀ

Advertisment

ସେପଟେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର, ସାନଖେମୁଣ୍ଡି, ଛତ୍ରପୁର ଓ ଗୋପାଳପୁରର ପର୍ଯ୍ୟବେକ୍ଷକ ଭାବେ ସଂଜୟ ଦାସବର୍ମା ଦାୟିତ୍ୱ ନେଇଥିବାରୁ ସମସ୍ତ ସମସ୍ୟାର ସମାଧାନ କିଭଳି ହେବ, ସେନେଇ ଦଳୀୟ କର୍ମୀଙ୍କ ସହ ଆଲୋଚନା କରିଛନ୍ତି। ସେପଟେ ମେୟରଙ୍କ କହିବା କଥା ଯେ, ସମସ୍ତେ ଯେଭଳି ଏକ ହୋଇ କାମ କରିବେ, ସେଥିପ୍ରତି ଆଲୋଚନାରେ ଗୁରୁତ୍ୱ ଦିଆଯାଇଛି।

ଅଧିକ ପଢ଼ନ୍ତୁ: ଗଡ଼ି ଗଲାଣି ବୟସ... ହେଲେ ପେଟ ପାଇଁ ଚା’ ଦୋକାନଟିଏ କରି କର୍କଟକୁ କରୁଛନ୍ତି ବାଏ ବାଏ

BJD Ganjam
Advertisment
Advertisment