Advertisment

Special Story: ସରିଲା ଦୁଃଖ, ଏବେ ହସିବେ ପୂରା ବ୍ରହ୍ମପୁରବାସୀ

ଗଞ୍ଜାମ ଜିଲ୍ଲାର ଚାଷୀଙ୍କ ଲାଇଫ ଲାଇନ ହେଉଛି ଋଷିକୁଲ୍ୟା ନଦୀ । ଏହାର ଉଭୟ ପାର୍ଶ୍ୱରେ ରହିଛି ହଜାର ହଜାର ଗାଁ । ଫଳରେ ନଦୀର ଜଳକୁ ବ୍ୟବହାର କରି ଧାନ ଚାଷ, ପନିପରିବା ଚାଷ କରିଥାନ୍ତି ଏଠିକାର ଲୋକେ।

author-image
Tapaswini Nayak
ଅଦ୍ୟତନ ହୋଇଛି
Water crisis

Water crisis

ଦୂର ହବ ଜଳ କଷ୍ଟ। ହସିବେ ବ୍ରହ୍ମପୁରବାସୀ। ଆଉ ରହିବନି ପାଣି ସମସ୍ୟା। ଜଳ ଭଣ୍ଡାର ନିର୍ମାଣକୁ ନେଇ ଜମି ଚି଼ହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି । ପିପଳପଙ୍କା ଜଳଭଣ୍ଡାର ହେବା ଫଳରେ ବ୍ରହପୁର ସହରବାସୀଙ୍କୁ ପାନୀୟ ଜଳ ମିଳିବ । ଏଥିପାଇଁ ପ୍ରଶାସନ ଜୋରଦାର ପ୍ରସ୍ତୁତି ଚଳାଇଛି ।

Advertisment

ଅଧିକ ପଢ଼ନ୍ତୁ: ଖରା ଆରମ୍ଭରୁ କଲବଲ କଲାଣି ପିଇବା ପାଣି ସମସ୍ୟା, ସେପଟେ ଖତ ଖାଉଛି ଷ୍ଟାଣ୍ଡପୋଷ୍ଟ

ଗଞ୍ଜାମ ଜିଲ୍ଲାର ଚାଷୀଙ୍କ ଲାଇଫ ଲାଇନ ହେଉଛି ଋଷିକୁଲ୍ୟା ନଦୀ । ଏହାର ଉଭୟ ପାର୍ଶ୍ୱରେ ରହିଛି ହଜାର ହଜାର ଗାଁ । ଫଳରେ ନଦୀର ଜଳକୁ ବ୍ୟବହାର କରି ଧାନ ଚାଷ,ପନିପରିବା ଚାଷ କରିଥାନ୍ତି ଏଠିକାର ଲୋକେ। କିନ୍ତୁ ଗ୍ରୀଷ୍ମ ଋତୁ ଆସିଲେ ନଦୀ ଶୁଖିଲା ରହୁଛି । ବହୁ ସମୟରେ ଗଞ୍ଜାମରେ ମରୁଡି ସ୍ଥିତି ଦେଖାଦେଇଛି । ତେଣୁ ସୋରଡ଼ା ବ୍ଲକ ପିପଳପଙ୍କାରେ ନିର୍ମାଣ ହବାକୁ ଯାଉଛି ବୃହତ ଜଳଭଣ୍ଡାର । ଋଷିକୁଲ୍ୟା ଓ ଅଡାଙ୍ଗୀ ନଦୀରେ ବହି ଯାଉଥିବା ବର୍ଷାଜଳକୁ ସରଂକ୍ଷଣ କରି ଖରାଦିନେ ଜଳ ଅଭାବ ପୂରଣ ପାଇଁ ବ୍ୟବସ୍ଥା କଲେ ଚାଷୀ ଉପକୃତ ହୋଇପାରିବେ ବୋଲି କୁହାଯାଉଛି ।

Advertisment

ଏଥିପାଇଁ ସରକାରୀ ପାଣ୍ଠିରୁ ଏକ ହଜାର ୧୩ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ମୋଟ ୧୧୦୩ ହେକ୍ଟର ଜମିରେ ଜଳ ଭଣ୍ଡାର ନିର୍ମାଣ ହବ । ଏଥିପାଇଁ ୯୦ ହେକ୍ଟର ଚାଷ ଜମି ପ୍ରଭାବିତ ହେବ ବୋଲି କୁହାଯାଉଥିବା ବେଳେ କୌଣସି ଗାଁ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ନାହିଁ । କେବଳ ଚାଷ ଜମିକୁ ଜଳ ଯୋଗାଣ ଓ ବ୍ରହ୍ମପୁର ସହରକୁ ପାନୀୟ ଜଳ ଯୋଗାଣ କରାଯିବ । ଆବଶ୍ୟକ ହେଲେ ଦୁଇ ପ୍ରତିଶତ ପାଣି କମ୍ପାନୀକୁ ଦିଆଯିବାର ଲକ୍ଷ ରଖାଯାଇଥିବା କହିଛନ୍ତି ଉପଜିଲ୍ଲାପାଳ ।

ଅଧିକ ପଢ଼ନ୍ତୁ: ଦି' ଫାଳ ବିଜେଡି; ପାଣ୍ଡିଆନ ସପକ୍ଷବାଦୀ ଓ ବିପକ୍ଷବାଦୀ

Ganjam Bhanjanagar
Advertisment
Advertisment