Advertisment

Pakistan Fake News on Social Media: ପାକିସ୍ତାନରୁ ଆସୁଛି କି ଏହି ମିଛ ଖବର; ଜଣାନ୍ତୁ ଏହି ନମ୍ବରରେ

ପାକିସ୍ତାନ ପକ୍ଷରୁ ମିଛ ଖବର ପ୍ରସାରଣ ଉପରେ ଫ୍ୟାକ୍ଟ ଚେକ୍ ପ୍ରଦାନ କରିଛି ପିଆଇବି ।

author-image
Otv Khabar Bureau
ଅଦ୍ୟତନ ହୋଇଛି
PIB fact check

PIB fact check

ଛାନିଆ ପାକିସ୍ତାନର ଚକ୍ରାନ୍ତ। ସୀମାରେ ପାରିଲାନି, ସୋସିଆଲ୍ ମିଡିଆରେ ମାତିଛି। ଫେକ୍ ନ୍ୟୁଜ୍ ପ୍ରଚାର କରି ପାକିସ୍ତାନ ଭାରତୀୟଙ୍କୁ ତୁଚ୍ଛାରେ ଭୟଭୀତ କରିବାକୁ ଚକ୍ରାନ୍ତ ଚାଲିଛି। ସୋସିଆଲ୍ ମିଡିଆରେ ପାକିସ୍ତାନ ପକ୍ଷରୁ ଘନ ଘନ ବୁଲୁଛି ଫେକ୍ ନ୍ୟୁଜ୍। ବିଶେଷ ଭାବେ, ଭାରତୀୟ ସେନା ବିରୋଧରେ ଭୁଲ ଖବର ପ୍ରସାରଣ କରାଯାଉଛି। ପାକିସ୍ତାନ ପକ୍ଷରୁ ମିଛ ଖବର ପ୍ରସାରଣ ଉପରେ ଫ୍ୟାକ୍ଟ ଚେକ୍ ପ୍ରଦାନ କରିଛି ପିଆଇବି । ପାକିସ୍ତାନର କିଛି ସୋସିଆଲ ମିଡିଆ ସାଇଟରେ ଭାରତର ଅପରେସନ ସିନ୍ଦୂରକୁ ନେଇ ମିଛ ଖବର ପ୍ରସାରଣ କରୁଥିବାର କହିଛି ପିଆଇବି । ପିଆଇବିର ଫ୍ୟାକ୍ଟ ଚେକ୍ ୟୁନିଟ୍ କହିଛି ଯେ, ସୋସିଆଲ ମିଡିଆରେ ପାକିସ୍ତାନର ପ୍ରାୟୋଜିତ ଖବର ମିଛ । ଅବିଶ୍ୱାସ ଓ ଭୟର ବାତାବରଣ ପାଇଁ ପାକିସ୍ତାନ ଚେଷ୍ଟା କରୁଛି । ପାକିସ୍ତାନର ଏପରି ମିଛ ପ୍ରଚାରରୁ ସତର୍କ ରୁହନ୍ତୁ ଓ ସଜାଗ ବି ରୁହନ୍ତୁ। ଯଦି, ଏଭଳି ମିଛ ଖବର ମିଳେ ତାହେଲେ #PIBFactCheck ଜଣାନ୍ତୁ କିମ୍ବା Whatsapp ନମ୍ବର 87997 11259 ଏବଂ Email- [email protected] ଜଣାଇବାକୁ ଅନୁରୋଧ କରାଯାଇଛି। 

Advertisment

ଅଧିକ ପଢ଼ନ୍ତୁ: ପାକିସ୍ତାନରେ ବଡ଼ ଏୟାରଷ୍ଟ୍ରାଇକ୍‌, ମିସାଇଲ୍ ମାଡ଼ରେ ଛାରଖାର୍‌ ଆତଙ୍କୀ ଆଡ୍ଡା

PIB Fact Check Operation Sindoor
Advertisment
Advertisment