ରାତି ପାହିଲେ ହୋଲି। ଫଗୁ ଅବିରରେ ରଙ୍ଗୀନ ହେବ ଗାଁଠୁ ସହର। ହେଲେ ତା ପୂର୍ବରୁ ଗାଁ ଗାଁ, ସହର ସହରରେ ଦୋଳ ପୂର୍ଣ୍ଣିମାର ଧୁମ୍। ଦୋଳ ମେଳଣ ସାଙ୍ଗକୁ ଲଉଡ଼ି ଖେଳ। ସବୁଠି ସୃଷ୍ଟି ହୋଇଛି ଭକ୍ତି ଓ ଭାବର ପରିବେଶ। ସେପଟେ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥ।
ପବିତ୍ର ଦୋଳ ପୂର୍ଣ୍ଣମୀ ପାଇଁ ଉତ୍ସବ ମୁଖର ସାରା ରାଜ୍ୟ । ଚାରିଆଡ଼େ ଚାଲିଛି ଦୋଳ ମେଳଣ, ଭଗବାନଙ୍କ ସହ ହେଉଛି ଭକ୍ତର ମିଳନ । ପୁରୀରେ ଆଧ୍ୟାତ୍ମିକତାର କ୍ଷେତ୍ର ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କୁ ଦୋଳ ଉତ୍ସବ ନୀତି ସୃଷ୍ଟି କରିଛି ଭକ୍ତି ଓ ଭାବର ପରିବେଶ । ଶ୍ରୀମନ୍ଦିରରୁ ମଣି ବିମାନରେ ବିରାଜମାନ ହୋଇ ବଡ଼ ଦାଣ୍ଡକୁ ଆସିବା ପରେ ଦୋଳ ଗୋବିନ୍ଦ, ଭୂଦେବୀ ଓ ଶ୍ରୀଦେବୀଙ୍କ ସହ ଫଗୁ ଅବିର ଖେଳରେ ମଜିଯାଇଥିଲେ ଭକ୍ତ ।
ପିପିଲିର କାରିଗରୀ ବିଶ୍ୱ ପ୍ରସିଦ୍ଧ। ୨୦୦୮ରେ ପିପିଲିର ଚାନ୍ଦୁଆକୁ ତା'ର ସ୍ୱତନ୍ତ୍ରତା ପାଇଁ ମିଳିଛ ଜି.ଆଇ ଟ୍ୟାଗ୍ । ତେବେ ରଙ୍ଗର ପର୍ବରେ ଜାଣିବା ଆସନ୍ତୁ ଓଡ଼ିଶାର ଏହି ରଙ୍ଗ ବେରଙ୍ଗର କାରିଗରୀ ବିଷୟରେ ।
ଆଜି ପବିତ୍ର ଦୋଳ ପୂର୍ଣ୍ଣିମା । ଦୋଳବିମାନରେ ବସି ଭକ୍ତଙ୍କଠାରୁ ଭୋଗ ଖାଇବେ ଦୋଳଗୋବିନ୍ଦ । ଏହି ଅବସରରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ସୁନାବେଶ ଅନୁଷ୍ଠିତ ହେବ ।
ସାରା ଦେଶରେ ପାଳନ ହେଉଥିବା ରଙ୍ଗର ଉତ୍ସବ ହୋଲି, ଓଡ଼ିଶାରେ ନୂଆ ପରମ୍ପରା ନେଇ ପାଳନ ହୁଏ। ଏଠି ଠାକୁରମାନେ ହିଁ ପ୍ରଥମେ ହୋଲି ଖେଳନ୍ତି। ଯାହାକୁ କୁହାଯାଏ ମେଳଣ। ଗୋଟିଏ ଜାଗାରେ ଦିଅଁମାନେ ବିମାନରେ ଆସି ଏକାଠି ହୁଅନ୍ତି, ତା ପରେ ଭୋଗ ଖାଇ ହୋଲି ଖେଳନ୍ତି। ଏହା ପରଦିନ ହିଁ ମଣିଷମାନେ ହୋଲି ଖେଳନ୍ତି। ଅର୍ଥାତ ଦୋଳ ପରଦିନ ହୁଏ ହୋଲି।
ଡିଗ୍ରୀ କଲେଜ ଗୁଡ଼ିକୁ ପ୍ରତ୍ୟକ୍ଷ ଅନୁଦାନ ଦାବିରେ ଧାରଣାକୁ ଓହ୍ଲାଇଛି ବ୍ଲକ କ୍ରାଇଟେରିଆ କଲେଜ ଅଧ୍ୟାପକ ଓ କର୍ମଚାରୀ ସଂଘ। ୧୯୯୪ ଶିକ୍ଷା ଅନୁଦାନ ଆଦେଶନାମା ଅନୁଯାୟୀ ଗୋଟିଏ ଜୁନିୟର କଲେଜ ଏବଂ ଗୋଟିଏ ଡିଗ୍ରୀ କଲେଜକୁ ପ୍ରତ୍ୟକ୍ଷ ଅନୁଦାନ ଦେବାର ବ୍ୟବସ୍ଥା ରହିଛି । ତେବେ ୧୯୯୪ ଶିକ୍ଷା ଅନୁଦାନ ଆଦେଶନାମାକୁ ୨୦୦୪ ମସିହାରେ ପ୍ରତ୍ୟାହାର କରାଗଲା।
ପ୍ରଶାନ୍ତ କିଶୋର । ରାଜନୀତିରେ ରଣନୀତିକାର ଥିଲେ, ରଣନୀତି କରି ବିଭିନ୍ନ ଦଳକୁ ଜିତାଉଥିଲେ । ନିଜେ ରାଜନୀତିରେ ପ୍ରବେଶ କଲେ । ଆନ୍ଦୋଳନରେ ସାମିଲ୍ ହେଲେ । ଏବେ ତାଙ୍କ ନାଁରେ ବିହାରରେ ହୋଇଛି ପୋଲିସ୍ କେସ୍ ।
ଆଦାନୀ ଜମି କିଣିବା ପ୍ରସଙ୍ଗ ଉଠାଇ ଶୂନ୍ୟକାଳରେ ପ୍ରଶ୍ନ କରିଛି ବିଜେଡି । ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଆଦାନୀ କମ୍ପାନୀ ଭାରତକୁ ସାରା ବିଶ୍ୱରେ ନିନ୍ଦିତ କରିଛି।
କେଉଁଠି ଧାରଣା ତ କେଉଁଠି ରାସ୍ତାରୋକ। ଆଉ କେଉଁଠି ସରକାରଙ୍କ ଉଦ୍ଦେଶ୍ୟରେ ପ୍ରଶାସନକୁ ଦାବିପତ୍ର। ଇନ୍ଦ୍ରାବତୀ ଉଠା ଜଳସେଚନ ପ୍ରକଳ୍ପରୁ ରବି ସିଜିନରେ ଧର୍ମଗଡ଼ ଓ କୋକସରା ଅଞ୍ଚଳକୁ ପାଣି ଦିଆଯିବନି ବୋଲି ହୋଇଥିବା ନିଷ୍ପତ୍ତି ପରେ ବିଭିନ୍ନ ସ୍ଥାନରେ ଏମିତି ପ୍ରତିକ୍ରିୟା ପ୍ରକାଶ ପାଇଛି।
ରାତିର ଅନ୍ଧାରକୁ ଚିରି ରଙ୍ଗୀନ ଆଲୁଅରେ ଦର୍ଶକଙ୍କୁ ବାନ୍ଧି ରଖୁଛି ଓଡ଼ିଶାର ସଂସ୍କୃତି ଓ ପରମ୍ପରାକୁ ନେଇ ଚିତ୍ତାକର୍ଷକ ଲେଜର୍ ସୋ' ।
ସ୍କ୍ରିମ୍ ଟାୱାର, ସୁନାମୀ, ଫ୍ରିସ ବି । ଏଥର ବାଲିଯାତ୍ରାର ସୋ ଷ୍ଟପର ସାଜିଛି ଏସବୁ ନୂଆ ଦୋଳି ।
ଚଳିତଥର ହବିଷ୍ୟାଳି ଯୋଜନାରେ ଅନଲାଇନରେ ପଞ୍ଜିକରଣ କରିଥିବା ହବିଷ୍ୟାଳିଙ୍କ ରହଣି ପାଇଁ ବ୍ୟବସ୍ଥା ହୋଇଛି। ମାତ୍ର ସିଟ୍ ସଂଖ୍ୟା ସୀମିତ ଥିବାରୁ ଅଧିକ ହବିଷ୍ୟାଳିମାନଙ୍କର ରହିବା ସମ୍ଭବପର ହେଉନି। ଏହାକୁ ବିରୋଧ କରି ପଞ୍ଜୀକରଣ କରିନଥିବା ହବିଷ୍ୟାଳି ଏଠାରେ ରହିବାକୁ ଦାବି କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ।
ଦଶହରା ଭିଡ଼ ବେଳେ ବସ୍ ମାଲିକ ସଂଘର ଆନ୍ଦୋଳନ ତୟାରୀ । ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ବସ୍ ନ ଚଳାଇବାକୁ ନିଷ୍ପତ୍ତି । କାଲିଠୁ ୧୪ ଜିଲ୍ଲାରେ ୨୪ ଘଣ୍ଟିଆ ବସ୍ ସେବା ବନ୍ଦ ଚେତାବନୀ ।
ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶାର ୧୪ଟି ଜିଲ୍ଲାରେ ଆସନ୍ତାକାଲି ସଂଧ୍ୟାରୁ ତା ପରଦିନ ସଂଧ୍ୟା ଯାଏଁ ବସ୍ ସେବା ବନ୍ଦ ପାଇଁ ଘରୋଇ ବସ୍ ମାଲିକ ସଂଘଗୁଡ଼ିକର ଚେତାବନୀ ।
RI, ARI, ଅମିନ, ICDS ସୁପରଭାଇଜର୍, SFS ପରୀକ୍ଷା ବାତିଲ,ପରୀକ୍ଷା ପରିଚାଳନାରେ ସ୍ବଚ୍ଛତା ଏବଂ ଓ' ଟ୍ରିପିଲ୍ ଏସସି ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ। ଏହି ତିନି ପ୍ରମୁଖ ଦାବି ସରକାର ନମାନିଲେ ରାଜ୍ୟବ୍ୟାପୀ ଆନ୍ଦୋଳନ ଚେତାବନୀ ଦେଇଛି ଷ୍ଟୁଡେଣ୍ଟ ଏଗେନଷ୍ଟ କରପସନ ସଂଗଠନ।
୪ ଦିନ ପରେ ଆନ୍ଦୋଳନ ପ୍ରତ୍ୟାହାର କଲେ ନର୍ସିଂ ଅଫିସର । ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହୃତ ।
ହସପିଟାଲ ବାହାରେ ଧାରଣାରେ ନର୍ସ, ଭିତରେ ଯନ୍ତ୍ରଣାରେ ଛଟପଟ ରୋଗୀ। ନର୍ସଙ୍କ ଆନ୍ଦୋଳନ ଯୋଗୁଁ କେଉଁଠି ଅପରେସନ୍ ହୋଇପାରୁନି ତ ଆଉ କେଉଁଠି ରୋଗୀଙ୍କୁ ଇଞ୍ଜେକସନ୍ ଓ ସାଲାଇନ୍ ଦିଆଯାଇପାରୁନି।
ନର୍ସିଂ ସଂଘ ସଭାପତି ମଧ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ସହ ଆଲୋଚନା ଫଳପ୍ରଦ ହୋଇଛି ବୋଲି କହିଛନ୍ତି । ଦାବି ପୂରଣ ପାଇଁ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।
ଆଜି ସିରିଞ୍ଜ ଛାଡ୍, କାଲିଠୁ ଅହୋରାତ୍ର ଧାରଣା ଚେତାବନୀ । ନର୍ସ ସଂଘକୁ ଆନ୍ଦୋଳନରୁ ଓହରିବାକୁ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଅପିଲ୍ ।
ରାଜ୍ୟରେ ଚାଲିଛି ନର୍ସ ଆନ୍ଦୋଳନ । ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନର୍ସ ଆନ୍ଦୋଳନ ଯୋଗୁ ରୋଗୀ ସେବା ପ୍ରଭାବିତ ହୋଇଛି ।
ଆନ୍ଦୋଳନରତ ନର୍ସିଂ ସଂଘ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଆଲୋଚନା ବିଫଳ । କଥାବାର୍ତ୍ତା ବିଫଳ ହୋଇଥିବା କହିଛନ୍ତି ନର୍ସିଂ ସଂଘର ସାଧାରଣ ସଂପାଦକ ।
କିଏ ନାକରେ ହାତ ଦେଇ ଯାଉଛି ତ' ଆଉ କିଏ ମୁହଁରେ କପଡ଼ା ଘୋଡେଇ । ୩ ଦିନ ହେଲା କ୍ୟାପିଟାଲ ହସ୍ପିଟାଲରେ ସଫେଇ ବନ୍ଦ ଥିବାରୁ ମେଡ଼ିକାଲର ବର୍ଜ୍ୟ ଓ ଅଳିଆ ଯୋଗୁଁ ଉପୁଜିଛି ଦୁର୍ଗନ୍ଧମୟ ସ୍ଥିତି ।
କେଉଁଠି ଜରି ଅଖାରେ ତ ଆଉ କେଉଁଠି ବସ୍ତାରେ ଭର୍ତ୍ତି କରି ଗଦା ହୋଇଛି ଅଳିଆ। ଯୁଆଡ଼େ ଆଖି ବୁଲାଇଲେ ଖାଲି ଆବର୍ଜନା ଓ ଆବର୍ଜନା।
ଅଗଷ୍ଟ ୭ ତାରିଖରୁ ନର୍ସିଂ ଅଫିସରଙ୍କ ବିରୋଧରେ ୬ ମାସ ପାଇଁ ଲାଗୁ ହୋଇଥିବା ଏସମାକୁ କଡ଼ାକଡ଼ି କାର୍ଯ୍ୟକାରୀ କରିବାକୁ ଆଜି ସବୁ CDMO ଓ ସରକାରୀ ମେଡିକାଲ କଲେଜଙ୍କୁ ଚିଠି ଲେଖିଛି ନର୍ସିଂ ନିର୍ଦ୍ଦେଶାଳୟ ।
କ୍ୟାପିଟାଲ୍ ହସ୍ପିଟାଲ୍ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ବସିଛନ୍ତି ସଫେଇ କର୍ମଚାରୀ । ଯାହାଫଳରେ ହସ୍ପିଟାଲରେ ସଫେଇ କାମ ଠପ୍ ହୋଇଯାଇଛି ।