• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ସ୍କ୍ରିମ୍ ଟାୱାର, ସୁନାମୀ, ଫ୍ରିସ ବି । ଏଥର ବାଲିଯାତ୍ରାର ସୋ ଷ୍ଟପର ସାଜିଛି ଏସବୁ ନୂଆ ଦୋଳି । ପ୍ରଥମଥର ପାଇଁ ବାଲିଯାତ୍ରାରେ ପଡିଥିବା ଏହି ଆଡଭେଂଚର୍ସ ଦୋଳିର ମଜା ଉଠାଇବାକୁ ଦିନ ତମାମ ଲାଗୁଛି ଭିଡ । ସେପଟେ ରାତିର ଅନ୍ଧାରକୁ ଚିରି ରଙ୍ଗୀନ ଆଲୁଅରେ ଦର୍ଶକଙ୍କୁ ବାନ୍ଧି ରଖୁଛି ଓଡ଼ିଶାର ସଂସ୍କୃତି ଓ ପରମ୍ପରାକୁ ନେଇ ଚିତ୍ତାକର୍ଷକ ଲେଜର୍ ସୋ' ।

ପୁରା ବାଲିଯାତ୍ରାରେ ଯେତିକି ଭିଡ, ଅଧାରୁ ଅଧିକ ଲାଗିଛି ଦୋଳି ପାଖରେ । ସାଙ୍ଗ ସାଥୀଙ୍କ ସହ ଘେରାଏ ଘୁରି ଆସିବାକୁ ଲାଗିଛି ଲମ୍ବା ଲାଇନ୍ । ଇଏ ଏମିତି ସେମିତିକା ଦୋଳି ନୁହେଁ, ୟାର ନାଁ ସୁନାମି । ନାଁ ଯେତିକି ଭୟଙ୍କର, ତାଠୁ ଅଧିକ ଛାତି ଥରି ଉଠିବ ଏଥିରେ ବସିବା ବେଳେ । ଥରେ ଚକ୍କର କାଟିଦେଲେ, ଆସିଯିବ ସମୁଦ୍ରର ଅନୁଭବ । ଭୟ ଥିଲେ ବି ମଜା ଉଠାଇବାକୁ ଆଗଭର ଯୁବପୀଢୀ ।

ଅଧିକ ପଢ଼ନ୍ତୁ: 'ଇଞ୍ଚେ ଜମିର ବେଆଇନ ବିକ୍ରିକୁ ବରଦାସ୍ତ କରାଯିବନି' : ପୃଥ୍ୱୀରାଜ ହରିଚନ୍ଦନ

ଆକାଶ ଉଚ୍ଚର ଏହି ଦୋଳି ଯିଏ ଖେଳିଛି ସିଏ ଜାଣିଛି ଏହାର ମଜା କେତେ । ହେଲେ ଏଥିପାଇଁ ଦରକାର ସାହସ । ଚଳିତ ବର୍ଷ ବାଲିଯାତ୍ରାକୁ ଆସିଥିବା ଏହି ନୂଆ ଦୋଳି ହେଲା ସ୍କ୍ରିମ୍ ଟାୱାର । ଗାଜିଆବାଦର ଏକ କମ୍ପାନୀ ପ୍ରଥମଥର ପାଇଁ ଏହାକୁ ଲଂଚ୍ କରିଛି କଟକ ବାଲିଯାତ୍ରାରେ । ଏକାଥରକେ ୩୨ ଜଣ ଏହି ଦୋଳିର ମଜା ଉଠାଇପାରିବେ ।

ଇଏ ଆଉ ଏକ ଆମୋଦ ଦାୟକ ଦୋଳି ଫ୍ରିସ ବି । ଏଠି ଭୟ କମ୍, ରୋମାଂଚ ଅଧିକ । ବାଲିଯାତ୍ରାରେ ସ୍କ୍ରିମ ଟାୱାର ଦୋଳିର ଦାମ୍ ୨ଶହ ଟଙ୍କା ଥିବା ବେଳେ ଫ୍ରିସ ବି ଓ ସୁନାମୀ ପାଇଁ ଦେବାକୁ ପଡୁଛି ଶହେ ଟଙ୍କା । ଏଥର ବାଲିଯାତ୍ରାରେ ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଉଛି ଏସବୁ ନୂଆ ଦୋଳି ।

ପାଣି ଓ ଆଲୋକର ଅଦ୍ଭୂତ ମିଳନ । ମହାନଦୀ ବକ୍ଷରେ ଓଡ଼ିଆ ନୌବାଣିଜ୍ୟ ପରମ୍ପରାର ନିଦର୍ଶନ । ଗଡଗଡିଆ ଘାଟରେ ଚିତ୍ତାକର୍ଷକ ଲେଜର ଲାଇଟ୍ ସୋରେ ପ୍ରଦର୍ଶିତ ହେଉଛି ହଜାରେ ବର୍ଷ ତଳର କଳିଙ୍ଗ ସଂସ୍କୃତି ଓ ଇତିହାସ । ମର୍କତ କେଶରୀଙ୍କ ରାଜୁତି ଠାରୁ ଅଭିନବ କଟକ ପ୍ରତିଷ୍ଠା ଯାଏଁ, ଲେଜର ସୋ ବଖାଣୁଛି ଓଡ଼ିଶା ଓ ଓଡ଼ିଆଙ୍କ ବୀରତ୍ୱର ଗାଥା ।

ମହାପ୍ରଭୁ ଜଗନ୍ନାଥ ଓ ଶ୍ରୀମନ୍ଦିରର କଥା କହିବା ବେଳେ ତ ଭାବରେ ଭରିଆସୁଛି ଦର୍ଶକଙ୍କ ହୃଦୟ । ଏସିଆର ବୃହତ୍ତମ ବାଣିଜ୍ୟିକ ମେଳା ବାଲିଯାତ୍ରାର ଉପର ଓ ତଳ ପଡିଆରେ ଲାଗିଛି ୨୫ ଶହରୁ ଅଧିକ ଷ୍ଟଲ୍ । ସେଥିରୁ ଓରମାସରେ କେବଳ ୫ଶହରୁ ଅଧିକ ଷ୍ଟଲ ରହିଛି । ଯେଉଁଥିରେ ଚାଲିଛି ବିକ୍ରିବଟା ।

ଅଧିକ ପଢ଼ନ୍ତୁ: 'ମୋ ପୁଅ ଠାକୁର ବୋଲି ମୁଁ କେବେ କହିନାହିଁ'

OTV is now on Whatsapp

Join and get latest news update delivered to you via whatsapp

Join Now