ଭୁବନେଶ୍ୱର : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏନ୍ଏସି ନିର୍ବାଚନକୁ ନେଇ ରାଜନୈତିକ ହିଂସା। ପ୍ରଚାର ବେଳେ ବିଜେଡି କର୍ମୀ ଆକ୍ରମଣ କରିଥିବା ଅଭିଯୋଗ କରିଛି ବିଜେପି। ଅଭିଯୋଗ ଅନୁସାରେ, ଗତକାଲି ୭ନମ୍ବର ଓ୍ୱାର୍ଡରେ ବିଜେପି କର୍ମୀମାନେ ପ୍ରଚାର କରୁଥିଲେ। ଏହି ସମୟରେ କିଛି ବିଜେଡି କର୍ମୀ ଅଶ୍ଲୀଳ ଭାଷାରେ ଗାଳିଗୁଳଜ କରିବା ପରେ ଆକ୍ରମଣ କରିଥିଲେ। ଆକ୍ରମଣରେ ଦୁଇ ଜଣ ବିଜେପି କର୍ମୀ ଆହତ ହୋଇଛନ୍ତି। ଏନେଇ ଉଭୟ ଦଳ ପକ୍ଷରୁ ଥାନାରେ ମାମଲା ରୁଜୁ ହୋଇଛି। […]
ଭୁବନେଶ୍ୱର : ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା ଖାତା ଦେଖା। ତେବେ ଏହାକୁ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି ସ୍କୁଲ ଓ କଲେଜ ଶିକ୍ଷକ ମିଳିତ ମଞ୍ଚ। ତାସହ ରାଜ୍ୟବ୍ୟାପି ମୂଲ୍ୟାୟନ କେନ୍ଦ୍ର ଗୁଡ଼ିକ ସାମ୍ନାରେ ସ୍କୁଲ ଏବଂ କଲେଜ ଶିକ୍ଷକ ମିଳିତ ମଞ୍ଚର ସଦସ୍ୟ ମାନେ ଧାରଣା ଦେଇଛନ୍ତି। ମୂଲ୍ୟାୟନ ପାଇଁ ଆସୁଥିବା ଶିକ୍ଷକଙ୍କୁ ମୂଲ୍ୟାୟନ କେନ୍ଦ୍ର ଭିତରକୁ ଛଡ଼ାଯାଉନି। ଫଳରେ ଏକପ୍ରକାର ଅଡୁଆ ପରିସ୍ଥିତି ଦେଖାଦେଇଛି। ଭୁବନେଶ୍ୱର ସମେତ କଟକ, ଜଗତସିଂପୁର, […]

ପୁରୀ: ଦୋଳପୂର୍ଣ୍ଣିମା ଲାଗି ଶ୍ରୀମନ୍ଦିର ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି। ଆଜିର ମେଣ୍ଢା ପୋଡି ନୀତି ଏବଂ ଆସନ୍ତାକାଲିର ଦୋଳ ପୂର୍ଣ୍ଣିମା ନୀତି କିଭଳି ଶୃଙ୍ଖଳିତ ଭାବେ ହୋଇପାରିବ, ସେନେଇ ଗତ ସନ୍ଧ୍ୟାରେ ବସିଥିବା ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ମେଣ୍ଢା ପୋଡ଼ି ପାଇଁ ଆଜି ଭୋର ୫ ଟାରେ ଦ୍ୱାର ଖୋଲିଛି। ବିଳମ୍ବିତ ରାତି ଗୋଟାଏରେ ପହଡ଼ ନୀତି ଅନୁଷ୍ଠିତ ହେବ ବୋଲି ଛତିଶା ନିଯୋଗ ନାୟକ ଜନାର୍ଦ୍ଧନ ପାଟ୍ଟଯୋଶୀ ମହାପାତ୍ର ସୂଚନା ଦେଇଛନ୍ତି।

ଦୋଳପୂର୍ଣ୍ଣିମାରେ ରାତି ୩ ଟାରୁ ଦ୍ୱାର ଫିଟିବ। ଦିନ ୧୦ଟାରୁ ୧୧ଟା ମଧ୍ୟରେ ଦୋଳବେଦୀକୁ ବିଜେ ହେବେ ଦିଅଁ। ସେହିଦିନ ରାତି ୯ଟାରେ ବାହୁଡ଼ା ଏବଂ ୯ଟା ୩୦ରେ ଶ୍ରୀଜିଉଙ୍କ ରାଜାଧିରାଜ ବେଶ ଅନୁଷ୍ଠିତ ହେବ।

ଠାକୁରଙ୍କ ଏହି ବେଶକୁ ଶ୍ରଦ୍ଧାଳୁମାନେ ରାତି ୧୧ଟା ପର୍ଯ୍ୟନ୍ତ ଦର୍ଶନ କରି ପାରିବେ। ସବୁ ନୀତିକାନ୍ତ ଯେଭଳି ଠିକ୍ ଭାବେ ସମ୍ପନ୍ନ ହେବ ସେ ନେଇ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା।

ଭୁବନେଶ୍ୱର: ପ୍ରତ୍ୟାହୃତ ହେଲା OSRTC କର୍ମଚାରୀଙ୍କ ଆନ୍ଦୋଳନ। ଦରମା ଏବଂ ଭତ୍ତା ୨୦ ପ୍ରତିଶତ ବୃଦ୍ଧି ନେଇ ରାଜ୍ୟ ସରକାର ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିବା ସୂଚନା ମିଳିଛି। ପରିବହନ ମନ୍ତ୍ରୀ ନୃସିଂହ ସାହୁ ଏହି ସୂଚନା ଦେଇଛନ୍ତି।

ଅନ୍ୟ ଦାବି ଗୁଡ଼ିକ ସମ୍ପର୍କରେ ବିଚାର କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି। ଠିକା କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି, ସମାନ କାମକୁ ସମାନ ଦରମା, ସରକାରୀ କର୍ମଚାରୀଙ୍କ ଭଳି ମହଙ୍ଗା ଭତ୍ତା ଏବଂ ପଦୋନ୍ନତି ଆଦି ପ୍ରମୁଖ ୫ ଦଫା ଦାବି ନେଇ OSRTC କର୍ମଚାରୀ ଆଜିଠୁ ଆନ୍ଦୋଳନ ଡାକରା ଦେଇଥିଲେ। ଫଳରେ ରାଜ୍ୟବ୍ୟାପି ସରକାରୀ ବସ୍ ଚଳାଚଳ ବନ୍ଦ ରହିଥିଲା ।