/odishatv-khabar/media/post_attachments/uploadimage/library/16_9/16_9_0/IMAGE_1727155634.jpg)
Capital Hospital
ଦୁର୍ଗନ୍ଧରେ ଫାଟୁଛି କ୍ୟାପିଟାଲ୍ ହସ୍ପିଟାଲ୍ । ଚାରିଆଡେ ପଡ଼ିଛି ଆବର୍ଜନା । କ୍ୟାପିଟାଲ୍ ହସ୍ପିଟାଲ୍ ସଫେଇ କର୍ମଚାରୀଙ୍କ ଆନ୍ଦୋଳନଙ୍କ ଯୋଗୁ ଉପୁଜିଛି ଏମିତି ସ୍ଥିତି । ଗତକାଲିଠାରୁ କ୍ୟାପିଟାଲ ହସ୍ପିଟାଲ ସଫେଇ କର୍ମଚାରୀ ଆନ୍ଦୋଳନ ଚଳାଇଛନ୍ତି । ପୂଜା ବୋନସ୍ ସହ ୨୬ ଦିନ ବଦଳରେ ୩୦ ଦିନର ଦରମା ଦାବିରେ ଆନ୍ଦୋଳନରେ ବସିଛନ୍ତି ହସ୍ପିଟାଲ୍ର ସଫେଇ କର୍ମଚାରୀ ।
Advertisment
ଅଧିକ ପଢ଼ନ୍ତୁ: ଚେତିଲା ଉଚ୍ଚଶିକ୍ଷା ବିଭାଗ; କଲେଜରେ ଯୌନ ନିର୍ଯାତନା ରୋକିବାକୁ ଗଠନ ହେବ ଆଇସିସି
କ୍ୟାପିଟାଲ୍ ହସ୍ପିଟାଲ୍ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ବସିଛନ୍ତି ସଫେଇ କର୍ମଚାରୀ । ଯାହାଫଳରେ ହସ୍ପିଟାଲରେ ସଫେଇ କାମ ଠପ୍ ହୋଇଯାଇଛି । ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି। ଚାରି ଆଡ଼େ ପଡ଼ିଛି ଆବର୍ଜନା ଓ ଦୁର୍ଗନ୍ଧରେ ଫାଟୁଛି କ୍ୟାପିଟାଲ୍ ହସ୍ପିଟାଲ୍ । ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନରୁ ଉଠବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ସଫେଇ କର୍ମଚାରୀ । ଏନେଇ କ୍ୟାପିଟାଲ୍ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)