Advertisment

Farmers Protest In Kalahandi: ତାତିଲେ ଚାଷୀ; ପାଣି ପାଇଁ ହଲ୍ଲାବୋଲ, ଜମିକୁ ପାଣି ନମାଡ଼ିଲେ ତେଜିବ ଆନ୍ଦୋଳନ

କେଉଁଠି ଧାରଣା ତ କେଉଁଠି ରାସ୍ତାରୋକ। ଆଉ କେଉଁଠି ସରକାରଙ୍କ ଉଦ୍ଦେଶ୍ୟରେ ପ୍ରଶାସନକୁ ଦାବିପତ୍ର। ଇନ୍ଦ୍ରାବତୀ ଉଠା ଜଳସେଚନ ପ୍ରକଳ୍ପରୁ ରବି ସିଜିନରେ ଧର୍ମଗଡ଼ ଓ କୋକସରା ଅଞ୍ଚଳକୁ ପାଣି ଦିଆଯିବନି ବୋଲି ହୋଇଥିବା ନିଷ୍ପତ୍ତି ପରେ ବିଭିନ୍ନ ସ୍ଥାନରେ ଏମିତି ପ୍ରତିକ୍ରିୟା ପ୍ରକାଶ ପାଇଛି।

author-image
Sujit kumar Swain
ଅଦ୍ୟତନ ହୋଇଛି
Farmers Protest in Kalahandi Over Suspension of Water Supply

Farmers Protest in Kalahandi Over Suspension of Water Supply

ତଳମୁଣ୍ଡରେ ଚାଷୀଙ୍କୁ ମିଳିବନି ଇନ୍ଦ୍ରାବତୀ ମେଗା ଜଳସେଚନ ପ୍ରକଳ୍ପ ପାଣି। ବାମ କେନାଲରୁ ରବି ସିଜିନ୍ ପାଇଁ ପାଣି ଯୋଗାଣ ବନ୍ଦ ରହିବ। ଏହି ନିଷ୍ପତ୍ତି ପରେ କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ଓ କୋକସରା ବ୍ଲକ ଅଞ୍ଚଳ ଚାଷୀଙ୍କ ଭିତରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। କେଉଁଠି ଚାଷୀ ରାସ୍ତାରୋକ କଲେଣି ତ ଆଉ କେଉଁଠି ଧାରଣା ସହ ଦାବିପତ୍ର ଦେଇଛନ୍ତି। ଚେତେଇ ଦେଇଛନ୍ତି ପାଣି ନଦେଲେ ଆଗକୁ ଆନ୍ଦୋଳନ ଆହୁରି ତୀବ୍ର ହେବ। ସେପଟେ ଜଳଭଣ୍ଡାର ଯନ୍ତ୍ରୀ କହିଛନ୍ତି, ଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ। 

Advertisment

ଇନ୍ଦ୍ରାବତୀ ଉଠା ଜଳସେଚନ ପ୍ରକଳ୍ପରୁ ରବି ସିଜିନରେ ଧର୍ମଗଡ଼ ଓ କୋକସରା ଅଞ୍ଚଳକୁ ପାଣି ଦିଆଯିବନି ନିଷ୍ପତ୍ତି ପରେ ବିଭିନ୍ନ ସ୍ଥାନରେ ଏମିତି ପ୍ରତିକ୍ରିୟା ପ୍ରକାଶ ପାଇଛି। ବାମ କେନାଲର ତଳମୁଣ୍ଡରେ ଚାଷୀଙ୍କ ଭିତରେ କୁହୁଳିବାରେ ଲାଗିଛି ଅସନ୍ତୋଷ। ନିକଟରେ ମେଗା ଉଠାଜଳସେଚନ ପ୍ରକଳ୍ପର ୨୬ ହଜାର ହେକ୍ଟର ସମେତ ବାମ କେନାଲର ଧର୍ମଗଡ଼ ଅଞ୍ଚଳ ଚାଷୀଙ୍କୁ ରବି ଫସଲ ପାଇଁ ପାଣି ନଦେବାକୁ ନୋଟିସ୍ ହୋଇଥିଲା। ତାପରଠୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି କଳାହାଣ୍ଡି ଜିଲ୍ଲାର ଅନ୍ନଦାତା। 

ଅଧିକ ପଢ଼ନ୍ତୁ: ମୋତେ ବୋମା ପକାଇ ଉଡ଼ାଇଦେବାକୁ ଚେଷ୍ଟା କରିଥିଲେ ପୂର୍ବ ସରକାର: ମୋହନ ମାଝୀ

Advertisment

ଇନ୍ଦ୍ରାବତୀ ବାମ ଓ ଡାହାଣ କେନାଲରେ ପାଣି ନଛାଡିଲେ ତଳମୁଣ୍ଡରେ ୪୮ ହଜାର ହେକ୍ଟର ଚାଷ ଜମି ପ୍ରଭାବିତ ହେବା ଆଶଙ୍କା ରହିଛି। ଚାଷୀ ପ୍ରଶ୍ନ କରିଛନ୍ତି, କାହିଁକି ହେବନି ଜଳ ଯୋଗାଣ ? ଜଳଭଣ୍ଡାରରେ ପର୍ଯ୍ୟାପ୍ତ ପାଣି ଥିଲେ ବି କାହିଁକି ସେମାନଙ୍କୁ ହତାଦର କରାଯାଉଛି। କଥା ନଶୁଣିଲେ ଆଗକୁ ଆନ୍ଦୋଳନ ଉଗ୍ର ହେବ ବୋଲି ସଫାସଫା ଶୁଣାଇ ଦେଇଛନ୍ତି। 

ଇନ୍ଦ୍ରାବତୀ ମୁଖ୍ୟ ନିର୍ମାଣ ଯନ୍ତ୍ରୀ କହିଛନ୍ତି, ନଭେମ୍ବରରେ ଜଳଭଣ୍ଡାରରେ ପାଣି କମିଥିବାରୁ ତଳମୁଣ୍ଡକୁ ଯୋଗାଣ ବନ୍ଦ ନିଷ୍ପତ୍ତି ହୋଇଛି। ଏବେ ଚାଷୀଙ୍କ ଦାବିକୁ ଦୃଷ୍ଟିରେ ରଖି ଖୁବଶୀଘ୍ର କିଛି ନିଷ୍ପତ୍ତି ନିଆଯିବ।

କଳାହାଣ୍ଡି ଜିଲ୍ଲାର ଜଳସେଚନରେ ନୂଆ ଅଧ୍ୟାୟ ଯୋଡ଼ିଥିଲା ଇନ୍ଦ୍ରାବତୀ ମେଗା ଜଳସଚେନ ପ୍ରକଳ୍ପ। ଏହାଦ୍ବାରା ଧର୍ମଗଡ଼, ଜୁନାଗଡ଼, ଜୟପାଟଣା ଓ କୋକସରା ବ୍ଲକର ୨୫ହଜାର ହେକ୍ଟରରୁ ଅଧିକ ଚାଷ ଜମିକୁ ପାଣି ମାଡ଼ି ପାରିବ ବୋଲି କୁହାଯାଇଥିଲା। ଏବେ ରବି ଫସଲ ପାଇଁ ପାଣି ନଦେବା ନିଷ୍ପତ୍ତି ପରେ ଚାଷୀ ମୁଣ୍ଡରେ ଚଡ଼କ ପଡିଛି। 

ଅଧିକ ପଢ଼ନ୍ତୁ: ବାଂଲାଦେଶୀ ସେକ୍ସ ରାକେଟ୍: ଦଲାଲ ଦମ୍ପତିଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ୍‌

Farmers Protest Farmers Protest
Advertisment
Advertisment