/odishatv-khabar/media/post_attachments/uploadimage/library/16_9/16_9_0/IMAGE_1727543693.jpg)
Nursing Staff Protest
ଆନ୍ଦୋଳନରୁ ଓହରିଲେ ନର୍ସ । ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସହ ଆଲୋଚନା ପରେ ସଂଘ ୪ ଦିନ ଧରି କରୁଥିବା ଆନ୍ଦୋଳନ ପ୍ରତ୍ୟାହାର କରିଛି । ଆଜି ହିଁ ସମସ୍ତେ କାର୍ଯ୍ୟରେ ଯୋଗ ଦେବେ ବୋଲି ସଂଘ ସାଧାରଣ ସମ୍ପାଦକ ସୂଚନା ଦେଇଛନ୍ତି । ନର୍ସିଂ ସଂଘର ୧୦ ଦଫା ଦାବି ଉପରେ ଆଜି ଲୋକସେବା ଭବନରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା ହୋଇଥିଲା । ଏହାପରେ ସଂଘ ସହ ଆଲୋଚନା ଫଳପ୍ରଦ ହୋଇଥିବା ସ୍ବାସ୍ଥ୍ୟମନ୍ତ୍ରୀ କହିଥିଲେ ।
Advertisment
୨୦୧୩ ପୂର୍ବରୁ ନିଯୁକ୍ତ ନର୍ସିଂ ଅଫିସରଙ୍କ ୬ ବର୍ଷ ଚୁକ୍ତିଭିତ୍ତିକ ଅବଧିକୁ ମୂଳ ଚାକିରି ସୀମାରେ ମିଶାଇ ପଦୋନ୍ନୋତି, ଆର୍ଥିକ ସୁବିଧା ପ୍ରଦାନ, ବରିଷ୍ଠତା ଭିତ୍ତିରେ ପଦୋନ୍ନତି, ଆଉଟ୍ ସୋର୍ସିଂ ନିଯୁକ୍ତି ବନ୍ଦ, ନର୍ସିଂ ଅଫିସରଙ୍କ ଡ୍ରେସ୍ କୋଡ୍ ପରିବର୍ତ୍ତନ ଭଳି ୧୦ ଦଫା ଦାବି ନେଇ ୪ ଦିନ ହେଲା ଆନ୍ଦୋଳନରେ ବସିଥିଲା ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ। ଏପରିକି ଆଜି ଠାରୁ ନର୍ସମାନେ ଦିନରାତି ସିରିଞ୍ଜ୍ ଛାଡ଼ ଆନ୍ଦୋଳନକୁ ଓହ୍ଲାଇଥିଲେ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)