
ପୁରୀ : ପୁରୀରେ ଛାତ୍ରଙ୍କୁ ଗୁଳିମାଡ଼ ପରେ ଉତ୍ତେଜନା । ଗତରାତିରେ ହେରାଗୋହରୀ ସାହି ବୋର୍ଡିଂ ଛକ ଦେଇ ସାଇକେଲ୍ରେ ଯାଉଥିବା ବେଳେ ଆୟୁର୍ବେଦ କଲେଜର ଦ୍ୱିତୀୟ ବର୍ଷର ଛାତ୍ର ଜନ୍ମେଜୟ ମନ୍ତ୍ରୀଙ୍କୁ ଦୁର୍ବୃତ୍ତ ଆକ୍ରମଣ କରିଥିଲେ । ଦୁଇଜଣ ଦୁର୍ବୃତ୍ତ ବାଇକ୍ରେ ଆସି ପ୍ରଥମେ ତାଙ୍କ ମୋବାଇଲ୍ ଛଡ଼ାଇବାକୁ ଉଦ୍ୟମ କରିଥିଲେ । ତେବେ ଏଥିରେ ବିଫଳ ହେବାରୁ ତାଙ୍କୁ ମାଡ଼ ମାରିବା ସହ ଦୁର୍ବୃତ୍ତ ମାନେ ଗୁଳି ଚଳାଇଥିବା ଅଭିଯୋଗ ହୋଇଛି । ଛାତ୍ରଙ୍କ […]
ପୁରୀ: ପ୍ରବଳ ବର୍ଷା ଯୋଗୁ ରାଜ୍ୟର ବିଭିନ୍ନ ଅଞ୍ଚଳ ଜଳାର୍ଣ୍ଣବ ହୋଇଛି। ପୁରୀ ସହର ବି ଏଥିରୁ ବାଦ୍ ପଡ଼ିନି। ବଡ଼ଦାଣ୍ଡ ସହ ଶରଧାବାଲି ଜଳାର୍ଣ୍ଣବ ହୋଇଛି। ପାଣି ଘେରରେ ତିନି ରଥ ରହିଥିବା ଦେଖିବାକୁ ମିଳିଛି। ଡ୍ରେନ୍ ଉପରେ ଆଣ୍ଠୁଏ ପାଣି ପ୍ରବାହିତ ହେଉଥିବାବେଳେ ବହୁ ଦୋକାନ ଭିତରେ ବି ପାଣି ପଶିଥିବା ଦେଖିବାକୁ ମିଳିଛି। ବିଭିନ୍ନ ସାହି ଓ ଗଳି ରାସ୍ତାରେ ବର୍ଷା ପାଣିର ସୁଅ ଦେଖିବାକୁ ମିଳିଛି। ଏଭଳି ସ୍ଥିତି ଯୋଗୁ ଲୋକେ […]
ଭୁବନେଶ୍ୱର : କେବଳ ପୁରୀ ନୁହେଁ, ଆଜି ପୁରପଲ୍ଲୀ ପାଲଟିଛି ଶ୍ରୀକ୍ଷେତ୍ର। ରାଜରାସ୍ତାଠୁ ଗଳିକନ୍ଦି, ସବୁ ପାଲଟିଛି ବଡ଼ଦାଣ୍ଡ। ସେଇ ଭାବ, ସେଇ ଭକ୍ତିରେ ପାଳିତ ହୋଇଛି ମହାପ୍ରଭୁଙ୍କ ପତିତପାବନ ଯାତ୍ରା। ଘଣ୍ଟଘଣ୍ଟା ଓ ହରିବୋଲ ହୁଳହୁଳିରେ ଉଛୁଳି ପଡ଼ୁଛି ରାଜଧାନୀର ରାଜରାସ୍ତା। ବର୍ଷା ସତ୍ତ୍ୱେ ମଳିନ ପଡ଼ିନି ଭକ୍ତଙ୍କ ଉତ୍ସାହ। ଇସ୍କନ ମନ୍ଦିରରୁ ରଥ ଗଡ଼ିବା ବେଳେ କିଏ ରଥ ଆଗରେ ନାଚଗୀତରେ ତଲ୍ଲୀନ ଥିଲା ତ କିଏ ପ୍ରଭୁଙ୍କ ଝଲକଟିଏ ପାଇବା ପାଇଁ ଅନେଇଥିଲା […]
ଭୁବନେଶ୍ୱର: ପ୍ଲାଷ୍ଟିକ୍ ବର୍ଜ୍ୟ ପରିଚାଳନା ପାଇଁ ପୁରୀ ଜିଲ୍ଲା ଜାତୀୟ ସ୍ତରରେ ପୁରସ୍କୃତ ହୋଇଛି। ଜଳ ଶକ୍ତି ମନ୍ତ୍ରଣାଳୟ ଅଧୀନରେ ଥିବା ପାନୀୟ ଜଳ ଓ ପରିମଳ ବିଭାଗ ପକ୍ଷରୁ ଏହି ପୁରସ୍କାର ଦିଆଯାଇଛି। ଆଜି ଦିଲ୍ଲୀଠାରେ ଏହି ସମ୍ମାନ ଦିଆଯାଇଛି। ଅଭିନେତା ତଥା ପାନି ଫାଉଣ୍ଡେସନ୍ର ପ୍ରତିଷ୍ଠାତା ଆମୀର ଖାନ୍ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ସ୍ୱଚ୍ଛତା ହି ସେବା ୨୦୧୯ ଅଭିଯାନ ଅଧୀନରେ ଏକ କର୍ମଶାଳା ଅବସରରେ ଏହି ସମ୍ମାନ ପ୍ରଦାନ କରାଯାଇଛି। ସ୍ୱଚ୍ଛତା […]
ନୂଆଦିଲ୍ଲୀ : ବିଗ୍ବସ୍ ୧୩ ଟିଆର୍ପି ମାମଲାରେ ବହୁତ ଭଲ କରିବାରେ ଲାଗିଛି । ଏହି ସୋ’ର ୧୩ତମ ସପ୍ତାହ ବହୁତ ଅଧିକ ଟିଆର୍ପି ଆଣିଛି ଏବଂ ଏହାର ଶ୍ରେୟ କେବଳ ସିଦ୍ଧାର୍ଥ ଶୁକ୍ଲାଙ୍କୁ ହିଁ ଦିଆଯାଇପାରେ । କାରଣ ଏହି ସପ୍ତାହରେ ସେମାନଙ୍କର ଝଗଡ଼ା ହୋଇଥିଲା। ଆଉ ଏହା ଥିଲା ସବୁଠୁ ହଟ୍ ଟପିକ୍ ଥିଲା । ଏଣୁ ତାହା କୌଣସି ଝଗଡ଼ାର ବିଷୟ ହେଉ ବା କୌଣସି ପରିବର୍ତ୍ତନର ସମୀକରଣ , ଘରର ସବୁ […]
ପୁରୀ: ପୁରୀ ସମୁଦ୍ର ବେଳାଭୂମିରେ କୋଷ୍ଟାଲ ରେଗୁଲେସନ୍ ଜୋନ୍ ବା CRZ ଆଇନ୍ର ଖୋଲାଖୋଲି ଉଲ୍ଲଂଘନ ଅଭିଯୋଗ। ପୁରୀ ସମୁଦ୍ର ବେଳାଭୂମିରେ ଗାନ୍ଧିସ୍ମୃତି ପୀଠ ଓ ରାଜଭବନ ପଛପଟେ ବାଲି ସିମେଣ୍ଟରେ ଅସ୍ଥାୟୀ ପାଇଖାନା ନିର୍ମାଣ ହେଉଥିବା ଦେଖିବାକୁ ମିଳିଛି। କେବଳ ଏତିକି ନୁହେଁ, ତିଆରି ହେଉଛି ପ୍ରାୟ ୧ ହଜାର ଫୁଟ ଲମ୍ବର ବାଉଁଶର ଏକ ଅସ୍ଥାୟୀ ଷ୍ଟଲ୍। ତା’ ନିକଟରେ ଇଟା, ବାଲି ସିମେଣ୍ଟରେ ପାଇଖାନା ତିଆରି ହେଉଛି। ଲୁହା ରେଲିଂ ଲଗାଯାଇ ନିର୍ମାଣ […]
ଭୁବନେଶ୍ୱର : ପୁରୀ ଗଣଦୁଷ୍କର୍ମ ପ୍ରତିବାଦରେ ରାଜଧାନୀରେ ହଲ୍ଲାବୋଲ୍ ନବୀନ ନିବାସରେ ଧସେଇ ପଶିବାକୁ ଉଦ୍ୟମବେଳେ ବିଜେପି ମହିଳାମୋର୍ଚ୍ଚା କର୍ମୀ-ପୁଲିସ୍ ଧସ୍ତାଧସ୍ତି । ଛାତ୍ର କଂଗ୍ରେସ ପକ୍ଷରୁ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ କ୍ୱାର୍ଟର୍ସ ଉପରକୁ ଟମାଟୋ ମାଡ଼। ନବନିର୍ମାଣ ଯୁବଛାତ୍ର ସଂଗଠନ ମଧ୍ୟ ବିଶାଳ ପ୍ରତିବାଦ କରି ଜାହିର କରିଛି ଅସନ୍ତୋଷ। ସେପଟେ ମାମଲାର ତଦନ୍ତରେ ବେଶି ଆଗକୁ ବଢ଼ିପାରିନି ପୁରୀ ପୁଲିସ୍। ମୁଖ୍ୟ ଅଭିଯୁକ୍ତ ସହ ଗିରଫ ୨ଜଣଙ୍କୁ ୭ଦିନିଆ ରିମାଣ୍ଡରେ ଆଣି ପଚରାଉଚରା କରାଯିବ ବୋଲି […]
ପୁରୀ : ହାଇଦ୍ରାବାଦରେ ଡାକ୍ତରଙ୍କୁ ଗଣଦୁଷ୍କର୍ମ ଓ ହତ୍ୟାକୁ ନେଇ ସାରା ଦେଶରେ ପ୍ରତିବାଦର ନିଆଁ କୁହୁଳୁଥିବା ବେଳେ ଏପଟେ ପୁରୀରେ ଜଣେ ଅସହାୟ ଯୁବତୀଙ୍କୁ ଖୋଦ୍ ପୁଲିସ୍ କ୍ୱାର୍ଟର୍ସରେ ଗ୍ୟାଙ୍ଗ ରେପ୍ ଘଟଣା ସାରା ରାଜ୍ୟରେ ସୃଷ୍ଟି କରିଛି ହଇଚଇ। ସୋମବାର ସନ୍ଧ୍ୟାରେ କୁମ୍ଭାରପଡ଼ା ଥାନାରେ ପୀଡ଼ିତାଙ୍କ ଏତଲା ପରେ ମୁଖ୍ୟ ଅଭିଯୁକ୍ତ ପୂର୍ବତନ କନଷ୍ଟେବଳ ସହ ୨ଜଣଙ୍କୁ ଗିରଫ କରିଛି ପୁଲିସ। ଆଉ ୨ଜଣଙ୍କୁ ଧରିବାକୁ ଚାଲିଛି ତନାଘନା। ତେଣେ ପୀଡ଼ିତାଙ୍କୁ ନିଶ୍ଚେ ନ୍ୟାୟ […]
ପୁରୀ : ପର୍ଯ୍ୟଟନ ସହର ପୁରୀରେ ଲଜ୍ଜା। ଯୁବତୀଙ୍କ ସହ ଗଣଦୁଷ୍କର୍ମର ଚାଞ୍ଚଲ୍ୟକର ଅଭିଯୋଗ। ଝାଡ଼େଶ୍ୱରୀ କ୍ଲବ୍ ନିକଟ କ୍ୱାର୍ଟର୍ସରେ ଏହି ଜଘନ୍ୟକାଣ୍ଡ ଘଟିଥିବାର ସୂଚନା। ଅଭିଯୋଗ ଅନୁଯାୟୀ, ଯୁବତୀ ଜଣକ ନିମାପଡ଼ା ବସ୍ଷ୍ଟାଣ୍ଡରେ କାକଟପୁର ଅଞ୍ଚଳକୁ ଯିବା ପାଇଁ ଅପେକ୍ଷାରେ ଥିଲେ। ଏହି ସମୟରେ ୪ ଜଣ ଯୁବକ ପୁଲିସ୍ ପରିଚୟ ଦେଇ ତାଙ୍କୁ ତାଙ୍କ ଘରେ ଛାଡ଼ିଦେବାକୁ କହି କାର୍ରେ ଝାଡ଼େଶ୍ୱରୀ କ୍ଲବ୍ ନିକଟ କ୍ୱାର୍ଟର୍ସକୁ ନେଇ ଯାଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। […]
ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ । ଭୁବନେଶ୍ୱର ଆଇଆରସି ଭିଲେଜ ଅଞ୍ଚଳରୁ ମଣିଷ ଖପୁରୀ ଓ ହାଡ଼ ଜବତ ହୋଇଛି। ଏକ ଡଷ୍ଟବିନ୍ରେ ଜରିରେ ଭର୍ତ୍ତି ହୋଇ ହାଡ଼, କଙ୍କାଳ ଓ ଖପୁରୀ ପଡ଼ିଥିଲା। ସଫେଇ କର୍ମଚାରୀମାନେ ସକାଳେ ସଫା କରିବାବେଳେ ଏହାକୁ ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ହାଡ଼ ଓ ଖପୁରୀ ଜବତ କରିଛି। ଏହି ଖପୁରି ଓ ହାଡ଼ କାହାର, କେଉଁ ପରିସ୍ଥିତିରେ ଓ କିପରି ସେଠାକୁ କଙ୍କାଳ ଆସିଲା, ପୁଲିସ ତାହାର […]
ପୁରୀ : ଦେବୋତ୍ତର ବିଭାଗର ନିୟନ୍ତ୍ରଣରୁ ମୁକ୍ତ ହେଲା ପୁରୀ ଗୋବର୍ଦ୍ଧନ ମଠ। ଏଣିକି ଏହା ଏକ ସ୍ୱୟଂ ଚାଳିତ ସଂସ୍ଥା ଭାବେ ପରିଚାଳିତ ହେବ। ରାଜ୍ୟ ସରକାର ଓଡ଼ିଶା ହିନ୍ଦୁ ଦେବୋତ୍ତର ସଂଶୋଧନ ବିଲ୍ ବିଧାନସଭାରେ ପାରିତ କରିବା ପରେ ଗୋବର୍ଦ୍ଧନ ମଠ ଦେବୋତ୍ତର ବିଭାଗର ନିୟନ୍ତ୍ରଣରୁ ମୁକ୍ତ ହୋଇଛି। ଗୋବର୍ଦ୍ଧନ ମଠ ସହ ରାଜ୍ୟର ୧୮ ହଜାରରୁ ଅଧିକ ଧାର୍ମିକ ସଂସ୍ଥା ଦେବୋତ୍ତର ବିଭାଗର ଅଧିନରେ ରହିଛି। ତେବେ ଗୋବର୍ଦ୍ଧନ ମଠ ଆଦି–ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ପ୍ରତିଷ୍ଠା […]
ଭୁବନେଶ୍ୱର : ରାତି ପାହିଲେ କାର୍ତ୍ତିକ ପୂର୍ଣ୍ଣିମା। ମହାପ୍ରଭୁ ରାଜରାଜେଶ୍ୱର ବେଶରେ ଦର୍ଶନ ଦେବେ। ମହାପ୍ରଭୁଙ୍କର ଏହି ବେଶ ଦର୍ଶନ କରିବା ପାଇଁ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବ। ଏହାକୁ ଲକ୍ଷ୍ୟକରି ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। କାର୍ତ୍ତିକ ପୂର୍ଣ୍ଣିମାରେ ଯାତ୍ରୀ ଭିଡକୁ ଦେଖି ପୂର୍ବତଟ ରେଲ୍ୱେ ପକ୍ଷରୁ ୨ଟି ସ୍ୱତନ୍ତ୍ର ଟ୍ରେନ୍ ଚାଣିବ। ଗୋଟିଏ ଟ୍ରେନ୍ ପୁରୀଠାରୁ ପଲାସା ମଧ୍ୟରେ ଚାଲିବ। ଏହି ଟ୍ରେନ୍ କାଲି ଅପରାହ୍ନ ୨ଟାରେ ପୁରୀରୁ ଛାଡ଼ି ପଲାସା […]