• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Total "1263" result for "ପୁରୀ" in https://otvkhabar.in

bjp
ପୁରୀ ଲୋକସଭା ଆସନ ଲାଗି ପ୍ରାର୍ଥୀପତ୍ର ଦାଖଲ କଲେ ସମ୍ବିତ ପାତ୍ର

ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପୁରୀ ଲୋକସଭା ଆସନ ଲାଗି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର। ସେ ଶ୍ରୀଗୁଣ୍ଡିଚା ମନ୍ଦିରରୁ ଏକ ଶୋଭାଯାତ୍ରାରେ ନିଜ ସମର୍ଥକଙ୍କ ସହିତ ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ନାମାଙ୍କନପତ୍ର ଦାଖଲ କରିଛନ୍ତି। ସେହିପରି ପିପିଲି ବିଧାନସଭାରୁ ପ୍ରାର୍ଥୀ ହୋଇଥିବା ଆଶ୍ରିତ ପଟ୍ଟନାୟକ ଓ ସତ୍ୟବାଦୀରୁ ପ୍ରାର୍ଥୀ ହୋଇଥିବା ଓମ୍‌ପ୍ରକାଶ ମିଶ୍ର ମଧ୍ୟ ନାମାଙ୍କନ ଦାଖଲ କରିଛନ୍ତି। ଭୁବନେଶ୍ୱର ଲୋକସଭା ଆସନ ପାଇଁ କଂଗ୍ରେସ ଓ […]

train
ପୁରୀ-ଦୁର୍ଗ ଇଣ୍ଟରସିଟି ଟ୍ରେନ୍‌ ରହଣି ଦାବିରେ ରେଳରୋକ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାର ସଇଁତଳା ଷ୍ଟେସନ୍‌ରେ ପୁରୀ-ଦୁର୍ଗ ଇଣ୍ଟରସିଟି ଟ୍ରେନ୍‌ ରହଣି ଦାବିରେ ଆଜି ରେଳରୋକ କରାଯାଇଛି। ସଇଁତଳା ବିକାଶ ପରିଷଦ ଓ ଜନସାଧାରଣଙ୍କ ପକ୍ଷରୁ ଏହି ରେଳରୋକ କରାଯାଇଛି। ଆନ୍ଦୋଳନକାରୀମାନେ ସଇଁତଳା ଷ୍ଟେସନ୍‌ରେ ପୁରୀ-ଗାନ୍ଧିଧାମ ଏକ୍ସପ୍ରେସକୁ କିଛି ସମୟ ପାଇଁ ଅଟକାଇ ଦେଇଥିଲେ । ପରେ ଆନ୍ଦୋଳନକାରୀ ଅଟକାଇ ଥିବା ଟ୍ରେନକୁ ଛାଡ଼ିଥିଲେ ମଧ୍ୟ ଆନ୍ଦୋଳନ ଜାରି ରଖିଛନ୍ତି।

36-750x430
ପୁରୀରେ ନାବାଳିକା ଦୁଷ୍କର୍ମ ଘଟଣା: ହେଲ୍‌ପର ଗିରଫ

ପୁରୀ:ପୁରୀ ବସ୍‌ ଭିତରେ ନାବାଳିକା ଦୁଷ୍କର୍ମ ଘଟଣାରେ ପୁଲିସ୍ ପୋକ୍ସୋ ଆଇନରେ ମାମଲା ରୁଜୁ କରିଛି। ଏହାସହ ଘଟଣାରେ ସଂପୃକ୍ତି ଅଭିଯୋଗରେ ପୁଲିସ୍‌ ପୂର୍ବରୁ ଅଟକ ରଖିଥିବା ଉକ୍ତ ବସ୍‌ର ହେଲପରକୁ ଗିରଫ କରିଛି। ଗତ ରାତିରେ ଏକ ଲକ୍ଜୁରି ବସ୍ ଭିତରେ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା।  ଶରଧାବାଲିରେ ପୀଡ଼ିତା ନାବାଳିକା କାନ୍ଦୁଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ।  କୁମ୍ଭାରପଡ଼ା ପୁଲିସ୍ ପୀଡ଼ିତାକୁ ଉଦ୍ଧାର କରିବା ସହ ଅଭିଯୋଗ କ୍ରମେ ବସ୍ […]

Capture--6
ପୁରୀରେ ଆମିକସ କ୍ୟୁରିଙ୍କ ସହଯୋଗୀ

ପୁରୀ  :  ଶ୍ରୀମନ୍ଦିର ସଂସ୍କାର ନିମେନ୍ତ ନିଯୁକ୍ତ ଆମିକସ କ୍ୟୁରି ରଞ୍ଜିତ କୁମାରଙ୍କ ସହଯୋଗୀ ପ୍ରିୟା ହିଙ୍ଗୁରାନୀ ପୁରୀରେ ପହଞ୍ଚିଛନ୍ତି । ଆଜି ସେ ପ୍ରଥମେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଏହି ସମୟରେ ଶ୍ରୀମନ୍ଦିର ପ୍ରଶାସନର ସୂଚନା ଅଧିକାରୀ ପ୍ରଦୀପ ଚାଟାର୍ଜୀ ଓ ଛତିଶା ନିଯୋଗ ନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରିୟା ହିଙ୍ଗୁରାନି ଆଜି ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀ ଓ ବରିଷ୍ଠ ସେବାୟତମାନଙ୍କ ସହ ଆଲୋଚନା କରିବେ। ସୁପ୍ରିମକୋର୍ଟଙ୍କ ୧୨ସୂତ୍ରୀ ସଂସ୍କାରମୂଳକ […]

bjp
ପୁରୀରେ ବିଜେପିର ଦୁଇ ଦିନିଆ ଜନଜାତି ରାଷ୍ଟ୍ରୀୟ ମହାଅଧିବେଶନ

ପୁରୀ: ପୁରୀରେ ବିଜେପିର ଜନଜାତି ରାଷ୍ଟ୍ରୀୟ ମହାଅଧିବେଶନ ଆଜିଠୁ ଆରମ୍ଭ ହୋଇଛି। ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ଅଧିବେଶନକୁ ବିଜେପି ଏସ୍‌ଟି ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ରାମବିଚାର ନେତାମ୍‌ ଉଦ୍‌ଘାଟନ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ୍‌ଙ୍କ ସହ ଦେଶର ପ୍ରମୁଖ ଆଦିବାସୀ ନେତା, ମନ୍ତ୍ରୀ, ବିଧାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଏହି ଅଧିବେଶନରେ ଯୋଗ ଦେଇଛନ୍ତି। ଆସନ୍ତାକାଲି ପୁରୀରେ  ଆଦିବାସୀ ଅଧିକାର ସମାବେଶରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଯୋଗ ଦେବେ। ଏହି […]

puri
ଆଜି ପୁରୀରେ କାଳିଆ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ପୁରୀ: ଆଜି ପୁରୀ ଜିଲ୍ଲା ମାଳତୀପାଟପୁର ନିକଟ ରାହାଙ୍ଗିରିଆଠାରେ କାଳିଆ ଯୋଜନା ପାଇଁ ଏକ ବିଶାଳ ସମାବେଶ ହେବ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି ସମାବେଶରେ ରାଜ୍ୟର ୩୧୪ ବ୍ଲକ୍‌ରୁ ୨ଲକ୍ଷ ଚାଷୀ ଯୋଗଦେବା ପାଇଁ ବ୍ୟବସ୍ଥା କରାଯାଇଛି।  କାଳିଆ ଯୋଜନାରେ ଚାଷୀମାନଙ୍କୁ ମିଳିବାକୁ ଥିବା ସହାୟତା ରାଶି ଚାଷୀ ମାନଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରି ଏହି କାର୍ଯ୍ୟକ୍ରମର ଆନୁଷ୍ଠାନିକ ଭାବେ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିବେ ବୋଲି ଜଣାପଡ଼ିଛି। ଏହାସହ […]

crow
ପୁରୀରେ କାଉ ମଡ଼କ

ପୁରୀ: ପୁରୀରେ କାଉ ମଡ଼କ। ପୁରୀ ଜିଲ୍ଲା ବାଙ୍କିମୁହାଣ ନିକଟ ନୂତନ ପାର୍କ ନିକଟରେ ଆଜି ସକାଳୁ କିଛି କାଉ ମରି ପଡ଼ିଥିବା ଦେଖିବାକୁ ମିଳିଛି। ଦଶରୁ ଅଧିକ କାଉ ମରି ପଡ଼ିଥିବାରୁ ପୁଣି ପୁରୀରେ ବାର୍ଡ ଫ୍ଲୁ ଆଶଙ୍କା ଦେଖା ଦେଇଛି। ତେବେ ଅତ୍ୟଧିକ ଥଣ୍ଡା ଅନୁଭୂତ ହେଉଥିବା ଯୋଗୁ କାଉଗୁଡ଼ିକ ମରି ଯାଇଛନ୍ତି ନା ଏହା ବାର୍ଡଫ୍ଲୁ ଜନିତ ମୃତ୍ୟୁ, ତାହା ସ୍ପଷ୍ଟ ହୋଇନାହିଁ। ନିକଟରେ ଚିଲିକା ଓ ବାଲୁଖଣ୍ଡ ଅଭୟାରଣ୍ୟ ଥିବାରୁ ବିଦେଶାଗତ […]

naveen
ଆଜି ପୁରୀରେ ମୁଖ୍ୟମନ୍ତ୍ରୀଙ୍କ ମିଶନ ଶକ୍ତି କାର୍ଯ୍ୟକ୍ରମ

ପୁରୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁରୀ ଗସ୍ତ କରିବେ। ମିଶନ ଶକ୍ତି କାର୍ଯ୍ୟକ୍ରମ ଜରିଆରେ ଆୟୋଜିତ ଏହି ମହାସମାବେଶରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଯୋଗଦେବେ। ମହିଳାଙ୍କ ସଶକ୍ତିକରଣ ସହିତ ସେମାନଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବା ଏହାର ମୁଖ୍ୟ ଲକ୍ଷ୍ୟ ବୋଲି ମନ୍ତ୍ରୀ ମହେଶ୍ୱର ମହାନ୍ତି କହିଛନ୍ତି। ନୂତନ ସ୍ୱୟଂ ସହାୟକ ଗୋଷ୍ଠୀକୁ ୧୫ ହଜାର ଟଙ୍କାର ସିଡ୍‌ ମନି ପ୍ରଦାନ କରାଯିବ। ସେହିପରି ଡିଜିଟାଲ୍‌ କ୍ଷେତ୍ରରେ ସଶକ୍ତିକରଣ ପାଇଁ ପ୍ରତି ଗୋଷ୍ଠୀକୁ ୩ ହଜାର […]

simran singh
ମୃତ ସମ୍ବଲପୁରୀ ଆଲ୍‌ବମ୍‌ ଅଭିନେତ୍ରୀ ସିମ୍‌ରନ୍‌ଙ୍କ ଭଏସ୍‌ ମେସେଜ୍ ଭାଇରାଲ୍

ସମ୍ବଲପୁର: ସମ୍ବଲପୁରୀ ଆଲ୍‌ବମ୍‌ ଅଭିନେତ୍ରୀ ସିମ୍‌ରନ୍‌ ସିଂଙ୍କ ମୃତ୍ୟୁକୁ ନେଇ ସସ୍‌ପେନ୍‌ସ ବଢ଼ିବାରେ ଲାଗିଛି। କିଭଳି ଓ କେଉଁ ପରିସ୍ଥିତିରେ ସିମ୍‌ରନ୍‌ଙ୍କ ମୃତ୍ୟୁ ଘଟିଲା ତାକୁ ନେଇ ସମସ୍ତଙ୍କ ମଧ୍ୟରେ ଗୋଟିଏ ପ୍ରଶ୍ନ ସୃଷ୍ଟି ହୋଇଥିବା ବେଳେ ଏହା ଭିତରେ ସିମରନଙ୍କ ଏକ ଭଏସ୍ ମେସେଜ୍ ଭାଇରାଲ୍ ହେବାରେ ଲାଗିଛି। ମୃତ୍ୟୁ ପୂର୍ବରୁ ସିମ୍‌ରନ୍‌ ତାଙ୍କ ବନ୍ଧୁଙ୍କ ପାଖକୁ ପଠାଇଥିବା ଏହି ଭଏସ୍ ମେସେଜ୍‌ରେ ସେ ମାନସିକ ଭାବେ ଭାଙ୍ଗି ପଡ଼ିଥିବା କଥା କହିଛନ୍ତି। ଖାଲି ଏତିକି ନୁହେଁ […]