• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Total "1263" result for "ପୁରୀ" in https://otvkhabar.in

dna test
ମୃତ ଜୟଶ୍ରୀଙ୍କ ଉଦ୍ଧାର ଖପୁରୀ ଓ ତାଙ୍କ ପୁଅଝିଅଙ୍କ ହେବ DNA ଟେଷ୍ଟ

ସମ୍ବଲପୁର(ସଞ୍ଜୟ ଜେନା) : ସମ୍ବଲପୁର ନନ୍ଦପଡ଼ାର ବହୁଚର୍ଚ୍ଚିତ ଜୟଶ୍ରୀ ମିଶ୍ର ହତ୍ୟା ମାମଲା। ମୃତ ଜୟଶ୍ରୀଙ୍କ ଉଦ୍ଧାର ଖପୁରୀ ଓ ତାଙ୍କ ପୁଅଝିଅଙ୍କ ହେବ DNA ଟେଷ୍ଟ। ଏ ନେଇ SDJM କୋର୍ଟରେ ସମ୍ବଲପୁର ପୁଲିସ ଆବେଦନ କରିଥିବା ସୂଚନା ମିଳିଛି। ୮ବର୍ଷ ତଳେ ଜୟଶ୍ରୀଙ୍କୁ ହତ୍ୟା କରି ପୋତି ଦିଆଯାଇଥିବା ତାଙ୍କ ଝିଅ ବିଜୟିନୀ ମିଶ୍ର ଅଭିଯୋଗ କରିବା ପରେ, ପୁଲିସ କିଛି ଦିନ ତଳେ ତାଙ୍କ ମୃତଦେହ ଅବଶେଷକୁ ମାଟି ଖୋଳି ଉଦ୍ଧାର କରିଥିଲା। […]

temple
ପୁରୀର ପ୍ରସିଦ୍ଧ ସିଦ୍ଧମହାବୀର ମନ୍ଦିର ଦାନ ବାକ୍ସରୁ ଲୁଟ୍‌

ପୁରୀ : ପ୍ରସିଦ୍ଧ ସିଦ୍ଧମହାବୀର ମନ୍ଦିର ଦାନ ବାକ୍ସରୁ ଲୁଟ୍‌। ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତ ମାନେ ମନ୍ଦିରର ଲୁହା ଜାଲିକୁ ତାଡିବା ସହ କବାଟର ପିତ୍ତଳର ବଳାକୁ ଉପାଡି ଦାନବାକ୍ସ ଭାଙ୍ଗି ଲୁଟ୍‌ କରିଛନ୍ତି। ମନ୍ଦିରର ପୂଜକ ଦୁଆର ଖୋଲିବା ସମୟରେ ଦାନବାକ୍ସ ଭଙ୍ଗା ଯାଇ ଲୁଟ୍‌ ହେବା ଜାଣିଥିଲେ। ଏହାପରେ ମନ୍ଦିର ନିର୍ବାହୀ ଅଧିକାରୀଙ୍କୁ ଏ ନେଇ ଜଣାଇବା ପରେ  ନିର୍ବାହୀ ଅଧିକାରୀ ପୁରୀ ତାଳବଣିଆ ଥାନରେ ଲୁଟ୍‌ ହୋଇଥିବା ନେଇ ଅଭିଯୋଗ କରିଥିଲେ। […]

patanaikia
ପୁରୀ ଜିଲ୍ଲା ପଟ୍ଟନାୟିକିଆ ଟ୍ରିପଲ୍ ମର୍ଡର ; ବିଚାର ବିଭାଗୀୟ ହାଜତକୁ ଗଲେ ୬ ଅଭିଯୁକ୍ତ

ପୁରୀ : ବିଚାର ବିଭାଗୀୟ ହାଜତକୁ ଗଲେ ପୁରୀ ଜିଲ୍ଲା ପଟ୍ଟନାୟିକିଆ ଛକ ଟ୍ରିପଲ ମର୍ଡରରେ ସଂପୃକ୍ତ ୬ଜଣ ଅଭିଯୁକ୍ତ। ଆଜି ହତ୍ୟାକାଣ୍ଡରେ ସଂପୃକ୍ତ ୬ଜଣଙ୍କୁ ମେଡିକାଲ ଯାଞ୍ଚ ପରେ କୋର୍ଟ ଚାଲାଣ କରାଯାଇଥିଲା। କୋର୍ଟରେ ଅଭିଯୁକ୍ତଙ୍କ ଜାମିନ ଆବେଦନ ନାମଞ୍ଜୁର ହେବା ପରେ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ସରକାରୀ ଓକିଲ ସୂଚନା ଦେଇଛନ୍ତି।  ଜମିବାଡ଼ି ଓ ପାରିବାରିକ କନ୍ଦଳ ଯୋଗୁ ତିନି ଜଣଙ୍କୁ ହତ୍ୟା କରାଯାଇଥିଲା। ସେପଟେ କିନ୍ତୁ ଆଜି ବି […]

sea beach
ବିପଦରେ ପୁରୀ କୋଣାର୍କ ବେଳାମାର୍ଗ: ଧ୍ୱଂସ ପାଉଛି ସୁରକ୍ଷା ଦେଉଥିବା ବାଲୁକାସ୍ତୁପ  

ପୁରୀ: ବିପଦରେ ପୁରୀ କୋଣାର୍କ ବେଳାମାର୍ଗ। କାରଣ ଧୀରେ ଧୀରେ ଅବକ୍ଷୟ ହେବାରେ ଲାଗିଛି ଏହି ବେଳାମାର୍ଗକୁ ସୁରକ୍ଷା ଦେଉଥିବା ପ୍ରାକୃତିକ ବାଲୁକାସ୍ତୁପ। ବେଳାମାର୍ଗକୁ ସାମୁଦ୍ରିକ ଜୁଆର ଏବଂ ପବନ ଦାଉରୁ ସୁରକ୍ଷା ଦେଉଥିବା ବୃକ୍ଷରାଜି ମଧ୍ୟ ଧ୍ୱଂସ ହେବାରେ ଲାଗିଛି। କେଉଁଠି ଗଛ ଉପୁଡ଼ି ପଡ଼ିଛି ତ ଆଉ କେଉଁଠି ଅବାଧ ଗଛକଟା ଚାଲିଛି। ଦିନକୁ ଦିନ ବେଳାମାର୍ଗ ନିକଟତର ହେବାରେ ଲାଗିଲାଣି ସମୁଦ୍ର। କେବଳ ବେଳାମାର୍ଗ ନୁହେଁ, ଏଠାରେ ଥିବା କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟ […]

sankara charya
ରତ୍ନଭଣ୍ଡାର ବ୍ୟବସ୍ଥାର ସମୀକ୍ଷା କରାଯାଉ: ପୁରୀ ଶଙ୍କରାଚାର୍ଯ୍ୟ

ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପୁରୀ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ। ଏ ସମ୍ପର୍କରେ ସେ କହିଛନ୍ତି, ରତ୍ନଭଣ୍ଡାରର ବ୍ୟବସ୍ଥା କେବେଠୁ ରହିଛି। ଏହାକୁ ସମୀକ୍ଷା କରାଯାଉ। ହାଇକୋର୍ଟ ମୁଖ୍ୟ ବିଚାରପତି, ସଂସ୍କୃତି ଓ ଆଇନ ମନ୍ତ୍ରୀ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଗଜପତି ଓ ସେବାୟତଙ୍କୁ ନେଇ ସମୀକ୍ଷା ହେଉ ବୋଲି ସେ ଆହ୍ୱାନ କରିଛନ୍ତି। ଏଥିସହିତ ଶ୍ରୀମନ୍ଦିରର ଆଧ୍ୟାତ୍ମିକ ନେତୃତ୍ୱକୁ ଶ୍ରୀହୀନ କରିବା ପାଇଁ ଚେଷ୍ଟା କରାଯାଉଥିବା ସେ […]

puri rape
ପୁରୀ ନାବାଳିକା ଦୁଷ୍କର୍ମ ମାମଲା ; ୪ରୁ ୫ ଦିନ ମଧ୍ୟରେ ଦାଖଲ ହେବ ମାମଲାର ଚାର୍ଜସିଟ୍

ପୁରୀ (  ମଧୁସୂଦନ ମିଶ୍ର ) : ରଥଯାତ୍ରା ଦେଖିବାକୁ କେନ୍ଦୁଝରରୁ ପୁରୀ ଆସିଥିବା ନାବାଳିକାଙ୍କୁ ଦୁଷ୍କର୍ମ ମାମଲାର ତଦନ୍ତ ପ୍ରକ୍ରିୟାକୁ ତ୍ୱାରାନ୍ୱିତ କରିଛି ପୁଲିସ। ଘଟଣାର ଅଭିଯୁକ୍ତ ବସ୍ ହେଲପରକୁ ଗିରଫ ପରେ ପୁଲିସ ଆଜି ତାକୁ କୋର୍ଟ ଚାଲାଣ କରିଛି।   ଆସନ୍ତା ୪ରୁ ୫ ଦିନ ଭିତରେ ମାମଲାରେ ଅଭିଯୋଗଫର୍ଦ୍ଦ ଦାଖଲ ହେବ ବୋଲି ପୁରୀ ଏସ୍‌ପି ଉମାଶଙ୍କର ଦାଶ କହିଛନ୍ତି। ତାସହ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ପୀଡ଼ିତାଙ୍କୁ ୨୦ ହଜାର ଟଙ୍କା […]

key1
ରତ୍ନଭଣ୍ଡାର ଚାବି ହଜିବା ପ୍ରତିବାଦରେ ପୁରୀରେ ଜଗନ୍ନାଥପ୍ରେମୀଙ୍କ ବିକ୍ଷୋଭ

ପୁରୀ : ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ କାହିଁକି ଚୁପ୍ ସରକାର ? ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ସରକାରଙ୍କ ରହସ୍ୟମୟ ନିରବତାର ପ୍ରତିବାଦରେ ଆଜି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଜଗନ୍ନାଥପ୍ରେମୀ।  ଏପରିକି ଆଇନ୍‌ମନ୍ତ୍ରୀଙ୍କ ଇସ୍ତଫା ଦାବି ବି ଉଠିଛି। ବିଜେପି ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ଦାବି କରିଥିଲା ବେଳେ ପୁରୀ ଯୁବ କଂଗ୍ରେସ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି। ସେପଟେ ଶଙ୍କରାଚାର୍ଯ୍ୟ ମଧ୍ୟ ଘଟଣାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି। ସେପଟେ ଏଇ ଘଟଣାକୁ ନେଇ ରାଜନୀତି […]

puri -1
ପୁରୀ ଶଙ୍କରାଚାର୍ଯ୍ୟଙ୍କ କ୍ଷୋଭ 

ପୁରୀ : ରତ୍ନଭଣ୍ଡାର ଚାବି ହଜିବା ଘଟଣା ନେଇ ପୁରୀ ଶଙ୍କରାଚାର୍ଯ୍ୟ କ୍ଷୋଭ ପ୍ରକାଶ କରିଛନ୍ତି। କେଉଁ ପରିସ୍ଥିତିରେ ଚାବି ହଜିଲା, ତାର ଅନୁଧ୍ୟାନ କରାଯାଉ ବୋଲି ଶଙ୍କରାଚାର୍ଯ୍ୟ କହିଛନ୍ତି। ସେପଟେ ପୁରୀ ସିଂହଦ୍ୱାର ସମ୍ମୁଖରେ ଜଗନ୍ନାଥ ସେନାର ବିକ୍ଷୋଭ। ସଚେତନ ନାଗରିକ ମଞ୍ଚ ପକ୍ଷରୁ ମଧ୍ୟ ବିକ୍ଷୋଭ କରାଯାଇଛି। ରତ୍ନଭଣ୍ଡାର ଭିତର ଚାବି ହଜିବା ଘଟଣାରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଇସ୍ତଫା ଦାବି କରିଛି ମଞ୍ଚ।

sura raoutray
ପୁରୀ ନାବାଳିକା ଦୁଷ୍କର୍ମକୁ ନେଇ ଜୋର ଧରିଲା ରାଜନୀତି, ଏତେ ସୁରକ୍ଷା ସତ୍ତ୍ୱେ କିପରି ଘଟିଲା ଏହି ଘଟଣା ?

ଭୁବନେଶ୍ୱର : ପୁରୀ ନାବାଳିକା ଦୁଷ୍କର୍ମକୁ ନେଇ ଜୋର ଧରିଲା ରାଜନୀତି। ୧୦ ହଜାର ପୁଲିସ, ପୁରା ପ୍ରଶାସନ ପୁରୀରେ ଥିବା ସତ୍ତ୍ୱେ ଏତେ ବଡ଼ ଘଟଣା କିପରି ଘଟିଲା ବୋଲି ପ୍ରଶ୍ନ କରିଛି କଂଗ୍ରେସ। ଏଥିପାଇଁ ରାଜ୍ୟ ସରକାର ଦାୟୀ ବୋଲି ଅଭିଯୋଗ କରିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ। ପୁରୀ ଘଟଣାରେ ତଦନ୍ତ କରାଯାଇ ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ି ଯାଇଛି। ଦୁଷ୍କର୍ମ ସଂଖ୍ୟା ରାଜ୍ୟରେ […]

rape
ପୁରୀରେ ଲଜ୍ଜା ; ବସ୍ ଭିତରେ ନାବାଳିକାଙ୍କ ସହ ଦୁଷ୍କର୍ମ ଅଭିଯୋଗ

ପୁରୀ : ପୁରୀରେ ଲଜ୍ଜା ଏକ ଲକ୍‌ଜରି ବସ୍ ଭିତରେ ନାବାଳିକାଙ୍କ ସହ ଦୁଷ୍କର୍ମ ଅଭିଯୋଗ। ବସ୍‌ର ହେଲପର ବିରୋଧରେ ଏହି ଅଭିଯୋଗ ଆସିଛି। ବିଳମ୍ବିତ ରାତିରେ ଶରଧାବାଲିରେ ପୀଡିତା ନାବାଳିକା କାନ୍ଦୁଥିବା ବେଳେ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। କୁମ୍ଭାରପଡ଼ା ପୁଲିସ ପୀଡିତାକୁ ଉଦ୍ଧାର କରିବା ସହ ପୀଡିତାର ଅଭିଯୋଗ କ୍ରମେ ପୁରୀ ବସ୍‌ଷ୍ଟାଣ୍ଡରେ ଥିବା ବସ୍‌ରୁ ସମ୍ପୃକ୍ତ ଯୁବକକୁ ଅଟକ ରଖି ପଚରାଉଚରା କରୁଛି ପୁଲିସ। ପୀଡ଼ିତା ଜଣକ କେନ୍ଦୁଝର ଜିଲ୍ଲାର ବୋଲି […]

fani-2
ଫୋନିକୁ ପୂରିଲା ୨ ମାସ: ଏବେ ବି ପୁରୀ ଜିଲ୍ଲାର ଅଧିକାଂଶ ଗାଁରେ ସୁଧୁରିଲାନି ବିଜୁଳି ଯନ୍ତ୍ରଣା

ଭୁବନେଶ୍ୱର : ଆଜି ଫୋନିକୁ ଦୁଇମାସ ପୁରିଲା। ଅନେକଙ୍କ ମନରୁ ଲିଭିଲାଣି ବାତ୍ୟା ବେଳର ଯନ୍ତ୍ରଣା। ହେଲେ ପୁରୀ ଜିଲ୍ଲାର ବହୁ ଗାଁକୁ ଏବେବି ବିଜୁଳି ଆସିନଥିବାରୁ, ଲୋକେ ବାତ୍ୟାର ଦୁଃଖ ଭୁଲିବେ କଣ, ବରଂ ଦିନ ପରେ ଦିନ ଅଧିକ ଛଟପଟ ହେଉଛନ୍ତି। କେବଳ ଏତିକି ନୁହେଁ, ବାତ୍ୟା ଫୋନି ଶହଶହ ସ୍କୁଲ୍‌ର ଚେହେରା ବିଗାଡ଼ି କୋମଳ ମତି ଛାତ୍ରଛାତ୍ରୀଙ୍କ ମନରେ ବି ଦାଗ ଛାଡ଼ି ଯାଇଛି, ଯାହା ଏବେବି ଲିଭିନାହିଁ। ସଞ୍ଜ ନଇଁନି, ହେଲେ […]

kolkata
ଜଳଖିଆ ଖାଇ ପୁରୀ- ହାୱଡ଼ା ଶତାବ୍ଦୀ ଏକ୍ସପ୍ରେସରେ ଯାତ୍ରୀ ଅସୁସ୍ଥ

କୋଲକାତା: କୋଲକାତା ଅଭିମୁଖେ ଯାଉଥିବା ୧୨୨୭୮ ପୁରୀ-ହାୱଡ଼ା ଶତାବ୍ଦୀ ଏକ୍ପପ୍ରେସରେ ଜଳଖିଆ ଖାଇ ୩୩ଜଣ ଯାତ୍ରୀ ଅସୁସ୍ଥ ହୋଇପଡିଛନ୍ତି। ସୂଚନା ଅନୁସାରେ, ପ୍ରଥମେ ବେଲ୍‌ଦା ଷ୍ଟେସନ ନିକଟରେ ୨ଜଣ ଯାତ୍ରୀ ଅସୁସ୍ଥ ଅନୁଭବ କରିବା ସହ ବାନ୍ତି କରିଥିଲେ।  କିଛି ସମୟ ଭିତରେ ଆଉ ୧୫ଜଣ ଯାତ୍ରୀ ଅସୁସ୍ଥ ଅନୁଭବ କରୁଥିବା ଅଭିଯୋଗ କରିଥିଲେ। ଟ୍ରେନ ଖଡଗପୁର ଷ୍ଟେସନରେ ପହଞ୍ଚିବା ପରେ ଅସୁସ୍ଥଥିବା ୧୫ଜଣ ଯାତ୍ରୀଙ୍କୁ  ଚିକିତ୍ସା କରାଯାଇଥିଲା।  ଏଥିପାଇଁ ଟ୍ରେନଟି ଖଡଗପୁର ଷ୍ଟେସନରେ ପ୍ରାୟ ଏକ […]

mock
ରଥଯାତ୍ରା ପାଇଁ ପ୍ରସ୍ତୁତି ; ପୁରୀରେ ସୁରକ୍ଷା ବାହିନୀର ମକଡ୍ରିଲ୍

 ପୁରୀ : ଆସନ୍ତା ଜୁଲାଇ ୪ରେ ବିଶ୍ୱପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ଯାତ୍ରା। ଏନେଇ ଶ୍ରୀକ୍ଷେତ୍ର ଚଳଚଞ୍ଚଳ। ରଥଯାତ୍ରା ଲାଗି ପ୍ରସ୍ତୁତି ଆରମ୍ଭ କରିଦେଇଛି ଜିଲ୍ଲା ପ୍ରଶାସନ। ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଭକ୍ତଙ୍କୁ ଉପଯୁକ୍ତ ସେବା ଯୋଗାଇଦେବାକୁ ରଣନୀତି ପ୍ରସ୍ତୁତ କରାଯାଇଥିବା ବେଳେ ଏହାକୁ ନେଇ କରାଯାଇଛି ସ୍ୱତନ୍ତ୍ର ମକଡ୍ରିଲ୍‌। ଏନଡିଆରଏଫ୍‌, ଓଡ୍ରାଫ, ରେଡକ୍ରସ, ପୁଲିସ୍‌ ଓ ଅଗ୍ନିଶମ ବିଭାଗ ରଥଯାତ୍ରା ପାଇଁ ଅଭ୍ୟାସ କରିଛନ୍ତି। ପୁରୀ ଟାଉନଥାନା ପରିସରରେ ଥିବା ଇଣ୍ଟିଗ୍ରେଟେଡ କଣ୍ଟ୍ରୋଲରୁମ୍‌ରେ ସାଇରନ ବାଜିବା […]

pratap jena
ପୁରୀ ରଥଯାତ୍ରା ଲାଇଭ ଟେଲିକାଷ୍ଟ ପ୍ରସଙ୍ଗରେ ମୁହଁ ଖୋଲିଲେ ଆଇନ ମନ୍ତ୍ରୀ

ଭୁବନେଶ୍ୱର : ପୁରୀ ରଥଯାତ୍ରା ଲାଇଭ ଟେଲିକାଷ୍ଟ ନେଇ ଟେଲିଭିଜିନ ଚ୍ୟାନେଲ ଗୁଡ଼ିକ ଠାରୁ ଟଙ୍କା ନେବା ପ୍ରସଙ୍ଗରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା। କହିଛନ୍ତି ଏ ନେଇ ଟେଲିଭିଜନ ଚ୍ୟାନେଲ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରାଯାଇଥିଲା। ତେବେ ବର୍ତ୍ତମାନ ପରିସ୍ଥିତିରେ ଏ ସମ୍ପର୍କରେ ଅଧିକ ଅନୁଧ୍ୟାନ କରାଯାଉଛି, ଏବଂ ଆସନ୍ତାକାଲି ପୁରୀରେ ବୈଠକ ପରେ ଏ ନେଇ ନିର୍ଯ୍ୟାସ ବାହାରିବ ବୋଲି ମନ୍ତ୍ରୀ କହିଛନ୍ତି। ତେବେ ରଥଯାତ୍ରାର ଲାଇଭ ଟେଲିକାଷ୍ଟ […]