
ପୁରୀ: ଶ୍ରୀଜିଉଙ୍କ ରଥ ନିର୍ମାଣ ଲାଗି ପୁରୀରେ ତୃତୀୟ ପର୍ଯ୍ୟାୟରେ ପହଞ୍ଚିଲା ରଥ କାଠ। ନୟାଗଡ଼ ଜିଲ୍ଲା ଦଶପଲ୍ଲା ବନଖଣ୍ଡରୁ ୨୧ଟି ବିରାଟକାୟ କାଠ ଆସି ପୁରୀରେ ପହଞ୍ଚିଛି। ଏଥିରେ ୮ଟି ଧଉରା କାଠ ଏବଂ ୧୩ଟି ଅସନ କାଠ ରହିଛି। ରଥ ନିର୍ମାଣ ପାଇଁ ଚଳିତବର୍ଷ ପ୍ରଥମଥର ବୌଦ୍ଧରୁ କାଠ ଆସିବ। ଏହି କାଠର ଚିହ୍ନଟ ପ୍ରକ୍ରିୟା ସରିଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ଏପ୍ରିଲ ୧୮ ତାରିଖରେ ପବିତ୍ର ଅକ୍ଷୟ ତୃତୀୟା […]
ପୁରୀ (ମଧୁସୂଦନ ମିଶ୍ର) : ପୁରୀ ପୌର ସଂସ୍ଥାର ବାକି ପଡ଼ିଛି କୋଟିଏରୁ ଅଧିକ ଟଙ୍କାର ହୋଲ୍ଡିଂ ଟାକ୍ସ। ସହରର ଶତାଧିକ ହୋଟେଲ, ରେଷ୍ଟୁରାଣ୍ଟ, ଲଜିଂ ଦେଇ ନାହାଁନ୍ତି କର। ଟାକ୍ସ ଦେଇନଥିବା ତାଲିକାରେ ରହିଛି ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି। ବର୍ଷ ବର୍ଷ ଧରି ହୋଲ୍ଡିଂ ଟାକ୍ସ ବାକି ପଡ଼ିଥିଲେ ବି ପ୍ରଶାସନର ନିଘା ନାହିଁ। ପୁରୀ ପୌରସଂସ୍ଥାର ହୋଲ୍ଡିଂ ଟ୍ୟାକ୍ସ ବାକି ରଖିଥିବା ଅନୁଷ୍ଠାନର ଲମ୍ବା ତାଲିକାରୁ ଜଣାପଡିଛି, ଯେଉଁଥିରେ ହୋଟେଲ ସୋନାଲିର ଦୁଇଟି […]
ପୁରୀ: ପୁରୀରେ ଚାଲିଛି ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ‘ବାୟୋଅଫ’। ଉତ୍ସବର ତୃତୀୟ ଦିନର ଆକର୍ଷଣ ଥିଲା ଓଡିଆ ଚଳଚ୍ଚିତ୍ର ‘ଡଗମା’। ଆଜିର ସମାଜରେ ମଧ୍ୟ ଗ୍ରାମାଞ୍ଚଳର ଲୋକେ କିଭଳି ଅନ୍ଧବିଶ୍ୱାସର ଶିକାର ହୋଇ ଗୁଣି ଗାରେଡି, ଡାଆଣି ଓ ମଣିଷ ଦେହରେ ଠାକୁର ଲାଗିବା ଉପରେ ବିଶ୍ୱାସ କରନ୍ତି, ତାକୁ ନେଇ ଫିଲ୍ମଟି ପର୍ଯ୍ୟବେଶିତ ହୋଇଛି। ଏହି ଚଳଚିତ୍ରଟିକୁ ନିର୍ଦ୍ଦେଶନା ଦେଇଛନ୍ତି ନିର୍ଦ୍ଦେଶକ ଅଙ୍କିତ। ଏହାସହ ମହୋତ୍ସବରେ ବିଦେଶୀ ଚଳଚିତ୍ର ‘ଏକ୍ସଟ୍ରାଅଡିନାରୀ’, ଭୁବନେଶ୍ୱରରୁ ଅାନିମେସନ ଚଳଚିତ୍ର ପ୍ରମୂଖ ପ୍ରଦର୍ଶିତ […]
ପୁରୀ : ପୁଲୱାମାରେ ସହିଦ୍ ହୋଇଥିବା ୨ଓଡ଼ିଆ ଯବାନଙ୍କ ଏକାଦଶାହ ପାଳନ କରାଯାଇଛି। ଶ୍ରୀଜଗନ୍ନାଥ ସେନା ପକ୍ଷରୁ ପୁରୀରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ, ମୁଣ୍ଡନ ହେବା ସହ ତିଳତର୍ପଣ କରାଯାଇଛି। ଏହି ଅବସରରେ ମୁକ୍ତିମଣ୍ଡପ ବ୍ରାହ୍ମଣଙ୍କୁ ମହାପ୍ରସାଦ, ଅନ୍ନ ବସ୍ତ୍ର ଦାନ କରାଯାଇଥିଲା। ଶ୍ରୀଜଗନ୍ନାଥ ସେନାର ଆବାହକ ସହିଦ୍ଙ୍କ ପରିବାର ଠାରୁ ଚିତାଭସ୍ମ ଗ୍ରହଣ କରି ସ୍ୱର୍ଗଦ୍ୱାର ଓ ମହୋଦଧିରେ ବିସର୍ଜନ କରିଥିଲେ। ଏହାସହ ସହିଦ୍ ମନୋଜ ବେହେରାଙ୍କ ସର୍ମ୍ପକୀୟଙ୍କୁ ତଣ୍ଟିଆ ମାରି ଅସମ୍ମାନୀତ କରିବା ଘଟଣାକୁ […]
ପୁରୀ : ରେଳବିଭାଗର ଉତ୍କୃଷ୍ଟ ଯୋଜନାରେ ସାମିଲ ହୋଇଛି ପୁରୀ-ଦୁର୍ଗ ଏକ୍ସପ୍ରେସ୍। ପ୍ରଥମଥର ଲାଗି ପୁରୀ ଷ୍ଟେସନର ୮ନମ୍ବର ପ୍ଲାଟ୍ଫର୍ମରୁ ଦୁର୍ଗ ଅଭିମୁଖେ ପରୀକ୍ଷା ମୂଳକ ଯାତ୍ରା କରିଛି ଏହି ଅତ୍ୟାଧୁନିକ ଟ୍ରେନ୍। ପୁରୀ-ଦୁର୍ଗ ଏକ୍ସପ୍ରେସ୍ର ୧୮ଟି କୋଚ୍ ହଳଦିଆ ଓ ଗାଢ଼ ବାଦାମୀ ରଙ୍ଗର ହୋଇଥିବାବେଳେ ବିମାନ ଭଳି ଟ୍ରେନ୍ରେ ସେବା ଯୋଗାଇଦେବାକୁ ପ୍ରୟାସ କରାଯାଇଛି। ପ୍ରତି କୋଚ୍ରେ ଅଗ୍ନି ନିର୍ବାପକ ଯନ୍ତ୍ର, ନୂଆ ଗଦି, କମ୍ବଳ, ସିଟ୍ ଓ ତକିଆର ବନ୍ଦୋବସ୍ତ କରାଯାଇଛି। ବାୟୋ […]
ପୁରୀ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁରୀ ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଆଜି ବ୍ରହ୍ମଗିରି ବ୍ଲକ୍ କୃଷ୍ଣପ୍ରସାଦରେ ପହଞ୍ଚି କୃଷ୍ଣପ୍ରସାଦ-ଜହ୍ନିକୁଦ ରାସ୍ତା, ଆଇଟିଆଇ ଛାତ୍ରାବାସ ଓ ଛାତ୍ରୀନିବାସ, ଦକ୍ଷତା ବିକାଶ କେନ୍ଦ୍ରର ଉଦ୍ଘାଟନ କରିବା ସହ ପଣସପଦା ବିଦ୍ୟୁତ୍ ସବ୍ଷ୍ଟେସନର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ। ୫ଟି ଗ୍ରାମ୍ୟ ପାଇପ୍ ଜଳଯୋଗାଣ ପ୍ରକଳ୍ପ ସହ କୃଷ୍ଣପ୍ରସାଦ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ମଧ୍ୟ ଭିତ୍ତି ପ୍ରସ୍ତର […]
ପୁରୀ: ବାତ୍ୟା ‘ଫୋନି’ ପୁରୀର ଅଣ୍ଟା ଭାଙ୍ଗି ଦେଇଛି। ମାତ୍ର କେଇ ଘଣ୍ଟା ତାଣ୍ଡବରେ ପୁରୀର ପର୍ଯ୍ୟଟନ ଶିଳ୍ପ ଦୋହଲି ଯାଇଛି। ଦୀର୍ଘ ବର୍ଷର ହୋଟେଲ, ଲଜ୍, ଯାତ୍ରୀଙ୍କ ରହଣୀ ସ୍ଥାନରେ ଏବେ ଖାଲି ବାତ୍ୟା ପରର କରାଳ ଚିହ୍ନ ପଡ଼ି ରହିଛି। ପୁରୀ ସହରର ସମୁଦ୍ର କୂଳରେ ଥିବା ସବୁ ହୋଟେଲ ବ୍ୟାପକ ଭାବେ କ୍ଷତିଗସ୍ତ ହୋଇଛି। ବିଭିନ୍ନ ହୋଟେଲରେ ବିରାଟକାୟ ଗଛ, ମୋବାଇଲ୍ ଟାଓ୍ୱାର ଭାଙ୍ଗି ପଡ଼ିଛି। ଲକ୍ଷାଧିକ ଟଙ୍କାର ସୌଖୀନ ଆସବାବ ପତ୍ର […]
ଭୁବନେଶ୍ୱର: ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଶେଷରେ ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ‘ଫୋନି’ ପୁରୀ ସହର ନିକଟରେ ଲ୍ୟାଣ୍ଡଫଲ୍ କରିଛି। ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ଘଣ୍ଟାପ୍ରତି ୧୭୫ କିମି ରହିଛି। ଏହା ଫଳରେ ଜୋରରେ ବର୍ଷା ହେବା ସହ ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭ୍ରେ ବହୁ ଗଛ ଭାଙ୍ଗି ପଡ଼ିଥିବା ସୂଚନା ଆସିଛି। ପୁରୀ ସହରରେ ବି ଅନେକ ଗଛ ଉପୁଡ଼ି ପଡ଼ିଥିବା ସୂଚନା ମିଳିଛି। ଏଥିଯୋଗୁ ପୁରୀରେ ସମୁଦ୍ର ପୂରା ଅଶାନ୍ତ ହୋଇପଡ଼ିଛି। ସମୁଦ୍ରରେ […]