
ଭୁବନେଶ୍ୱର: ଓଡ଼ିଶାର ଆଉ ୭ଟି ଲୋକସଭା ଆସନ ପାଇଁ ଆଜି କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। ପୁରୀରୁ ଲୋକସଭା ପ୍ରାର୍ଥୀ ହେବେ ପିସିସି ମିଡିଆ ସେଲ୍ ମୁଖ୍ୟ ସତ୍ୟପ୍ରକାଶ ନାୟକ। ସେହିପରି ଢେଙ୍କାନାଳରୁ ପ୍ରାର୍ଥୀ ହେବେ ଦଳର ବରିଷ୍ଠ ନେତା କାମାକ୍ଷା ପ୍ରସାଦ ସିଂଦେଓ। କେନ୍ଦ୍ରାପଡାରୁ ପୁଣି ଥରେ ପ୍ରତିଦ୍ୱନ୍ଦ୍ୱିତା କରିବେ ବରିଷ୍ଠ କଂଗ୍ରେସ ନେତା ଧରଣୀଧର ନାୟକ। ବାଲେଶ୍ୱରରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ, କେନ୍ଦୁଝରରୁ ଫକୀର ମୋହନ ନାୟକ, ଭଦ୍ରକରୁ […]
ପୁରୀ : ପୁରୀରେ ପହଞ୍ଚିଲା ଅଟଳ ବିହାରୀ ବାଜପେୟୀଙ୍କ ଚିତାଭସ୍ମ। ଭୁବନେଶ୍ୱରସ୍ଥିତ ବିଜେପି ରାଜ୍ୟ ମୁଖ୍ୟାଳୟରୁ ଏକ ବିରାଟ ପଟୁଅାରରେ ପୁରୀ ଅଣାଯାଇଥିଲା। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଚିତାଭସ୍ମ ଅାଉ କିଛି ସମୟ ପରେ ମହୋଦଧିରେ ବିସର୍ଜନ କରାଯିବାକୁ କାର୍ଯ୍ୟକ୍ରମ ରହିଛି। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଚିତାଭସ୍ମ ରଖାଯାଇଥିବା ବେଳେ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ଅାସି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଅାଜି ମହୋଦଧିରେ ଚିତାଭସ୍ମ ବିସର୍ଜନ ପରେ […]
ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଇଁ ବିଜେପି ଦ୍ୱିତୀୟ ପର୍ଯ୍ୟାୟରେ ୩୬ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଯେଉଁଥିରେ ରହିଛି ଓଡ଼ିଶାର ୫ଟି ସିଟ୍। ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ପୁରୀ ଲୋକସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଏଥିସହିତ ପୁରୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନ ଲଢ଼ିବେ ବୋଲି ଯେଉଁ ଚର୍ଚ୍ଚା ହେଉଥିଲା ସେଥିରେ ପୂର୍ଣ୍ଣଛେଦ ପଡ଼ିଛି। ସେହପିରି ବିଜେପି ରାଷ୍ଟ୍ରୀୟ ସମ୍ପାଦକ ସୁରେଶ ପୂଜାରୀ ବରଗଡ଼ରୁ ପ୍ରାର୍ଥୀ ହେବେ। ରାଜ୍ୟ ବିଜେପି […]
ପୁରୀ: ଧରାପଡ଼ିଲା ଦିବ୍ୟାଙ୍ଗ ସାର୍ଟିଫିକେଟ ଦେଇ ଭଲ କଲେଜରେ ନାଁ ଲେଖାଇବାର କାରସାଦି। ଏଭିଳି ସାଙ୍ଘାତିକ ଅଭିଯୋଗ ଅାସିଛି ପୁରୀ SCS କଲେଜ୍ରୁ। ଦିବ୍ୟାଙ୍ଗ ପ୍ରମାଣପତ୍ରରେ ଦିବ୍ୟାଙ୍ଗର ମାତ୍ରା ସୂଚାଇବା ଲାଗି ଉଦ୍ଦିଷ୍ଟ ସ୍ଥାନରେ ଲେଖାଯାଇଛି କେବଳ ଇଅର ବା କାନ। ଏଥିରୁ ସ୍ପଷ୍ଟ, କୌଣସି ଡାକ୍ତର ପ୍ରମାଣପତ୍ର ଦେଇନାହାନ୍ତି। ତେବେ ପ୍ରଶ୍ନ ଉଠୁଛି, ପ୍ରମାଣପତ୍ରକୁ ଦେଖୁ ଦେଖୁ ଏହା ନକଲି ବୋଲି ଯେ କେହି ଜାଣିପାରିବେ। ହେଲେ ଅାଶ୍ଚର୍ଯ୍ୟର କଥା, ଅାଡ୍ମିଶନ ଦାୟିତ୍ୱରେ ଥିବା ଏସ୍ସିଏସ […]
ପୁରୀ (ପ୍ରଦୀପ ମହାନ୍ତି): ପୁରୀରେ ଏନକାଉଣ୍ଟର ହୋଇଛି। ଅପରାଧୀକୁ ଧରିବାକୁ ଯାଇ ପୁଲିସ୍ ଏନକାଉଣ୍ଟର କରିଛି। ସୂଚନା ଅନୁସାରେ, ଗତକାଲି ରାତିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତାଲବଣିଆ ଥାନା ଅନ୍ତର୍ଗତ କୁମୁଟି ପାଟଣା ଅଞ୍ଚଳରେ ରାକେଶ କୁମାରଙ୍କୁ ଗୁଳିମାଡ଼ ହୋଇଥିଲା। ଦୁର୍ବୃତ୍ତ ତାଙ୍କୁ ଦୁଇ ରାଉଣ୍ଡ ଗୁଳିମାଡ଼ କରିଥିଲେ। ଏହାପରେ ତାଙ୍କୁ ଅନ୍ୟତ୍ର ନେଇ ପୁଣି ଦୁଇ ରାଉଣ୍ଡ ଗୁଳି ମାରିଥିଲେ। ଏହାପରେ ଦୁର୍ବୃତ୍ତ ଫେରାର ହୋଇଯାଇଥିଲେ। ଗୁରୁତର ରାକେଶ ପ୍ରଥମେ ସିଦ୍ଧମହାବୀର ମଣ୍ଡପ ନିକଟରେ […]
ମୁମ୍ବାଇ: ୨୦୧୮ରେ ଆଉଜଣେ ଷ୍ଟାରକିଡ୍ ବଲିଉଡ୍ରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି। ଜାହାଙ୍କ ନାମ ହେଉଛି ବର୍ଦ୍ଧନ ପୁରୀ। ସେ ବଲିଓଡ୍ର ଦିବଂଗତ ଅଭିନେତା ଅମରେଶ ପୁରୀଙ୍କ ନାତି। ଏହା ପୂର୍ବରୁ ବର୍ଦ୍ଧନ ‘ଇସକ୍ଜାଦେ’ ଓ ‘ଦାୱତ୍ ଏ ଇସ୍କ’ ପାଇଁ ପରଦା ପଛରେ କାମ କରିସାରିଛନ୍ତି। ଏହା ସହିତ ମନିଷ ଶର୍ମାଙ୍କ ସହିତ ଫିଲ୍ମ ‘ଶୁଦ୍ଧ ଦେଶୀ ରୋମାନ୍ସ’ ପାଇଁ ମଧ୍ୟ କାମ କରିବାର ଅଭିଜ୍ଞତା ରଖିଛନ୍ତି। ଖବର ଅନୁଯାୟୀ ବର୍ଦ୍ଧନ ପୁରୀ ତାଙ୍କର ପ୍ରଥମ […]
ପୁରୀ: ଲଗାଣ ବର୍ଷାରେ ପୁରୀର ଅବସ୍ଥା ବେହାଲ ହୋଇଛି। ଗତକାଲିଠୁ ପୁରୀରେ ୩୦୫ ମିଲି ମିଟର ବର୍ଷା ରେକର୍ଡ ହୋଇଥିବା ସୂଚନା ମିଳିଛି। ବର୍ଷା ପାଣିରେ ଭାସୁଛି ପୁରୀ ସହର। ସବୁଆଡ଼େ ଖାଲି ପାଣି ଆଉ ପାଣି। ବଡ଼ଦାଣ୍ଡରେ ଆଣ୍ଠୁଏ ଉପରେ ପାଣି ଚାଲୁଛି। କେବଳ ବଡଦାଣ୍ଡ ନୁହେଁ ଗୁଣ୍ଡିଚା ମନ୍ଦିର, ସମୁଦ୍ର ବେଳାଭୂମି ଆଦି ସ୍ଥାନ ବର୍ଷାପାଣିରେ ବୁଡ଼ି ରହିଛି। ପୁରୀ ଜିଲ୍ଲା ପ୍ରଶାସନର ରେକର୍ଡ ରୁମ୍ରେ ମଧ୍ୟ ପାଣି ପଶିଯାଇଛି। ପାଣି ବାହାର କରିବା […]
ପୁରୀ: ଶ୍ରୀକ୍ଷେତ୍ରରେ ସ୍ନାନଯାତ୍ରା କିପରି ସମାଜିକ ଦୂରତାକୁ ରକ୍ଷା କରି କରାଯିବ , ସେନେଇ ନୀଳାଦ୍ରି ଭକ୍ତ ନିବାସରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ସେଥିରେ ମୁଖ୍ୟ ପ୍ରଶାସକ ଓ ଜିଲ୍ଲାପାଳ ବଲୱନ୍ତ ସିଂହଙ୍କ ଉପସ୍ଥିତିରେ ପରିଚାଳନା କମିଟି ସଦସ୍ୟ, ଛତିଶା ନିଯୋଗ ନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର ଓ ଛତିଶା ନିଯୋଗ କତ୍ତୃପକ୍ଷ ଉପସ୍ଥିତିରେ ହୋଇଥିବା ବୈଠକରେ ସ୍ନାନଯାତ୍ରା ଉପରେ ଆଲୋଚନା ହୋଇଥିଲା। ତା’ ସହିତ ମହାପ୍ରଭୁଙ୍କ ସ୍ନାନଯାତ୍ରାର ସିଧା ପ୍ରସାରଣ ନେଇ ସ୍ଥିତି ପରଖିଥିଲେ, […]
ପୁରୀ: ପୁରୀ ସଦର ଡାକ୍ତରଖାନାର ଏସ୍ଏନ୍ସିୟୁରେ ନବଜାତ ବଦଳ ଓ ନିଖୋଜ ଅଭିଯୋଗ ଆସିଛି। ଏସ୍ଏନ୍ସିୟୁରେ ଚିକିତ୍ସାଧିନ ଶିଶୁଙ୍କୁ ସ୍ତନ୍ୟପାନ କରିବାକୁ ଯିବା ବେଳେ ନିଜ ଶିଶୁକୁ ମାଆ ପାଇ ନଥିଲେ। ପରେ ଘଟଣାକୁ ନେଇ ମେଡିକାଲରେ ଉତ୍ତେଜନା ଦେଖାଦେଇଥିଲା। ସେହିପରି ଅନ୍ୟଜଣେ ନବଜାତର ବାପା ମଧ୍ୟ ଏସ୍ଏନ୍ସିୟୁରେ ନିଜର ଶିଶୁକୁ ପାଇନଥିବା ଅଭିଯୋଗ କରିଛନ୍ତି। ନିଜ ଶିଶୁକୁ ନପାଇ ଜଣେ ମାଆ ଅନ୍ୟ ଶିଶୁକୁ ସ୍ତନ୍ୟପାନ କରାଇଥିବା ମଧ୍ୟ କହିଛନ୍ତି। ମେଡିକାଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ […]
ଭୁବନେଶ୍ୱର: ରାଜଧାନୀରେ ଆଜି ପାଳନ ହୋଇଛି ସମ୍ବଲପୁରୀ ଦିବସ। ସ୍ୱର୍ଗତ ସତ୍ୟନାରାୟଣ ବହିଦାରଙ୍କ ଜନ୍ମଦିବସ ଅବସରରେ ପଶ୍ଚିମ ଓଡ଼ିଶା ଯୁବ ମଞ୍ଚ ତରଫରୁ ଏହି ଦିବସ ପାଳନ କରାଯାଇଛି। ଏହି ଅବସରରରେ ଏକ ବାଇକ୍ ରାଲି ଭୁବନେଶ୍ୱର ମାଷ୍ଟାରକ୍ୟାଣ୍ଟିନ ଛକରୁ ବାହାରି ୟୁନିଟ୍ ୮ ଡିଏଭି ସ୍କୁଲ ଛକ ପର୍ଯ୍ୟନ୍ତ ଯାଇଥିଲା। ଏହି ଅବସରରେ ଶତାଧିକ ଛାତ୍ରଛାତ୍ରୀ ଏବଂ ଯୁବବର୍ଗ ଏକାଠି ହୋଇ ପାରମ୍ପରିକ ସମ୍ବଲପୁରୀ ଡ୍ରେସ୍ ପରିଧାନ କରିଥିଲେ। ସମ୍ବଲପୁରୀ କଳା ସଂସ୍କୃତିକୁ ସ୍ୱର୍ଗତ ସତ୍ୟନାରାୟଣ […]
ଭୁବନେଶ୍ୱର: ଫୋନି ମାଡ଼ରେ ଘାଇଲା ପୁରୀ । ଜିଲ୍ଲାରେ ବଢୁଛି ଡାଇରିଆ ଭୟ । ଭଲ ପିଇବା ପାଣି ଅଭାବରୁ ଜିଲ୍ଲାର ଅଧିକାଂଶ ଗାଁରେ ଲୋକେ ଛାଡାବାନ୍ତିରେ ପଡିଛନ୍ତି । ବିଜୁଳି ସଂଯୋଗ ହୋଇ ନ ଥିବାରୁ ଜଳ ଯୋଗାଣ ବ୍ୟବସ୍ଥା ସ୍ୱାଭାବିକ ହୋଇନାହିଁ। ଫଳରେ ଲୋକେ କୁଅ ଓ ନଳକୂଅ ପାଣି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି । ସେପଟେ ରୋଗୀଙ୍କ ଚିକିତ୍ସା ଲାଗି ସରକାରୀ ହସପିଟାଲରେ ଉପଯୁକ୍ତ ବ୍ୟବସ୍ଥା ନ ଥିବାରୁ ଅସନ୍ତୋଷ ବଢୁଛି […]
ଭୁବନେଶ୍ୱର: ଫୋନି ପ୍ରଭାବିତ ଅଞ୍ଚଳରୁ କେବେ ଘୁଞ୍ଚିବ ବିଜୁଳି ଦୁଃଖ? ବାତ୍ୟାକୁ ଦେଢ଼ମାସ ପୂରିବାକୁ ଯାଉଥିବା ବେଳେ ଏ ପ୍ରଶ୍ନର ଉତ୍ତର ଯେମିତି କାହା ପାଖରେ ନାହିଁ । ଆଜି ବି ପୁରୀ ଜିଲ୍ଲାର ଶତାଧିକ ଗାଁରେ ଅନ୍ଧାର ଆଉ ଗରମ ଗୁଳୁଗୁଳିରେ ଷଢୁଛନ୍ତି ଲକ୍ଷ ଲକ୍ଷ ବିପନ୍ନ । ବାତ୍ୟାମାଡ଼ୁଆ ଥୁଣ୍ଟା ଗଛସବୁ ଶାଖା ମେଲିଲେଣି। ପତ୍ର ଆସିଲାଣି। ଧିରେ ଧିରେ ଭାଙ୍ଗିପଡ଼ିଥିବା ଗୋସେଁବାପ ଅମଳର ଘର ପାଖରେ ମୁଣ୍ଡ ଗୁଞ୍ଜିବାକୁ ପଲିଥିନ୍ ଘେରା ଘର […]
ପୁରୀ : ରାସ୍ତାରେ ଅାଣ୍ଠୁଏ ଉଚ୍ଚର ପାଣି। ଅାଉ ପାଣି ଭିତରେ କିଛି ଛାତ୍ର ଚାଲି ଚାଲି ସ୍କୁଲ ଯାଉଛନ୍ତି ତ ଅାଉ କିଛି ଛାତ୍ର ସାଇକେଲରେ ସ୍କୁଲକୁ ଯାଇଛନ୍ତି। କେବଳ ଛାତ୍ରଛାତ୍ରୀ ନୁହେଁ ଶିକ୍ଷକ ଶିକ୍ଷୟତ୍ରୀ ସମସ୍ତେ ଏହି ରାସ୍ତା ଦେଇ ସ୍କୁଲକୁ ଯାଅାନ୍ତି। ସ୍କୁଲକୁ ଭଲ ରାସ୍ତା ନ ଥିବାରୁ ଏଭଳି ଅବସ୍ଥାରେ ସ୍କୁଲ ଯାଉଛନ୍ତି ପୁରୀ ଜିଲ୍ଲା କପିଳେଶ୍ୱର ସ୍ଥିତ ଅତିବଡ଼ି ବିଦ୍ୟାପୀଠର ଛାତ୍ରଛାତ୍ରୀମାନେ। ଟିକେ ବର୍ଷାରେ ଅବସ୍ଥା ଖରାପ। ରାସ୍ତାର ଗୋଟିଏ […]
ପୁରୀ: ଅପୂର୍ବ ଏ ଦୃଶ୍ୟ, ଦିବ୍ୟ ସେ ଅନୁଭବ। ରାଜରାଜେଶ୍ୱର ବେଶରେ ରଥାରୁଢ଼ ଚତୁର୍ଦ୍ଧାମୂରତି। ଶ୍ରୀଅଙ୍ଗରେ ସୁଶୋଭିତ ମହଣ ମହଣ ସୁନା। ଶ୍ରୀପୟର, ଶ୍ରୀଭୂଜ ସାଙ୍ଗକୁ ମସ୍ତକରେ ଝଟକୁଛି ସୁବର୍ଣ୍ଣ କିରୀଟ। ଅଣ୍ଟାରେ ସୁନାପଟି ଓଡ଼ିଆଣି, କର୍ଣ୍ଣରେ କୁଣ୍ଡଳ ଅାଉ ଅାଖି ପତା ଉପରେ ଚନ୍ଦ୍ର ସୂର୍ଯ୍ୟ, ଅାଡ଼କାନି, ଘାଗଡ଼ା, ବାହାଡ଼ା, ସେବତୀ ଓ କଦମ୍ବ ମାଳି ସାଙ୍ଗକୁ ତିନି ଦିଅଁଙ୍କ ପାଖରେ ସ୍ୱତନ୍ତ୍ର ଅାୟୁଧ। ସୁନାବେଶରେ ଲାଗି ହୋଇଛି ଏମିତି ୧୩୮ ପ୍ରକାର ରତ୍ନ ଖଚିତ […]
ଚଣ୍ଡୀଗଡ଼: ଜିଲାପି,ପକୁଡ଼ି ବିକୁଥିବା ଜଣେ ଲୋକ ହଠାତ୍ ବାବା ସାଜି ଆରମ୍ଭ କରିଥିଲା କଳା କାରନାମା। ତନ୍ତ୍ର ମାଧ୍ୟମରେ ମହିଳାଙ୍କ ସମସ୍ୟା ସମାଧାନ କରିବାକୁ କହି ସେମାନଙ୍କ ଅଶ୍ଲୀଳ ଭିଡିଓ କରୁଥିବା ଅଭିଯୋଗରେ ଜଣେ ମନ୍ଦିର ପୂଜକଙ୍କୁ ପୁଲିସ ଗିରଫ କରିଛି। ହରିୟାଣା ଫତେହାବାଦ ଜିଲ୍ଲା ତୋହାନା ଅଞ୍ଚଳର ଏହି ବାବାଙ୍କ ନାଁ ଅମରପୁରୀ। ସ୍ଥାନୀୟ ଅଞ୍ଚଳରେ ସେ ଜିଲାପି ବାବା ନାମରେ ଜଣାଶୁଣା। କେହି କେହି ତାଙ୍କୁ ‘ବିଲ୍ଲୁ’ ବୋଲି ମଧ୍ୟ ଡାକନ୍ତି। ୫ଦିନ ପାଇଁ […]