
ପୁରୀ:ସଡକ ସୁରକ୍ଷା ସପ୍ତାହ ଅବସରରେ ପୁରୀରେ ସାଇକେଲଗିରି ଅନୁଷ୍ଠିତ ହୋଇଯାଇଛି । ସାଇକେଲର ପ୍ରଥମ ମହିଳା ଅର୍ଜୁନ ପୁରସ୍କାରପ୍ରାପ୍ତ ମିନତୀ ମହାପାତ୍ର ଏହାକୁ ଉଦଘାଟନ କରିଥିଲେ । ସେଭ୍ ଡ୍ରାଇଭ, ସେଭ୍ ଲାଇଫ ସ୍ଳୋଗାନ ଦେଇ ଏହି ସାଇକେଲଗିରି ସିଂହଦ୍ୱାରରୁ ବାହାରି ବଡ ଡାକ୍ତରଖାନା ଛକ, ଗୁଣ୍ଡିଚା ମନ୍ଦିର ପରେ ଭି.ଆଇ.ପି ରୋଡ ଦେଇ ଚକ୍ରତୀର୍ଥ ବେଳାଭୂମିରେ ଶେଷ ହୋଇଥିଲା। ଶତାଧିକ ଯୁବକଯୁବତୀ ଏହି ସାଇକେଲ ରାଲିରେ ଯୋଗ ଦେଇଥିଲେ । ଏହି ରାଲିରେ ଅର୍ନ୍ତଜାତୀୟ ଖେଳାଳି […]
ପୁରୀ: ପୁରୀ ଜିଲ୍ଲାରେ ବାର୍ଡ ଫ୍ଲୁ ଆତଙ୍କ। କୃଷ୍ଣପ୍ରସାଦ ବ୍ଲକ୍ରୁ କୁକୁଡ଼ା ମଡ଼କ ମିଳିବା ପରେ ନମୁନା ସଂଗ୍ରହ କରାଯାଇଥିଲା। ସଂଗ୍ରହ ହୋଇଥିବା ନମୁନା ପଜିଟିଭ୍ ବୋଲି ଚିହ୍ନଟ ହୋଇଥିବା ସୂଚନା ମିଳିଛି। ଯାହାକୁ ନେଇ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି । ଅନ୍ୟପଟେ ଏହି ଘଟଣାକୁ ଜିଲ୍ଲା ପ୍ରଶାସନ ଗୁରୁତ୍ୱ ସହ ନେଇଛି। ତେବେ ଆସନ୍ତାକାଲି ଠାରୁ କୁକୁଡ଼ା ମରାଯିବ ବୋଲି ଜଣାପଡ଼ିଛି। ମୁଖ୍ୟତଃ କୃଷ୍ଣପ୍ରସାଦ ବ୍ଲକର ସାନସାହି, ମାଲୁଦ, ପଥରଗଞ୍ଜ ଅଞ୍ଚଳରେ କୁକୁଡ଼ାକୁ ମରାଯିବ। […]
ଢେଙ୍କାନାଳ: ସମ୍ବଲପୁରୀ ବିଟ୍ରେ ନାଚିବ ସାଉଥ୍ ଇଣ୍ଡିଆ। ଢୋଲ୍ ନିଶାନର ତାଳେ ତାଳେ ଝୁମିବେ ଦର୍ଶକ। ପୂର୍ବରୁ ସମ୍ବଲପୁରୀ ଫୋକ୍ ମ୍ୟୁଜିକ୍ ଓଲିଉଡ୍ଠାରୁ ନେଇ ବଲିଉଡରେ କମାଲ ଦେଖାଇ ସାରିଥିବା ବେଳେ ଏବେ ତାମିଲ୍ ଇଣ୍ଡଷ୍ଟ୍ରିରେ ଏହାର ଜଲଓ୍ୱା ଦେଖିବାକୁ ମିଳିବ। ଅପ୍କମିଙ୍ଗ ତାମିଲ ଫିଲ୍ମ ‘ପେଟ୍ଟା’ରେ ଶୁଣିବାକୁ ମିଳିବ ସମ୍ବଲପୁରୀ ଧୁନ୍। ଆଉ ଏହି ଧୁନ୍ରେ ନାଚିବେ କାଲା। ତେବେ ଏହି ଗୀତରେ ରିଦିମ ଦେଇଛନ୍ତି ଢେଙ୍କାନାଳ ମା’ ଦକ୍ଷିଣକାଳୀ ସିଂଘ ବାଜାର ଟିମ୍। ଆଉ […]
ପୁରୀ: ଭିନ୍ନ ସଂସ୍କୃତି, ଭିନ୍ନ ପରମ୍ପରା, ଅନନ୍ୟ ଲୋକନୃତ୍ୟ ପୁଣି ଲୋକଗୀତର ତାଳେ ତାଳେ ଦୁଲୁକିଲା ପର୍ଯ୍ୟଟନ ସହର ପୁରୀର ସ୍ୱର୍ଣ୍ଣାଭ ବେଳାଭୂମି। ସୁନ୍ଦର ସୁନ୍ଦର ପୋଷାକ, ପରିପାଟିରେ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟର କଳାକାରମାନେ ତାଙ୍କର ନୃତ୍ୟ ଗୀତ ପରିବେଷଣ କରି ଦୂରଦୂରାନ୍ତରୁ ଆସିଥିବା ପର୍ଯ୍ୟଟକ ଓ ସ୍ଥାନୀୟ ବାସିନ୍ଦାଙ୍କୁ ବିମୋହିତ କରିଛନ୍ତି। ଉଦ୍ଘାଟନୀ ଦିବସରେ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି ଜିଲ୍ଲାପାଳଙ୍କ ସହ ପ୍ରଶାସନିକ ଉଚ୍ଚ କର୍ତ୍ତୃପକ୍ଷ ଏବଂ ଓଡ଼ିଶାର ପ୍ରତିଷ୍ଠିତ କଳାକାରମାନେ ଯୋଗ ଦେଇଥିଲେ। ଏଭଳି […]
ପୁରୀ: ପୁରୀ ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିକାଶମୁଖୀ ଯୋଜନାର ସମୀକ୍ଷା କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ବିଭିନ୍ନ ପ୍ରକଳ୍ପରେ ଆସିଥିବା ଅନୁଦାନ ସହ ତାର କାର୍ଯ୍ୟକାରୀତା ନେଇ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ବିଶେଷ କରି ସ୍ୱାସ୍ଥ୍ୟ, ଶିକ୍ଷା, ଆବାସ ଓ ପାନୀୟ ଯୋଜନାରେ ଯେମିତି କୌଣସି ବ୍ୟକ୍ତି ବଞ୍ଚିତ ନ ହେବେ ତାହା ଉପରେ ଗୁରୁତ୍ୱ ଦେବା ପାଇଁ ରାଜ୍ୟପାଳ ଆଦେଶ ଦେଇଛନ୍ତି। ଏଥିସହ […]
ପୁରୀ : କାହିଁକି ରଣକ୍ଷେତ୍ର ପାଲଟିଲା ଶ୍ରୀକ୍ଷେତ୍ର? ଧାଡ଼ି ଦର୍ଶନ ନେଇ ସ୍ଥାନୀୟ ଲୋକଙ୍କ ରୋଷ ନାଁ ଅନ୍ୟ କିଛି କାରଣ? ୟାକୁ ନେଇ ତନାଘନା ଚାଲିଥିବାବେଳେ ହିଂସାକାଣ୍ଡ ପଛରେ କିନ୍ତୁ ଷଡ଼ଯନ୍ତ୍ର ଥିବା ପୁରୀ ଏସ୍ପି କହିବା ପରେ ଜୋର ଧରିଛି ଚର୍ଚ୍ଚା । ପୁରୀ ଏସ୍ପିଙ୍କ ଏ ମନ୍ତବ୍ୟରୁ ସ୍ପଷ୍ଟ ମନେ ହେଉଛି, ବୁଧବାର ଶ୍ରୀକ୍ଷେତ୍ରରେ ହିଂସାକାଣ୍ଡ ପଛରେ ହୋଇଥିଲା ବିରାଟ ଷଡ଼ଯନ୍ତ୍ର । କୌଣସି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତିଙ୍କ ଇଶାରାରେ ହିଁ ଘଟିଥିଲା ଧର୍ମଦାଣ୍ଡରେ […]
ପୁରୀ: ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥାକୁ ନେଇ ପୁରୀ ବନ୍ଦ ବେଳେ ହିଂସାକାଣ୍ଡ ଘଟଣାରେ ଆଉ ୧୨ ଜଣଙ୍କୁ ସିଂହଦ୍ୱାର ଥାନା ପୁଲିସ୍ ଆଜି ଗିରଫ କରିଛି। ଗିରଫ ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହି ଘଟଣାରେ ପୂର୍ବରୁ ଟାଉନ ଥାନା ପୁଲିସ୍ ୧୧ ଜଣଙ୍କୁ ଗିରଫ କରିଥିଲା। ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନକୁ ବିରୋଧ କରି ବୁଧବାର ଦିନ ପୁରୀରେ ବନ୍ଦ ପାଳନ ବେଳେ ଏହି ହିଂସାକାଣ୍ଡ ଘଟିଥିଲା। ବନ୍ଦ ବେଳେ ଆନ୍ଦୋଳନକାରୀ ସହରରେ ବ୍ୟାପକ […]
ପୁରୀ : ଶ୍ରୀମନ୍ଦିର ଧାଡି ଦର୍ଶନ ବ୍ୟବସ୍ଥାକୁ ବିରୋଧ କରି ପୁରୀ ବନ୍ଦ ବେଳେ ହିଂସାକାଣ୍ଡ । ଶ୍ରୀଜଗନ୍ନାଥ ସେନା ପକ୍ଷରୁ ବନ୍ଦ ପାଳନ ବେଳେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି ଅାନ୍ଦୋଳନକାରୀ। କାର୍ଯ୍ୟାଳୟ ଭିତରକୁ ପଶିବା ସହ ଅାସବାବ ପତ୍ର ମଧ୍ୟ ଭଙ୍ଗାରୁଜା କରିଛନ୍ତି। ଧାଡି ଦର୍ଶନ ପାଇଁ କରାଯାଇଥିବା ବାରିକେଡ ଭାଙ୍ଗିବା ସହ ଟାୟାର ଜାଳି ବଡ଼ଦାଣ୍ଡରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ପୁରୀ ଏସ୍ପିଙ୍କ ବାସଭବନ ଅାଗରେ ରୁଣ୍ଡ ହୋଇଥିଲେ ଅାନ୍ଦୋଳୋକାରୀ। […]
ପୁରୀ : ପୁରୀରେ ପୁଲିସ ଲାଠି ଚାର୍ଜର ପ୍ରତିବାଦ। ଶୁକ୍ରବାର ପୁଲିସର ଅମାନୁଷିକ ଲାଠି ମାଡ଼ ପ୍ରତିବାଦରେ ଶନିବାର ଦେଖାଦେଇଥିଲା ଉତ୍ତେଜନା । ଗଣମାଧ୍ୟମ ପ୍ରତିନିଧିମାନେ ଏସପିଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହାଛଡ଼ା ପୁଲିସର ମାଡ଼ ପ୍ରତିବାଦରେ ଗଣମାଧ୍ୟମ ପ୍ରତିନିଧିଙ୍କ ପକ୍ଷରୁ କୁମ୍ଭାରପଡ଼ା ଥାନାରେ ଏତଲା ଦିଅାଯାଇଛି। ସାମ୍ବାଦିକଙ୍କୁ କେଉଁ ପରିସ୍ଥିତିରେ ପୁଲିସ ମାଡ଼ ମାରିଲା ତାହାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଦାବି ହୋଇଛି। ଏସପି ଏହି ଘଟଣା ପାଇଁ ଦୁଃଖ ପ୍ରକାଶ କରିବା […]