• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Total "1263" result for "ପୁରୀ" in https://otvkhabar.in

representational image
ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତିଲା ହାଓ୍ୱଡ଼ା-ପୁରୀ ଜଗନ୍ନାଥ ଏକ୍ସପ୍ରେସ୍

କଟକ: ଏକ ବଡ଼ ଅଘଟଣରୁ ବର୍ତ୍ତିଲା ହାୱଡ଼ା-ପୁରୀ ଜଗନ୍ନାଥ ଏକ୍ସପ୍ରେସ୍।  ଗତ ରାତିରେ କଟକ ଷ୍ଟେସନ ପାଖରେ ଏହି ଟ୍ରେନର S-6 ବଗିରେ ତ୍ରୁଟି ଦେଖା ଦେଇଥିଲା।  ଏହାର ଆଲୁମିନିୟମ ପ୍ଲେଟ୍‌ ଖସି ଯାଇଥିବା ଜଣାପଡ଼ିଛି।  ଟ୍ରଲି ସ୍ପ୍ରିଙ୍ଗ୍‌ରେ ଏହି ତ୍ରୁଟି ଦେଖା ଦେଇଥିଲା। ପ୍ରାୟ ରାତି ୨ଟା ବେଳେ ଏହି ଘଟଣା ଜଣାପଡ଼ିବା ପରେ ସୁରକ୍ଷା କାରଣରୁ ଟ୍ରେନକୁ ଆଉ ଯାତ୍ରା କରିବାକୁ ଦିଆଯାଇନଥିଲା।  ଏହି ବଗିକୁ ଟ୍ରେନରୁ ଅଲଗା କରାଯାଇଛି ଓ ତାର ଯାଞ୍ଚ […]

bus-1
ରଥଯାତ୍ରାରେ ପୁରୀକୁ ଗଡ଼ିବ ଅଧିକ ୨୦୦ ବେସରକାରୀ ବସ୍

କଟକ : ଜୁଲାଇ ୪ ତାରିଖରେ ପଡ଼ୁଛି ମହାପ୍ରଭୁଙ୍କ ଘୋଷଯାତ୍ରା। ଏଥିପାଇଁ ଶ୍ରୀକ୍ଷେତ୍ରରେ ବ୍ୟାପକ ପ୍ରସ୍ତୁତି ଚାଲିଛି। ଗମନାଗମନକୁ ଦୃଷ୍ଟିରେ ରଖି ପୁରୀକୁ ଅଧିକ ୨୦୦ ବସ୍‌ ଚଳାଚଳ କରିବା ପାଇଁ ବ୍ୟବସ୍ଥା କରାଯାଉଛି। ଆଜି କେନ୍ଦ୍ରାଞ୍ଚଳ ଆର୍‌ଡିସି ଅନୀଲ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ପୁରୀ ଏସ୍‌ପି ଓ ଦ୍ୱୈତନଗରୀ (କଟକ, ଭୁବନେଶ୍ୱର)ର ଘରୋଇ ବସ୍‌ ମାଲିକ ସଂଘର କର୍ମକର୍ତ୍ତା ଯୋଗଦେଇଥିଲେ। ବୈଠକରେ ବିଭିନ୍ନ ସମସ୍ୟା ଉପରେ ଆଲୋଚନା […]

curfew in puri
ସୋମବାର ରାତି ୮ଟାରୁ ପୁରୀ ସହରରେ ଲାଗୁ ହେବ କର୍ଫ୍ୟୁ

ଶ୍ରୀଗୁଣ୍ଡିଚା ଭଳି ବାହୁଡ଼ା ଯାତ୍ରା ବେଳେ ବି ପୁରୀ ସହରରେ କର୍ଫ୍ୟୁ ଲାଗୁ କରାଯିବ। ସୋମବାର ରାତି ୮ଟାରୁ କର୍ଫ୍ୟୁ ଲାଗୁ ହେବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

anita das
ପୁରୀ ସ୍ୱର୍ଗଦ୍ୱାରରେ ଅଭିନେତ୍ରୀ ଅନିତା ଦାସଙ୍କ ଅନ୍ତିମ ସଂସ୍କାର

ଭୁବନେଶ୍ୱର: ଗତକାଲି ବିଳମ୍ବିତ ରାତିରେ ବର୍ଷୀୟାନ୍‌ ଅଭିନେତ୍ରୀ ଅନିତା ଦାସଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ପୁରୀର ସ୍ୱର୍ଗଦ୍ୱାରରେ ତାଙ୍କର ଅନ୍ତିମ ସଂସ୍କାର ହୋଇଛି। ଶେଷକୃତ୍ୟ ବେଳେ ପରିବାର ଲୋକଙ୍କ ସହ ଓଲିଉଡ଼ ଅଭିନେତା ତଥା ବିଧାୟକ ଆକାଶ ଦାସ ନାୟକ ଉପସ୍ଥିତ ଥିଲେ। ଅନିତାଙ୍କ ପୁତୁରା ଅଂଶୁମାନ ଦାସ ମୁଖାଗ୍ନି ଦେଇଥିଲେ। ଗତକାଲି ହୃଦ୍‌ଘାତରେ ଦେହାନ୍ତ ପରେ ଅନିତାଙ୍କ ଶେଷ ଦର୍ଶନ ପାଇଁ କଟକ ମିଶନ ରୋଡ୍ ସ୍ଥିତ ତାଙ୍କ ବାସଭବନରେ ଓଲିଉଡ୍ ଜଗତର ବହୁ କଳାକାରଙ୍କ ସହ […]

kalpana- dash
ପୁରୀ ଅଭିମୁଖେ ଏଭରେଷ୍ଟ ଆରୋହଣକାରୀ କଳ୍ପନାଙ୍କ ମରଶରୀର

ଭୁବନେଶ୍ୱର  : ଜନ୍ମମାଟି ଢେଙ୍କାନାଳର ସାରିଆପଡ଼ା ଗାଁରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ପରେ ପୁରୀ ଅଭିମୁଖେ ବାହାରିଛି ଏଭରେଷ୍ଟ ଆରୋହଣକାରୀ କଳ୍ପନା ଦାଶଙ୍କ ମରଶରୀର। ପ୍ରଥମେ ଢେଙ୍କାନାଳ ମିନି ଷ୍ଟାଡିୟମରେ ତାଙ୍କର ମରଶରୀର ପହଞ୍ଚିବା ପରେ ଶେଷ ଦର୍ଶନ କରିଥିଲେ ବହୁ ବିଶିଷ୍ଟ ବ୍ୟକ୍ତି ଓ ସାଧାରଣ ଜନତା। ଏହାପରେ କଳ୍ପନାଙ୍କ ମରଶରୀରକୁ ଏକ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରାଯାଇ ତାଙ୍କ ଗାଁ ସାରିଆପଡ଼ାକୁ ନିଆଯାଇଥିଲା। ସେଠାରେ ଗ୍ରାମବାସୀମାନେ ଅନ୍ତିମ ଦର୍ଶନ କରିବା ପରେ ପୁରୀ ସ୍ୱର୍ଗଦ୍ୱାର […]

puri
ଫୋନି ପ୍ରଭାବିତ ପୁରୀ ସହରରେ ବିଶ୍ୱବ୍ୟାଙ୍କର ପ୍ରତିନିଧି ଦଳ

ପୁରୀ( ପ୍ରଦୀପ ମହାନ୍ତି)  : ଫୋନି ପ୍ରଭାବିତ ପୁରୀ ସହରରେ ବିଶ୍ୱବ୍ୟାଙ୍କର ପ୍ରତିନିଧି ଦଳ। ୨୬ ଜଣିଆ ଏହି ଟିମ୍ ପୁରୀର ବିଭିନ୍ନ ଅଂଚଳ ଗସ୍ତ କରି କ୍ଷୟକ୍ଷତିର ଆକଳନ କରିଛନ୍ତି। ଶିକ୍ଷାନୁଷ୍ଠାନ, ସ୍ୱାସ୍ଥ୍ୟ ବ୍ୟବସ୍ଥା, ପର୍ଯ୍ୟଟନ, ଶିଳ୍ପ, ହେରିଟେଜ୍ ବିଲଡିଂ, ବିଦ୍ୟୁତ୍‌ ସରବରାହ କ୍ଷେତ୍ର, ରାସ୍ତାଘାଟ ଗୁଡିକର ଆକଳନ କରିଛନ୍ତି ପ୍ରତିନିଧି ଦଳ। ଏନେଇ ପୁରୀ ସର୍କିଟ୍ ହାଉସ ପରିସରରେ ଜିଲ୍ଲାପାଳ ଓ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରିଛି ଟିମ୍। ବର୍ତ୍ତମାନ ସୁଦ୍ଧା […]

puri
ପୁରୀ ଜିଲ୍ଲାର କୌଣସି ଅଞ୍ଚଳରେ ହଇଜା ବ୍ୟାପି ନାହିଁ: ସ୍ୱାସ୍ଥ୍ୟ ବିଭାଗ

ପୁରୀ  : ପୁରୀ ଜିଲ୍ଲାର କୌଣସି ଅଞ୍ଚଳରେ ହଇଜା ବ୍ୟାପି ନାହିଁ ବୋଲି ସଫେଇ ଦେଇଛି ସ୍ୱାସ୍ଥ୍ୟ ବିଭାଗ। ଯେଉଁ କେତେକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ମେଡ଼ିକାଲ୍‌ରେ ଭର୍ତ୍ତି ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ ବାସି ଖାଦ୍ୟ ଏବଂ ଭୋଜି ଖାଇ ଅସୁସ୍ଥ ହୋଇଛନ୍ତି। ଗୋଟିଏ ବି ନମୂନା ପରୀକ୍ଷାରେ ହଇଜାର ପ୍ରମାଣ ମିଳିନାହିଁ। ତେବେ ସତ୍ୟବାଦୀ, ବ୍ରହ୍ମଗିରି, କୃଷ୍ଣପ୍ରସାଦ ଆଦି ବ୍ଲକର ଝାଡ଼ାବାନ୍ତି ରୋଗୀଙ୍କ ରକ୍ତ ପରୀକ୍ଷା ସହ ଆବଶ୍ୟକୀୟ ଚିକିତ୍ସା ସେବା ପ୍ରଦାନ କରାଯାଉଛି […]

sun stroke
ପୁରୀରେ ଅଂଶୁଘାତରେ ଜଣକର ମୃତ୍ୟୁ ଅଭିଯୋଗ

ପୁରୀ : ପୁରୀରେ ଅଂଶୁଘାତରେ ଜଣକର ମୃତ୍ୟୁ ଅଭିଯୋଗ। ମୃତକ ଜଣକ ହେଲେ ବ୍ରହ୍ମଗିରି ଅଞ୍ଚଳର ସୁରେନ୍ଦ୍ର କୁମାର ରଣସିଂହ। ତାଙ୍କର ବୟସ ପ୍ରାୟ ୪୦ ବର୍ଷ। ସେ ଦୁଧଓ୍ୱାଲା ଧର୍ମଶାଳା ନିକଟରେ ହଠାତ୍‌ ରାସ୍ତାରେ ପଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ସାଙ୍ଗେ ସାଙ୍ଗେ ହସ୍ପିଟାଲକୁ ନେଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।  ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଅଂଶୁଘାତରେ ହିଁ ସୁରେନ୍ଦ୍ରଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ କହିଛନ୍ତି। ସେହିପରି ବଲାଙ୍ଗିରରୁ […]

cm
ପୁରୀ ପାଇଁ ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୀ : ପୁରୀ ପାଇଁ ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବାତ୍ୟା ଫୋନିରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ପୁରୀ ଜିଲ୍ଲା ପାଇଁ ଆଜି ରିଲିଫ୍‌ ଘୋଷଣା କରିଛନ୍ତି ନବୀନ। ପୁରୀ ଗସ୍ତ ଅବସରରେ ପ୍ୟାକେଜ ଘୋଷଣା କରି ନବୀନ କହିଛନ୍ତି ଯେ, ପ୍ରତି ପରିବାରକୁ ମାଗଣାରେ ଅଢ଼େଇ ଲିଟର କିରାସିନି ମିଳିବ। ପ୍ରତି ୧୦ ଦିନରେ ଥରେ ଅଢ଼େଇ ଲିଟର କିରାସିନି ମାଗଣା ମିଳିବ। ବିଦ୍ୟୁତ ଯୋଗାଣ ସ୍ୱାଭାବିକ୍‌ ନହେବା ଯାଏ ମିଳିବ […]

electricity
ଅନିଶ୍ଚିତତା ଭିତରେ ପୁରୀ ବଡ଼ଦାଣ୍ଡକୁ ବିଜୁଳି ସଂଯୋଗ

ପୁରୀ /ଖୋର୍ଦ୍ଧା : କେବେ ମୁଣ୍ଡ ଟେକିବ ଫୋନି ମାଡ଼ରେ ଧରାଶାୟୀ ପୁରୀ ଜିଲ୍ଲାର ବିଦ୍ୟୁତ୍ ସରବରାହ ବ୍ୟବସ୍ଥା। ହରିଶଙ୍କରପୁର ଅଞ୍ଚଳର ରାସ୍ତା କଡ଼ରେ ଶୋଇଛି ଶହ ଶହ ବିଦ୍ୟୁତ୍ ଖୁଣ୍ଟ। ଏଗୁଡିକ ସଳଖ କରିବା ଲାଗି କେତେ କର୍ମଚାରୀ ଓ କେତେ ଦିନ ଲାଗିବ ଆକଳନ ଲଗାଇବା ବି ମୁସ୍କିଲ। ବାତ୍ୟା ଯିବାକୁ ୧୨ ଦିନ ହୋଇଥିଲେ ବି ଏହି ଅଞ୍ଚଳରେ ପହଞ୍ଚି ନାହାନ୍ତି ବିଦ୍ୟୁତ୍ ବିଭାଗ କର୍ମଚାରୀ। ପଟ୍ଟନାୟକ ଛକରୁ ସୁଆଣ୍ଡୋକୁ ଯାଇଥିବା ରାସ୍ତାର […]

special plan
ପୁରୀରେ ସବୁଜିମା ଫେରାଇ ଆଣିବାକୁ ବନବିଭାଗର ସ୍ୱତନ୍ତ୍ର ଯୋଜନା

ଭୁବନେଶ୍ୱର : ସାମୁଦ୍ରିକ ଝଡ଼ ଫୋନି ପ୍ରଭାବିତ ପୁରୀରେ ସବୁଜିମା ଫେରାଇ ଆଣିବା ପାଇଁ ବନ ବିଭାଗ ସ୍ୱତନ୍ତ୍ର ଯୋଜନା କରିବ। ସାମୁଦ୍ରିକ ଝଡ଼କୁ ପ୍ରତିହତ କରିବା ପାଇଁ ଯେଉଁ ଗଛ ଗୁଡ଼ିକ ସହାୟକ ହେବ, ସେହିଭଳି ବୃକ୍ଷରୋପଣ କରାଯିବ ବୋଲି ଚିଫ୍ ୱାଇଲ୍ଡ ଲାଇଫ୍ ୱାର୍ଡେନ୍ ଅଜୟ କୁମାର ମହାପାତ୍ର ସୂଚନା ଦେଇଛନ୍ତି। ସମୁଦ୍ର ନିକଟବର୍ତ୍ତୀ ଅଞ୍ଚଳରେ କାଜୁ ପ୍ରଭୃତି ବୃକ୍ଷରୋପଣ କରାଯିବ, ସେହିଭଳି ସମୁଦ୍ରରୁ ଅନତି ଦୂରରେ ଅନ୍ୟ ବୃକ୍ଷ ରୋପଣ ହେବ। ୧୯୭୦ […]

sea beach
ପୁରୀରେ 'ଫୋନି' ପ୍ରହାର ; ଅଚିହ୍ନା ଲାଗୁଛି ବେଳାଭୂମି, ଛାରଖାର ହୋଟେଲ ଶିଳ୍ପ

ପୁରୀ (ମଧୁସୂଦନ ମିଶ୍ର) : ଶ୍ରୀକ୍ଷେତ୍ର ପୁରୀ ସହ ପର୍ଯ୍ୟଟନର ସମ୍ପର୍କ ବେଶ୍ ପୁରୁଣା ଆଉ ନିବିଡ଼। ଜଗନ୍ନାଥ ଧାମରେ ପାଦ ଦେଉଥିବା ପ୍ରତିଟି ଭକ୍ତ ହୁଅନ୍ତୁ କି ପର୍ଯ୍ୟଟକ, ଠାକୁର ଦର୍ଶନ ସାରିବା ମାତ୍ରେ ତତ୍‌କ୍ଷଣାତ୍ ସମୁଦ୍ର ମୁହାଁ ହୋଇଯାଏ ମନ ଓ ପ୍ରାଣ। ସ୍ୱର୍ଣ୍ଣାଭ ବେଳାଭୂମୀରୁ ଥାଇ ବିଶାଳ ସମୁଦ୍ରର ଅସରନ୍ତି ଲହଡ଼ି ସବୁକୁ ଅପଲକ ନୟନରେ କିଛି କ୍ଷଣ ଚାହିଁଦେଲେ ଯେମିତି ମିଳିଯାଏ ଅଫୁରନ୍ତ ଆନନ୍ଦ। ହାଲୁକା ହୋଇଯାଏ ଭାରାକ୍ରାନ୍ତ ମନ। ସେଇଥିପାଇଁ […]

train
ସ୍ୱାଭାବିକ ହେଉଛି ପୁରୀ ରେଳ ଷ୍ଟେସନ୍

ପୁରୀ : ଧିରେ ଧିରେ ସ୍ୱାଭାବିକ ହେବାରେ ଲାଗିଛି ପୁରୀ ରେଳ ଷ୍ଟେସନ୍‌ରୁ ଯାତାୟତ। ଆଜି ପୁରୀରୁ ଛାଡ଼ିବ ପୁରୀ-ଦୁର୍ଗ, ପୁରୀ-ହଟିଆ ଏବଂ ପୁରୀ ନୂଆଦିଲ୍ଲୀ ପୁରୁଷୋତ୍ତମ ଏକ୍ସପ୍ରେସ୍ ସ୍ୱାଭାବିକ ଭାବେ ଯାତ୍ରା କରିବ। ପୁରୀଠୁ ସଂଧ୍ୟା ସାଢ଼େ ୬ଟା ବେଳେ ଛାଡ଼ିବ ପୁରୀ ଦୁର୍ଗ ଏକ୍ସପ୍ରେସ୍। ସଂଧ୍ୟା ୭ଟା ୫୫ ମିନିଟ୍‌ରେ ପୁରୀ ହଟିଆ ଏବଂ ରାତି ୯ଟା ୪୫ ମିନିଟ୍‌ରେ ପୁରୀ ନୂଆଦିଲ୍ଲୀ ପୁରୁଷୋତ୍ତମ ଏକ୍ସପ୍ରେସ୍ ପୁରୀରୁ ଯାତ୍ରା କରିବ। ଆଉ କିଛି ଟ୍ରେନ୍ […]