Advertisment

HM Amit Shah Odisha Visit: ତିନି ଦିନିଆ ଓଡିଶା ଗସ୍ତରେ ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ଆସନ୍ତା ୨୧ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । କେନ୍ଦ୍ର ମନ୍ତ୍ରୀଙ୍କ ତିନି ଦିନିଆ ଓଡିଶା ଗସ୍ତ ମଧ୍ୟରେ ବିଭିନ୍ନ ସରକାରୀ ପ୍ରକଳ୍ପର ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗଦେବେ ।

author-image
Deviprasad Jena
ଅଦ୍ୟତନ ହୋଇଛି
Amit Shah Odisha Visit

Amit Shah Odisha Visit

ଆସନ୍ତା ୨୧ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । କେନ୍ଦ୍ର ମନ୍ତ୍ରୀଙ୍କ ତିନି ଦିନିଆ ଓଡିଶା ଗସ୍ତ ମଧ୍ୟରେ ବିଭିନ୍ନ ସରକାରୀ ପ୍ରକଳ୍ପର ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

Advertisment

ଶାହଙ୍କ ୩ଦିନିଆ ଓଡିଶା ଗସ୍ତ ସମ୍ପର୍କରେ ସୂଚନା ଦେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି, କେନ୍ଦ୍ର ଗୃହମନ୍ତ୍ରୀ ୨୧ ତାରିଖ ସନ୍ଧ୍ୟାରେ ଝାରସୁଗୁଡ଼ାରେ ପହଞ୍ଚିବେ । ଝାରସୁଗୁଡ଼ାରେ ପହଞ୍ଚିବା ପରେ MCL ଗେଷ୍ଟ ହାଉସରେ ରହିବେ । ୨୨ ତାରିଖ ସକାଳେ ମା’ ସମଲେଶ୍ବରୀଙ୍କ ଦର୍ଶନ କରିବେ । ଏହାପରେ ପିଏଚଡି ପଡ଼ିଆରେ ସାଧାରଣ ସଭାରେ ଯୋଗଦେବେ । କିଛି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବା ପରେ ଦିନ ୨ଟାରେ ଭୁବନେଶ୍ବରରେ ପହଞ୍ଚିବେ ଏବଂ ପୁରୀରେ ରାତ୍ରିଯାପନ କରିବେ । ପରଦିନ ଶ୍ରୀଜିଉଙ୍କୁ ଦର୍ଶନ କରିବା ପରେ ଜଟଣୀରେ ଫୋରେନସିକ୍‌ ବିଶ୍ବବିଦ୍ୟାଳୟର ଶିଳାନ୍ୟାସ କରିବେ ଏବଂ ୨୩ ତାରିଖ ଅପରାହ୍ନରେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ।

ତେବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ଓଡ଼ିଶା ଗସ୍ତକୁ ନେଇ ବିଜେପିର ହାଇଲେବେଲ ବୈଠକ ଅନୁଷ୍ଠିତ ହୋଇଛି । ସମ୍ବଲପୁର ବୁର୍ଲା ସ୍ଥିତ ଏମସିଏଲ୍ ଗେଷ୍ଟ ହାଉସରେ ବସିଥିବା ବୈଠକରେ ଶାହଙ୍କ ଗସ୍ତକୁ ନେଇ ଆଲୋଚନା ହୋଇଥିଲା।

Advertisment

ଏହି ବୈଠକରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସହ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ଭଟଲି ବିଧାୟକଙ୍କ ସହ ବିଭିନ୍ନ ଜିଲ୍ଲାର ବିଧାୟକ ସାମିଲ ହୋଇଥିଲେ ।

ସେହିପରି ଏଥିରେ ୫ ଟି ସଂସଦୀୟ କ୍ଷେତ୍ରର ଜିଲ୍ଲା ସଭାପତି ଓ ବିଜେପି ନେତା ମଧ୍ୟ ଉପସ୍ଥିତ ଥିଲେ । ଆସନ୍ତା ୨୨ ତାରିଖ ଅମିତ୍ ଶାହଙ୍କ ସମ୍ବଲପୁର କାର୍ଯ୍ୟକ୍ରମ ଥିବାବେଳେ ୨୩ ତାରିଖ ଭୁବନେଶ୍ଵରରେ କାର୍ଯ୍ୟକ୍ରମ ରହିଥିବା ନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ।

ଅଧିକ ପଢ଼ନ୍ତୁ: ବିଜେଡିର କଥାକଥିତ ଆଗଧାଡ଼ିର ନେତାଙ୍କୁ ଟାର୍ଗେଟ କଲେ ଅଶୋକ ପଣ୍ଡା, କହିଲେ...

Sambalpur Amit Shah Odisha BJP Manmohan Samal
Advertisment
Advertisment