
ଭୁବନେଶ୍ୱର : ୧୯୯୯ ମହାବାତ୍ୟାଠୁ ଢେର ଅଧିକ ପ୍ରଳୟ ରଚାଇଛି ସାମୁଦ୍ରିକ ଝଡ଼ବାତ୍ୟା ଫୋନି। ପ୍ରାଣ ଶୂନ୍ୟ କରିଦେଇଛି ଶ୍ରୀକ୍ଷେତ୍ର ପୁରୀକୁ। ଶ୍ରୀ ଛଡ଼ାଇନେଇଛି କୋଟି କୋଟି ହିନ୍ଦୁଙ୍କ ଆସ୍ଥାର ସହରଠାରୁ। ଶ୍ରୀମନ୍ଦିରକୁ ବି ଛାଡ଼ିନି ଏ ରାକ୍ଷସରୂପୀ ଝଡ଼। ଧ୍ୱସ୍ତବିଧ୍ୱସ୍ତ କରିଦେଇଛି ଜଗନ୍ନାଥ ଧାମର ସୁରକ୍ଷାକବଚ ବାଲୁଖଣ୍ଡ ଅଭୟାରଣ୍ୟକୁ। ଯୁଆଡ଼େ ଚାହିଁଲେ କେବଳ ଧ୍ୱଂସଲୀଳା ସାଙ୍ଗକୁ ଅନ୍ତହୀନ ଦୁର୍ଦ୍ଦଶାର କରୁଣ ଦୃଶ୍ୟ। ମହାପ୍ରଭୁଙ୍କ କ୍ଷେତ୍ରକୁ ଆସିପାରେ ପ୍ରଳୟ ସାଙ୍ଗକୁ ଦୁର୍ଦ୍ଦଶା । ଜଗନ୍ନାଥଙ୍କ ଧାମରେ ବି ଏହାର ଉପସ୍ଥିତି […]
ପୁରୀ : ବାତ୍ୟା ଫୋନି ପ୍ରକୋପରୁ ବାଦ୍ ପଡିନି ଶ୍ରୀମନ୍ଦିର। ପ୍ରବଳ ପବନ ଓ ବର୍ଷା ଯୋଗୁଁ ଶ୍ରୀମନ୍ଦିର ସିଂହଦ୍ୱାର ଆଗରେ ଥିବା ଦ୍ୱାରପାଳଙ୍କ ମଧ୍ୟରୁ ଜୟଙ୍କ ମୂର୍ତ୍ତି କ୍ଷତିଗ୍ରସ୍ତ ହୋଇଛି। ସେହିପରି ଦକ୍ଷିଣ, ପଶ୍ଚିମ ପାର୍ଶ୍ୱ ଉପରେ ଥିବା ୨ଟି ସିଂହ ମୂର୍ତ୍ତିର ମଧ୍ୟ କ୍ଷତି ହୋଇଛି। ମନ୍ଦିରର ମରାମତି କାମ ପାଇଁ ASI ପକ୍ଷରୁ ଲାଗିଥିବା ଲୁହା ଭାରା ପବନରେ ସଂପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି। ଲୁହାଭାରା ଭୁଶୁଡ଼ି ପଡ଼ିବାରୁ ତଳେ ଥିବା ସାକ୍ଷୀଗୋପାଳ ଓ […]
ପୁରୀ : କାଲି ଦିନ ୧୨ଟା ସୁଦ୍ଧା ପୁରୀ ଜିଲ୍ଲାରୁ ୧ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯିବ। ଚିଲିକା ଭିତରେ ଥିବା ଓ ଏହାକୁ ଲାଗି ରହିଥିବା ସବୁ ଗାଁ ଲୋକଙ୍କୁ ପ୍ରଥମେ ସ୍ଥାନାନ୍ତର କରାଯିବ। ପୁରୀର ବିଭିନ୍ନ ହୋଟେଲର ତଳ ମହଲାରେ ଥିବା ପର୍ଯ୍ୟଟକଙ୍କୁ ମଧ୍ୟ ସ୍ଥାନାନ୍ତର କରାଯିବ। ମୁହାଣ ନିକଟବର୍ତ୍ତୀ ଗାଁର ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଅସ୍ତରଙ୍ଗ ଓ କାକଟପୁର ଅଞ୍ଚଳର ଲୋକଙ୍କୁ ମଧ୍ୟ ସ୍ଥାନାନ୍ତର କରାଯିବ ବୋଲି ପୁରୀ ଜିଲ୍ଲା […]
ଭୁବନେଶ୍ୱର : ବାତ୍ୟା ‘ଫୋନି’ ଆସନ୍ତା ୩ ତାରିଖ ଅପରାହ୍ଣରେ ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକ୍ ଉଦୟଗିରି ନିକଟରେ ସ୍ଥଳଭାଗ ଛୁଇଁବ ବୋଲି ପୂର୍ବାନୁମାନ କରିଛି ଆମେରିକାର ଜଏଣ୍ଟ ଟାଇଫୁନ୍ ଓ୍ୱାର୍ଣ୍ଣିଂ ସେଣ୍ଟର JTWC। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୮୫ କିଲୋମିଟର ରହିବ। ‘ଫୋନି’ ଖୋର୍ଦ୍ଧା, କଟକ, ଢେଙ୍କାନାଳ, ଯାଜପୁର ଓ ମୟୂରଭଞ୍ଜ ଜିଲ୍ଲା ଦେଇ ପଶ୍ଚିମବଙ୍ଗ ଆଡ଼କୁ ଗତି କରିବ ବୋଲି କହିଛି JTWC। ଆଜି ରାତି ୮ଟା ସୁଦ୍ଧା ହୋଇଥିବା […]
ପୁରୀ(ମଧୁସୂଦନ ମିଶ୍ର): ସାଙ୍ଗମାନଙ୍କ ସହ ସମୁଦ୍ରରେ ଗାଧୋଇବା ବେଳେ ଅଭିଷେକ ପାଣ୍ଡେ ନାମକ ଜଣେ ଯୁବକ ଭାସି ଯାଇଛନ୍ତି। ସେ ଦିଲ୍ଲୀର କ୍ରାଇମ୍ ଖବର କାଗଜର ଜୋନାଲ୍ ଆଡଭାଇଜର। ତାଙ୍କ ପରିଚୟପତ୍ରରୁ ଏହା ଜଣାପଡ଼ିଛି। ଅଭିଷେକ ଭୁବନେଶ୍ୱର ସିପେଟ୍ ଇଞ୍ଜିନିୟରିଂ କଲେଜରେ ପଢୁଥିବା ସାଙ୍ଗଙ୍କ ସହ ପୁରୀ ଚୈତନ୍ୟ ଛକ ନିକଟରେ ସମୁଦ୍ରରେ ଗାଧୋଉଥିଲେ। ପରେ ଅନ୍ୟ ସାଙ୍ଗମାନେ କୂଳକୁ ଚାଲି ଆସିଥିଲେ। ମାତ୍ର ଅଭିଷେକ ଏକୁଟିଆ ଗାଧୋଉଥିଲେ। ଠିକ୍ ଏହି ସମୟରେ ଆସିଥିବା ଲହଡିରେ ଅଭିଷେକ […]
ପୁରୀ (ମଧୁସୂଦନ ମିଶ୍ର ) : ପୁଣି ଓଡ଼ିଶାକୁ ନିର୍ବାଚନ ପ୍ରଚାରରେ ଆସିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। ସେ ପୁରୀରେ ଏକ ରୋଡ୍ ଶୋ’ କରିଛନ୍ତି। ତାଙ୍କସହ ରୋଡ୍ ଶୋ’ରେ ସାମିଲ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଓ ରାଜ୍ୟ ବିଜେପି ପ୍ରଭାରୀ ଅରୁଣ ସିଂଙ୍କ ସମେତ ପୁରୀ ଲୋକସଭା ଆସନରୁ ଲଢୁଥିବା ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର ଓ ବିଧାୟକ ପ୍ରାର୍ଥୀ ଜୟନ୍ତ ଷଡ଼ଙ୍ଗୀ। ରୋଡ୍ […]
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର, କଟକ, ପୁରୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ଝଡ଼ବର୍ଷା। ଗତକାଲି ସଂଧ୍ୟାରେ ଭୁବନେଶ୍ୱରରେ ହଠାତ୍ କଳାହାଣ୍ଡିଆ ମେଘ ଘୋଟିଆସି ଘଡ଼ଘଡ଼ି ସହ ବର୍ଷା ହୋଇଥିଲା। ସେହିପରି କଟକ ସହରରେ ମଧ୍ୟ ବେଶ୍ କିଛି ସମୟ ପାଇଁ ଝଡ଼ବର୍ଷା ହୋଇଛି। ବର୍ଷା ଯୋଗୁଁ ସହରର ବିଭିନ୍ନ ସ୍ଥାନରେ ଅନେକ ସମୟ ଧରି ବିଦ୍ୟୁତ୍ ସେବା ବାଧାପ୍ରାପ୍ତ ହୋଇଛି। ଏହାପୂର୍ବରୁ କାଳବୈଶାଖୀ ବର୍ଷା ହେବା ନେଇ ୧୦ଟି ଜିଲ୍ଲା ପାଇଁ ସତର୍କ ସୂଚନା […]
ପୁରୀ: ଯଦି କେବେ ପ୍ରଥମେ ତୀର୍ଥ ଯିବାର ସୁଯୋଗ ମିଳେ, ତାହାଲେ ପ୍ରଥମେ ପୁରୀ ଆସିବି ବୋଲି କହିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ପୁରୀସ୍ଥିତ ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନର ଶତବାର୍ଷିକୀ ଉତ୍ସବରେ ଯୋଗ ଦେଇ ସେ ଏହା କହିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଜ ଅଭିଭାଷଣରେ ଚାରିଧାମ ସଂପର୍କରେ ମତ ରଖିଥିଲେ। ରାଷ୍ଟ୍ରପତି କହିଛନ୍ତି, ପୂର୍ବ ଭାରତରେ ପୁରୀ ଧାମର ସ୍ୱତନ୍ତ୍ରତା ରହିଛି। ସଂସ୍କୃତ ଭାଷା ଦେଶର ଏକତା ଓ ଅଖଣ୍ଡତା ପାଇଁ କାର୍ଯ୍ୟ କରୁଛି। ପୁରୀକୁ […]
ଲକ୍ଷ୍ନୌ : ଏଥର ଲୋକସଭା ନିର୍ବାଚନ ଲଢ଼ିବେ ଭୋଜପୁରୀ ଅଭିନେତା ତଥା ବିଜେପି ନେତା ରବି କିଷାନ। ତେବେ ସେ କେଉଁଠୁ ନିର୍ବାଚନ ଲଢ଼ିବେ ସେ ନେଇ କୌଣସି ସୂଚନା ମିଳିନଥିବା ବେଳେ ସେ ଏହାର ନିଷ୍ପତ୍ତି ଦଳ ଉପରେ ଛାଡିଦେଇଛନ୍ତି। ରବି କିଷାନ କହିଛନ୍ତି, ସେ ନିର୍ବାଚନ ଲଢ଼ିବା ନେଇ ପ୍ରସ୍ତୁତ ରହିଛନ୍ତି। ଦେଶରେ ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତା ୨୦୧୪ ତୁଳନାରେ ଅଧିକ ରହିଛି। ବିଜେପି ପାତାଳରେ ନିର୍ବାଚନ ଲଢ଼ିଲେ ମଧ୍ୟ ବିଜୟ ସୁନିଶ୍ଚିତ ବୋଲି ଦମ୍ଭୋକ୍ତି […]
ଭୋଜପୁରୀ ଫିଲ୍ମର ସୁପରଷ୍ଟାର ପବନ ସିଂହ ଏବେ ପୁଣି ଚର୍ଚ୍ଚାରେ। ସେ ଦ୍ୱିତୀୟ ବିବାହ କରୁଛନ୍ତି ବୋଲି ଚାରିଆଡେ ଆଲୋଚନା। ଉତ୍ତର-ପ୍ରଦେଶର ବଲିୟାରେ ରହୁଥିବା ଜ୍ୟୋତି ସିଂହ ସାଜିବେ ତାଙ୍କ ନବବଧୂ। ପ୍ରେମିକାରୁ ହେବେ ପତ୍ନୀ। ଏଥିପାଇଁ ଜୋରସୋର୍ରେ ବିବାହର ପ୍ରସ୍ତୁତି କାର୍ଯ୍ୟକ୍ରମ ଚାଲିଛି। ଏହି ବିବାହକୁ ଯଥାସମ୍ଭବ ଗୋପନ ରଖିବାକୁ ଚେଷ୍ଟା କରାଯାଇଥିଲା। କିନ୍ତୁ ଏ ଖବର ହାଟରେ ପଡ଼ି ବାଟରେ ଗଡୁଛି। ଆଜି ବଲିୟାସ୍ଥିତ ଶଙ୍କର ହୋଟେଲ୍ରେ ପବନଙ୍କ ସହ ଜ୍ୟୋତିଙ୍କର ବାହାଘର ହେଉଛି। […]