Advertisment

BJP MLA Jayanarayan Mishra: କ୍ଷୋଭ ଝାଡ଼ିଲେ ଜୟନାରାୟଣ; କହିଲେ 'ମୋର ଯୋଗ୍ୟତା ନାହିଁ'

ବୈଠକରେ କ'ଣ ଆଲୋଚନା କରାଗଲା ସେ ନେଇ ଜୟନାରାୟଣଙ୍କୁ ପ୍ରଶ୍ନ କରିଥିଲେ ସାମ୍ବାଦିକ । ତେବେ ଏହାର ଉତ୍ତରରେ ଜୟନାରାୟଣ କହିଥିଲେ, 'ଏହି ପ୍ରଶ୍ନ ବଡ଼ ବଡ଼ ନେତାମାନଙ୍କୁ ପଚାରନ୍ତୁ, ଛୋଟକାଟିଆଙ୍କୁ ଏଥିରେ କାହିଁକି ପଶାଉଛନ୍ତି ।' ଜୟନାରାୟଣଙ୍କ ଭଳି ବରିଷ୍ଠ ନେତା କାହିଁକି ମଞ୍ଚରେ ବସିଲେ ନାହିଁ, ସେ ସମ୍ପର୍କିତ ପ୍ରଶ୍ନକୁ ଏଡାଇ ଯାଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ।

author-image
Deviprasad Jena
ଅଦ୍ୟତନ ହୋଇଛି
undefined

BJP MLA Jayanarayan Mishra

କ୍ଷୋଭ ପ୍ରକାଶ କଲେ ବିଜେପିର ବରିଷ୍ଠ ନେତା ଜୟନାରାୟଣ ମିଶ୍ର । ଆଜି ଜୟନାରାୟଣ ବୁର୍ଲାରେ ଅନୁଷ୍ଠିତ ବିଜେପି ବୈଠକରେ ଅତିଥିଙ୍କ ପାଇଁ ଉଦ୍ଦିଷ୍ଟ ମଞ୍ଚରେ ନବସି ପଛ ଧାଡ଼ିରେ ବିଧାୟକଙ୍କ ଗହଣରେ ବସିଥିବା ଦେଖିବାକୁ ମିଳିଥିଲା ।

Advertisment

ଜୟନାରାୟଣଙ୍କୁ ମଞ୍ଚରେ ବସିବା ପାଇଁ ଦଳର ଅନ୍ୟ ନେତାମାନେ ଅନୁରୋଧ କରିଥିଲେ ବି ସେ ଆସିନଥିଲେ । ଏ ସମ୍ପର୍କରେ ଜୟନାରାୟଣଙ୍କୁ ସାମ୍ବାଦିକଙ୍କ ପ୍ରଶ୍ନ ପରେ, ତାଙ୍କର ସେଠାରେ ବସିବାର ଯୋଗ୍ୟତା ନଥିବା କ୍ୟାମେରା ସାମ୍ନାରେ କହିଛନ୍ତି ଜୟନାରାୟଣ। ଏଥିସହିତ ତାଙ୍କୁ ଅବହେଳା କରାଯାଉଛି କି ବୋଲି ପ୍ରଶ୍ନର ଉତ୍ତରରେ କହିଥିଲେ, ମୋ ଦଳରେ ମୋତେ କିଏ କାହିଁକି ଅବହେଳା କରିବ?

ବୈଠକରେ କ'ଣ ଆଲୋଚନା କରାଗଲା ସେ ନେଇ ମଧ୍ୟ ଜୟନାରାୟଣଙ୍କୁ ପ୍ରଶ୍ନ କରିଥିଲେ ସାମ୍ବାଦିକ । ତେବେ ଏହାର ଉତ୍ତରରେ ଜୟନାରାୟଣ କହିଥିଲେ, 'ଏହି ପ୍ରଶ୍ନ ବଡ଼ ବଡ଼ ନେତାମାନଙ୍କୁ ପଚାରନ୍ତୁ, ଛୋଟକାଟିଆଙ୍କୁ ଏଥିରେ କାହିଁକି ପଶାଉଛନ୍ତି ।' ସେପଟେ ଜୟନାରାୟଣଙ୍କ ଭଳି ବରିଷ୍ଠ ନେତା କାହିଁକି ମଞ୍ଚରେ ବସିଲେ ନାହିଁ, ସେ ସମ୍ପର୍କିତ ପ୍ରଶ୍ନକୁ ଏଡାଇ ଯାଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ

Advertisment

ଅମିତ ଶାହଙ୍କ ସମ୍ବଲପୁର ଗସ୍ତକୁ ସଫଳ କରିବାକୁ ସମ୍ବଲପୁର ସମେତ ଦଳର ସମସ୍ତ ବିଧାୟକ ମିଳିତ ଭାବେ ନିଷ୍ପତ୍ତି ନେଇଥିବା କହିଛନ୍ତି ମନମୋହନ । ଆସନ୍ତା ୨୨ରେ ଅମିତ ଶାହଙ୍କ ସମ୍ବଲପୁର ଗସ୍ତ ନେଇ ବିଜେପି ପକ୍ଷରୁ ଏହି ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା। ଏଥିରେ ବିଜେପି ରାଜ୍ୟ ସଭାପତିଙ୍କ ସମେତ ରାଜ୍ୟ ଓ ଜିଲ୍ଲାସ୍ତରର ପଦାଧିକାରୀ ଏବଂ ସମ୍ବଲପୁର ସମେତ ଅନ୍ୟ ଜିଲ୍ଲାର ବିଧାୟକମାନେ ଯୋଗଦେଇଥିଲେ ।

ସୂଚନାଯୋଗ୍ୟ, ସମ୍ବଲପୁର ସୁଭଦ୍ରା ସଭାରେ ବିଜେପି ବିଧାୟକ ଜୟନାରାୟଣଙ୍କ ଉତ୍କଳ-କୋଶଳ ମନ୍ତବ୍ୟକୁ ନେଇ ରାଜନୈତିକ ବୟାନବାଜି ତେଜିଥିଲା । ବିରୋଧୀ ବିଜେଡି ଓ କଂଗ୍ରେସ, ଏହା କଣ ଓଡ଼ିଆ ଅସ୍ମିତା ବୋଲି ପ୍ରଶ୍ନ କରି ସରକାରଙ୍କୁ ଘେରିଥିଲେ । ତେବେ ଏହାକୁ ନେଇ ବିଜେପି ବିଧାୟକ ଅଶୋକ ମହାନ୍ତି କହିଥିଲେ, ଏହା ଜୟନାରାୟଣଙ୍କ ବ୍ୟକ୍ତିଗତ ମତ । ବିଜେପି ସରକାର ଆଂଚଳିକବାଦରେ ବିଶ୍ବାସ କରେନି । ବରଂ ମୋହନ ସରକାର ପଶ୍ଚିମ ଓଡ଼ିଶାର ବିକାଶକୁ ସର୍ବାଧିକ ଗୁରୁତ୍ବ ଦେଇ ଆସୁଛନ୍ତି ।

ଅଧିକ ପଢ଼ନ୍ତୁ: ରାଜନୀତିକୁ ଆସିଲା କେମିତି, କିଏ ପ୍ରଥମ ରାଜନୈତିକ ଗୁରୁ, ବବି ପାଣ୍ଡିଆନ୍ ଚିହ୍ନା ହେଲେ କେମିତି

Odisha BJP Jay Narayan Mishra BJP Odisha Manmohan Samal
Advertisment
Advertisment