• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Total "1263" result for "ପୁରୀ" in https://otvkhabar.in

amit
ପୁରୀରେ ପହଞ୍ଚିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହ

ଭୁବନେଶ୍ୱର: ପୁରୀରେ ପହଞ୍ଚିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହ। କିଛି ସମୟ ତଳେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସିଧା ପୁରୀ ଯାଇଥିଲେ ଶାହ। ଅଠରନଳାରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ପୁରୀ ଶରଧାବାଲିରେ ଅାଜିଠାରୁ ଅାରମ୍ଭ ହେଉଥିବା ଦୁଇ ଦିନିଅା ବିଜେପି ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ସେ ଯୋଗ ଦେବେ। ଓଡ଼ିଶାରେ ମିଶନ୍ ୧୨୦ର ସଫଳତା ପାଇଁ ମହିଳା ଭୋଟ୍ ବ୍ୟାଙ୍କକୁ ମଜଭୁତ୍ କରିବାକୁ ଶାହ ଟିପ୍ସ ଦେବେ। ଏହା ପୂର୍ବରୁ […]

Capture
ପୁରୀରେ ‘ଜାଗା’ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ପୁରୀ: ଆଜି ପୁରୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଜାଗା’ ଯୋଜନାର ଆରମ୍ଭ କରିଛନ୍ତି। ଏହି ଯୋଜନାରେ ଜାଗା ପାଇଥିବା ଲୋକଙ୍କୁ ସ୍ଥାୟୀ ପଟ୍ଟା ଦିଆଯାଉଛି। ସହରାଞ୍ଚଳରେ ବସ୍ତିର ଜମିହୀନ ବାସିନ୍ଦାଙ୍କୁ ପଟ୍ଟା ଦେବାକୁ ରାଜ୍ୟ ସରକାର ଏହି ଯୋଜନା କରିଛନ୍ତି। ଏହି କ୍ରମରେ ଆଜି ପୁରୀର ବସ୍ତିବାସିନ୍ଦାଙ୍କୁ ପଟ୍ଟା ବଣ୍ଟନ କରାଯାଇଛି। ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି ଆଜି ବିଜେପି ପକ୍ଷରୁ ପୁରୀରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିଜେପିର କର୍ମୀମାନେ ଏକ ଶୋଭାଯାତ୍ରା କରି କଳାପତାକା […]

Puri
ପୁରୀ ହିଂସାକାଣ୍ଡରେ ୧୫ଟି ମାମଲା ଦାଏର

ପୁରୀ: ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନକୁ ନେଇ ପୁରୀରେ ହିଂସାକାଣ୍ଡ ଘଟଣାରେ ୧୫ଟି ମାମଲା ଦାଏର ହୋଇଛି। ପ୍ରଶାସନ ଏବଂ ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ସିଂହଦ୍ୱାର ଥାନାରେ ୯ ଓ ଟାଉନ୍‌ ଥାନାରେ ୬ଟି ଏତଲା ଦିଆଯାଇଛି। ସରକାରୀ ସମ୍ପତ୍ତି ପୋଡ଼ାଜଳା ଓ ଭଙ୍ଗାରୁଜାରେ ଯେଉଁମାନେ ସାମିଲ୍ ଥିଲେ ସିସିଟିଭି ଫୁଟେଜ୍ ଯାଞ୍ଚ୍ କରି ଅଭିଯୁକ୍ତମାନଙ୍କୁ ଚିହ୍ନଟ ପ୍ରକ୍ରିୟା ଜାରି ରଖିଛି ପୁଲିସ୍‌। ତେବେ ଏହି ଘଟଣାରେ ଗତକାଲି ଟାଉନ୍ ଥାନା ପୁଲିସ୍ ୧୧ ଜଣଙ୍କୁ ଗିରଫ […]

bus strike
ତେଜିଲା ଭୁବନେଶ୍ୱର-ପୁରୀ ବସ୍ ମାଲିକ ସଂଘ ମଧ୍ୟରେ ବିବାଦ

ଭୁବନେଶ୍ୱର: ପୁଣି ତେଜିଲା ଭୁବନେଶ୍ୱର-ପୁରୀ ବସ୍ ମାଲିକ ସଂଘ ମଧ୍ୟରେ ବିବାଦ। ଆଜି ପୁରୀ ମାଲିକଙ୍କ ବସ୍‌କୁ ଅଟକ ରଖିବାକୁ ଭୁବନେଶ୍ୱର ବସ୍‌ ମାଲିକ ସଂଘ ନିଷ୍ପତ୍ତି ନେଇଛି। ବସ୍ ଚଳାଚଳ ସମୟ ନିର୍ଘଣ୍ଟକୁ ନେଇ ୨ ସଂଘ ମଧ୍ୟରେ ବିବାଦ ଲାଗିଛି। ଭୁବନେଶ୍ୱରରୁ କୌଣସି ଘରୋଇ ବସ୍ ପୁରୀକୁ ଯାଉନଥିବା ବେଳେ ଆଜି ପୁରୀରୁ ଆସିଥିବା ୨ଟି ବସ୍‌କୁ କଳ୍ପନାରୁ ଫେରାଇ ଦିଆଇଯାଇଥିବା ସୂଚନା ମିଳିଛି। ଗତ ୩ ଦିନ ହେଲା ପାଖାପାଖି ୧୨ଟି ପୁରୀ […]

puri
ଜଳବନ୍ଦୀରୁ ମୁକ୍ତ ହେବେ ପୁରୀ ସୁଜାତାନଗର ବାସିନ୍ଦା; ରଥଯାତ୍ରା ସମୟରୁ ଅଛନ୍ତି ଜଳବନ୍ଦୀ

ପୁରୀ: ଜଳବନ୍ଦୀରୁ ମୁକ୍ତ ହେବେ ପୁରୀ ପୌର ପରିଷଦ ୧ ନମ୍ବର ୱାର୍ଡ ସୁଜାତାନଗର ଅଞ୍ଚଳର ହଜାର ହଜାର ଲୋକ। ଗତ ରଥଯାତ୍ରା ସମୟରୁ ଏହି ଅଞ୍ଚଳ ଜଳାର୍ଣ୍ଣବ ହୋଇଥିଲା। ଗତକାଲି ମଧ୍ୟରାତ୍ରିରୁ ଜାତୀୟ ରାଜପଥକୁ କଟାଯାଇ ପାଣି ନିଷ୍କାସନ ପ୍ରକ୍ରିୟା ଆରମ୍ଭ ହୋଇଛି । ଘଟଣାସ୍ଥଳରେ NH ଅଧିକାରୀ, ମାଜିଷ୍ଟ୍ରେଟ୍‌ ଓ ପୁଲିସ୍‌ ଉପସ୍ଥିତ ରହି ଏନଏଚକୁ ଅସ୍ଥାୟୀ ଭାବେ କାଟିଥିଲେ। ଏହା ଫଳରେ ପାଣି ନିଷ୍କାସନ ହେଉଛି। ଏହି ଅଞ୍ଚଳରୁ ପାଣି କମିଲେ ଦୀର୍ଘଦିନରୁ […]

puri
ପୁରୀରେ ମିନି ମାରାଥନ

ପୁରୀ(ମଧୁସୂଦନ ମିଶ୍ର): ସାଧାରଣ ନିର୍ବାଚନରେ କିଭଳି ଶତ ପ୍ରତିଶତ ମତଦାନ ହୋଇପାରିବ,ସେନେଇ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆରା ଢଙ୍ଗରେ ମିନି ମାରାଥନର ଆୟୋଜନ କରାଯାଇଛି। ଏହି ଅବସରରେ ନାଗାମେଢ,ଘୋଡାନାଚ, ଫୁଲମେଢ,ଘୁଡକି ଆଦି ବିଭିନ୍ନ ପାରମ୍ପରିକ ନୃତ୍ୟକଳା ପ୍ରଦର୍ଶିତ ହୋଇଥିଲା। ଏଥିରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ,ଦିବ୍ୟାଙ୍ଗ ଓ ଭୋଟରମାନେ ସାମିଲ ହୋଇଥିଲେ। ଏହି ମିନି ମାରାଥନକୁ ସିଂହଦ୍ୱାର ନିକଟରୁ ପତାକା ଦେଖାଇ ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାସ ଶୁଭାରମ୍ଭ କରିଥିଲେ। ଏଥିରେ ଜିଲ୍ଲାପାଳ,ଅତିରିକ୍ତ ଜିଲ୍ଲାପାଳ, ଏସପି,ପୌର କାର୍ଯ୍ୟର୍ନିବାହୀ ଅଧିକାରୀ […]

amit
ଆସନ୍ତାକାଲି ପୁରୀରେ ଶାହଙ୍କ ରୋଡ୍ ଶୋ’

ଭୁବନେଶ୍ୱର: ଆସନ୍ତାକାଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓଡ଼ିଶା ଆସିବେ। ସେ ପୁରୀରେ ଏକ ବିରାଟ ରୋଡ୍ ଶୋ’ କରିବେ।  ସିଂହଦ୍ୱାର ନିକଟରୁ ମାଉସୀ ମା’ ମନ୍ଦିର ଯାଏ ହେବ ଏହି ରୋଡ୍ ଶୋ’। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଆଉ ଥରେ ଓଡ଼ିଶା ଆସିପାରନ୍ତି। ଏନେଇ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର  ସୂଚନା ଦେଇଛନ୍ତି। ମୋଦି ଆସନ୍ତା ୧୫ କିମ୍ବା ୧୬ ତାରିଖରେ ଓଡ଼ିଶା ଆସିବେ। ଏହି ଅବସରରେ ସେ ଭୁବନେଶ୍ୱରରେ ଆୟୋଜିତ […]

puri
ପୁରୀ ଡାକ୍ତରଖାନାରେ ଝଡ଼ାଫୁଙ୍କା

ପୁରୀ(ମଧୁସୂଦନ ମିଶ୍ର): ପୁରୀ ଡାକ୍ତରଖାନା ପରିସରରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଡାକ୍ତରଖାନାର ବେଡ୍‌ରୁ ନାବାଳିକାକୁ ତଳକୁ ଆଣି ଗୁଣିଆ ଦ୍ୱାରା ଝଡ଼ାଫୁଙ୍ଖା କରାଯାଇଛି। ଗୁଣିଆ ବେଲପତ୍ର, ମନ୍ଦାରଫୁଲ ଦ୍ୱାରା ଝଡ଼ାଫୁଙ୍ଖା କରିବା ପରେ କାଟପାଣି ଦେଇ ଭଲ କରିବାକୁ ଚେଷ୍ଟା କରିଛି। ଏପରିକି ଡାକ୍ତରଖାନା କର୍ମଚାରୀଙ୍କ ଉପସ୍ଥିତିରେ ଏହା ହୋଇଥିଲେ ମଧ୍ୟ ଏହାକୁ ରୋକିବା ପାଇଁ କେହି ଚେଷ୍ଟା କରି ନଥିଲେ। ସତ୍ୟବାଦୀର କୈଳାଶ ବେହେରାଙ୍କ ନାବାଳିକା ଝିଅ କିଛି ଦିନ ଧରି ଅଜଣା […]

puri
ଅରୋପ୍ରସାଦଙ୍କ ପ୍ରାର୍ଥିତ୍ୱକୁ ପୁରୀ ଜିଲ୍ଲା କଂଗ୍ରେସର ବିରୋଧ

ପୁରୀ(ମଧୁସୂଦନ ମିଶ୍ର): ପୁରୀ ସଦର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଅରୋପ୍ରସାଦ ମିଶ୍ରଙ୍କ ନାମ ଘୋଷଣା ହେବା ପରେ ପୁରୀ ଜିଲ୍ଲା କଂଗ୍ରେସରେ ଅସନ୍ତୋଷ ଦେଖିବାକୁ ମିଳିଛି। ଗତକାଲି ଜିଲ୍ଲା କଂଗ୍ରେସ ଭବନଠାରେ ଜିଲ୍ଲା କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତିଙ୍କ ସହ ଅନ୍ୟ ନେତା ଅରୋପ୍ରସାଦଙ୍କ ପ୍ରାର୍ଥିତ୍ୱକୁ ବିରୋଧ କରିଛନ୍ତି। ତାଙ୍କ ପ୍ରାର୍ଥିତ୍ୱକୁ ବଦଳାଇବାକୁ ପିସିସି ସଭାପତିଙ୍କ ନିକଟକୁ ଚିଠି ଲେଖାଯାଇଛି। ପୁରୀ ଜିଲ୍ଲା କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକ, ପ୍ରଦେଶ କଂଗ୍ରେସ ମୁଖପାତ୍ର […]