• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Total "1263" result for "ପୁରୀ" in https://otvkhabar.in

jaganntah
ପୁରୀ ଉପକୂଳ ନିକଟ ଦେଇ ଗତି କରିପାରେ ବାତ୍ୟା: ସତର୍କ ରହିବାକୁ ନିର୍ଦ୍ଦେଶ

ପୁରୀ: ବଙ୍ଗୋପସାଗରରେ କେନ୍ଦ୍ରୀଭୁତ ହୋଇଥିବା ସାମୁଦ୍ରିକ ଝଡ଼ ଅମ୍ଫନ ପ୍ରଭାବରେ ପୁରୀରେ ୧୨୦ରୁ ୧୫୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ରହିଛି। ତା ସହିତ ପୁରୀ ଉପକୂଳ ନିକଟ ଦେଇ ବାତ୍ୟା ଗତି କରିବା ବେଳେ ଏହା ପ୍ରଭାବରେ ୧୮ ଓ ୧୯ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ଥିବାରୁ ପୁରୀ ଜିଲ୍ଲାର ସମସ୍ତ ଥାନା ଅଧିକାରୀଙ୍କୁ ସତର୍କ ରହିବାକୁ ପୋଲିସ ମୁଖ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଥାନାଗୁଡ଼ିକ ନିଜ ନିଜ […]

op
ରଥଯାତ୍ରା ପାଇଁ ପୁରୀରେ ପହଞ୍ଚିଲା ରଥକାଠ: ୨୬ରେ ଅନୁକୁଳ, ଲକ୍‌ଡାଉନ୍‌ ଅଡ଼ୁଆ

ପୁରୀ: ରଥଯାତ୍ରା ପାଇଁ ପୁରୀରେ ପହଞ୍ଚିଲା ରଥକାଠ। ଆଜି ସକାଳୁ ମୋଟ ୪୨ ଖଣ୍ଡ କାଠ ଆସି ରଥଖଳାରେ ପହଞ୍ଚିଛି। ଏଥିରେ ୨୦ ଫୁଟିଆ ଅସନ କାଠ ୫ଟି, ୧୨ ଫୁଟିଆ ଧଉରା କାଠ ୧୧ଟି ଓ ୨୦ ଫୁଟିଆ ଧଉରା କାଠ ୨୬ ଖଣ୍ଡ ରହିଛି। ଆଜି ଷଷ୍ଠ ଟ୍ରିପ୍‌ ଆସି ଶ୍ରୀକ୍ଷେତ୍ରରେ ପହଞ୍ଚିଛି। ଆସନ୍ତା ୨୬ ତାରିଖ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରଥ କାଠ ଅନୁକୁଳ ହେବ। ସବୁଠୁ ବଡ଼ କଥା ହେଉଛି, […]

corona
ସୂର୍ଯ୍ୟନଗର, ବମିଖାଲ୍‌ ଓ ପୁରୀରେ କରୋନା ରୋଗୀ କେମିତି ଆକ୍ରାନ୍ତ ହେଲେ ଆସିଲା ତଥ୍ୟ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ସୂର୍ଯ୍ୟନଗର, ବମିଖାଲ୍‌ ଓ ପୁରୀ ଜିଲ୍ଲାରେ ଚିହ୍ନଟ ହୋଇଥିବା କୋଭିଡ୍-19 ଆକ୍ରାନ୍ତ କେମିତି ଏହି ରୋଗରେ ଆକ୍ରାନ୍ତ ହେଲେ ତାର ତଥ୍ୟ ଆଜି ଜଣାପଡ଼ିଛି। ଏହି ଆକ୍ରାନ୍ତମାନଙ୍କର ବାହାର ରାଜ୍ୟ ସହିତ ଲିଙ୍କ୍ ରହିଛି। ଆଜି ଏ ନେଇ ସୂଚନା ଦେଇଛନ୍ତି ବିଏମ୍‌ସି (ଭୁବନେଶ୍ୱର ମହାନଗର ନିଗମ) କମିଶନର ପ୍ରେମଚନ୍ଦ୍ର ଚୌଧୁରୀ। ରାଜଧାନୀ ଭୁବନେଶ୍ୱର ସୂର୍ଯ୍ୟନଗରରେ ଚିହ୍ନଟ ହୋଇଥିବା କରୋନା ପ୍ରଦିପ୍ତ ଦଳବେହେରାଙ୍କ ପରିବାର ମଧ୍ୟରୁ ଜଣେ କୋଲକାତା ଯାଇଥିଲେ। ସେଠି ସେ […]

jagannath
ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥ କାଠ

ପୁରୀ: ଦେଶରେ କରୋନା ସ୍ଥିତି ଜଟଳି ଥିବା ବେଳେ ପୁରୀରେ ପହଞ୍ଚିଛି ତୃତୀୟ ପର୍ଯ୍ୟାୟ ରଥ କାଠ। ନୟାଗଡ଼ ବନଖଣ୍ଡରରୁ ୮ ଖଣ୍ଡ ଫାସୀ କାଠ ପହଞ୍ଚିଛି। ଆସନ୍ତାକାଲି ରାମ ନବମୀ ଅବସରରେ କଟକ ଖପୁରିଆ ସ–ମିଲ୍‌ରେ କାଠ ଚିରଟ କରାଯିବା ପରମ୍ପରା ରହିଛି।   ଏପ୍ରିଲ ୨୬ ତାରିଖରେ ଅକ୍ଷୟ ତୃତୀୟ ଦିନ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ରଥଖଳାରେ ରଥନିର୍ମାଣ ହେବ। ରାଜ୍ୟରେ କରୋନା ଭୟ ଓ ଲକଡାଉନ ଲାଗିଥିଲେ ବି ସମସ୍ତ […]

gajapati
କରୋନା ସତର୍କତା: କ୍ୱାରେଣ୍ଟାଇନରେ ରହିଲେ ପୁରୀ ଗଜପତି ମହାରାଜା

ଭୁବନେଶ୍ୱର: ବିଦେଶରୁ ଫେରି ହୋମ୍‌ କ୍ୱାରେଣ୍ଟାଇନରେ ରହିଲେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ। ରେଜିଷ୍ଟ୍ରେସନ କରି ସପରିବାର ନିଜ ଭୁବନେଶ୍ୱର ଘରେ ହୋମ୍‌ କ୍ୱାରେଣ୍ଟାଇନ ରହିଛନ୍ତି ପୁରୀ ଗଜପତି। ଆମେରିକା ଗସ୍ତ ସାରି ଗଜପତି ସପରିବାର ଗତ ୧୫ତାରିଖରେ ଓଡ଼ିଶା ଫେରିଥିଲେ। ଆଜି ସରକାରଙ୍କ ଅନ୍‌ଲାଇନ୍‌ରେ ରେଜିଷ୍ଟ୍ରେସନ କରିଥିଲେ ଗଜପତି। ସେଥିପାଇଁ ତାଙ୍କୁ ଭୁବନେଶ୍ୱର ଘରେ ୧୪ ଦିନ ଯାଏ ହୋମ୍‌ କ୍ୱାରେଣ୍ଟାଇନରେ ରଖାଗଲା। ହୋମ୍ କ୍ୱାରେଣ୍ଟାଇନ ନେଇ ଗଜପତିଙ୍କ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି। […]

opd
ପୁରୁଖା କଂଗ୍ରେସ କର୍ମୀ ପୁରୀ ବଡ଼ଦାଣ୍ଡରୁ ଉଦ୍ଧାର: ଓଟିଭିକୁ ଧନ୍ୟବାଦ ଦେଲେ ନେତା

ପୁରୀ: ଓଟିଭି ଖବରର ପ୍ରଭାବ। ପୁରୀ ବଡ଼ଦାଣ୍ଡରେ ଭିକ୍ଷାବୃତ୍ତି କରୁଥିବା ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅଞ୍ଚଳର କଂଗ୍ରେସ କର୍ମୀ ଶଙ୍କର ଆଚାର୍ଯ୍ୟ ଓରଫ୍ ଶୁକଦେବଙ୍କୁ ମିଳିଲା ନୂଆ ଠିକଣା। ଜଗତସିଂହପୁର ଜିଲ୍ଲା ଯୁବକଂଗ୍ରେସ ତରଫରୁ ଶଙ୍କରଙ୍କୁ ପୁରୀରୁ ଅଣାଯାଇ ଜଗତସିଂହପୁର ବ୍ଲକ୍ ଅନ୍ତର୍ଗତ ତର୍ତ୍ତଙ୍ଗ ଠାରେ ଥିବା ତ୍ରିନାଥ ଜରା ଆଶ୍ରମରେ ଥଇଥାନ କରାଯାଇଛି। ଉଦ୍ଧାର ବେଳେ ଶଙ୍କର ନିଜକୁ ଜଣେ ପୁରୁଖା କଂଗ୍ରେସ କର୍ମୀ ପରିଚୟ ଦେଇଥିଲେ। ଶଙ୍କରଙ୍କ ଆଖି ଖରାପ ହୋଇଯିବାରୁ ଅସହାୟ […]

puri
କରୋନା ସତର୍କତା: ପୁରୀରେ ବିଦେଶୀ ପର୍ଯ୍ୟଟକଙ୍କୁ...

ପୁରୀ: କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ପୁରୀରେ ବ୍ୟାପକ ପଦକ୍ଷେପ ନିଆଯାଇଛି। ପୁରୀକୁ ପ୍ରତିଦିନ ବିଦେଶୀ ପର୍ଯ୍ୟଟକ ଆସୁଥିବାରୁ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି।  ଏଥିସହ ହୋଟେଲମାନଙ୍କୁ ମଧ୍ୟ ଉପଦେଶନାମା ଜାରି କରାଯାଇଛି। ବିଦେଶୀ ପର୍ଯ୍ୟଟକମାନଙ୍କ ପୂରା ସୂଚନା ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଯଦି ସେମାନେ କରୋନା ଆକ୍ରାନ୍ତ ହୋଇଥିବା ସନ୍ଦେହ ହୁଏ, ତେବେ ସିଡିଏମଓଙ୍କୁ ସୂଚନା ଦେବା ପାଇଁ କୁହାଯାଇଛି। ପୁରୀକୁ ଆସୁଥିବା ସମସ୍ତ ବିଦେଶୀ ପର୍ଯ୍ୟଟକମାନଙ୍କୁ […]

ଲଗତୋହୀ ଲଗତବୋ
ପୁରୀକୁ ଭିକାରୀ ମୁକ୍ତ କରିବାକୁ ଆରମ୍ଭ ହେଲା ‘ସକ୍ଷମ ଯୋଜନା’

ପୁରୀ: ପୁରୀକୁ ଭିକାରୀ ମୁକ୍ତ କରିବାକୁ ପାଇଲଟ ପ୍ରୋଜେକ୍ଟ ‘ସକ୍ଷମ ଯୋଜନା’ ଆରମ୍ଭ ହୋଇଛି। ପ୍ରଥମ ଡ୍ରାଇଭ୍‌ରେ ସିଂହଦ୍ୱାର ସମ୍ମୁଖରେ ଥିବା ଭିକ୍ଷୁକଙ୍କ କାଉନସେଲିଂ କରାଯିବ। ଏହାପରେ ସେମାନଙ୍କୁ ନିଳାଦ୍ରୀ ନିଳୟକୁ ପଠାଯିବ। ଏଥିଲାଗି କିଛି ସାମାଜିକ ଏବଂ ବେସରକାରୀ ସଂଗଠନକୁ ନିୟୋଜିତ କରାଯାଇଛି।  ‘ନୀଳାଦ୍ରି ନିଳୟ’ ଯୋଜନାରେ ଏହି ସମସ୍ତଙ୍କୁ ଥଇଥାନ କରାଯିବ। ପ୍ରାରମ୍ଭିକ ପର୍ଯ୍ୟାୟରେ ୬ଟି ନୀଳାଦ୍ରି ନିୟୟରେ ୫୦ ଜଣ ଲେଖାଏଁ ମୋଟ ୩ଶହ ଜଣଙ୍କୁ ପୁନର୍ବାସ କରାଯିବ।

p
ପୁରୀ ଜିଲ୍ଲାରେ ସର୍ବାଧିକ ଛାତ୍ରଛାତ୍ରୀ ଅଧାରୁ ପାଠ ଛାଡୁଛନ୍ତି

ଭୁବନେଶ୍ୱର: କେମିତି ପଢୁଛନ୍ତି ଆମ ପିଲା? ସରକାରୀ ସ୍କୁଲରେ ଶିକ୍ଷା ଭିତ୍ତିଭୂମି ଯୋଗାଣରେ କେତେ ପାରିବାର ଆମ ବ୍ୟବସ୍ଥା ? କାରଣ ଅନ୍ୟ ଭିତ୍ତିଭୂମି କଥା ଛାଡ଼ନ୍ତୁ ବିଧାନସଭାରେ ଖୋଦ୍ ବିଭାଗୀୟ ମନ୍ତ୍ରୀଙ୍କ ତଥ୍ୟ କହୁଛି, ରାଜ୍ୟର ୯୦ଟି ସ୍କୁଲରେ ପିଲାଙ୍କୁ ପଢ଼ାଇବା ପାଇଁ କଳାପଟାର ବି ବ୍ୟବସ୍ଥା ନାହିଁ। କେଉଁଠି ବିଜୁଳି ନାହିଁ ତ କେଉଁଠି ଖେଳପଡ଼ିଆ, ଆଉ କେଉଁଠି ପାଇଖାନା ନାହିଁ। ରାଜ୍ୟର କିଛି ସ୍କୁଲକୁ ଯାଇ ବାସ୍ତବତା ପରଖିବା ବେଳେ ଆମେ ବି […]

sankara
ମସଜିଦ୍ ନିର୍ମାଣ ନିଷ୍ପତ୍ତିକୁ ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟଙ୍କ ବିରୋଧ

ପୁରୀ: ମସଜିଦ୍ ନିର୍ମାଣ ନିଷ୍ପତ୍ତିକୁ କଡ଼ା ଭାଷାରେ ବିରୋଧ କରିଛନ୍ତି ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ। ଏହା ହିନ୍ଦୁଙ୍କ ପାଇଁ କୋଠାରାଘାତ। ବାବର ଜଣେ ବଡ଼ ଆତଙ୍କବାଦୀ ଥିଲା। ଜାତିସଂଘ ପକ୍ଷରୁ ଏହାକୁ ବିଧିବଦ୍ଧ ଭାବେ ଘୋଷଣା କରିବା ପରିବର୍ତ୍ତେ ଏହାର ଇତିହାସକୁ ଗୌରବାନ୍ୱିତ କରିବାକୁ ଅପଚେଷ୍ଟା କରାଯାଉଛି ବୋଲି ଶଙ୍କରାଚାର୍ଯ୍ୟ କହିଛନ୍ତି। ଏବେ ଅଯୋଧ୍ୟାରେ ଏକତା, ଶାନ୍ତି ଫେରି ଆସିଛି। କିନ୍ତୁ ଏଭଳି କରିବା କେତେ ଦୂର ଠିକ୍ ? ଏଭଳି […]

Naveen-at-Puri
ପୁରୀ ସୌନ୍ଦର୍ଯ୍ୟକରଣ କାମ ତଦାରଖ କଲେ ମୁଖ୍ୟମନ୍ତ୍ରୀ

ପୁରୀ: ଭିଣୋଇଙ୍କ ଦେହାନ୍ତ ଯୋଗୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆବର୍ଷରେ ମହାପ୍ରଭୁଙ୍କ ଆଶୀର୍ବାଦ ନେବାକୁ ଯାଇପାରିନଥିଲେ। କିନ୍ତୁ ଭୁବନେଶ୍ୱରରେ ରହି ଶ୍ରୀମନ୍ଦିରରେ ଚାଲିଥିବା ସୌନ୍ଦର୍ଯ୍ୟକରଣ କାମକୁ ନିୟମିତ ଅନୁଧ୍ୟାନ କରୁଥିଲେ। ତଥାପି ଶ୍ରୀମନ୍ଦିରର ବାସ୍ତବ ଚିତ୍ର ଦେଖିବା ପାଇଁ ଆଜି ଖୋଦ୍ ମୁଖ୍ୟମନ୍ତ୍ରୀ ଶ୍ରୀକ୍ଷେତ୍ର ଯାଇ ସୌନ୍ଦର୍ଯ୍ୟକରଣ କାମର ତଦାରଖ କରିଛନ୍ତି। ବ୍ୟାଟେରୀ ଚାଳିତ ଗାଡ଼ିରେ ବସି ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ହେଉଥିବା କାମକୁ ଦେଖିଥିଲେ। ପରେ ନବୀନ ବାଇଶି ପାହାଚ ଦେଇ ଶ୍ରୀମନ୍ଦିର ଭିତରକୁ ଯାଇ ମହାପ୍ରଭୁଙ୍କ […]

singha
ନୂଆ ବର୍ଷ ପାଇଁ ପୁରୀରେ ସ୍ୱତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ୱର: ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା। ଆରମ୍ଭ ହୋଇସାରିଛି କାଉଣ୍ଟଡାଉନ୍। ୨୦୨୦କୁ କିଏ କେମିତି ସ୍ୱାଗତ କରିବେ, ସେନେଇ ସମସ୍ତେ ତତ୍ପର। ନୂଆବର୍ଷର ପ୍ରଥମ ଦିନରେ ଠାକୁରଙ୍କୁ ଦର୍ଶନ କରି ବର୍ଷଯାକର ମଙ୍ଗଳ ମନାସିବାକୁ ରାତି ଅଧରୁ ଲାଗିବ ଶ୍ରୀମନ୍ଦିରରେ ଭିଡ଼। ସେଥିପାଇଁ ହୋଇଛି ବ୍ୟାପକ ପ୍ରସ୍ତୁତି। ଝଲସୁଛି ଶ୍ରୀମନ୍ଦିର, ସଜେଇ ହୋଇଛି ବଡ଼ଦାଣ୍ଡ। ନୂଆବର୍ଷ ପାଇଁ ରାତି ୧ଟାରେ ଖୋଲାଯିବ ସିଂହଦ୍ୱାର। ଏହାପରେ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ। ଏପଟେ ଶ୍ରୀଲିଙ୍ଗରାଜ ମନ୍ଦିରରେ ଭୋର […]