
୩୦ ଜିଲ୍ଲାର ଡ୍ରାଇଭରମାନେ ଏକାଠି ହୋଇ ରାଜଧାନୀ ଭୁବନେଶ୍ୱରରେ ଏକ ବିଶାଳ ରାଲିର ଆୟୋଜନ କରିଛନ୍ତି। ଏମାନେ ସମସ୍ତେ ନବୀନ ନିବାସ ଅଭିମୁଖେ ବାହାରିଛନ୍ତି।
ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାକୁ ନେଇ ବେଫିକର ରାଜ୍ୟ ସରକାରଙ୍କ ବିରୋଧରେ ନାରା ଜୋରଦାର କରିବ କଂଗ୍ରେସ। ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ଆନ୍ଦୋଳନକୁ ଆହୁରି ତୀବ୍ରତର କରିବ କଂଗ୍ରେସ।
ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣାକୁ ନେଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଦାବିରେ ଆନ୍ଦୋଳନ ଜୋରଦାର କରିବ ବୋଲି ବିଜେପି କହିଛି। ରାଜ୍ୟର କୋଣ ଅନୁକୋଣରେ ପ୍ରତିବାଦ ଜୋରଦାର କରାଯିବ।
ମମିତା ମେହେର ହତ୍ୟା ଘଟଣାକୁ ନେଇ ଏବେ ସାରା ରାଜ୍ୟରେ ତେଜୁଛି ଆନ୍ଦୋଳନ । ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବିରୋଧରେ ବଢ଼ୁଛି ଲୋକଙ୍କ ଆକ୍ରୋଶ । ତାଙ୍କ ଇସ୍ତଫା ଦାବି କରି ପ୍ରାୟ ଜିଲ୍ଲାରେ ରଣ ହୁଙ୍କାର ଦେଉଛନ୍ତି ବିରୋଧୀ ।
ଯଦି କଂଗ୍ରେସ ଆନ୍ଦୋଳନକୁ ବ୍ୟାପକ କରିନଥାନ୍ତା, ତାହାହେଲେ ଅଭିଯୁକ୍ତ ଗୋବିନ୍ଦ ସାହୁ ଆଖୁ କିଆରୀରୁ ଧରାପଡ଼ିନଥାନ୍ତା। ଆମ ଘେରାଉ ଓ ଅଣ୍ଡାମାଡ଼ର ମୂଲ୍ୟ ରହିଛି।
ରାଜ୍ୟରେ ଧୀରେ ଧୀରେ କମୁଛି କରୋନା ସଂକ୍ରମଣ। ଗତ ୨୪ ଘଂଟାରେ ରାଜ୍ୟରେ ମୋଟ୍ ୫୫୯ ଜଣ ସଂକ୍ରମଣର ଶିକାର ହୋଇଛନ୍ତି। କରୋନାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍ରୁ ଅର୍ଥାତ୍ ସଂଗରୋଧରୁ ୩୨୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ଅର୍ଥାତ୍ ସ୍ଥାନୀୟ ଅଂଚଳରୁ ୨୩୮ ଚିହ୍ନଟ ହୋଇଛନ୍ତି
କେନ୍ଦୁଝରରେ ଆୟୂଷ ଡାକ୍ତରଙ୍କ ଅସହଯୋଗ ଆନ୍ଦୋଳନ । ସରକାର ନିଯୁକ୍ତିର ୬ ବର୍ଷ ପରେ ନିୟମିତ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ବି ୧୪ ବର୍ଷ ହେଲା ପ୍ରତିଶ୍ରୁତି ପାଳନ ହେଉନଥିବା ଆୟୂଷ ଡାକ୍ତର ସଂଘ ଅଭିଯୋଗ କରିଛି ।
ହରିଆଣା-ଦିଲ୍ଲୀ ସିଂଘୁ ସୀମାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର । ଯେଉଁ ସ୍ଥାନରେ କୃଷକମାନେ ଆନ୍ଦୋଳନ କରୁଛନ୍ତି ଠିକ୍ ସେହି ସ୍ଥାନରୁ ହିଁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି ।
ଉତ୍ତରପ୍ରଦେଶ ଲଖିମପୁର ଖେରିରେ ଆନ୍ଦୋଳନ କରୁଥିବା ଚାଷୀଙ୍କ ଉପରେ ଏକ ଏସ୍ୟୁଭି ଗାଡ଼ି ମାଡ଼ି ଯିବା ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଗତ ରବିବାର କେନ୍ଦ୍ର ଗୃହରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କ ଗାଡ଼ି ଗାଷୀଙ୍କ ମାଡ଼ି ଯାଇଥିଲା। ଏଥିରେ ୪ ଜଣ କୃଷକଙ୍କ ମୃତ୍ୟୁ ହୋଇଥିଲା।
ଆନ୍ଦୋଳନରତ କୃଷକଙ୍କ ଉପରେ ଏସ୍ୟୁଭି ଚଢ଼ାଇ ହତ୍ୟା ଅଭିଯୋଗକୁ ନେଇ ଉତ୍ତରପ୍ରଦେଶ ଲଖିମପୁର ଖେରି ଜିଲ୍ଲାରେ ଉତ୍ତେଜନା ପ୍ରକାଶ ପାଇଛି। ହିଂସାକାଣ୍ଡରେ ବର୍ତ୍ତମାନ ସୁଦ୍ଧା ୮ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତକଙ୍କ ମଧ୍ୟରେ ୪ ଜଣ କୃଷକ ଅଛନ୍ତି।
ଓଡ଼ିଶାର ବିଚ୍ଛିନ୍ନାଂଚଳରେ ଓଡିଆ ଭାଷା ପାଇଁ ଆନ୍ଦୋଳନ, ପ୍ରତିବାଦ, ଧାରଣା ଆଉ ବିକ୍ଷୋଭ । ବର୍ଷ ବର୍ଷ ଧରି ଅବହେଳିତ ଓଡ଼ିଆ ଭାଷାକୁ ଉଚିତ୍ ଅଧିକାର ଦେବାକୁ ଉଠିଛି ଦାବି । ଝାଡଖଣ୍ଡର ଷଢେଇକଳା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛି କୋଲହାନ ଓଡ଼ିଆ ସମାଜ ।
ଝାଡଖଣ୍ଡରେ ଓଡ଼ିଆ ଭାଷାକୁ ଉଚିତ ଅଧିକାର ଦାବିରେ ବିଚ୍ଛିନ୍ନାଞ୍ଚଳ ଷଡେଇକଳାରେ ଲୋକଙ୍କ ଧାରଣା । ଝାଡଖଣ୍ଡରେ ଥିବା କୋଲହାନ ଓଡିଆ ସମାଜ ପକ୍ଷରୁ ଆଜି ଷଡେଇକଳା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯାଇଛି ।
କୃଷକ ସଂଗଠନ ପକ୍ଷରୁ ଡକାଯାଇଥିବା ଏହି ଭାରତ ବନ୍ଦ ଡାକରା ସମୟରେ ତାମିଲନାଡୁର ଚେନ୍ନାଇରେ ହଙ୍ଗାମା ଦେଖିବାକୁ ମିଳିଛି। ଆନ୍ଦୋଳନକାରୀମାନେ ବ୍ୟାରିକେଡ୍ ଭାଙ୍ଗି ଦେଇଛନ୍ତି। ଫଳରେ ପୋଲିସ୍ ଅନେକ ଆନ୍ଦୋଳନକାରୀଙ୍କୁ ଉଠାଇ ନେଇଥିବା ଜଣାପଡ଼ିଛି।
ଚମ୍ପୁଆ ବିଧାୟିକା ଓ ତାଙ୍କ ପରିବାର ଲୋକଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ । ବିଧାୟିକା ମିନାକ୍ଷୀ ମହାନ୍ତ ଲୋକ ଲଗାଇ ମାଡ଼ ମାରିବା ଭଳି ଅଭିଯୋଗ ଆଣିଛି ମାଇନିଂ ଏରିଆ ଟ୍ରକ୍ ମାଲିକ ସଂଘ । ଏନେଇ ବମେବାରୀ ଥାନାରେ ପୃଥକ ଭାବେ ୪ଟି ଏତଲା ଦିଆଯାଇଥିଲେ ମଧ୍ୟ ପୋଲିସ ଗୋଟିଏ ଏତଲା ଗ୍ରହଣ କରିଥିବା ଅଭିଯୋଗ ହୋଇଛି
ବିଧାନସଭା ଆଗରେ ଆତ୍ମାହୁତି ଉଦ୍ୟମ କରି ପରେ ହସ୍ପିଟାଲ୍ରେ ମୃତ୍ୟୁବରଣ କରିଥିବା କୁଜଙ୍ଗର ଦୁଷ୍ମନ୍ତ ଦାସଙ୍କ ମୃତ୍ୟୁକୁ ନେଇ ବିଜେପି ପକ୍ଷରୁ ଆନ୍ଦୋଳନ କରାଯାଇଛି।
ଦେଶରେ ଦୋଳି ଖେଳୁଛି କରୋନା ସଂକ୍ରମଣ। ଗତ ୨୪ ଘଂଟାରେ ଦେଶରେ ୪୨,୭୬୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୦୮ ଜଣଙ୍କ ପ୍ରାଣ ନେଇ ମହାମାରୀ। ଆଜିର କରୋନା ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍ ୩,୨୯,୮୮,୬୭୩୭ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୪,୪୦,୫୩୩ରେ ପହଞ୍ଚିଲାଣି ମୃତକଙ୍କ ସଂଖ୍ୟା।
ଜାତିଭିତ୍ତିକ ଜନଗଣନା ଦାବି ଦୋହରାଇଛି ବିଜେଡି । ଏକ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ଅରୁଣ କୁମାର ସାହୁ ଏହାକୁ ପୁଣି ଥରେ ଦୋହରାଇଛନ୍ତି ।
କାବୁଲ ରାଜରାସ୍ତାରେ ମହିଳାଙ୍କ ପ୍ରତିବାଦ । ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ପରେ ମହିଳା ଅଧିକାର ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି କିଛି ମହିଳା । ବୁର୍ଖା ପିନ୍ଧି ମହିଳାଙ୍କ ଅଧିକାର ପାଇଁ ହାତରେ ପ୍ଲାକାର୍ଡ ଧରି ଏମାନେ ଦାବି କରିଛନ୍ତି ।
ତେବେ ଆଜିର କରୋନା ସଂକ୍ରମଣକୁ ମିଶାଇ ଦେଶରେ ମୋଟ୍ ୩,୨୨,୨୫,୫୦୪ କରୋନା ଆକ୍ରାନ୍ତ ହୋଇଥିବା ବେଳେ ୪,୩୧,୬୪୨ରେ ପହଞ୍ଚିଛି ମୃତକଙ୍କ ସଂଖ୍ୟା। ଏହାସହ ଗତ ୨୪ ଘଂଟାରେ ୩୫,୯୦୯ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଦେଶରେ ଏବେ ବି ୩,୮୧,୯୪୭ ଆକ୍ଟିଭ୍ କେସ୍ ରହିଛି ଯାହାକୁ ନେଇ ଚିନ୍ତା ବଢିଛି।
ତେଜିବାରେ ଲାଗିଛି କେନ୍ଦ୍ରାପଡ଼ା ଖରସ୍ରୋତା ପ୍ରକଳ୍ପ ବିବାଦ। ଏହି ପ୍ରକଳ୍ପକୁ ବିରୋଧ କରୁଥିବା ଲୋକଙ୍କ ସହିତ ପୋଲିସ ମୁହାଁମୁହିଁ ହୋଇଛି। ରାଜକନିକାର ଭାରିଗଦାରେ ଏହି ମେଗା ପାନୀୟ ଜଳ ପ୍ରକଳ୍ପ ହେବାର ପ୍ରସ୍ତାବ ଅଛି। କିନ୍ତୁ ଏହାକୁ କେତେକ ଲୋକ ଜୋରଦାର ବିରୋଧ କରୁଛନ୍ତି। ପ୍ରକଳ୍ପକୁ ବିରୋଧ କରୁତିବା ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି ଆଜି ବିକ୍ଷୋଭ ପାଇଁ ଯାଉଥିବା ବେଳେ ସେମାନଙ୍କୁ ଅଟକାଇଥିଲା ପୋଲିସ। ଏହାକୁ ନେଇ ଦୁଇ ପକ୍ଷ ଏକ ପ୍ରକାର ମୁହାଁମୁହିଁ ହୋଇଥିଲେ। କିଛି ସମୟ ପାଇଁ ସେଠାରେ ଉତ୍ତେଜନା ଦେଖା ଦେଇଥିଲା। ପୋଲିସର ବ୍ୟାରିକେଡକୁ ଆନ୍ଦୋଳନକାରୀମାନେ ଭାଙ୍ଗି ଦେଇଥିବା ସୂଚନା ମିଳିଛି
ପ୍ରକଳ୍ପକୁ ବିରୋଧ କରୁତିବା ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି ଆଜି ବିକ୍ଷୋଭ ପାଇଁ ଯାଉଥିବା ବେଳେ ସେମାନଙ୍କୁ ଅଟକାଇଥିଲା ପୋଲିସ। ଏହାକୁ ନେଇ ଦୁଇ ପକ୍ଷ ଏକ ପ୍ରକାର ମୁହାଁମୁହିଁ ହୋଇଥିଲେ। କିଛି ସମୟ ପାଇଁ ସେଠାରେ ଉତ୍ତେଜନା ଦେଖା ଦେଇଥିଲା। ପୋଲିସର ବ୍ୟାରିକେଡକୁ ଆନ୍ଦୋଳନକାରୀମାନେ ଭାଙ୍ଗି ଦେଇଥିବା ସୂଚନା ମିଳିଛି।
ସୁନ୍ଦରଗଡ଼ରେ ରାଜ୍ୟର ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ଦାବିରେ ଆନ୍ଦୋଳନ ତେଜିଛି। କଂଗ୍ରେସ ପକ୍ଷରୁ ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ସକାଳୁ ସକାଳୁ ସହରରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି।
ଦରମା ବୃଦ୍ଧି ଦାବିରେ ‘ମୋ ବସ୍’ ଡ୍ରାଇଭର ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଫଳରେ ଆଜି ଭୁବନେଶ୍ୱରର ୧୪ଟି ରୁଟ୍ରେ ‘ମୋ ବସ୍’ ଚଳାଚଳ ବନ୍ଦ ରହିଛି। ଦରମା ବୃଦ୍ଧିକୁ ନେଇ ଡ୍ରାଇଭରମାନେ ଆନ୍ଦୋଳନ କରୁଥିବାରୁ ଭୁବନେଶ୍ୱରର ୧୪ଟି ରୁଟ୍ରେ ‘ମୋ ବସ୍’ ଚଳାଚଳ କରୁନି। ସମ୍ ହସ୍ପିଟାଲ ନିକଟ ଡିପୋରୁ ‘ମୋ ବସ୍’ ଚଳାଚଳ ବନ୍ଦ ରହିଛି।
ଦରମା ବୃଦ୍ଧି ଦାବିରେ ‘ମୋ ବସ୍’ ଡ୍ରାଇଭର ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଫଳରେ ଆଜି ଭୁବନେଶ୍ୱରର ୧୪ଟି ରୁଟ୍ରେ ‘ମୋ ବସ୍’ ଚଳାଚଳ ବନ୍ଦ ରହିଛି। ଦରମା ବୃଦ୍ଧିକୁ ନେଇ ଡ୍ରାଇଭରମାନେ ଆନ୍ଦୋଳନ କରୁଥିବାରୁ ଭୁବନେଶ୍ୱରର ୧୪ଟି ରୁଟ୍ରେ ‘ମୋ ବସ୍’ ଚଳାଚଳ କରୁନି।