
ଭୁବନେଶ୍ୱର : ଲୋୟର ପିଏମଜିରେ ଜାରି ରହିଛି ବ୍ଲକ୍ଗ୍ରାଣ୍ଟ ମିଳିତ ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀ ମଞ୍ଚର ଅାନ୍ଦୋଳନ। ଅାଜି ମଧ୍ୟ ଅାନ୍ଦୋଳନରେ ଅଛନ୍ତି ଶିକ୍ଷକ। ବ୍ଲକ୍ ଗ୍ରାଣ୍ଟ ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀଙ୍କ ଅାନ୍ଦୋଳନ ଅାଜିକୁ ମିଶାଇ ୩୧ଦିନରେ ପହଞ୍ଚିଲାଣି। ନିଜ ଦାବିରେ ଅଟଳ ରହିଛନ୍ତି ମିଳିତ ଶିକ୍ଷକ ମଂଚ। ନିକଟରେ ସରକାରଙ୍କ ସହ ସଂଘର ଅାଲୋଚନା ହୋଇଥିବାବେଳେ ଏଥିରୁ କିଛି ନିଷ୍କର୍ସ ବାହାରି ପାରିନାହିଁ। ଏହା ପରେ ସୋମବାର ଠାରୁ ଅାନ୍ଦୋଳନ ଅାହୁରି ତୀବ୍ର […]
କଟକ: କଟକରେ ଓକିଲଙ୍କୁ ପୁଲିସ୍ ଆକ୍ରମଣ ଅଭିଯୋଗ ମାମଲାରେ ହାଇକୋର୍ଟ ଓକିଲ ସଂଘ ଆନ୍ଦୋଳନକୁ ତୀବ୍ର କରିଛି। କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିବା ସହ କାଲିଠାରୁ କଟକର ସବୁ ସରକାରୀ ଅଫିସ୍ ଆଗରେ ଧାରଣା ଦେଇ କାର୍ଯ୍ୟାଳୟଗୁଡ଼ିକ ବନ୍ଦ କରିବାକୁ ସଂଘ ନିଷ୍ପତ୍ତି ନେଇଛି। ଏହାଛଡ଼ା ଗୁରୁବାର ରାଜ୍ୟର ବିଭିନ୍ନ ଅଞ୍ଚଳରେ ଓକିଲ ପ୍ରତିନିଧି ନବୀନ ନିବାସ ଘେରାଉ କରିବା ସହ ସ୍ମାରକପତ୍ର ଦେବାକୁ ଆଜିର ବୈଠକରେ ନିଷ୍ପତ୍ତି ହୋଇଛି। ବୁଧବାର ପୁଣି ଥରେ ସଂଘର ବୈଠକ […]
ଭୁବନେଶ୍ୱର: କେନ୍ଦ୍ର ସରକାର ବାରମ୍ବାର ତେଲ ଦର ବୃଦ୍ଧି କରୁଥିବା ଅଭିଯୋଗ କରି ବିଜେଡି ଆଜି ରାସ୍ତାକୁ ଓହ୍ଲାଇଛି। ଦଳର ଯୁବ, ଛାତ୍ର ସଂଗଠନ ଓ ମହିଳା ମୋର୍ଚ୍ଚା ତରଫରୁ ଆଜି ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପ ଆଗରେ ଧାରଣା ଦିଆଯାଇଥିଲା। ୧୦ଟାରୁ ୧୨ଟା ଯାଏ ୨ ଘଣ୍ଟା ଧରି ଲୋକଙ୍କୁ ସଚେତନ କରାଯିବା ସହିତ ଲିଫ୍ଲେଟ୍ ବଣ୍ଟାଯାଇଥିଲା। ଆଜି ବିଧାନସଭା ମୁଲତବୀ ପରେ ବିଜେଡି ବିଧାୟକମାନେ ପେଟ୍ରୋଲ ଟାଙ୍କିକୁ ଯାଇଛନ୍ତି ଏବଂ ତେଲ ଦର ବୃଦ୍ଧି […]
ଭୁବନେଶ୍ୱର :୨୦ ଦିନରେ ପହଞ୍ଚିଲା ରାଜ୍ୟ ସ୍କୁଲ୍ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ଅାନ୍ଦୋଳନ। ହେଲେ ଏଯାଏ କୌଣସି ସମାଧାନର ବାଟ ବାହାର କରିପାରିନାହାଁନ୍ତି ସରକାର। ପୂର୍ବ ଘୋଷଣା ଅନୁଯାୟୀ ଅାସନ୍ତାକାଲି ଗୁରୁ ଦିବସକୁ ମିଳିତ ମଞ୍ଚ ପକ୍ଷରୁ କଳା ଦିବସ ଭାବେ ପାଳନ କରାଯିବ ବୋଲି କୁହାଯାଇଛି। ଏପଟେ ଗୁରୁ ଦିବସକୁ କଳା ଦିବସ ଭାବେ ପାଳନକୁ ଶିକ୍ଷକଙ୍କୁ ନିନ୍ଦା କରିଛନ୍ତି ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର । ମନ୍ତ୍ରୀ କହିଛନ୍ତି […]
ଭୁବନେଶ୍ୱର: ଦିନକୁ ଦିନ ତେଲ ଦର ବୃଦ୍ଧି ପାଇବାରେ ଲାଗିଛି। କ୍ରମବର୍ଦ୍ଧିଷ୍ଣୁ ତୈଳଦର ବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛି ବିଜେଡି। ଏହାର ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇବ ବିଜେଡି। ଆସନ୍ତା ୭, ୮, ୯ ତାରିଖ ୩ ଦିନ ଧରି ଦଳ ପର୍ଯ୍ୟାୟ କ୍ରମେ ସାରା ରାଜ୍ୟରେ ଆନ୍ଦୋଳନ କରିବ ବୋଲି କହିଛି। ଦିନ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ପେଟ୍ରୋଲ ଟାଙ୍କି ଆଗରେ ବିଜେଡିର ମହିଳା, ଯୁବ ଓ ଛାତ୍ର ସଂଗଠନ ପକ୍ଷରୁ ବିକ୍ଷୋଭ […]
ରାୟଗଡ଼ା : ରାୟଗଡ଼ା ଜେ.କେ ପେପର ମିଲରେ ୧୪ ଦଫା ଦାବି ପୂରଣ ନେଇ ଠିକା ଶ୍ରମିକ ଓ କର୍ମଚାରୀ ସଂଘର ଅାନ୍ଦୋଳନ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ତେବେ କମ୍ପାନୀ ଗେଟଅାଗରେ ଶାନ୍ତିପୂର୍ଣ୍ଣ ଧାରଣାରେ ବସିଛନ୍ତି ଶ୍ରମିକ। ଶନିବାର ଦୁଇ ସଂଘ ବିଶାଳ ରାଲି କରି କମ୍ପାନୀ ଅାଗରେ ସଭା କରିଥିଲେ। ଏହାପରେ ଜିଲ୍ଲା ପ୍ରଶାସନ ସେମାନଙ୍କ ସହ ଅାଲୋଚନା କରିଥିଲା। ଏହାପରେ ଦୁଇ ସଂଘ ଅାନ୍ଦୋଳନକୁ ସାମୟିକ ସ୍ଥଗିତ ରଖିଥିବା କହିଛନ୍ତି । ସୋମବାର […]
ବାଲେଶ୍ୱର : ବାଲେଶ୍ୱର ଓକିଲ ସଂଘ ପକ୍ଷରୁ କାର୍ଯ୍ୟ ବନ୍ଦ ଅାନ୍ଦୋଳନ। କଟକରେ ଓକିଲଙ୍କୁ ପୁଲିସର ମାଡ଼ ଅଭିଯୋଗ ପରେ ଏହାକୁ ବିରୋଧ କରିଛି ସଂଘ। ଓକିଲଙ୍କ ଉପରେ ପୁଲିସର ଅତ୍ୟାଚାର ଅଭିଯୋଗ କରି କାର୍ଯ୍ୟ ବନ୍ଦ କରାଯାଇଛି। ପୁଲିସର କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରିବା ସହ ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିଛନ୍ତି ଅାଇନଜୀବୀ। ଓକିଲଙ୍କ କାର୍ଯ୍ୟ ବନ୍ଦ ଯୋଗୁଁ କୋର୍ଟ କାର୍ଯ୍ୟରେ ବାଧା ଉପୁଜିଛି। ଏପଟେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଓକିଲ ସଂଘ ପକ୍ଷରୁ […]
କଟକ: କଟକରେ ଓକିଲଙ୍କୁ ପୁଲିସ ମାଡ଼ ମାରିଥିବା ଅଭିଯୋଗ ଘଟଣାରେ ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା । ହାଇକୋର୍ଟ ବାର୍ ଆସୋସିଏସନ୍ ପକ୍ଷରୁ ଗତକାଲି ଓ ଆଜି ୨ ଦିନ ଧରି କାର୍ଯ୍ୟ ବନ୍ଦ ଆନ୍ଦୋଳନ ଡାକରା ଦିଆଯାଇଛି। ଏହାକୁ ସମର୍ଥନ କରିଛି ରାଜ୍ୟ ଆଇନଜୀବୀ ପରିଷଦ। ଓକିଲଙ୍କୁ ଉପଯୁକ୍ତ ନ୍ୟାୟ ଦେବା ଦାବିରେ ଏହି ଆନ୍ଦୋଳନକୁ ରାଜ୍ୟର ଅନ୍ୟ ଜିଲ୍ଲାକୁ ସଂପ୍ରସାରିତ କରିବାକୁ ପରିଷଦ ନିବେଦନ କରିଛି । ଅନ୍ୟପକ୍ଷରେ, ଭୁବନେଶ୍ୱର ବାର୍ ଆସୋସିଏସନ୍ ମଧ୍ୟ […]
ଭୁବନେଶ୍ୱର : ସେପ୍ଟେମ୍ବର ୫ରୁ ଜୋରଦାର ହେବ ଶିକ୍ଷକ ଅାନ୍ଦୋଳନ। ସେପ୍ଟେମ୍ବର ୫ ଗୁରୁଦିବସକୁ କଳା ଦିବସ ଭାବେ ପାଳିବ ମିଳିତ ମଞ୍ଚ। ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ଷ୍ଟିୟରିଂ କମିଟିରେ ଏହି ନିଷ୍ପତ୍ତି ହୋଇଛି। ୬ ତାରିଖରୁ ସବୁ ସ୍କୁଲ କଲେଜରେ ତାଲା ପକାଇବାକୁ ମଞ୍ଚ ନିଷ୍ପତ୍ତି ନେଇଛି। ଗତ ୧୬ ତାରିଖରୁ ଶହ ଶହ ଶିକ୍ଷକ ରାଜଧାନୀ ରାଜରାସ୍ତାରେ ଧାରଣାରେ ବସିଥିଲେ ମଧ୍ୟ ସରକାର ସେମାନଙ୍କ ଦାବି ପ୍ରତି କର୍ଣ୍ଣପାତ କରୁନଥିବାରୁ […]
ମୁମ୍ବାଇ: ତେଜୁଛି ମରାଠା ସଂରକ୍ଷଣର ଆନ୍ଦୋଳନ। ମରାଠା କ୍ରାନ୍ତି ମୋର୍ଚ୍ଚା ପକ୍ଷରୁ ଜେଲ୍ ଭରୋ ଆନ୍ଦୋଳନ ଡାକରା ଦିଆଯାଇଛି। ଏଥିପାଇଁ ମୁମ୍ବାଇର ଆଜାଦ୍ ମଇଦାନରେ ପ୍ରତିବାଦ ସଭାର ଡାକରା ଦିଆଯାଇଛି। ମରାଠାମାନଙ୍କୁ ସଂରକ୍ଷଣ ସହ ବିକ୍ଷୋଭକାରୀଙ୍କ ବିରୋଧରେ ହୋଇଥିବା ମାମଲାର ପ୍ରତ୍ୟାହାର ପାଇଁ ସେମାନେ ଦାବି କରୁଛନ୍ତି। ଏଥିସହ ଜୁଲାଇ ୨୫ରେ ହୋଇଥିବା ପ୍ରତିବାଦ ବେଳେ ବିକ୍ଷୋଭକାରୀଙ୍କ ଉପରକୁ ଗୁଳି ଚାଳନାର ଦାୟୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ପାଇଁ ସେମାନେ ଅଡ଼ି ବସିଛନ୍ତି। ସେପଟେ ଦାବି ପୂରଣ […]
ମୁମ୍ବାଇ: ଭୟଙ୍କର ରୂପ ନେବାରେ ଲାଗିଛି ମହାରାଷ୍ଟ୍ରରେ ମରାଠା ସଂରକ୍ଷଣ ଦାବି। ଆଉ ଦାବି ପୂରଣ ପାଇଁ ଜଣଙ୍କ ପରେ ଜଣେ ଆତ୍ମହତ୍ୟା କରୁଥିବା ଅଭିଯୋଗ ହେଉଛି। ଆଜି ନାନ୍ଦେଡ୍ ଅଂଚଳରେ ଜଣେ ଆନ୍ଦୋଳନକାରୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ବର୍ତ୍ତମାନ ସୁଦ୍ଧା ମହାରାଷ୍ଟ୍ରରେ ମରାଠାମାନଙ୍କୁ ସଂରକ୍ଷଣ ଦାବିରେ ୫ଜଣ ଆତ୍ମହତ୍ୟା କରି ସାରିଲେଣି। ହେଲେ ସଂରକ୍ଷଣ ଦାବିରେ ପରିସ୍ଥିତି ଶାନ୍ତ ପଡ଼ିବାର ନାଁ ନେଉନି। ଏହା ସହିତ ବିକ୍ଷୋଭକାରୀମାନେ ବିଭିନ୍ନ ସ୍ଥାନରେ ପୋଡ଼ାଜଳା, ଭଙ୍ଗାରୁଜା କରୁଛନ୍ତି। […]
ଭୁବନେଶ୍ୱର: ସପ୍ତାହେ ଧରି ଡାକ୍ତରଙ୍କ ଆନ୍ଦୋଳନ ପରେ ମୁଣ୍ଡ ନୁଆଁଇଲେ ମମତା । ପଶ୍ଚିମବଙ୍ଗରେ ମେଡିକାଲ୍ କଲେଜ ପ୍ରତିନିଧିଙ୍କ ସହ ଆଲୋଚନା ପରେ ଡାକ୍ତରଙ୍କ ୨ଟି ପ୍ରସ୍ତାବରେ ରାଜି ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଡାକ୍ତରଙ୍କ ଦାବି ମୁତାବକ ରାଜ୍ୟ ସଚିବାଳୟରେ ଗଣମାଧ୍ୟମ ଉପସ୍ଥିତିରେ ହୋଇଛି ଏହି ଆଲୋଚନା। ସେପଟେ ଆଜି IMAର ୨୪ ଘଣ୍ଟିଆ ଧର୍ମଘଟରେ ଓଡ଼ିଶା ସମେତ ସମଗ୍ର ଦେଶରେ ସ୍ୱାସ୍ଥ୍ୟ ସେବା ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଥିଲା। ଡାକ୍ତରଙ୍କ ୧୨ ଦଫା ମଧ୍ୟରୁ […]