• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Total "729" result for "ଦୋଳ" in https://otvkhabar.in

consta
ଆସନ୍ତା ୪ରେ କନଷ୍ଟେବଲ୍ ହାବିଲ୍‌ଦାର ସିପାହୀ ମହାସଂଘର ଆନ୍ଦୋଳନ

ଭୁବନେଶ୍ୱର: ଦାବି ପୂରଣ ନେଇ ଆନ୍ଦୋଳନକୁ ଓହ୍ଲାଇବ କନଷ୍ଟେବଲ୍ ହାବିଲ୍‌ଦାର ସିପାହୀ ମହାସଂଘ। ରାଜ୍ୟ ସରକାରଙ୍କ ସହ ଆଲୋଚନା ବିଫଳ ହେବା ପରେ ଏଭଳି ନିଷ୍ପତ୍ତି ନେଇଛି ସଂଘ। ଆସନ୍ତା ୪ ତାରିଖ ସକାଳେ ସମସ୍ତ କର୍ମଚାରୀ କଳା ବ୍ୟାଜ୍‌ ପିନ୍ଧି କାର୍ଯ୍ୟ କରିବେ। ଏହାପରେ ସଂଧ୍ୟାରେ ଗୁଳିଗୋଳା ପଇଠ କରିବା ସହ ୫ ତାରିଖ ସକାଳୁ ସଂପୂର୍ଣ୍ଣ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ବୋଲି ସଂଘର ସଭାପତି ସୂଚନା ଦେଇଛନ୍ତି। ଠିକା ନିଯୁକ୍ତି ଉଚ୍ଛେଦ, ଦରମା ବୃଦ୍ଧି, […]

dhana
ମଣ୍ଡି ଚିନ୍ତାରୁ ଚାଷୀଙ୍କୁ କେବେ ମିଳିବ ମୁକ୍ତି ? କ୍ରୋଧରେ ଆନ୍ଦୋଳନ କଲେ ଚାଷୀ

ମାଲକାନଗିରି: ମଣ୍ଡିରେ ଅବ୍ୟବସ୍ଥା ଏବଂ ବିଭ୍ରାଟର ପ୍ରତିବାଦ ନେଇ ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି ଚାଷୀ। ସପ୍ତାହ ସପ୍ତାହ ଧରି ମଣ୍ଡିରେ କ୍ୱିଣ୍ଟାଲ୍‌ କ୍ୱିଣ୍ଟାଲ୍‌ ଧାନ ପଡ଼ିରହୁଥିଲେ ବି କେହି ସେମାନଙ୍କ ଧାନ ଉଠାଉନଥିବାରୁ ଶେଷରେ ଆଜି ସ୍ଥାନୀୟ ଚାଷୀ ରାସ୍ତାକୁ ଓହ୍ଲାଇବା ସହ ଜିଲ୍ଳାପାଳଙ୍କ ଅଫିସ ଘେରାଉ କରିଛନ୍ତି। ତାସହ କାର୍ଯ୍ୟାଳୟ ଭିତରେ ଜଣେ ଚାଷୀଙ୍କୁ ଆକ୍ରମଣ କରିଥିବା କୋରକୋଣ୍ଡା ଲ୍ୟାମ୍ପସ୍‌ ଏମ୍ଡ଼ିଙ୍କୁ ତୁରନ୍ତ ଗିରଫ ଦାବି କରିଛନ୍ତି। ଆଉ ଗଂଜାମ ଜିଲ୍ଲା ବୁଗୁଡ଼ା […]

naxal posters
ନବ ନିର୍ମାଣ କୃଷକ ସଂଗଠନର ଅାନ୍ଦୋଳନକୁ ନକ୍ସଲଙ୍କ ସମର୍ଥନ

କନ୍ଧମାଳ: ପୁଣି ଥରେ କନ୍ଧମାଳରେ ନିଜ ପତିଆରା ଜାହିର କରିଛି ନକ୍ସଲ। ରାଜ୍ୟରେ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଚାଲିଥିବା କୃଷକ ଆନ୍ଦୋଳନକୁ ସମର୍ଥନ କରି ନକ୍ସଲମାନେ କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଇଛନ୍ତି। ଜିଲ୍ଲାର ଫିରିଙ୍ଗିଆ ଥାନା ଅନ୍ତର୍ଗତ କୁକୁରୁମା ଏବଂ ଗୁଛାପଡ଼ା ଥାନା ଖଦିରଗାଁରେ ଏଭଳି ନକ୍ସଲ ପୋଷ୍ଟର ଲାଗିଛି। ରାଜ୍ୟରେ ଚାଲିଥିବା କୃଷକ ଆନ୍ଦୋଳନକୁ ସମର୍ଥନ ଏବଂ ପ୍ରତିରୋଧ ତୀବ୍ର କର ବୋଲି ପୋଷ୍ଟରରେ ଉଲ୍ଲେଖ କରାଯାଇଛି। ଗିରଫ କୃଷକ […]

imfa
ଇମ୍ଫା ଆନ୍ଦୋଳନ ପଛରେ ଡାନି !

ଯାଜପୁର : ଯାଜପୁର ଜିଲ୍ଲା ସୁକିନ୍ଦାସ୍ଥିତ IMFA କ୍ରୋମାଇଟ ଖଣିରେ ଚାଲିଛି ଶ୍ରମିକ ଅାନ୍ଦୋଳନ। ଏହା ପଛରେ ବିଧାୟକ ପ୍ରୀତି ରଂଜନ ଘଡେଇଙ୍କ ହାତ ଥିବା ସନ୍ଦେହ କରାଯାଉଛି । ୨ ଦଫା ଦାବିରେ ଗତକାଲି ଠାରୁ କାର୍ଯ୍ୟବନ୍ଦ କରି ଅାନ୍ଦୋଳନକୁ ଓହ୍ଲାଇଛନ୍ତି ଶ୍ରମିକ। ସୁକିନ୍ଦା ରିଜିଅନ୍ କ୍ରୋମାଇଟ ଖାଦାନ ମଜଦୁର ସଂଘ ନେତୃତ୍ୱରେ ଏହି ଅାନ୍ଦୋଳନ ହେଉଛି। ଏମିତିକି ଅାନ୍ଦୋଳନକାରୀ ପ୍ରୀତି ଘଡ଼େଇଙ୍କ ନାଁରେ ଜିନ୍ଦାବାଦ ଦେଉଥିବା ଶୁଣିବାକୁ ମିଳିଥିଲା। ତେବେ ଯେଉଁ ପର୍ଯ୍ୟନ୍ତ କମ୍ପାନୀ […]

court
ବିଜେଡି ଲିଗାଲ୍ ଫ୍ରଣ୍ଟ ଓହରି ଯିବା ସତ୍ତ୍ୱେ ଥମିନି ଆଇନ୍‌ଜୀବୀଙ୍କ ଅାନ୍ଦୋଳନ; ତୀବ୍ର ହେବାରେ ଲାଗିଛି

ଭୁବନେଶ୍ୱର: ଦୁଇ ମାସ ଧରି ଚାଲିଥିବା ଓକିଲ ଆନ୍ଦୋଳନରୁ ବିଜେଡି ଲିଗାଲ୍ ଫ୍ରଣ୍ଟ୍‌ ଓହରିଯିବା ପରେ ମଧ୍ୟ ଓକିଲଙ୍କ ଆନ୍ଦୋଳନ ଜାରି ରହିଛି। କଟକରେ ବାର୍ ଆସୋସିଏସନ୍ ତରଫରୁ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯାଇଛି। କଟକରେ ଆଜି ହାଇକୋର୍ଟର ବିଭିନ୍ନ ଫାଟକରେ ଆଇନଜୀବୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସୁରକ୍ଷା ଦୃଷ୍ଟିରୁ ହାଇକୋର୍ଟର ବିଭିନ୍ନ ଫାଟକରେ ୨୫ପ୍ଲାଟୁନ୍ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଛି। ସେପଟେ ବାଲେଶ୍ୱରରେ ମଧ୍ୟ ଆନ୍ଦୋଳନକୁ ତୀବ୍ରତର କରିଛି ବାଲେଶ୍ୱର ବାର୍ ଆସୋସିଏସନ୍। ଜିଲ୍ଲା ଦୌରା […]

3
ହାଇକୋର୍ଟ ଓକିଲଙ୍କ ଆନ୍ଦୋଳନକୁ ବାଲେଶ୍ୱର ବାର୍‌ ଆସୋସିଏସନ୍‌ର ସମର୍ଥନ

ବାଲେଶ୍ୱର: ଓଡ଼ିଶା ହାଇକୋର୍ଟର ଆଇନଜୀବୀଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇଛି ବାଲେଶ୍ୱର ବାର୍ ଆସୋସିଏସନ୍‌। କଟକରେ ଚାଲିଥିବା ଆନ୍ଦୋଳନକୁ ସମର୍ଥନ ଜଣାଇ ବାଲେଶ୍ୱର ବାର୍ ଆସୋସିଏସନ୍‌ର ଆନ୍ଦୋଳନ ଜାରି ରହିଛି। ଆଇନଜୀବୀଙ୍କୁ ନ୍ୟାୟ ନମିଳିବା ଯାଏ ଓକିଲ ସଂଘର ଏହି ଧାରଣା ଜାରି ରହିବ ବୋଲି କୁହାଯାଇଛି। ଓକିଲଙ୍କ ଆନ୍ଦୋଳନ ଯୋଗୁଁ କୋର୍ଟ କାର୍ଯ୍ୟ ଗୋଟେ ପ୍ରକାର ଠପ୍ ହୋଇ ଯାଇଛି। ଫଳରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ। ସୂଚନାଥାଉ କି, ଓଡ଼ିଶା ହାଇକୋର୍ଟର ଜଣେ ଆଇନଜୀବୀଙ୍କୁ […]

teacher
ଶିକ୍ଷକ ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ୱର: ପ୍ରାୟ ଦୁଇ ମାସ ଧରି ଆନ୍ଦୋଳନ କରିବା ପରେ ଅଧ୍ୟାପକ-ଶିକ୍ଷକ ମିଳିତ ମଞ୍ଚ ଆନ୍ଦୋଳନ ସ୍ଥଗିତ ହୋଇଛି। ନଭେମ୍ବର ୩୦ ପର୍ଯ୍ୟନ୍ତ ଆନ୍ଦୋଳନ ସ୍ଥଗିତ ରଖିବାକୁ ମିଳିତ ମଞ୍ଚ ନିଷ୍ପତ୍ତି ନେଇଛି। ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଏନେଇ ସଂଘ ତରଫରୁ କୁହାଯାଇଛି, ଦାବି ପୂରଣ ନେଇ ପ୍ରତିଶ୍ରୁତି ମିଳିଛି। ଖରା ବର୍ଷା ସତ୍ତ୍ୱେ ୫୯ ଦିନ ଧରି ଲୋୟର ପିଏମ୍‌ଜିରେ ମିଳିତ ମଞ୍ଚ ଆନ୍ଦୋଳନ ଚଳାଇଥିଲା। ସରକାରଙ୍କ […]

2
ତୈଳ ଓ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଲା ବିଜେଡି

ଭୁବନେଶ୍ୱର: ପେଟ୍ରୋଲ, ଡିଜେଲ ଓ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜେଡି ପୁଣି ଆନ୍ଦୋଳନକୁ ଓହ୍ଲାଇଛି। ଆଜି ବିଜେଡି ରାଜଭବନ ସମ୍ମୁଖରେ ଗଣଧାରଣା ଓ ପ୍ରତିବାଦ ସଭା କରୁଛି। ବିକ୍ଷୋଭରେ ବିଜେଡିର ଛାତ୍ର, ଯୁବ ଓ ମହିଳା କର୍ମୀ ସାମିଲ ହୋଇଛନ୍ତି। କେନ୍ଦ୍ର ସରକାରଙ୍କ ବିରୋଧରେ ବିଭିନ୍ନ ନାରା ଦେବା ସହ ତୁରନ୍ତ ତୈଳ ଦର ହ୍ରାସ ଲାଗି ଦଳ ଦାବି ରଖିଛି। ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳ ଗଣେଶୀ ଲାଲଙ୍କୁ ଦଳ ସ୍ମାରକପତ୍ର ପ୍ରଦାନ କରିଛି।  

bench
ତେଜିଲା ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ୍ ଆନ୍ଦୋଳନ

ସମ୍ବଲପୁର: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ଜୋର ଧରୁଛି ଓକିଲଙ୍କ ଆନ୍ଦୋଳନ। କାଲିଠୁ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ୨ ଦିନିଆ ମହାବନ୍ଦ ଡାକରା ଦେଇଛି। ଯେଉଁଥିରେ ସମ୍ବଲପୁର ଜିଲ୍ଳା ଓକିଲ ସଂଘ ସମେତ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାର ବାର୍ ଆସୋସିଏସନ୍ ଏବଂ ଅନ୍ୟାନ୍ୟ ସାମାଜିକ ସଂଗଠନ ସାମିଲ ହେଉଛନ୍ତି। ଜରୁରୀକାଳୀନ ସେବା ବ୍ୟତୀତ ଦୋକାନ ବଜାର, ଯାନବାହାନ ଚଳାଚଳ ଏବଂ ସମସ୍ତ ସରକାରୀ ଓ ଘରୋଇ ପ୍ରତିଷ୍ଠାନ ବନ୍ଦ ରଖିବାକୁ […]

jail-up
ଓକିଲ ଅାନ୍ଦୋଳନ ଯୋଗୁଁ ଅାଇନସେବା ବିପର୍ଯ୍ୟସ୍ତ

ସମ୍ବଲପୁର  : ସମ୍ବଲପୁର ସାହୁ କଲୋନୀର ମୀନୁ ଚାଟାର୍ଜୀ । ଏକ ଚୋରୀ ମାମଲାରେ ଗିରଫ ହୋଇ ଦୀର୍ଘ ଦିନ ହେଲା ତାଙ୍କ ପୁଅ ଜେଲ୍‌ରେ ଅଛି। ହେଲେ ଓକିଲଙ୍କ ଅାନ୍ଦୋଳନ ଯୋଗୁ ପୁଅକୁ ମିଳିପାରୁନି ବେଲ୍ । କେବେ  କୋର୍ଟ କାମ ଅାରମ୍ଭ ହେବ ଅାଉ ପୁଅକୁ ଜାମିନ ମିଳିବ, ସେଇ ଚିନ୍ତାରେ ମୀନୁ । ବାଲେଶ୍ୱର ସଦର ବ୍ଲକ ତୋଟାପାଳ ଗାଁର ଯଶମନ୍ତୀ ମଙ୍ଗଙ୍କର ବି ସମାନ ସମସ୍ୟା । ୪ ମାସ ହେଲାଣି […]

nian
ଅଗ୍ନିଶମ କର୍ମଚାରୀଙ୍କ ଆନ୍ଦୋଳନ: ପୋଡ଼ିଗଲା ଘର, ଚାଲିଗଲା ଜୀବନ, ଆସିଲେନି ଫାୟାର୍‌ ମ୍ୟାନ୍‌

ଭୁବନେଶ୍ୱର: ଅଗ୍ନିଶମ କର୍ମଚାରୀଙ୍କ ଆନ୍ଦୋଳନ ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି। ଫଳରେ ଦୁଇଦିନ ହେବ ସାରା ରାଜ୍ୟରେ ଫାୟାର୍‌ ସର୍ଭିସ୍ ଅଚଳ ହୋଇପଡ଼ିଛି। ଅନ୍ୟପଟେ ଆନ୍ଦୋଳନ ଯୋଗୁଁ ନୟାଗଡ଼ରେ ୫ବଖରା ଘର ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଭସ୍ମ ହୋଇଯାଇଛି। ମୟୂରଭଞ୍ଜ ମୋରଡ଼ାରେ ମଧ୍ୟ କୂଅରୁ ଉଦ୍ଧାର ହୋଇ ନ ପାରି ଜଣେ ୩ବର୍ଷର ଶିଶୁର ଜୀବନ ଯାଇଛି। ନୟାଗଡ଼ ଦଶପଲ୍ଲା ଶ୍ରୀରାମପୁର ଗାଁରେ ସୋମବାର ରାତି ଅଧରେ ନିଆଁ ଲାଗିଥିଲା, ଗାଁ ଲୋକେ ଦମକଳ ବାହିନୀକୁ […]

imfa
ଇମ୍ଫାର ମହାଗିର ଓ ସୁକିନ୍ଦା ଖଣିରେ ଶ୍ରମିକ ଆନ୍ଦୋଳନ ପ୍ରତ୍ୟାହୃତ

ଯାଜପୁର: କାଳିଆପାଣିସ୍ଥିତ ଇମ୍ଫାର ମହାଗିର ଓ ସୁକିନ୍ଦା ଖଣିରେ ଚାଲିଥିବା ଶ୍ରମିକ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ଶ୍ରମିକ ସଂଘ ଓ ଇମ୍ଫା କର୍ତ୍ତୃପକ୍ଷଙ୍କ ମଧ୍ୟରେ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି।  ଶ୍ରମିକ ସଂଘର ୮ ଦଫା ଦାବି ନେଇ ସହମତି ହୋଇଥିଲା। ଗତ ୩୧ ତାରିଖରେ ମାଟି ଅତଡ଼ା ଧସିବା ଘଟଣାରେ ଆହତ ସମସ୍ତ ଶ୍ରମିକ ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇଛନ୍ତି।  ଏହା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିବା ସୁକିନ୍ଦା ଅଞ୍ଚଳ କ୍ରୋମାଇଟ୍ ଖଣି ମଜଦୁର ସଂଘ […]

prastap
ଓକିଲ ଆନ୍ଦୋଳନର ୨ ମାସ ପରେ ମୁହଁ ଖୋଲିଲେ ଆଇନ ମନ୍ତ୍ରୀ

କଟକ: ଓକିଲ ଆନ୍ଦୋଳନର ଦୁଇମାସ ପରେ ମୁହଁ ଖୋଲିଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା। ଏହି ଘଟଣାରେ ରାଜ୍ୟ ସରକାର ପଦକ୍ଷେପ ନେଉନଥିବା ଆରୋପକୁ ସେ ଭୁଲ ବୋଲି କହିଛନ୍ତି। ସେ ନିଜେ ବ୍ୟକ୍ତିଗତ ଭାବେ ହାଇକୋର୍ଟ ବାର୍ ସହ କଥା ହୋଇଛନ୍ତି। ଏହି ଘଟଣାରେ ୨ଜଣ ଗିରଫ ହେବା ସହିତ ୪ ଜଣ ସସ୍‌ପେଣ୍ଡ୍‌ ମଧ୍ୟ ହୋଇଛନ୍ତି। ସରକାର ଚାହିଁ ନଥିଲେ ଏସବୁ ସମ୍ଭବ ହୋଇପାରି ନଥାନ୍ତା ବୋଲି ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି। ଏଥିସହିତ […]

court
୩୦ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରଖିବ ହାଇକୋର୍ଟ ବାର୍‌ ଆସୋସିଏସନ୍‌

କଟକ: ଆନ୍ଦୋଳନରେ ଅଟଳ ରହିଲା ଓକିଲ ସଂଘ। କଟକରେ ଆଇନଜୀବୀଙ୍କୁ ମାଡ଼ ଅଭିଯୋଗ ଘଟଣାରେ ସମସ୍ତ ପୁଲିସ୍‌ କର୍ମଚାରୀଙ୍କୁ ଗିରଫ କରିବା ଦାବିରେ ଆସନ୍ତା ୩୦ ତାରିଖ ଯାଏ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି ରଖିବ ବୋଲି ହାଇକୋର୍ଟ ବାର୍‌ ଆସୋସିଏସନ୍‌ ସୂଚନା ଦେଇଛି। ବିବାଦର ସମାଧାନ ଲାଗି ଆଲୋଚନା କରିବା ପାଇଁ ରାଜ୍ୟ ସରକାରଙ୍କୁ ଆସନ୍ତା ୩୦ ତାରିଖ ଯାଏ ଅଲ୍‌ଟିମେଟମ୍ ଦେଇଛି ହାଇକୋର୍ଟ ବାର୍‌ ଆସୋସିଏସନ୍‌। ସଂଘ ସଂପାଦକ କହିଛନ୍ତି, ଏହି ସମୟ ମଧ୍ୟରେ ଯଦି […]

law
ଓକିଲ ଆନ୍ଦୋଳନ ପାଇଁ ଆଇନ ସେବା ବିପର୍ଯ୍ୟସ୍ତ

କଟକ: କଥାରେ ଅଛି ବିଳମ୍ବରେ ନ୍ୟାୟ, ନ୍ୟାୟ ନ ମିଳିବା ସହ ସମାନ। ଓକିଲଙ୍କ ଆନ୍ଦୋଳନ ଯୋଗୁଁ ରାଜ୍ୟ ଆଇନ୍‌ସେବା କ୍ଷେତ୍ରରେ ସୃଷ୍ଟି ହୋଇଥିବା ସ୍ଥାଣୁ ଅବସ୍ଥା ଅନେକଙ୍କୁ ନ୍ୟାୟ ପାଇବାରୁ ବଞ୍ଚିତ କରିଛି। ଯେମିତିକି ବାଲେଶ୍ୱର ମାନସିଂ ବଜାରର ଏକାଦଶୀ ଦାସଙ୍କ ଅବସ୍ଥା। ଦଶହରା ଭସାଣି ଗଣ୍ଡଗୋଳକୁ ନେଇ ଗିରଫ ହୋଇଥିଲେ ଏକାଦଶୀ। ମାତ୍ର ଏବେ ସେ ଜେଲ୍‌ରେ ଅଛନ୍ତି। ଏଣେ ଘରର ଏକମାତ୍ର ରୋଜଗାରିଆ ଏକାଦଶୀ ଜେଲ୍‌ରେ ଥିବା ବେଳେ ୬ଟି ପିଲା ଓ […]

Former minister Dolagobinda Pradhan
ପୂର୍ବତନ ମନ୍ତ୍ରୀ ଦୋଳଗୋବିନ୍ଦ ପ୍ରଧାନଙ୍କ ପରଲୋକ

ଭୁବନେଶ୍ୱର: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମନ୍ତ୍ରୀ ଦୋଳଗୋବିନ୍ଦ ପ୍ରଧାନଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ବୟସ ହୋଇଥିଲା। ଭୁବନେଶ୍ୱର ସ୍ଥିତ ବାସଭବନରେ ସେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ୧୯୮୦ରୁ ୧୯୯୦ ପର୍ଯ୍ୟନ୍ତ ସେ କଟକ ସଦର ନିର୍ବାଚନ ମଣ୍ଡଳୀରୁ ୨ଥର ବିଧାୟକ ଥିଲେ। ଏଥିସହ ନଗର ଉନ୍ନୟନ ମନ୍ତ୍ରୀ ଭାବେ ୧୯୮୯ରୁ ୧୯୯୦ ପର୍ଯ୍ୟନ୍ତ ଦାୟିତ୍ୱ ନିର୍ବାହ କରିଥିଲେ। ମହାତ୍ମା ଗାନ୍ଧିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦୋଳଗୋବିନ୍ଦ […]