
ଭୁବନେଶ୍ୱର: ଟୋକନ ବ୍ୟବସ୍ଥାକୁ ନେଇ ଚାଷୀଙ୍କ ବିକ୍ଷୋଭ ପରେ ବି ଏହି ବ୍ୟବସ୍ଥା ଚାଷୀଙ୍କ ହିତରେ ବୋଲି କହିଛନ୍ତି ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ଏଥିସହିତ ରାଜ୍ୟରେ ଧାନ କିଣା ପ୍ରକ୍ରିୟା ଠିକ୍ ଚାଲିଛି ବୋଲି ଆଜି ବିଧାନସଭାରେ ବିରୋଧୀଙ୍କ ପକ୍ଷରୁ ଆଗତ ଧାନ କିଣାରେ ସରକାର ସଂପୂର୍ଣ୍ଣ ବିଫଳ ଶୀର୍ଷକ ମୁଲତବୀ ନୋଟିସ୍ ଉପରେ ଆଲୋଚନା ବେଳେ ଏହା କହିଛନ୍ତି ମନ୍ତ୍ରୀ। ମନ୍ତ୍ରୀ କହିଛନ୍ତି, ଚଳିତବର୍ଷ ପ୍ରଥମ ଥର ପାଇଁ […]
କେନ୍ଦ୍ରାପଡ଼: ଓଟିଭି ସାମ୍ବାଦିକଙ୍କୁ ଅନୁଭବ ଦୁର୍ବ୍ୟବହାର କରିବା ଘଟଣାକୁ ବରିଷ୍ଠ ସାମ୍ବାଦିକମାନେ କଡ଼ା ଭାଷାରେ ନିନ୍ଦା କରିଛନ୍ତି। ବରିଷ୍ଠ ସାମ୍ବାଦିକ ରାଜାରାମ ଶତପଥୀ କହିଛନ୍ତି ଅନୁଭବଙ୍କ ଏଭଳି ଆଚରଣ ଗୁଣ୍ଡାଗିରି ସହ ସମାନ। ସମସ୍ତେ ଏହାକୁ କଡ଼ା ଭାଷାରେ ନିନ୍ଦା କରିବ ଉଚିତ୍ ବୋଲି ରାଜାରାମ କହିଛନ୍ତି। ସେହିଭଳି ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି ମଧ୍ୟ ଅନୁଭବଙ୍କ ଏଭଳି ଔଦ୍ଧତ୍ୟକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ବରିଷ୍ଠ ସାମ୍ବାଦିକ ରବି ଦାସ ମଧ୍ୟ ଘଟଣାକୁ ନିନ୍ଦା କରିବା […]
ନୂଆଦିଲ୍ଲୀ: ମଙ୍ଗଳବାର ଦିଲ୍ଲୀଠାରେ ନ୍ୟାୟ ପାଇଁ ଦାବି କରି ଆନ୍ଦୋଳନରତ ହଜାର ହଜାର ବିକ୍ଷୋଭକାରୀ ପୁଲିସ୍ ଏବଂ ସେମାନଙ୍କ ପରିବାର ଲୋକେ ଶେଷରେ ଆନ୍ଦୋଳନ ପ୍ରତ୍ୟାହାର କରିଛନ୍ତି। ସେମାନେ ପୁଲିସ୍ ମୁଖ୍ୟାଳୟ ସାମ୍ନାରେ ଏହି ଆନ୍ଦୋଳନ କରୁଥିଲେ। ବରିଷ୍ଠ ପୁଲିସ୍ ଅଧିକାରୀ ଓକିଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପ୍ରତିଶ୍ରୁତି ଦେବା ପରେ ଏହି ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ଏହି ବିକ୍ଷୋଭକାରୀମାନଙ୍କୁ ସ୍ୱତନ୍ତ୍ର ପୁଲିସ୍ କମିଶନର ସୀଶ ଗୋଲଚା କହିଥିଲେ, ସେମାନେ ଆନ୍ଦୋଳନ ବନ୍ଦ କରି କାମକୁ […]
ଜଗତସିଂହପୁର (ଶଶାଙ୍କ ଶେଖର ପଣ୍ଡା): ସ୍ୱାମୀଙ୍କ ମୃତ୍ୟୁକୁ ୬ ଦିନ ପୂରିଲାଣି। ହେଲେ ହତ୍ୟାକାରୀର ସନ୍ଧାନ ପାଉନି ପୁଲିସ୍। ପରିବାର ଲୋକେ ଏଥିରେ ସମ୍ପୃକ୍ତ ମହିଳାଙ୍କ ନାମରେ ଏତଲା ଦେବା ସତ୍ତ୍ୱେ ପୁଲିସ୍ ତାଙ୍କୁ କେବଳ ପଚରାଉଚରା କରିଛି। କୃଷ୍ଣଚନ୍ଦ୍ର ଚମ୍ପତ୍ତିରାୟଙ୍କୁ ଜଗତସିଂହପୁର ଦାଆଗାଁରେ ଜୀଅନ୍ତା ଜାଳି ମାରି ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ ଆଣୁଥିବା ବେଳେ ପୁଲିସ୍ ଏହାକୁ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରୁଛି। କୃଷ୍ଣଚନ୍ଦ୍ରଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି […]
ଜନ୍ତରମନ୍ତରକୁ ଆସିବାବେଳେ ପୋଲିସ ସେମାନଙ୍କୁ ୩ଟି ସ୍ଥାନରେ ଅଟକ ରଖିଥିଲା। ଅଧିକ ଗହଳି ନ ହେବାକୁ ଦେବା ଲାଗି ଦିଲ୍ଲୀ ପୋଲିସ ସମସ୍ତ ସଂଲଗ୍ନ ରାସ୍ତାରେ ବ୍ୟାରିକେଡ୍ ଲଗାଇଥିଲା।
ଭୁବନେଶ୍ୱର: ସଂଶୋଧିତ ନୂଆ ମୋଟର ଯାନ ନିୟମ ୨୦୧୯କୁ ଜୋର୍ଦାର୍ ବିରୋଧ କରିବାକୁ ଏକାଠି ହେଉଛି ପରିବହନ ଏବଂ ଶ୍ରମିକ ମିଳିତ ମଞ୍ଚ। ଏହାକୁ ତୁରନ୍ତ ପ୍ରତ୍ୟାହାର କରାଯାଉ, ନହେଲେ ଏହାକୁ ତୀବ୍ର ବିରୋଧ କରାଯିବା ସହିତ ଜୋରଦାର ଆନ୍ଦୋଳନ କରାଯିବ ବୋଲି ପରିବହନ ମାଲିକ ଏବଂ ଶ୍ରମିକ ମିଳିତ ମଞ୍ଚ ଚେତାବନୀ ଦେଇଛି। ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ କରି ମଞ୍ଚ ଏଭଳି ଚେତାବନୀ ଦେଇଛି। ଆନ୍ଦୋଳନ ପୂର୍ବରୁ ଏହି ମାସ ଶେଷ ସୁଦ୍ଧା […]
ବାଲେଶ୍ୱର: ସ୍କୁଲ୍ ବାହାରେ ପ୍ଲାକର୍ଡ ଧରି ବିକ୍ଷୋଭ କରୁଛନ୍ତି କୁନି କୁନି ପିଲା। ସ୍କୁଲରେ ମଧ୍ୟାହ୍ନ ଭୋଜନ ମିଳିନଥିବା ଯୋଗୁ ଏପରି ଢଙ୍ଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଛାତ୍ରଛାତ୍ରୀ। ଏଭଳି ଘଟଣା ହେଉଛି ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ କୁଣ୍ଡି ସ୍ଥିତ ୟୁପି ସ୍କୁଲରେ। ସ୍କୁଲ୍ର ଛାତ୍ରଛାତ୍ରୀ ହାତରେ ପ୍ଲାକାର୍ଡ ଧରି ମଧ୍ୟାହ୍ନ ଭୋଜନ ଦେବାକୁ ସ୍ଲୋଗାନ ଦେଇଛନ୍ତି। ଅଭିଯୋଗ ଅନୁସାରେ ଗତ ମାସକ ଧରି ସ୍କୁଲରେ ରନ୍ଧା ଖାଦ୍ୟ ପରିବର୍ତ୍ତେ ଶୁଖିଲା ଖାଦ୍ୟ ଦିଆଯାଇଛି। ଯାହାକୁ […]
ଗଞ୍ଚାମ: ଗଞ୍ଜାମ ଚମାଖଣ୍ଡି ଟାଟା ଫେରକ୍ରମ କମ୍ପାନୀରେ ସ୍ଥାୟୀ ନିଯୁକ୍ତି ଦାବିରେ ଆନ୍ଦୋଳନରତ ୮୦ ଜଣ କର୍ମଚାରୀଙ୍କୁ ଉଠାଇ ନେଲା ପୁଲିସ। ନିଯୁକ୍ତି ଦାବିରେ ଆନ୍ଦୋଳନ କରୁଥିଲେ ଅସ୍ଥାୟୀ କର୍ମଚାରୀ। ବିସ୍ଥାପିତ ଶ୍ରମିକମାନଙ୍କୁ ଗତ ୨୦୧୬ ମସିହାରୁ ଟାଟା ଫେରୋକ୍ରମ ବଦଳରେ ସହଯୋଗୀ କମ୍ପାନୀ ଟି.ଏସ ଏଲୟସରେ ଅସ୍ଥାୟୀ ଭାବେ ଚାକିରି ଦିଆଯାଇଛି। ସ୍ଥାୟୀ ନିଯୁକ୍ତି ପାଇଁ ବାରମ୍ବାର କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ଶେଷରେ ଆନ୍ଦୋଳନ କରି ଫେରୋକ୍ରମ କମ୍ପାନୀରେ ଧସେଇ […]
ସମ୍ବଲପୁର: ଶତ ପ୍ରତିଶତ ନିଯୁକ୍ତି ଦାବିରେ ସମ୍ବଲପୁର ଚିପିଲିମାର ଓୟୁଏଟି ଛାତ୍ରଛାତ୍ରୀମାନେ ଆନ୍ଦୋଳନକୁ ଉହ୍ଲାଇଛନ୍ତି। ଚାକିରି ଦାବି କରି ଓୟୁଏଟିର ଉଦ୍ୟାନକୃଷି ବିଭାଗର ଛାତ୍ରଛାତ୍ରୀ ତଥା ବିଭାଗର ପୁରାତନ ଛାତ୍ରଛାତ୍ରୀ ଧାରଣା ଦେଇଛନ୍ତି। ଉଦ୍ୟାନ କୃଷି ବିଭାଗର ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ସହକାରୀ ଉଦ୍ୟାନ କୃଷି ଅଧିକାରୀ ବା ଆସିଷ୍ଟାଣ୍ଟ ହର୍ଟିକଲ୍ଚର୍ ଅଫିସର ପଦବି ପାଇଁ ଏଗ୍ରିକଲ୍ଚର୍ ବିଭାଗର ଛାତ୍ରଛାତ୍ରୀଙ୍କୁ ସୁଯୋଗ ଦିଆଯାଉଛି। ଯାହାର କଡ଼ା ବିରୋଧ କରିଛନ୍ତି ହର୍ଟିକଲ୍ଚର୍ ବିଭାଗର ଛାତ୍ରଛାତ୍ରୀ। ଉକ୍ତ ବିଭାଗରେ ପାଠ […]
ନୂଆଦିଲ୍ଲୀ: ଗତ କିଛି ମାସ ଧରି ସିଏଏ ବିରୋଧରେ ପ୍ରମୁଖ ଧାରଣାସ୍ଥଳ ପାଲଟିଥିବା ଶାହୀନବାଗରେ ଆନ୍ଦୋଳନକାରୀଙ୍କୁ ହଟାଇ ଦେଇଛି ପୁଲିସ୍। ସିଏଏ ବିରୋଧରେ ଏଠାରେ ବହୁ ସଂଖ୍ୟକ ଆନ୍ଦୋଳନକାରୀ ଧାରଣା ଦେଇ ଆସୁଥିଲେ। ତେବେ କରୋନା ଭାଇରସ୍ ଯୋଗୁ ଏହି ଆନ୍ଦୋଳନକାରୀମାନେ କିଛି ମାତ୍ରାରେ ନିଜେ ହଟିବା ଆରମ୍ଭ କରିବା ପରେ ପୁଲିସ୍ ଏମାନଙ୍କୁ ସମ୍ପୂର୍ଣ୍ଣ ହଟାଇବା ପ୍ରକ୍ରିୟା ଆରମ୍ଭ କରିଥିଲା। ଏନେଇ ଦକ୍ଷିଣ ପୂର୍ବ ଦିଲ୍ଲୀ ଡିସିପି କହିଛନ୍ତି, ଲକ୍ ଡାଉନ୍ ପାଇଁ ଧାରଣାସ୍ଥଳରୁ ସେମାନଙ୍କୁ(ଆନ୍ଦୋଳନକାରୀଙ୍କୁ) […]
ଜୟପୁର: ବିଭିନ୍ନ ଦାବିରେ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଥାନା ଘେରାଉ କରିଛି କଡ଼ିଙ୍ଗାମାଳି ସୁରକ୍ଷା ମଞ୍ଚ ସଂଗଠନ। ଗତକାଲିଠାରୁ ଲକ୍ଷ୍ମୀପୁର ଥାନା ଘେରାଉ କରିଥିବା କୋଡ଼ିଂଗାମାଲି ସୁରକ୍ଷା ମଞ୍ଚ ସଂଗଠନ ଆଜି ବି ଥାନା ସମ୍ମୁଖରେ ଧାରଣା ଦେଇଛନ୍ତି। ଆନ୍ଦୋଳନକାରୀମାନେ ରାତିରେ ଥାନା ସମ୍ମୁଖରେ ବସି ରହିବା ସହ ରୋଷେଇ କରି ଖାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଭତ୍ତା ବଣ୍ଟନରେ ଅନିୟମିତତା, ବେକାର ଯୁବକ ଯୁବତୀଙ୍କୁ କମ୍ପାନୀରେ ଚାକିରି ଏବଂ ଘରୋଇ କମ୍ପାନୀର ଏକଛତ୍ରବାଦ କାର୍ଯ୍ୟକଳାପକୁ ବିରୋଧ […]
ଆଜି ୨୦୨୦ ମସିହା, ମାର୍ଚ୍ଚ ମାସ ୯ ତାରିଖ, ସୋମବାର। ଜାଣନ୍ତୁ ଆଜି ଦିନଟି ଆପଣଙ୍କର କେମିତି କଟିବ…
ପୁରୀ: ନୂଆ ବ୍ୟାରିକେଡ୍ ଯୋଗୁ ଅଟକିଲା ଦୋଳ ଗୋବିନ୍ଦଙ୍କ ବିମାନ। ଗତକାଲି ବେଣ୍ଟ ନୀତି ପାଇଁ ଶ୍ରୀମନ୍ଦିରରୁ ଦୋଳ ଗୋବିନ୍ଦଙ୍କ ବିମାନ ଜଗନ୍ନାଥବଲ୍ଲଭ ମଠକୁ ଯିବାବେଳେ ପୁରୀ ସିଂହଦ୍ୱାର ସମ୍ମୁଖରେ ପ୍ରାୟ ୧୫ ମିନଟ୍ ଅପେକ୍ଷା କରି ରହିବାକୁ ପଡ଼ିଥିଲା। ନୂତନ ଭାବେ ହୋଇଥିବା ବ୍ୟାରିକେଡ୍ ବ୍ୟବସ୍ଥା ଯୋଗୁ ଦିଅଁଙ୍କ ବିମାନ ଯାଇ ପାରିନଥିଲା। ଆଉ ଏହି ବ୍ୟାରିକେଡ୍କୁ ହଟାଇବାକୁ କେହି ନ ଥିବାରୁ ୧୫ ମିନିଟ୍ ଧରି ଅପେକ୍ଷା କରିବାକୁ ପଡ଼ିଥିଲା। ପରେ ବଡ଼ୁ ସେବକ […]
ଭୁବନେଶ୍ୱର: ‘ଆମେ ଆଗରୁ କହିଛୁ, ଆଜି ମଧ୍ୟ କହୁଛୁ। ବିଦ୍ୟୁତ୍ କାଟିଲେ ବିରାଟ ଆନ୍ଦୋଳନ ହେବ। ଏ ଗରିବ, ଖଟିଖିଆ, ମୂଲିଆ ଓ ଚାଷୀଙ୍କ ଘରୁ ବିଦ୍ୟୁତ୍ କାଟି ଦିଆଗଲେ ବିରାଟ ଆନ୍ଦୋଳନ କରାଯିବ। ଏହି ଆନ୍ଦୋଳନକୁ କେହି ସମ୍ଭାଳି ପାରିବେନି।’ ଏମିତି କଡ଼ା ଚେତାବନୀ ଦେଇଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ। ସେ ଆହୁରି କହିଛନ୍ତି,“ ଶିଳ୍ପପତିମାନଙ୍କ ପାଖରେ ଶହଶହ, ହଜାର ହଜାର କୋଟି ଟଙ୍କା ବକେୟା ରାଶି ରହିଛି, ତାଙ୍କଠାରୁ ଆଦାୟ କର। ହେଲେ […]
ବିନିକା: ପୁଣି କାଳ ହେଲା ସେଲ୍ଫି ନିଶା। ଗତ କିଛିଦିନ ତଳେ ତେଲେଙ୍ଗାନାର ନିଜାମାବାଦ୍ ଜିଲ୍ଲାର ଜଣେ ଯୁବକ ତାଙ୍କ ପତ୍ନୀଙ୍କ ସହ ବ୍ରେକ୍ ଡ୍ୟାନ୍ସ ଦୋଳିରେ ବସି ସେଲ୍ଫି ଉଠାଉଥିବା ବେଳେ ସେ ଖସି ପଡ଼ି ବ୍ରେକ୍ ଡ୍ୟାନ୍ସ ମେସିନ୍ରେ ଫସି ଯାଇଥିଲେ। ପୁଣି ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ରାମଦୋଳିରେ ବସି ସେଲ୍ଫି ନେବା ବେଳେ ଦୋଳିରୁ ଖସି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଓଡ଼ିଶାର ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଅଞ୍ଚଳରେ ଏହି […]
ଭୁବନେଶ୍ୱର: ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ସହିତ ଆଲୋଚନ ପରେ ଆସନ୍ତା ୨୨ ତାରିଖ ଯାଏ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ପକ୍ଷରୁ ମଦ ବିରୋଧୀ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି। ନୂତନ ମଦ ପ୍ରସାର ନୀତିକୁ ବିରୋଧ କରି ଆଜି ନିଶା ନିବାରଣ ଅଭିଯାନର ସଦସ୍ୟ ମନ୍ତ୍ରୀଙ୍କ ବାସଭବନ ଘେରାଉ କରିଥିଲେ। କିଛି ସମୟ ଧରି ଶାନ୍ତିପୂର୍ଣ୍ଣ ଧାରଣା ବି ଦେଇଥିଲେ। ଏହାପରେ ମନ୍ତ୍ରୀ ଆଲୋଚନା ପାଇଁ ଡାକିଥିଲେ। ମଦ ନୀତିର ପୁନର୍ବିଚାର କରିବାକୁ ମନ୍ତ୍ରୀ […]
ବାଗଦାଦ୍: ଇରାକ୍ରେ ସରକାର ବିରୋଧୀ ଆନ୍ଦୋଳନ କ୍ରମଶଃ ତୀବ୍ର ହେବାରେ ଲାଗିଛି। ଏଥିରେ ପାଖାପାଖି ୧୦୦ ଜଣଙ୍କର ଜୀବନ ଯାଇଛି। ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ବିକ୍ଷୋଭକାରୀ ବୋଲି ଜଣାପଡ଼ିଛି। ନିଯୁକ୍ତି ଏବଂ ଉନ୍ନତ ମାନର ସେବା ଯୋଗାଇବାରେ ସରକାର ବିଫଳ ହେବାପରେ ଏହି ଆନ୍ଦୋଳନ ଡାକରା ଦିଆଯାଇଛି। ଶନିବାର ରାତିରେ ହିଁ ବାଗଦାଦ୍ ଏବଂ ଦକ୍ଷିଣ ଇରାକ ଅଞ୍ଚଳରେ ଏହି ଆନ୍ଦୋଳନ ଜୋର୍ ଧରିଛି। ଏହି ଘଟଣା ପରେ ଜାତିସଂଘ କହିଛି, ୫ ଦିନ ଧରି ଲୋକ […]
ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାମ ଦୋଳି ଲଗାଯାଉଥିବା ବେଳେ ଏହା ଭାଙ୍ଗିଯିବାରୁ ୪ ଜଣ ଶ୍ରମିକ ଆହତ ହୋଇଛନ୍ତି। ରାଉରକେଲାର ୧୬ ନମ୍ୱର ସେକ୍ଟର ସ୍ଥିତ ଦୁର୍ଗାପୂଜା ପଡ଼ିଆରେ ମୀନା ବଜାର ପାଇଁ ଦୋଳି ଲଗା ଯାଉଥିବାବେଳେ ଏହି ଅଭାବନୀୟ ଘଟଣା ଘଟିଛି। ସମସ୍ତ ଆହତଙ୍କୁ ରାଉରକେଲା ସରକାରୀ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ଆହତ ଶ୍ରମିକଙ୍କ ମଧ୍ୟରେ ଜଣେ ନାବାଳକ ଅଛନ୍ତି। ଆହତ ତିନି ଜଣ ଶ୍ରମିକଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି। ହେଲେ ନାବାଳକଙ୍କ ଅବସ୍ଥା […]