ଦରମା ବୃଦ୍ଧି ଦାବିରେ ‘ମୋ ବସ୍’ ଡ୍ରାଇଭର ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଫଳରେ ଆଜି ଭୁବନେଶ୍ୱରର ୧୪ଟି ରୁଟ୍ରେ ‘ମୋ ବସ୍’ ଚଳାଚଳ ବନ୍ଦ ରହିଛି। ଦରମା ବୃଦ୍ଧିକୁ ନେଇ ଡ୍ରାଇଭରମାନେ ଆନ୍ଦୋଳନ କରୁଥିବାରୁ ଭୁବନେଶ୍ୱରର ୧୪ଟି ରୁଟ୍ରେ ‘ମୋ ବସ୍’ ଚଳାଚଳ କରୁନି। ସମ୍ ହସ୍ପିଟାଲ ନିକଟ ଡିପୋରୁ ‘ମୋ ବସ୍’ ଚଳାଚଳ ବନ୍ଦ ରହିଛି। ମୋ ବସ୍’ ଡ୍ରାଇଭରଙ୍କ ଅଭିଯୋଗ ଯେ, ୩ ବର୍ଷ ହେଲା ମାସକୁ ସେମାନଙ୍କୁ ୧୨ ହଜାର ଟଙ୍କା ଲେଖାଏ ଦରମା ମିଳୁଛି। ଏଥିରୁ କଟିକି ୧୧,୫୦୦ ଟଙ୍କା ଆସୁଛି। ତେଣୁ ଏହାକୁ ୧୮ ହଜାର ଟଙ୍କା କରାଯାଉ। ସେମାନେ ଆଉ ଏକ ଅଭିଯୋଗ ଆଣିଛନ୍ତି, ‘ମୋ ବସ୍’ ଚଲାଇବା ପାଇଁ ମହାରାଷ୍ଟ୍ରର ଘରୋଇ କମ୍ପାନୀ ଟ୍ରାଭେଲ ଟାଇମ୍କୁ ପରିଚାଳନା ଦାୟିତ୍ୱ ଦିଆଯାଇଛି। ତେବେ ଏହି କମ୍ପାନୀ ଲକ୍ଡାଉନ୍ ସମୟରେ ଡ୍ରାଇଭରଙ୍କୁ ଦରମା ଦେଇ ନାହିଁ।
Published By: Pallipuspa Samal
Last updated: 02 August 2021, 02:16 PM IST
ଟୋକିଓ ଅଲିମ୍ପିକ୍ସରେ ପୁଣି ନିରାଶ କଲେ ଦୂତି ଚାନ୍ଦ। ୨୦୦ ମିଟର ହିଟରେ ସପ୍ତମ ସ୍ଥାନରେ ରହିଲେ ଦୂତି। ୨୦୦ ମିଟରକୁ ୨୩.୮୫ ସେକେଣ୍ଡରେ ଅତିକ୍ରମ କଲେ।