
ବାଲେଶ୍ୱର: ବାଲେଶ୍ୱରର ଫକୀରମୋହନ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ନର୍ସମାନେ ଚଳାଇଥିବା କାର୍ଯ୍ୟବନ୍ଦ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି । ଫଳରେ ୪ ଘଣ୍ଟା ଧରି ବନ୍ଦ ରହିବା ପରେ ପୁଣି ଆରମ୍ଭ ହୋଇଛି ରୋଗୀସେବା । ଜଣେ ପ୍ରସୂତୀଙ୍କୁ ନର୍ସ ଜଣଙ୍କ ଟଙ୍କା ମାଗିବାକୁ କେନ୍ଦ୍ରକରି ଗଣ୍ଡଗୋଳ ହୋଇଥିଲା । ଅଭିଯୋଗ ଅନୁସାରେ, ପ୍ରସବ ପରେ ଷ୍ଟାଫ ନର୍ସ ଜଣଙ୍କ ହଜାରେ ଟଙ୍କା ମାଗିଥିଲେ। ରୋଗୀଙ୍କ ସଂପର୍କୀୟା ୩୦୦ ଟଙ୍କା ଦେବାରୁ ଏଥିରେ ଉତ୍କ୍ଷିପ୍ତ ହୋଇ […]
ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ଡିଗ୍ରୀ କଲେଜର ଯୁକ୍ତ ତିନି ଚତୁର୍ଥ ସେମିଷ୍ଟାର ପରୀକ୍ଷା ପୂର୍ବ ନିର୍ଦ୍ଧାରିତ ତାରିଖରେ ହେବନାହିଁ। ଛାତ୍ରଛାତ୍ରୀମାନେ ଆନ୍ଦୋଳନ କରିବାରୁ କଲେଜ୍ କର୍ତ୍ତୃପକ୍ଷ ଏହି ନିଷ୍ପତ୍ତି ନେଇଛନ୍ତି। ଫଳରେ ମେ ୪ରେ ଚତୁର୍ଥ ସେମିଷ୍ଟାର ପିଲାମାନଙ୍କର ହେବାକୁ ଥିବା ଥିଓରି ପରୀକ୍ଷା ଜୁନ୍ ୧୭ରେ ହେବ ବୋଲି ସୂଚନା ମିଳିଛି। ସେହିପରି ପ୍ରାକ୍ଟିକାଲ୍ ପରୀକ୍ଷା ମେ ୪ରେ କରାଯିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଛାତ୍ରଛାତ୍ରୀଙ୍କ ଅଭିଯୋଗ ଅନୁସାରେ ଚତୁର୍ଥ ସେମିଷ୍ଟାରର […]
ପ୍ରାୟ ଦୁଇ ବର୍ଷ ପରେ ବିଜେଡିର ପ୍ରତିବାଦ ପଲିଟିକ୍ସ । କେନ୍ଦ୍ର ସରକାରଙ୍କ ବିରୋଧରେ ରାଜରାସ୍ତକୁ ଓହ୍ଲାଇଲା ଦଳ । ଆଜି ରାଜ୍ୟତମାମ ଏଫ୍ସିଆଇ ଦପ୍ତର ଓ ଗୋଦାମ ଆଗରେ ବିଜେଡି ଧାରଣା ଦେବା ସହ ଦିଲ୍ଲୀରେ ମଧ୍ୟ ଖାଉଟି ବ୍ୟାପାର ମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି ।
ତେଲକୋଇ (ଚିନ୍ମୟ ସାହୁ): ଆନ୍ଦୋଳନକାରୀଙ୍କୁ ଗିରଫ କରାଯିବା ପ୍ରତିବାଦରେ କେନ୍ଦୁଝର ଜିଲ୍ଲାର ଶଳେଇକେନା ପଞ୍ଚାୟତର ଶତାଧିକ ଲୋକେ ଆଜି ତେଲକୋଇ ଥାନା ଘେରାଉ କରିଛନ୍ତି। ପିଡିଏସ୍ ଚାଉଳ ପ୍ରଦାନରେ ଅନିୟମିତତା ଅଭିଯୋଗ କରି ପଞ୍ଚାୟତର ଶତାଧିକ ବାସିନ୍ଦା ଗତ ୧୧ ତାରିଖରେ ତେଲକୋଇ ବ୍ଲକ କାର୍ଯ୍ୟାଳୟ ଘେରାଉ କରି ତାଲା ପକାଇ ଦେଇଥିଲେ। ୧୪ ତାରିଖରେ ତଦନ୍ତ ହେବା ନେଇ ସିଏସଓ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା। ତେବେ ଆନ୍ଦୋଳନର ନେତୃତ୍ୱ ନେଉଥିବା ପଙ୍ଗିଲା […]
କଟକ : ୪ ଦଫା ଦାବି ନେଇ ଆସନ୍ତାକାଲି ଠାରୁ ଆନ୍ଦୋଳନ କରିବେ ଅଗ୍ନିଶମ କର୍ମଚାରୀ। ଅନିର୍ଦ୍ଦିଷ୍ଟ କାଳ ପାଇଁ ହେବାକୁ ଥିବା କାର୍ଯ୍ୟ ବନ୍ଦ ଆନ୍ଦୋଳନରେ ସାମିଲ ହେବେ ରାଜ୍ୟର ୩୪୧ଟି ଅଗ୍ନିଶମ କେନ୍ଦ୍ରର ୫ ହଜାରରୁ ଅଧିକ କର୍ମଚାରୀ। ଗତ ସେପ୍ଟେମ୍ବର ୨୭ରେ ସରକାରଙ୍କ ସହିତ ଆଲୋଚନା ପରେ ପ୍ରତିଶ୍ରୁତି ମିଳିଥିଲେ ମଧ୍ୟ ଦୀର୍ଘ ୫ ମାସ ହେଲା କାର୍ଯ୍ୟକାରୀ ହୋଇନାହିଁ। ଏଥିଯୋଗୁଁ ଆନ୍ଦୋଳନକୁ ଓହ୍ଲାଇବେ କର୍ମଚାରୀ। ଏହାସହ ପୁଲିସମାନଙ୍କ ଭଳି ସମାନ ଦରମା […]
ଭୁବନେଶ୍ୱର: ମହିଳା କମିଶନ ସଦସ୍ୟା ତିଲୋତ୍ତମା ନାୟକଙ୍କୁ ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଦୁର୍ବବ୍ୟହାର ପ୍ରସଙ୍ଗକୁ ନେଇ ଏବେ ରାଜନୀତି ଜୋର ଧରିଛି । ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛି ବିଜେପି ଦଳର ମହିଳା ମୋର୍ଟ୍ଟା । ଦଳର ରାଜ୍ୟ ସଭାନେତ୍ରୀ ପ୍ରଭାତୀ ପରିଡା ପ୍ରଶ୍ନ କରିଛନ୍ତି, ସାମ୍ବିଧାନିକ ପଦବୀରେ ଥିବା ମହିଳା କମିଶନ ସଦସ୍ୟାଙ୍କ ପ୍ରତି ହେଉଥିବା ଅତ୍ୟାଚାର ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉନଥିବା ମୁଖ୍ୟମନ୍ତ୍ରୀ ସାଧାରଣ ମହିଳାଙ୍କୁ ନ୍ୟାୟ ଦେଇ ପାରିବେ […]
ରାୟଗଡା: ରାୟଗଡ଼ାରେ ତେଜୁଛି ମଦ ବିରୋଧୀ ଆନ୍ଦୋଳନ। ରାୟଗଡ଼ା ବ୍ଲକର ଜେମାଦେଇପେଣ୍ଠ, ବୈରାଗୀ ହଲୁଆ ଓ ପିତାମହଲ ଆଦି ୩ଟି ପଞ୍ଚାୟତର ମହିଳାମାନେ ଏକତ୍ର ହୋଇ ମଦ ବିରୋଧୀ ଆନ୍ଦୋଳନରେ ସାମିଲ୍ ହୋଇ ରାସ୍ତାକୁ ଓହ୍ଲାଇଛନ୍ତି।ସେମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଦାବୀପତ୍ର ପ୍ରଦାନ କରିଛନ୍ତି। ସେମାନଙ୍କ ଅଞ୍ଚଳରେ ଦେଶୀ ମଦଭାଟି ଥିବାରୁ ଘରର ପୁରୁଷମାନେ ଅବାଟକୁ ଯାଉଛନ୍ତି। ତେଣୁ ତୁରନ୍ତ ଉକ୍ତ ଭାଟିଗୁଡ଼କୁ ବନ୍ଦ କରିବାକୁ ମହିଳାମାନେ ଦାବି କରିଛନ୍ତି। ମଦଭାଟି […]
ଭୁବନେଶ୍ୱର: ସରକାରଙ୍କ ଉଦାସୀନତା ପ୍ରତିବାଦରେ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ଆସନ୍ତା ୨୦ ତାରିଖରୁ ଆନ୍ଦୋଳନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛି। ଏକ ଲକ୍ଷ ଶିକ୍ଷକ, କର୍ମଚାରୀ ବୁଦ୍ଧିଜୀବୀଙ୍କୁ ନେଇ ୨୦ ତାରିଖରେ ଲୋୟର ପିଏମ୍ଜି ଛକରେ ଏକ ମହାସମାବେଶ ଅନୁଷ୍ଠିତ ହେବ। ଏହାପରେ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଧାରଣା ଦିଆଯିବ ବୋଲି ମିଳିତ ମଞ୍ଚ କହିଛି। ଏଥିସହ ଆଗାମୀ ନିର୍ବାଚନରେ ସରକାରଙ୍କୁ ବହୁ ମୂଲ୍ୟ ଦେବାକୁ ହେବ ବୋଲି ମିଳିତ ମଞ୍ଚ […]
ଭୁବନେଶ୍ୱର: ଅଲ୍ ଇଣ୍ଡିଆ ବାର୍ କାଉନସିଲ ଡାକରାରେ ରାଜ୍ୟ ବ୍ୟାପୀ ଆଇନଜୀବୀଙ୍କ ୨ ଦିନିଆ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ସୋମବାରଠୁ ଆରମ୍ଭ ହୋଇଛି। ଆନ୍ଦୋଳନର ଦ୍ୱିତୀୟ ଦିନରେ ଆଇନଜୀବୀମାନେ ବୀମା, ପେନସନ୍ ଓ ଷ୍ଟାଇପେଣ୍ଡ ଭଳି ଦାବିରେ ରାଜ୍ୟର ସମସ୍ତ ଜିଲ୍ଲାରେ ଜିଲାପାଳଙ୍କୁ ଭେଟି ଦାବିପତ୍ର ଦେଇଥିଲେ। ଲିଗାଲ ସର୍ଭିସ୍ ଆକ୍ଟ ତୁରନ୍ତ ଲାଗୁ କରିବାକୁ ମଧ୍ୟ ଆଇନଜୀବୀମାନେ ଦାବି କରୁଛନ୍ତି। ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଓକିଲ ଭୁବନେଶ୍ୱରରେ ଏକାଠି ହୋଇ ରାଜଭବନଙ୍କୁ ଯାଇ ରାଜ୍ୟପାଳଙ୍କୁ ଭେଟି ଦାବିପତ୍ର […]
ଚୌଦ୍ୱାର (ପ୍ରକାଶ କୁମାର ନାୟକ): କଟକ ଜିଲ୍ଲା ଚୌଦ୍ୱାରରେ ବନ୍ଦ ପଡ଼ିଥିବା ବଲାରପୁର କାଗଜକଳ ଭିତ୍ତିଭୂମି ଉପରେ ଏକ ବିକଳ୍ପ ଶିଳ୍ପ ପ୍ରତିଷ୍ଠା ଦାବି ନେଇ ଅଞ୍ଚଳରେ ଜନ ଆନ୍ଦୋଳନ ଆରମ୍ଭ ହୋଇଛି। ଦୀର୍ଘ ୧୫ ବର୍ଷ ହେଲା ବନ୍ଦ ହୋଇ ଯାଇଥିବା ଉକ୍ତ ଜମି ଉପରେ ଯଦି ବିକଳ୍ପ ଶିଳ୍ପ ପ୍ରତିଷ୍ଠା ନହୁଏ, ତେବେ ସମସ୍ତ ଅଞ୍ଚଳବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ଏ ସଂପର୍କରେ ଏକ ଦାବିପତ୍ର ଟାଙ୍ଗୀ-ଚୌଦ୍ୱାର ତହସିଲଦାରଙ୍କୁ ଦିଆଯାଇଛି। ସୂଚନା […]
ସମ୍ବଲପୁର: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବି ନେଇ ଚାଲିଥିବା ଓକିଲ ଆନ୍ଦୋଳନ କୋହଳ ହୋଇଛି। ଫଳରେ ଆସନ୍ତା ୨୫ ତାରିଖରୁ ସମ୍ବଲପୁର କୋର୍ଟ ଖୋଲିବ। ଏ ନେଇ ଆଜି ଅନୁଷ୍ଠିତ ଜିଲ୍ଲା ଓକିଲ ସଂଘର ସାଧାରଣ ପରିଷଦ ବୈଠକରେ ନିଷ୍ପତ୍ତି ହୋଇଛି। ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବା ଦୃଷ୍ଟିରୁ ଓକିଲ ସଂଘ ଆନ୍ଦୋଳନକୁ ସାମୟିକ ଭାବେ କୋହଳ କରିଛି। ୨୫ ତାରିଖରୁ କୋର୍ଟ ଆଂଶିକ ଭାବେ କାର୍ଯ୍ୟକ୍ଷମ ହେବ। ଏବଂ […]
କଟକ: ହାଇକୋର୍ଟର ଜଣେ ଆଇନଜୀବୀଙ୍କୁ ଭୁବନେଶ୍ୱରରେ ମରଣାନ୍ତକ ଆକ୍ରମଣ ଘଟଣାର ୭୨ ଘଣ୍ଟା ପରେ ବି ଅଭିଯୁକ୍ତ ଧରା ପଡ଼ିନଥିବାରୁ ଓକିଲଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଯାହାକୁ ନେଇ ପୁଣି ଥରେ ଓକିଲ ଆନ୍ଦୋଳନର ଆଶଙ୍କା ଦାନା ବାନ୍ଧିବାରେ ଲାଗିଛି। ଆଇନଜୀବୀଙ୍କୁ ଆକ୍ରମଣର ଲାଇଭ ଭିଜୁଆଲ ସିସିଟିଭିରେ ରହିଛି। ଅଭିଯୁକ୍ତମାନଙ୍କ ଭିତରେ ଜଣେ ରାଜନେତାଙ୍କ ପୁଅ ଥିବାରୁ ପୁଲିସ ସେମାନଙ୍କୁ ଗିରଫ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଆହତ ଓକିଲ ଅଭିଯୋଗ କରିଛନ୍ତି। ଅଭିଯୋଗ […]
ଜୟପୁର: ୬ ଦିନର ଆନ୍ଦୋଳନ ପରେ ମିଳିଲା ସଂରକ୍ଷଣ। ରାଜସ୍ଥାନର ଗୁଜ୍ଜର୍ ସମ୍ପଦ୍ରାୟଙ୍କୁ ମିଳିଛି ୫ ପ୍ରତିଶତ ସଂରକ୍ଷଣ। ଆଜି ଏନେଇ ଆଗତ ଗୁଜ୍ଜର୍ ସଂରକ୍ଷଣ ବିଲ୍କୁ ବିଧିବଦ୍ଧ ଭାବେ ରାଜସ୍ଥାନ ବିଧାନସଭାରେ ମଞ୍ଜୁରୀ ମିଳିଛି। ଏଣିକି ଶିକ୍ଷା, ନିଯୁକ୍ତି ଓ ବିଭିନ୍ନ ସରକାରୀ ଯୋଜନାରେ ଗୁଜ୍ଜରଙ୍କୁ ଅଧିକ ଲାଭ ମିଳିବ। କେବଳ ଗୁଜ୍ଜର ନୁହେଁ ଆଉ ଚାରିଟି ସମ୍ପ୍ରଦାୟକୁ ମଧ୍ୟ ସଂରକ୍ଷଣ ପାଇଁ ବିଲକୁ ମଞ୍ଜୁରୀ ମିଳିଛି। ଏହାସହ ଆର୍ଥିକ ଦୁର୍ବଳ ଥିବା ଉଚ୍ଚ ଜାତିର […]
ଜଗତସିଂହପୁର: ସରକାରଙ୍କ ଚାଷୀମାରଣ ନୀତି ସାଙ୍ଗକୁ ଜୁଲୁମ୍ ପ୍ରତିବାଦରେ ଜଗତସିଂହପୁରରେ ରାସ୍ତାକୁ ଓହ୍ଲାଇଛି ନବନିର୍ମାଣ କୃଷକ ସଂଗଠନ। ଅର୍ଥନୈତିକ ଅବରୋଧ କାର୍ଯ୍ୟକ୍ରମରେ ଯୋଗଦେଇ ଚାଷୀ ଓ ଚାଷୀନେତା ସରକାରଙ୍କ ରାଜଧାନୀରେ କୃଷକ ସମାବେଶ ଭଣ୍ଡୁର ଉଦ୍ୟମ ବିରୋଧରେ ବର୍ଷିଛନ୍ତି। ଏଥିସହିତ ତିର୍ତ୍ତୋଲ ଦୁଗ୍ଧ ଶୀତଳିକରଣ କେନ୍ଦ୍ରରେ ତାଲା ପକାଇ ଧାରଣା ଦେଇଛନ୍ତି। ଚାଷୀଙ୍କୁ ପ୍ରାଇସ୍, ପ୍ରେଷ୍ଟିଜ୍, ପେନ୍ସନ୍ ଭଳି ହକ୍ ନମିଳିବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ସଂଘର ରଘୁନାଥପୁର ଶାଖା ଚେତାବନୀ ଦେଇଛି।
ପୁରୀ: ଖରା ଆରମ୍ଭ ନ ହେଉଣୁ ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ୍ ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତରେ ଉତ୍କଟ ହେଲାଣି ପାନୀୟ ଜଳ ସମସ୍ୟା। ନଦୀ, ଗାଡ଼ିଆ ଓ ପୋଖରୀରୁ ପାଣି ଶୁଖିଯିବା ଫଳରେ ଲୋକଙ୍କ ସମେତ ଗାଈଗୋରୁ ମଧ୍ୟ ପିଇବା ପାଣି ଲାଗି ଡହଳବିକଳ ହେଉଛନ୍ତି। ଏଥିରେ ଅତିଷ୍ଠ ହୋଇ ଆନ୍ଦୋଳନକୁ ଓହ୍ଲାଇଥିଲେ ଶତାଧିକ ମହିଳା। ପାନୀୟ ଜଳ ଯୋଗାଣ ଦାବିରେ ଶତାଧିକ ମହିଳା ବକୁଳବନ ଠାରୁ ଶୋଭାଯାତ୍ରାରେ ଆସି ସତ୍ୟବାଦୀ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ। ଏହାପରେ […]
ଭୁବନେଶ୍ୱର: ସ୍ଥାୟୀ ନିଯୁକ୍ତି ଦାବିରେ ଆନ୍ଦୋଳନ କରିଥିବା ଓପେପା କର୍ମଚାରୀ ସେବା ସଂଘ ଗତ ୪ ତାରିଖରୁ ବିଧାନସଭା ସମ୍ମୁଖରେ ଧାରଣାରେ ବସିଛନ୍ତି। ୬ ବର୍ଷ ଅସ୍ଥାୟୀ ଭାବେ କାମ କରିବା ପରେ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ମିଳିବା କଥା, କିନ୍ତୁ ୨୨ ବର୍ଷ କାମ କରିବା ପରେ ମଧ୍ୟ କର୍ମଚାରୀଙ୍କୁ ସ୍ଥାୟୀ କରାଯାଉ ନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି। ସପ୍ତମ ବେତନ କମିଶନ ମଧ୍ୟ ଲାଗୁ ହୋଇ ନାହିଁ। ତା’ ଛଡ଼ା ସ୍କୁଲ୍ ନିର୍ମାଣ […]
ବାଲେଶ୍ୱର: ସ୍ଥାୟୀ ନିଯୁକ୍ତି ଓ ଅନ୍ୟାନ୍ୟ ସମସ୍ୟା ନେଇ ରାଜଧାନୀର ଲୋୟର ପିଏମଜିରେ ରକ୍ତ ଭଣ୍ଡାର କର୍ମଚାରୀମାନେ ଗତ ୨୬ ତାରିଖରୁ ଆନ୍ଦୋଳନ କରୁଛନ୍ତି। ଏଭଳି ପରିସ୍ଥିତିରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ରକ୍ତ ଭଣ୍ଡାରରେ ସକାଳୁ ରୋଗୀ ଓ ସେମାନଙ୍କ ସଂପର୍କୀୟମାନେ ଦୂର ଦୂରାନ୍ତରୁ ଆସି ରକ୍ତ ପାଇଁ ଅପେକ୍ଷା କରି ବସିଛନ୍ତି। ବାଲେଶ୍ୱର ବାହାନଗା ବ୍ଲକ ଷଷ୍ଠ ଗାଁର ଆଲୋକ ଜେନାଙ୍କ ୧୦ ବର୍ଷର ପୁଅ ବିଶ୍ୱଜିତ୍ ଜେନା ଥାଲାସେମିଆ ରୋଗରେ ପୀଡ଼ିତ। […]