ଭୁବନେଶ୍ୱର: OTVକୁ ମିଳିଛି ଅନ୍ତଃରାଷ୍ଟ୍ରୀୟ ଯୋଗ ଦିବସ ମିଡିଆ ସମ୍ମାନ। ବର୍ଷ ୨୦୧୯ ପାଇଁ ଇଲେକ୍ଟ୍ରୋନିକ୍ ମିଡିଆ ଓଡ଼ିଆ ଟିଭି ବର୍ଗରେ OTVକୁ ଏହି ସମ୍ମାନ ମିଳିଛି। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ୭ ତାରିଖରେ ଏହି ସମ୍ମାନ ପ୍ରଦାନ କରାଯାଇଛି। ନୂଆଦିଲ୍ଲୀର ନ୍ୟାସନାଲ ମିଡିଆ ସେଣ୍ଟରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡ଼େକରଙ୍କ ନିକଟରୁ ଏହି ସମ୍ମାନ ଗ୍ରହଣ କରିଛନ୍ତି ଓଟିଭି ନେଟ୍ୱର୍କର ଡିଜିଏମ୍ […]
ଭୁବନେଶ୍ୱର:‘ଗଛ ଲଗାଅ, ବିଶ୍ୱ ବଞ୍ଚା’ ଅଭିଯାନ, ବିଶ୍ୱ ଆମ ଘର, ତାକୁ କରିବା ସବୁଜ, ସ୍ୱଚ୍ଛ, ସୁନ୍ଦର, ସବୁଜ ବିଶ୍ୱ ପାଇଁ ଓଡ଼ିଆ ପୁଅର ରଣହୁଙ୍କାର ପରି ଅନ୍ତର୍ଜାତୀୟ ସ୍ତର କାର୍ଯ୍ୟକ୍ରମର ନେତୃତ୍ୱ ନେବା, ବିଶ୍ୱ ଜଳବାୟୁ ପରିବର୍ତ୍ତନ, ଉତ୍ତାପ ବୃଦ୍ଧିରୁ ରକ୍ଷା ପାଇବା ପାଇଁ ଆମ ରାଜ୍ୟ, ଦେଶ ଓ ବିଦେଶରେ ୪୦, ୦୦୦ ଗ୍ରୀନ୍ ଆର୍ମିଙ୍କୁ ସୃଷ୍ଟି କରିଥିବାରୁ ପୂର୍ବତନ ବିଧାୟକ ତଥା ଇଣ୍ଟରନାଶନାସଲ ଗ୍ରୀନ ଆର୍ମିର କମାଣ୍ଡର ଇନ ଚିଫ୍ ଦିଲ୍ଲୀପ ଶ୍ରୀଚନ୍ଦନଙ୍କୁ […]
ଭୁବନେଶ୍ୱର: ବିଶିଷ୍ଟ ଅଭିନେତା କମଲ ହାସନଙ୍କୁ ଆଜି ସମ୍ମାନସୂଚକ ଡକ୍ଟରେଟ ଡିଗ୍ରୀ ପ୍ରଦାନ କରାଯାଇଛି। ସେଞ୍ଚୁୁରିୟନ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ଆୟୋଜିତ ସମାବର୍ତ୍ତନ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଏହି ଡିଗ୍ରୀ ପ୍ରଦାନ କରିଥିଲେ। ଏହି ଅବସରରେ କମଳ ହାସନ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ କୃତଜ୍ଞତା ଜଣାଇଥିଲେ। ଏମ୍ଏନ୍ଏମ୍ ପ୍ରତିଷ୍ଠାତା ତଥା ଭେଟ୍ରାନ୍ ଅଭିନେତା କମଲ ହାସନ ଓଡ଼ିଶା ଗସ୍ତରେ ଆସି ଗତକାଲି ଭୁବନେଶ୍ୱରରେ ପହଞ୍ଚିଥିଲେ। ଏହି ଅବସରରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ । […]
ନୂଆଦିଲ୍ଲୀ: ଅଯୋଧ୍ୟା ଜମି ବିବାଦ ମାମଲାରେ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ପ୍ରକାଶ ପାଇଛି। ବିବାଦୀୟ ସ୍ଥଳକୁ ରାମ ଜନ୍ମଭୂମି ନ୍ୟାସକୁ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ କୋର୍ଟ। ସେହିଭଳି ମୁସଲିମ ପକ୍ଷଙ୍କୁ ଅନ୍ୟତ୍ର ମସଜିଦ୍ ନିର୍ମାଣ ପାଇଁ ଜାଗା ଦେବାକୁ ଦେଇଛନ୍ତି ଆଦେଶ । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର କୌଣସି ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ମୁସଲିମ ପକ୍ଷଙ୍କୁ ୫ଏକର ଜମି ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ତାସହ ମସଜିଦ ନିର୍ମାଣରେ ସହାୟତା ପାଇଁ […]
ଭୁବେନଶ୍ୱର : ଅଗ୍ରଣୀ ଖବର ଓ ପ୍ରକାଶନ ସଂସ୍ଥା ଓଡ଼ିଆ ମିଡ଼ିଆ ପକ୍ଷରୁ ବିଗତ ବର୍ଷ ଭଳି ୨୦୧୯ରେ ମଧ୍ୟ ‘ଓଡ଼ିଶା ଉତ୍କର୍ଷ ସମ୍ମାନ’ ପ୍ରଦାନ କରାଯିବ। ସାହିତ୍ୟ, ସମାଜସେବା, ଶିକ୍ଷା, ସ୍ୱାସ୍ଥ୍ୟ, ସଙ୍ଗୀତ, ସାମ୍ବାଦିକତା, କ୍ରୀଡା ଆଦି ମୋଟ ୨୦ ଟି ବିଭାଗରେ ଏହି ସମ୍ମାନ ପ୍ରଦାନ କରାଯିବ। ଏ ନେଇ ସୂଚନା ଦେଇଛନ୍ତି ଓଡ଼ିଆ ମିଡିଆ ନିର୍ଦ୍ଦେଶକ ତଥା କଥାକାର ଶୁଭ୍ରାଂଶୁ ପଣ୍ଡା। ୪୫ ବର୍ଷରୁ ଅଧିକ ସଫଳ, ପ୍ରସିଦ୍ଧ ତଥା ଅଣଦେଖା ହୋଇ […]
ଭୁବନେଶ୍ୱର: କଥାକାର ଡ.ଗୌରହରି ଦାସ ଓ କବି ଶ୍ରୀ ବିପିନ ନାୟକ ପାଇବେ ଚଳିତ ବର୍ଷର ସମ୍ମାନଜନକ କୋରାପୁଟ ସାହିତ୍ୟ ସମ୍ମାନ। ଆସନ୍ତା ଅକ୍ଟୋବର ୨୦-୨୧ରେ ଦୁଇଦିନ ଧରି ହେବାକୁ ଥିବା ୨ୟ କୋରାପୁଟ ସାହିତ୍ୟ ଉତ୍ସବ ଅବସରରେ ଏହି ସମ୍ମାନ ପ୍ରଦାନ କରାଯିବ । ଏକ ପ୍ରେସ୍ ବିଜ୍ଞପ୍ତିରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଆୟୋଜକ ଅନୁଷ୍ଠାନ ତଥା ଓଡ଼ିଆ ମିଡିଆ ପ୍ରାଇଭେଟ୍ ଲିମିଟେଡର ନିର୍ଦ୍ଦେଶକ ତଥା କଥାକାର ଶୁଭ୍ରାଂଶୁ ପଣ୍ଡା । ପୁରସ୍କାର ସ୍ୱରୂପ […]
ଭୁବନେଶ୍ୱର: ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କୃତ। ବୃତ୍ତଚିତ୍ର ଓ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାତା ସ୍ନେହାଶିଷ ଦାସଙ୍କ ନିର୍ଦ୍ଦେଶିତ ‘କୋକଲି-ଫିସ୍ ଆଉଟ ଅଫ ଓ୍ୱାଟର’କୁ ଅନ୍ତର୍ଜାତୀୟ ସ୍ତରରେ ସମ୍ମାନିତ କରାଯାଇଛି। ମେକ୍ସିକୋର ବକାଲାର୍ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଏହି ଫିଲ୍ମ ଶ୍ରେଷ୍ଠ ଫିଚର୍ ଫିଲ୍ମ ଭାବେ ପୁରସ୍କୃତ ହୋଇଛି। ଏହି ମହୋତ୍ସବରେ ‘କୋକଲି’କୁ ଶ୍ରେଷ୍ଠ ଫିଚର ଫିଲ୍ମ ପୁରସ୍କାର ମିଳିବା ସହ ଫିଲ୍ମର ମୁଖ୍ୟ ଅଭିନେତ୍ରୀ ଗାର୍ଗି ମହାନ୍ତିଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଏବଂ ନିର୍ଦ୍ଦେଶକ ସ୍ନେହାଶିଷ ଦାସଙ୍କୁ […]
ପୁରୀ: ବୃକ୍ଷରୋପଣ, ପରିବେଶ ସୁରକ୍ଷା, ଜଙ୍ଗଲ ଓ ଜୀବଜନ୍ତୁ ସୁରକ୍ଷା ପାଇଁ କାମ କରି ଆସୁଥିବା ପରିବେଶବିତ୍ ତଥା ସାହିତ୍ୟିକ ଦିଲ୍ଲୀପ ଶ୍ରୀଚନ୍ଦନଙ୍କୁ ସାକ୍ଷୀଗୋପାଳ ଶ୍ରୀ ରାଧା ଜନ୍ମ ମହୋତ୍ସବ କମିଟି ପକ୍ଷରୁ “ଭାରତ ଗଛ ପୁରୁଷ” ସମ୍ମାନ ପ୍ରଦାନ କରାଯାଇଛି। ଆୟୋଜିତ ଏକ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଛନ୍ତି। ପ୍ରକୃତିପ୍ରେମୀ ଡକ୍ଟର ଶ୍ରୀଚନ୍ଦନ ଛାତ୍ର ଜୀବନରୁ ଗଛ ଲଗାଇ ଆସୁଛନ୍ତି। ବର୍ତ୍ତମାନ ସୁଦ୍ଧା ୧୫ଲକ୍ଷରୁ ଅଧିକ ଗଛ […]
ବିନିକା(ଦୀଲପ କୁମାର ସାହୁ): ସୁବର୍ଣ୍ଣପୁର ଜିଲ୍ଲା ବିନିକା ଡାକ୍ତରଖାନାରେ ମୃତଦେହ ନେବାକୁ ମିଳିଲା ନାହିଁ ମହାପ୍ରୟାଣ ଗାଡ଼ି। ବାଧ୍ୟ ହୋଇ କାନ୍ଧରେ ବୁହାଗଲା ଶବ। ମୃତକଙ୍କ ନାଁ ଆନନ୍ଦ ମଲ୍ଲିକ(୫୨)। ତାଙ୍କ ଘର ମନହରିପଡ଼ାରେ। ସୂଚନାଅନୁସାରେ, ଆଜି ସକାଳେ ଆନନ୍ଦ ମଲ୍ଲିକଙ୍କୁ ଗୁରୁତର ଅବସ୍ଥାରେ ବିନିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ତାଙ୍କ ପରିବାର ଲୋକେ ମୃତଦେହକୁ ମହାପ୍ରୟାଣ ଗାଡିରେ ନେବା ପାଇଁ ବହୁ ଚେଷ୍ଟା କରିଥିଲେ। ତେବେ […]
ନୂଆଦିଲ୍ଲୀ: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଆଉ ଏକ ସମ୍ମାନରେ ଅଧିକାରୀ ହୋଇଛନ୍ତି। ‘କ୍ରିକେଟର ଭଗବାନ’ କୁହାଯାଉଥିବା ଏହି ପୂର୍ବତନ କ୍ରିକେଟ ଖେଳାଳି ଏବଂ ଦକ୍ଷିଣ ଆଫ୍ରିକାର ପୂର୍ବତନ ବୋଲର ଆଲନ ଡୋନାଲ୍ଡ ଆଇସିସିର ‘ହଲ୍ ଅଫ୍ ଫେମ୍’ରେ ସ୍ଥାନ ପାଇଛନ୍ତି। ଗତକାଲି ଲଣ୍ଡନରେ ଆଇସିସି ପକ୍ଷରୁ ଆୟୋଜିତ ଏକ ଉତ୍ସବ ଅବସରରେ ସଚିନ କହିଥିଲେ ସେ “ହଲ୍ ଅଫ୍ ଫେମ୍’ରେ ସ୍ଥାନ ପାଇଥିବାରୁ ବହୁତ ଖୁସି। ଏହା ତାଙ୍କ ପାଇଁ ଏକ ବଡ଼ ସମ୍ମାନ ବୋଲି […]
ମାଲକାନଗିରି: ପୁଣି ମୃତଦେହକୁ ଅସମ୍ମାନ। ମାଲକାନଗିରି ଜିଲ୍ଲାର କାଲିମେଳା ଚିକିତ୍ସାଳୟରେ ମୃତଦେହକୁ ଅସମ୍ମାନ କରାଯାଇଥିବା ଅଭିଯୋଗ ହୋଇଛି। ମୃତଦେହକୁ ରାତି ତମାମ ଗାଡ଼ି ପାର୍କିଂ ସ୍ଥାନରେ ରଖିବା ସହ ମୋଟର ସାଇକେଲରେ ବାନ୍ଧି ଘରକୁ ନେବା ଦୃଶ୍ୟ ଦେଖିବାକୁ ମିଳିଛି। ଗତ ୨୯ ତାରିଖରେ ଏକ ଦୁର୍ଘଟଣାରେ ଏମପିଭି-୫୫ ଗ୍ରାମର ସୁବାଷ ବୈଦ୍ୟଙ୍କ ମୃତ୍ୟୁ ହୋଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ପରେ ସେହି ଦିନ ପୋଷ୍ଟମାର୍ଟମ ହୋଇ ପାରି ନ ଥିଲା। ଫଳରେ ମୃତଦେହକୁ […]
କେନ୍ଦୁଝର: ପଦ୍ମଶ୍ରୀ ପୁରସ୍କାର ଫେରାଇବେ କେନ୍ଦୁଝର ଜିଲ୍ଲା ବାଂଶପାଳ ତଳବୈତରଣୀ ଗାଁର ଦୈତାରୀ ନାଏକ। ୨୦୧୯ରେ ପାହାଡ କାଟି ଝରଣା ପାଣିକୁ ନିଜ ଗାଁକୁ ଆଣି ଚାଷ କାମରେ ଲଗାଇ ସମସ୍ତଙ୍କ ଉଦାହରଣ ସାଜିଥିଲେ ଦୈତାରୀ। ଏଥିପାଇଁ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ। କିନ୍ତୁ ବର୍ତ୍ତମାନ ଏହି ଝରଣାରେ ପାଣି ସୁଅ କମି ଯାଇଥିବାରୁ ଫସଲ କ୍ଷତିଗ୍ରସ୍ତ ହୋଇଛି। ଗାଁରେ ଫସଲ ହେଉନଥିବା ବେଳେ ଲୋକମାନେ ହନ୍ତସନ୍ତ ହେଉଛନ୍ତି। ପ୍ରଶାସନ ପକ୍ଷରୁ ସମସ୍ତ […]
ନୂଆଦିଲ୍ଲୀ: ସହିଦ୍ ଫ୍ଲାଇଟ୍ ଲେଫ୍ଟନାଣ୍ଟ ସୁନୀତ ମହାନ୍ତିଙ୍କ ଅନ୍ତିମ ସଂସ୍କାର ସାମରିକ ସମ୍ମାନ ସହିତ ସଂପନ୍ନ ହୋଇ ଯାଇଛି। ଶୁକ୍ରବାର ନୂଆଦିଲ୍ଲୀର ବ୍ରାର୍ ସ୍କୋୟାର୍ରେ ଥିବା ଶ୍ମଶାନରେ ତାଙ୍କର ଶେଷକୃତ୍ୟ କରାଯାଇଥିଲା। ଏହି ଅବସରରେ ବାୟୁସେନାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ବୀର ଓଡ଼ିଆ ପାଇଲଟଙ୍କ ପରିବାରର ଏହି ଦୁଃଖଦ ସମୟରେ ବାୟୁସେନା ତାଙ୍କ ସହିତ ରହିଛି ବୋଲି ଇଣ୍ଡିଆନ ଏୟାରଫୋର୍ସ ପକ୍ଷରୁ କୁହାଯାଇଛି। ସୂଚନାଥାଉ କି, ଗତ ଜୁନ ୩ ତାରିଖରେ ବାୟୁସେନାର ବିମାନ AN 32 ଆସାମରୁ […]
A stand up comedy show that uses satire to address political issues. Contestants present their talent through ticking the ribs of the audience by using
OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves
A spiritual talk show that tries to cleanse the souls and give a jump start to the day of the viewers. In this show experts discuss the process and the
A spiritual talk show that tries to cleanse the souls and give a jump start to the day of the viewers. In this show experts discuss the process and the
The highest rated show among all Odia news television which focuses on analysing the socio-political issues. Famous Ollywood Comedia Hrushikesh Das presents
The highest rated show among all Odia news television which focuses on analysing the socio-political issues. Famous Ollywood Comedia Hrushikesh Das presents
ଖଲ୍ଲିକୋଟ: କୋଦଳା ହସ୍ପିଟାଲରେ ASIଙ୍କ ଶବ ପଡ଼ି ରହିବା ଘଟଣାରେ ପ୍ରତିକ୍ରିୟା ରଖିନ୍ତି ଗଞ୍ଜାମ ଏସ୍ପି ବ୍ରିଜେଶ ରାୟ। ମୃତ ASI କରୋନାରେ ଆକ୍ରାନ୍ତ ହୋଇଥିଲେ। କିଛି ମେଡିକାଲ କାର୍ଯ୍ୟ ପାଇଁ ମୃତଦେହ ସେଠାରେ ରଖାଯାଇଥିଲା ବୋଲି ଗଞ୍ଜାମ ଏସ୍ପି କହିଛନ୍ତି। ଏଥିସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେ ଆମ ସହକର୍ମୀ ଥିଲେ, ଆମ ଭାଇ ଥିଲେ; ଆମେ ସମସ୍ତେ ଆସିଛୁ ଏଠାକୁ। ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନ ସହ ତାଙ୍କର ଅନ୍ତିମ ସଂସ୍କାର କରାଯିବ […]
ଭୁବନେଶ୍ୱର: କରୋନା ମୃତ୍ୟୁ ହେଲେ ମୃତଦେହକୁ ମିଳିବ ସମ୍ମାନ। ଧର୍ମୀୟ ବ୍ୟବସ୍ଥାରେ ହେବ ଶବ ସତ୍କାର। ଏନେଇ ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖିଲେ SRC। ସମ୍ମାନର ସହ ମୃତଦେହ ନେବା ପାଇଁ ଅନୁମତି ସକାଶେ କହିଛନ୍ତି। ମୃତଦେହ ନ ଛୁଇଁ ନିଜ ନିଜର ଧର୍ମୀୟ ବ୍ୟବସ୍ଥାରେ ସତ୍କାର ପାଇଁ ଅନୁମତି। ପରିବାର ଶେଷକୃତ୍ୟରେ ଭାଗ ନ ନେଲେ, ସରକାରୀ ବ୍ୟବସ୍ଥାରେ ସତ୍କାର ହେବ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି। ଏହି ଗାଇଡାଲାଇନ୍ ଅନୁସାରେ […]