• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Total "356" result for "ସମ୍ମାନ" in https://otvkhabar.in

sambidhan
ଦିଲ୍ଲୀରେ ସମ୍ବିଧାନ ସମ୍ମାନ ସମାରୋହ ଅନୁଷ୍ଠିତ

ନୂଆଦିଲ୍ଲୀ : ଦିଲ୍ଲୀ ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି ସମ୍ବିଧାନ ସମ୍ମାନ ସମାରୋହ। ଜାତୀୟ କଂଗ୍ରେସ ପକ୍ଷରୁ ଏହି ସମାରୋହର ଅାୟୋଜନ ହୋଇଥିଲା। ଏଥିରେ ଜାତୀୟ କଂଗ୍ରେସର ପ୍ରମୁଖ ନେତା ଓ କର୍ମୀ ଯୋଗ ଦେଇଥିଲେ। ଉତ୍ସବରେ ଜେଡିୟୁ ନେତା ଶରଦ ଯାଦବ, ସିପିଅାଇ ନେତା ସୀତାରାମ ୟେଚୁରୀ ପ୍ରମୁଖ ଯୋଗ ଦେଇଥିଲେ। ରାଜ୍ୟ କଂଗ୍ରେସରୁ ବରିଷ୍ଠ ନେତା ଭକ୍ତ ଦାସ ଓ ଜୟଦେବ ଜେନା ଯୋଗ ଦେଇଥିଲେ।

lilima 3
ହକି ଖେଳାଳି ଲିଲିମା ମିଞ୍ଜ ପାଇଲେ ସମ୍ମାନଜନକ ଏକଲବ୍ୟ କ୍ରୀଡ଼ା ସମ୍ମାନ

ଭୁବନେଶ୍ୱର : ପ୍ରଦାନ କରାଯାଇଛି ସମ୍ମାନଜନକ ଏକଲବ୍ୟ କ୍ରୀଡା ପୁରସ୍କାର। ଚଳିତବର୍ଷ ଅନ୍ତର୍ଜାତୀୟ ମହିଳା ହକି ଖେଳାଳି ଲିଲିମା ମିଞ୍ଜଙ୍କୁ ଏହି ପୁରସ୍କାର ମିଳିଛି। ତାଙ୍କୁ  ପାଞ୍ଚଲକ୍ଷ ଟଙ୍କାର ପୁରସ୍କାର ରାଶି ସହ ମାନପତ୍ର ପ୍ରଦାନ କରାଯାଇଛି। ଅାଜି ଭୁବନେଶ୍ୱରରେ ଅାୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ପୂର୍ବତନ ଭାରତୀୟ କ୍ରିକେଟର ଦିଲୀପ ଭେଙ୍ଗସରକାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ତାଙ୍କୁ ପୁରସ୍କୃତ କରିଛନ୍ତି। ପ୍ରଥମ ଥର ୨୦୧୧ରେ ଜାତୀୟ […]

argentina
ୟୁଥ୍ ଅଲିମ୍ପିକ୍ସ ଗେମ୍ସ ପଦକ ବିଜେତାଙ୍କୁ ସମ୍ମାନିତ କଲେ ପ୍ରଧାନମନ୍ତ୍ରୀ

ଅାର୍ଜେଣ୍ଟିନା : ଅାର୍ଜେଣ୍ଟିନାରେ ଶେଷ ହୋଇଥିବା ୟୁଥ୍ ଅଲିମ୍ପିକ୍ସ ଗେମ୍ସର ପଦକ ବିଜେତାଙ୍କୁ ସମ୍ମାନିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୟୁଥ ଅଲିମ୍ପିକ୍ସରେ ଭାଗ ନେଇ ପଦକ ଜିଣିଥିବା ସମସ୍ତ ଖେଳାଳିଙ୍କ ଅନୁଭୁତି ସମ୍ପର୍କରେ ପିଏମ୍ ମୋଦି ପଚାରି ବୁଝିବା ସହ ସେମାନଙ୍କ ସଫଳତା ପାଇଁ ପ୍ରଶଂସା କରିଛନ୍ତି। ଅାଗକୁ  ଭଲ ପ୍ରଦର୍ଶନ କରିବା ପାଇଁ ପିଏମ୍ ମୋଦି ଉତ୍ସାହିତ କରିଛନ୍ତି। ପଦକ ବିଜେତାଙ୍କ ସହ କେନ୍ଦ୍ର କ୍ରୀଡାମନ୍ତ୍ରୀ ରାଜ୍ୟ ବର୍ଦ୍ଧନ ସିଂହ ରାଠୋର ଉପସ୍ଥିତ […]

dalit samman samavesh
କଂଗ୍ରେସର ଦଳିତ ସମ୍ମାନ ସମାବେଶରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌

ଭୁବନେଶ୍ୱର: ଭୁବନେଶ୍ୱରରେ ଦଳିତ ସମ୍ମାନ ସମାବେଶ ଅନୁଷ୍ଠିତ ହୋଇଛି। କଂଗ୍ରେସ ପକ୍ଷରୁ ଆୟୋଜିତ ଏହି ସମାବେଶରେ ଗୁଜରାଟର ବିଧାୟକ ତଥା ଦଳିତ ନେତା ଜିଗ୍ନେଶ ମେୱାନି ଯୋଗ ଦେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ। କୁନ୍ଦୁଲି ଘଟଣାରେ ରାଜ୍ୟ ସରକାର ଚୁପ୍ ବସିଥିବା ବେଳେ ଚିଟ୍‌ଫଣ୍ଡରେ ଫସି ଗରିବ ଲୋକ ଟଙ୍କା ଫେରି ପାଇନଥିବା ସେ ଅଭିଯୋଗ କରିଛନ୍ତି। ଏଥିସହ ରାଫେଲ୍‌ ଦୁର୍ନୀତି ନେଇ ରାଜ୍ୟ ସରକାର ପ୍ରଶ୍ନ କରୁ ନଥିବାରୁ ଉଭୟ […]

Irfan-bbali.babli
ନିଆରା ଶ୍ରଦ୍ଧାଞ୍ଜଳି : ଇରଫାନଙ୍କୁ ସମ୍ମାନ

ନୂଆଦିଲ୍ଲୀ: ବଲିଉଡର ମହାନ କଳାକାର ଇରଫାନ ଖାନଙ୍କ ବିଦାୟକୁ ଅନେକ ବର୍ଷ ଚାଲିଗଲାଣି। କିନ୍ତୁ ଏହାର କ୍ଷତ ଆଜି ବି ଜଳ ଜଳ ହୋଇ ଦେଖାଯାଏ। ଆଜି ଏହି ମହାନ କଳାକାରଙ୍କୁ ମନେପକାଯାଉଛି ତାହା ପୁଣି ନିଆରା ଢଙ୍ଗରେ। ଫିଲ୍ମ ଫେୟାର ତରଫରୁ ଇରଫାନଙ୍କୁ ସମ୍ମାନ ଦିଆଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ତାଙ୍କୁ ଏକ ବିଶେଷ ସମ୍ମାନରେ ସମ୍ମାନୀତ କରାଯାଇଥିବା ବେଳେ ତାଙ୍କ ସୁପୁତ୍ର ବାବଲି ଏହି ସମ୍ମାନ ଗ୍ରହଣ କରିଛନ୍ତି। ଏହି ସମ୍ମାନ ଉତ୍ସବରେ ବାବଲି […]

collage (1)
ବିଜୁ ବାବୁଙ୍କୁ ଅସମ୍ମାନ ଅଭିଯୋଗ ଘଟଣା: ବିଜେପି ଓ ବିଜେଡି ମଧ୍ୟରେ ଟ୍ୱିଟର ୱାର

ଭୁବନେଶ୍ୱର: ମୟୂରଭଞ୍ଜରେ ବିଜୁ ବାବୁଙ୍କୁ ଅସମ୍ମାନ ଅଭିଯୋଗ ଘଟଣାରେ ଦୁଇ ଦଳ ମଧ୍ୟରେ ଚାଲିଲା ଟ୍ୱିଟର ୱାର। ଘଟଣାକୁ ନେଇ ବିଜେଡି ବିଧାୟକ(ଯାଜପୁର) ପ୍ରଣବ ପ୍ରକାଶ ଦାସଙ୍କୁ ଟ୍ୱିଟରରେ ଜବାବ ଦେଇଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର। ସେ ଟ୍ୱିଟରରେ ଉଲ୍ଲେଖ କରି କହିଛନ୍ତି ଯେ, ଦୁର୍ନୀତି ମୁଖା ଖୋଲିବା ପରେ ହିଂସ୍ର ହୋଇ ଉଠୁଛି ବିଜୁ ଜନତା ଦଳ। ବିଜୁ ବାବୁଙ୍କୁ ସମ୍ମାନ ନାଁରେ ବିଜେଡି ଭଡ଼ାଟିଆ ଗୁଣ୍ଡା ଲଗେଇ ପ୍ରତିଷ୍ଠିତ ଆଦିବାସୀ ମହିଳାଙ୍କୁ ଦୁର୍ବ୍ୟବହାର […]

fly
କାଲି କୋଭିଡ୍‌ ଯୋଦ୍ଧାଙ୍କୁ ସମ୍ମାନ ଜଣାଇବ ଭାରତୀୟ ସେନା, ଓଡ଼ିଶା ଆକାଶରେ ଫୁଲ ବର୍ଷିବ

ନୂଆଦିଲ୍ଲୀ: କରୋନା ବିରୋଧରେ ଲଢୁଥିବା ଦେଶର କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବେ ଭାରତୀୟ ତିନି ସେନା। ଏନେଇ ବ୍ୟାପକ ପ୍ରସ୍ତୁତି କରାଯାଇଛି, ଆସନ୍ତାକାଲି ଅର୍ଥାତ ମେ  ୩ ତାରିଖରେ କରୋନା ଯୋଦ୍ଧାଙ୍କୁ ବିଭିନ୍ନ ସ୍ଥାନରେ ସମ୍ମାନ ପ୍ରଦର୍ଶନ କରାଯିବ  ଚିଫ୍ ଅଫ ଡିଫେନ୍ସ ଷ୍ଟାଫ ଜେନେରାଲ ବିପିନ ରାୱତ ଆଜି ଏହି ସୂଚନା ଦେଇଛନ୍ତି। ଉତ୍ତରରେ ଶ୍ରୀନଗରରୁ ଆରମ୍ଭ କରି ଦକ୍ଷିଣର ଥିରୁଅନନ୍ତପୁରମ, ପୂର୍ବରେ ଦିବ୍ରୁଗଡରୁ ପଶ୍ଚିମରେ ଗୁଜରାଟର କଚ୍ଚ ଯାଏଁ ଭାରତୀୟ ବାୟୁ ସେନା ପକ୍ଷରୁ […]

bipin-rawat
କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବ ଭାରତୀୟ ସେନା, ୩ରେ ଦେଶବ୍ୟାପୀ ବିରାଟ ଆୟୋଜନ

ନୂଆଦିଲ୍ଲୀ: ଦେଶର  କରୋନା ଯୋଦ୍ଧାଙ୍କୁ ନୈତିକ ସମର୍ଥନ ଲାଗି ସମ୍ମାନ ପ୍ରଦର୍ଶନ କରିବାକୁ ତିନି ସେନା ବାହିନୀ ପକ୍ଷରୁ କରାଯିବ ଭବ୍ୟ ଆୟୋଜନ। ଚିଫ୍ ଅଫ ଡିଫେନ୍ସ ଷ୍ଟାଫ ଜେନେରାଲ ବିପିନ ରାୱତ ଆଜି ଏହି ସୂଚନା ଦେଇଛନ୍ତି। ଆସନ୍ତା ୩ ତାରିଖରେ କରୋନା ଯୋଦ୍ଧାଙ୍କ ସମ୍ମାନରେ ବିଭିନ୍ନ ପ୍ରକାରର ପ୍ରଦର୍ଶନ କରାଯିବ। ଉତ୍ତରରେ ଶ୍ରୀନଗରରୁ ଦକ୍ଷିଣର ତିରୁଅନନ୍ତପୁରମ, ପୂର୍ବରେ ଦିବ୍ରୁଗଡରୁ ପଶ୍ଚିମରେ ଗୁଜରାଟର କଚ୍ଚ ଯାଏଁ ଭାରତୀୟ ବାୟୁ ସେନା ପକ୍ଷରୁ ଆକାଶ ମାର୍ଗରେ ଏକ […]

manoj-das
ରାଷ୍ଟ୍ରୀୟ ସମ୍ମାନ ସହ ହେବ ମନୋଜ ଦାସଙ୍କ ଶେଷକୃତ୍ୟ

ଭୁବନେଶ୍ୱର: ରାଷ୍ଟ୍ରୀୟ ସମ୍ମାନ ସହ ହେବ ସାହିତ୍ୟ ଜଗତର ଅନ୍ୟତମ ଯୁଗପୁରୁଷ ମନୋଜ ଦାସଙ୍କ ଶେଷକୃତ୍ୟ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍ ଯୋଗେ ଏହି ସୂଚନା ଦିଆଯାଇଛି । ଏହି ଶେଷକୃତ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଯୋଗଦେବେ ବୋଲି ସିଏମ୍ଓ ଟୁଇଟ କରିଛି। ଗତକାଲି ପୁଡୁଚେରୀ ଅରବିନ୍ଦ ଆଶ୍ରମ ନର୍ସିଂହୋମ୍‌ରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ବିଶିଷ୍ଟ ସାରସ୍ୱତ ସାଧକ ମନୋଜ ଦାସ।ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତାରୁ ଚିକିତ୍ସାଧୀନ ଥିବା ମନୋଜ […]

purandeswari
ବିଜେପି ମହିଳାଙ୍କୁ ଭୋଟ ନୁହେଁ, ସମ୍ମାନ ଦୃଷ୍ଟିରେ ଦେଖେ-ପୁରନ୍ଦେଶ୍ୱରୀ

ଭୁବନେଶ୍ୱର: ମାହାଙ୍ଗାରେ ବିଜେପି ମହିଳା ସମାବେଶରେ ପ୍ରଭାରୀ ପୁରନ୍ଦେଶ୍ୱରୀ ଯୋଗ ଦେଇ ବିଜେଡି ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।  ସେ କହିଛନ୍ତି, ବିଜେଡି ମହିଳାଙ୍କୁ କେବଳ ଭୋଟ ଦୃଷ୍ଟିକୋଣରୁ ଦେଖୁଛି। ହେଲେ ବିଜେପି ମହିଳାଙ୍କୁ ଭୋଟ ନୁହେଁ, ସମ୍ମାନ ଦୃଷ୍ଟିରେ ଦେଖେ। ମହିଳାଙ୍କୁ ସମ୍ମାନ ପାଇଁ ପ୍ରଧାନମନ୍ତ୍ରୀ ସର୍ବଦା ଉଦ୍ୟମ କରି ଆସିଛନ୍ତି।   ସୂଚନାଥାଉ କି, ଆଜି ମହିଳା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ କହିଥିଲେ, ମା’ ମାନେ ଜନ୍ମରୁ ନେତା। ନେତୃତ୍ୱ […]

454545
ଗଲୱାନ ଘଟଣାରେ ମୃତ ନିଜ ଯବାନଙ୍କୁ ସମ୍ମାନ ବଦଳରେ ଚୀନ ଦେଲା ଏମିତି ଧମକ

ୱାଶିଂଟନ/ବେଜିଂ:ପୂର୍ବ ଲଦାଖର ଗଲୱାନ ଘାଟିରେ ଭାରତ-ଚୀନ ସେନା ହିଂସାତ୍ମକ ଘଟଣାରେ ଦୁଇ ଦେଶର ଅନେକ ସେନା ମୃତ୍ୟୁ ମୁଖରେ ପଡ଼ିଥିଲେ। ଭାରତରେ ସହିଦ ହୋଇଥିବା ଯବାନଙ୍କ ପରିଚୟ ପ୍ରକାଶ କରାଯିବା ସହ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସେମାନଙ୍କର ଶେଷକୃତ୍ୟ କରାଯାଇଥିଲା। ହେଲେ ଚୀନ ତାଣ ମୃତ ସୈନିକଙ୍କ ପରିଚୟ ପ୍ରକାଶ କରିବାକୁ ବି ମନା କରି ଦେଇଥିଲା। ଆହୁରି ଗୁରୁତ୍ୱପୂର୍ଣ୍ଣ ଖବର ହେଲା ଚୀନ ସରକାର ମୃତ ସୈନିକଙ୍କ ପରିବାର ଲୋକଙ୍କ ଉପରେ ବି ଚାପ ପକାଉଛନ୍ତି। […]

1213
ମହିଳା ଦିବସରେ ବାପାଙ୍କୁ ମିଳିଲା ଶ୍ରେଷ୍ଠ ମା’ର ସମ୍ମାନ

ପୁଣେ: ସରିଯାଇଛି ଆନ୍ତର୍ଜାତିକ ମହିଳା ଦିବସ। ଏହି ଅବସରରେ ଅନେକ ମହିଳାଙ୍କୁ ସମ୍ମାନିତ କରାଯାଇଛି। ଅନେକ ମହିଳାଙ୍କ ସାହସିକତା, କରୁଣ କାହାଣୀ ଶୁଣିବାକୁ ମିଳିଛି। ଏପରିକି ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ୭ ଜଣ ମହିଳାଙ୍କୁ ରାଷ୍ଟ୍ରପତି ନାରୀ ଶକ୍ତି ପୁରସ୍କାର ପ୍ରଦାନ କରିଛନ୍ତି। ହେଲେ ଏ ହେଉଛନ୍ତି ମହାରାଷ୍ଟ୍ରର ପୁଣେ ସହରର ଆଦିତ୍ୟ ତିୱାରୀ। ଆଦିତ୍ୟଙ୍କୁ ମିଳିଛି ଆନ୍ତର୍ଜାତିକ ମହିଳା ଦିବସରେ ଶ୍ରେଷ୍ଠ ମା’ ପୁରସ୍କାର। ଆଶ୍ଚର୍ଯ୍ୟ ଲାଗୁଛି ନା ! […]

dc8f7be4-ae61-495c-9251-8923b596cb13
ଶ୍ରେଷ୍ଠ ସାମ୍ବାଦିକଙ୍କୁ ସମ୍ମାନିତ କରିବ ‘ଆମ ଟିଭି ଓ ମୋ ଖବର’

କେନ୍ଦ୍ରାପଡ଼ା : ସାମ୍ବାଦିକତା କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରିପାରିଥିବା ସାମ୍ବାଦିକମାନଙ୍କୁ ଭୁବନେଶ୍ୱରରେ ସମ୍ବାଦ ପରିବେଷଣ କରୁଥିବା ‘ଆମ ଟିଭି ଓ ମୋ ଖବର’ ପକ୍ଷରୁ ସମ୍ମାନିତ କରାଯିବ।  ଅଭିନବ ଉପାୟରେ ଶ୍ରେଷ୍ଠ ସାମ୍ବାଦିକମାନଙ୍କୁ ଅନଷ୍ଠାନ ପକ୍ଷରୁ ପ୍ରୟସ କରାଯାଇଛି। କେନ୍ଦ୍ରାପଡାଠାରେ ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଥିଲା। ଓଲିଉଡ ଅଭିନେତ୍ରୀ ତମନ୍ନା ବ୍ୟାସ, ଆମଟିଭି ଓ ମୋ ଖବରର ସମ୍ପାଦକ ପ୍ରଣୟ ଜେଠୀ, ପ୍ରଯୋଜକ ପ୍ରଦୀପ କୁମାର ସାହୁ ପ୍ରମୁଖ ଯୋଗ ନେଇ […]

manoj dash
ପଦ୍ମ ଭୂଷଣ ମନୋଜ ଦାସ ପାଇବେ କଳିଙ୍ଗ ସାହିତ୍ୟ ସମ୍ମାନ-୨୦୨୦

ଭୁବନେଶ୍ୱର: କଥାକାର ମନୋଜ ଦାସ ପାଇବେ କଳିଙ୍ଗ ସାହିତ୍ୟ ସମ୍ମାନ ୨୦୨୦। ଫେବ୍ରୁଆରୀ ୮ ତାରିଖରେ ହେବାକୁ ଥିବା ଅଲୌକିକ କଳିଙ୍ଗ ମହୋତ୍ସବର ଚତୁର୍ଥ ସଂସ୍କରଣରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ଫେବ୍ରୁଆରୀ ୮ ତାରିଖରେ ଭୁବନେଶ୍ୱର ସ୍ୱସ୍ତି ପ୍ରିମିୟମ ହୋଟେଲରେ ହେବାକୁ ଥିବା ଏହି ମହୋତ୍ସବରେ ପଦ୍ମଭୂଷଣ ମନୋଜ ଦାସ ମହୋତ୍ସବର ମୁଖ୍ୟ ବିଷୟବସ୍ତୁ ‘ ଦିବ୍ୟ ଆନନ୍ଦ : ପ୍ରଜ୍ଞାନ, ଉନ୍ମାଦ ଓ ରୂପାନ୍ତରଣ’ ଶୀର୍ଷକରେ ମୁଖ୍ୟ ସମ୍ଭାଷଣ ମଧ୍ୟ ପ୍ରଦାନ କରିବେ […]