• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

ramesh-rath
ଓଟିଭିରୁ ବରିଷ୍ଠ ସାମ୍ବାଦିକ ରମେଶ ରଥଙ୍କ ଇସ୍ତଫା, ଦେଲେ ୩ ମାସର ନୋଟିସ୍

ଭୁବନେଶ୍ୱର: ଓଟିଭିରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ସାମ୍ବାଦିକ ରମେଶ ରଥ। ସାଂପ୍ରତିକ ପରିସ୍ଥିତିରେ ସେ ସାମ୍ନା କରୁଥିବା ସ୍ୱାସ୍ଥ୍ୟଗତ ସମସ୍ୟା ଓ ବ୍ୟକ୍ତିଗତ କାରଣରୁ ସେ ବୃତ୍ତିଗତ କାର୍ଯ୍ୟ ଠିକ୍‌ରେ ସଂପାଦନ କରିପାରିବେ ନାହିଁ ବୋଲି ଦର୍ଶାଇ ଇସ୍ତଫା ଦେଇଛନ୍ତି। କଂପାନୀ କର୍ତ୍ତୃପକ୍ଷଙ୍କୁ ସେ ୩ ମାସର ନୋଟିସ୍ ଦେବା ସହ ନିଜ ଇସ୍ତଫା ପତ୍ର ଇ-ମେଲ୍ ଯୋଗେ ପଠାଇଥିବା ଜଣାପଡ଼ିଛି। ସେପଟେ ରମେଶ ଜାରି କରିଥିବା ଏକ ପ୍ରେସ୍ ରିଲିଜ୍‌ରେ ଉଲ୍ଲେଖ କରିଛନ୍ତି ଯେ, ଗତ […]

  • Friday, 02 July 2021
ସାତକୋଶିଆରେ ପହଞ୍ଚିଲା ମଧ୍ୟପ୍ରଦେଶର ମହାବଳ ବାଘ
ସାତକୋଶିଆରେ ପହଞ୍ଚିଲା ମଧ୍ୟପ୍ରଦେଶର ମହାବଳ ବାଘ

ଭୁବନେଶ୍ୱର : ପ୍ରତୀକ୍ଷାର ହେଲା ଅନ୍ତ । ସାତକୋଶିଆ ଅଭୟାରଣ୍ୟରେ ପହଞ୍ଚିଲା ମଧ୍ୟପ୍ରଦେଶରୁ ଅଣାଯାଇଥିବା ବାଘ। ୩ ବର୍ଷର ଏହି ମହାବଳକୁ ଆଜି ଅତି ସତର୍କତାର ସହ ଜଙ୍ଗଲରେ ଛଡ଼ାଯାଇଛି। ଗତକାଲି ଏହି ମହାବଳକୁ କାବୁ କରିଥିଲେ ବନବିଭାଗ କର୍ମଚାରୀ। ହାତୀ ପିଠିରେ ବସି ବାଘକୁ ଟ୍ରାଙ୍କୁଲାଇଜ୍ କରିଥିଲେ ବିଶେଷଜ୍ଞ। ନିଶ୍ଚେତକ ଦିଆଯିବା ପରେ ଅତି ସାବଧାନତାର ସହ ବାଘକୁ ସ୍ୱତନ୍ତ୍ର ଷ୍ଟ୍ରେଚରରେ ଆଣି ଯନ୍ତାରେ ରଖାଯାଇଥିଲା। ତାପରେ ଯନ୍ତାକୁ ସ୍ୱତନ୍ତ୍ର ଗାଡ଼ିରେ ଓଡ଼ିଶା ଅଣାଯାଇଛି। ୱାଇଲ୍ଡ […]

  • Friday, 02 July 2021
ସୁନ୍ଦରଗଡ଼ରେ ଉଗ୍ର ହେଉଛି ପଥରଗାଡ଼ି ଆନ୍ଦୋଳନ
ସୁନ୍ଦରଗଡ଼ରେ ଉଗ୍ର ହେଉଛି ପଥରଗାଡ଼ି ଆନ୍ଦୋଳନ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାରେ ସମାନ୍ତରାଳ ଶାସନର ଆହ୍ୱାନ। ସରକାର କି ପ୍ରଶାସନ ନୁହେଁ, ନିଜ ହାତରେ ରହିବ ଶାସନର ଡୋରୀ। ପଥରପୋତି ଲେଖିଦିଆଯାଉଛି ନିଜର ସମ୍ବିଧାନ। ଗାଁକୁ ଗାଁ, ବ୍ଲକକୁ ବ୍ଲକ ବ୍ୟାପିଚାଲିଛି ପଥରଗାଡ଼ି ଆନ୍ଦୋଳନ। ବର୍ତ୍ତମାନ ସୁଦ୍ଧା ଜିଲ୍ଲାର ୧୦ଟି ବ୍ଲକରେ ଏହି ଆନ୍ଦୋଳନ ବ୍ୟାପିଥିବାବେଳେ ଉଗ୍ର ରୂପ ଧାରଣ କରିଛି ପଥରଗାଡ଼ି। ମଙ୍ଗଳବାର କୁତ୍ରା ଥାନା ତେଲିଘନା ଗାଁରେ ସଂଘଟିତ ଗୋଷ୍ଠୀ ସଂଘର୍ଷରେ ପଥରଗାଡ଼ି ବିରୋଧୀ ଡମ୍ବରୁଧର ସେଠଙ୍କ ମୃତ୍ୟୁ ହୋଇଥିବାବେଳେ ତୀବ୍ର […]

  • Friday, 02 July 2021
rto
ଦଶହରାରେ ଖୋଲା ରହିବ RTO ଅଫିସ୍

ଭୁବନେଶ୍ୱର: ଦଶହରାରେ ଖୋଲା ରହିବ RTO ଅଫିସ୍। ଗାଡ଼ି ରେଜିଷ୍ଟ୍ରେସନ ପାଇଁ ଦଶହରାରେ ଖୋଲା ରହିବା ନେଇ ସୂଚନା ଦେଇଛି ରାଜ୍ୟ ପରିବହନ ବିଭାଗ। ଦଶହରାରେ ନୂଆ ଗାଡ଼ି ବିକ୍ରି ବଢ଼ିବା ସମ୍ଭାବନା ଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୨୪ ଓ ୨୬ ତାରିଖ ଦିନ ସମସ୍ତ RTO ଅଫିସ୍ ରାଜ୍ୟର ଖୋଲା ରହିବ। ଏହି ଦିନ ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ ୨ ଘଣ୍ଟା ଯାଏ ଆରଟିଓ ଖୋଲା ରହିବ।

  • Friday, 02 July 2021
ଅପରେସନ୍ କରୁଥିବା ବେଳେ ଡାକ୍ତର ଅଚେତ
ଅପରେସନ୍ କରୁଥିବା ବେଳେ ଡାକ୍ତର ଅଚେତ

ବାଲେଶ୍ୱର : ଓଟିରେ ଡାକ୍ତର ଅଚେତ। ବାଲେଶ୍ୱରରେ ଅପରେସନ୍ କରୁଥିବା ବେଳେ ଅଚେତ ହୋଇପଡିଲେ ଡାକ୍ତର। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀରୋଗ ଓ ପ୍ରସୂତି ବିଭାଗ ଡାକ୍ତର ଗିରିଜା ଦାସ ଅଚେତ ହୋଇ ପଡିଛନ୍ତି। ଅଚେତ ଡାକ୍ତରଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ରକ୍ତଚାପ ବଢ଼ି ଯାଇଥିବାରୁ ସେ ଅଚେତ ହୋଇ ପଡିଥିବା ସୂଚନା ମିଳିଛି। ଚିକିତ୍ସା ପରେ ସେ ସୁସ୍ଥ ହୋଇ ଘରକୁ ଯାଇଛନ୍ତି।

  • Friday, 02 July 2021
କାମ ଦେଉନି ପ୍ଲଜମା ଥେରାପି: ସ୍ପଷ୍ଟୀକରଣ ରଖିଲେ ସ୍ୱାସ୍ଥ୍ୟ ସଚିବ

ଭୁବନେଶ୍ୱର: କରୋନାର ଚିକିତ୍ସାରେ ଦ୍ୱନ୍ଦ୍ୱ। ପ୍ଲାଜମା ଥେରାପି ଓ ରେମଡେସିଭିର୍ କାମ ଦେଉନଥିବା ଚର୍ଚ୍ଚା ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖିଛନ୍ତି ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର। ସେ କହିଛନ୍ତି, କରୋନାର ଟ୍ରିଟମେଣ୍ଟରେ ପ୍ଲାଜମା ଥେରାପି ଓ ରେମଡେସିଭିର୍ ଫଳପ୍ରଦ ହେଉନଥିବା ସଂପର୍କରେ ICMR ପକ୍ଷରୁ ରାଜ୍ୟ ସରକାରଙ୍କୁ ଲିଖିତ ଭାବେ କିଛି ଅବଗତ କରାଯାଇନାହିଁ। ତେଣୁ ଏ ନେଇ ଭୟଭୀତ ନ ହେବାକୁ ପ୍ରଦୀପ୍ତ ମହାପାତ୍ର ପରାମର୍ଶ ଦେଇଛନ୍ତି। ଆଗରୁ କୁହାଯାଉଥିଲା ଯେ, ପ୍ଲାଜମା ଥେରାପି ଦ୍ୱାରା କୋଭିଡ […]

  • Friday, 02 July 2021
୪ ବର୍ଷର ପୁଅକୁ ହତ୍ୟା କଲା ବାପା
୪ ବର୍ଷର ପୁଅକୁ ହତ୍ୟା କଲା ବାପା

ଝାରସୁଗୁଡ଼ା : ୪ ବର୍ଷର ପୁଅକୁ ପିଟି ପିଟି ମାରିଦେଲା ବାପା। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଝାରସୁଗୁଡା ଜିଲ୍ଲା ଭୁର୍ସିମାଲ ଗାଁରେ । ଗାଁର ଦିନେଶ ନାୟକଙ୍କ ୪ ବର୍ଷର ପୁଅ ଶୁଭମ ଗତ ୯ ମାସ ହେବ ଜେଜେ ବାପାଙ୍କ ପାଖରେ ରହୁଥିଲେ। ଗତକାଲି ଦିନେଶ ପୁଅକୁ ଆଣିବା ଲାଗି ଯାଇଥିଲେ। ତେବେ କୌଣସି କାରଣରୁ ଦିନେଶ ଓ ତାଙ୍କ ବାପାଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ରାଗିଯାଇ ସେ ନିଜ ପୁଅ […]

  • Friday, 02 July 2021
ଭୁବନେଶ୍ୱର ବିମାନ ବନ୍ଦରରୁ ସୁନା ଜବତ
ଭୁବନେଶ୍ୱର ବିମାନ ବନ୍ଦରରୁ ସୁନା ଜବତ

ଭୁବନେଶ୍ୱର : ପୁଣି ଭୁବନେଶ୍ୱର ବିମାନ ବନ୍ଦରରୁ ସୁନା ଜବତ। ଆଜି ଜଣେ ଯାତ୍ରୀଙ୍କ ଠାରୁ ୨୯୫ ଗ୍ରାମର ସୁନା ଜବତ କରିଛି କଷ୍ଟମ୍ ବିଭାଗ। ଜବତ ସୁନାର ମୂଲ୍ୟ ପ୍ରାୟ ୯ ଲକ୍ଷ ଟଙ୍କାରୁ ଅଧିକ ହେବ। ବ୍ୟାଙ୍କକରୁ ଆସୁଥିବା ଜଣେ ଯାତ୍ରୀ ନିଜ ଅଭିନବ ଉପାୟରେ ଏହି ସୁନା ଆଣୁଥିବା ବେଳେ କଷ୍ଟମ୍  ବିଭାଗ ଅଧିକାରୀଙ୍କ ହାତରେ ଧରାପଡ଼ିଛି। ଉଲ୍ଲେଖନୀୟ ଯେ, କିଛି ଦିନ ପୂର୍ବରୁ ଏମିତି ମଧ୍ୟ ଭୁବନେଶ୍ୱର ଏୟାରପୋର୍ଟ ବାହାରୁ ବିଦେଶୀ […]

  • Friday, 02 July 2021
ମୁଣ୍ଡ ନେଲେ ମାଓବାଦୀ

ମାଲକାନଗିରି: ମାଲକାନାଗିରି କାଲିମେଳାରେ ମାଓ ବର୍ବରତା। ପୋଲିସ ଇନଫର୍ମର ସନ୍ଦେହରେ ମାଓବାଦୀମାନେ ଜଣକୁ ଗୁଳି କରି ହତ୍ୟା କରିଛନ୍ତି। ମୃତକ ହେଲେ କାଲିମେଳା ଥାନା ସୁଧାକୋଣ୍ଡା ଗାଁର ଗଙ୍ଗା ମାଡ଼କାମୀ। ସୂଚନା ଅନୁସାରେ, ଗତକାଲି ରାତିରେ ମାଓବାଦୀମାନେ ଗଙ୍ଗା ମାଡ଼କାମୀଙ୍କୁ ଘରୁ ଡାକି ନେବା ପରେ ଗୁଳି କରି ହତ୍ୟା କରିଥିଲେ। ତାଙ୍କୁ ପୋଲିସ ଇନଫର୍ମର ସନ୍ଦେହରେ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି।

  • Friday, 02 July 2021
bhubaneswar-coronavirus
ଭୁବନେଶ୍ୱରରୁ ୨୦୧ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର ଆଜି ଭୁବନେଶ୍ୱରରୁ ୨୦୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ୨୦୧ ମଧ୍ୟରୁ କ୍ୱାରେଣ୍ଟିନ୍‌ରୁ ୬୪, ଲୋକାଲ୍ କେସ୍ ୧୩୭ ରହିଛି। ସେହିପରି ଆଉ ୨୯୨ ଆକ୍ରାନ୍ତ ସୁସ୍ଥ ହୋଇଥିବା ସୂଚନା ମିଳିଛି। ଏ ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ। Update on newly detected #COVID19 cases in the last 24 hrs under the BMC area on 22nd Oct 2020(till 9am). pic.twitter.com/COAQsX1IHf […]

  • Friday, 02 July 2021
ଆସୁଛି ମହାବଳ ବାଘ

ଭୁବନେଶ୍ୱର: ଓଡ଼ିଶା ଅଭିମୁଖେ ମଧ୍ୟପ୍ରଦେଶର ମହାବଳ।  ଗୋଟିଏ ମହାବଳ ବାଘକୁ ନେଇ ଏକ ସ୍ୱତନ୍ତ୍ର ଗାଡ଼ିରେ ମଧ୍ୟପ୍ରଦେଶର କାହ୍ନା ଜାତୀୟ ବ୍ୟାଘ୍ର ଉଦ୍ୟାନରୁ ଯାତ୍ରା ଆରମ୍ଭ ହୋଇଛି। ଆଜି ସଂଧ୍ୟା ସୁଦ୍ଧା ଅନୁଗୁଳ ସାତକୋଶିଆରେ ଏହି ଗାଡ଼ି ପହଞ୍ଚିବ। ବାଘ ଆଣିବା ପାଇଁ ସ୍ୱତନ୍ତ୍ର ଗାଡ଼ିରେ ଫ୍ୟାନ୍ ଓ ପାଣି ସିଞ୍ଚନ ବ୍ୟବସ୍ଥା କରାଯାଇଛି। ବାଘର ସୁରକ୍ଷା ପାଇଁ ସାଙ୍ଗରେ ବନବିଭାଗ ଅଧିକାରୀ ଓ ଡାକ୍ତରୀ ଦଳ ମଧ୍ୟ ଆସୁଛନ୍ତି। ପ୍ରଥମ ପର୍ଯ୍ୟାୟରେ ଗୋଟିଏ ଅଣ୍ଡିରା ବାଘ […]

  • Friday, 02 July 2021
ଗୁଳି ମାଡ଼ରେ ଠିକାଦାରଙ୍କ ମୃତ୍ୟୁ
ଗୁଳି ମାଡ଼ରେ ଠିକାଦାରଙ୍କ ମୃତ୍ୟୁ

କଟକ  : ଗୁଳି ମାଡ଼ରେ ଠିକାଦାରଙ୍କ ମୃତ୍ୟୁ। କଟକ କଲ୍ୟାଣୀନଗର ପୋଷ୍ଟାଲ କଲୋନୀ ଅଞ୍ଚଳରେ ଏକ ଘର ଭିତରୁ ଜଣେ ଠିକାଦାରଙ୍କ ଗୁଳିବିଦ୍ଧ ମୃତଦେହ ଉଦ୍ଧାର କରାଯାଇଛି। ସୂଚନା ଅନୁସାରେ ,ମୃତ ଠିକାଦାର ହେଉଛନ୍ତି  କଲ୍ୟାଣୀନଗର ଅଞ୍ଚଳର ବିଶ୍ୱଭୂଷଣ ସିଂହ। ବିଶ୍ୱଭୁଷଣଙ୍କ ମୁଣ୍ଡରେ ଗୁଳି ବାଜିଛି। ସେ ନିଜ ମୁଣ୍ଡକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। ବିଶ୍ୱଭୁଷଣଙ୍କୁ କଟକ ବଡ଼ ମେଡିକାଲକୁ ଆଣିବା ପରେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

  • Friday, 02 July 2021
petrol
ଭୁବନେଶ୍ୱରରେ ୧୦୦ ଟପିଲା ପେଟ୍ରୋଲ

ଭୁବନେଶ୍ୱର/ନୂଆଦିଲ୍ଲୀ: ରାଜଧାନୀ ଭୁବନେଶ୍ୱରରେ ସେଞ୍ଚୁରି ମାରିଲା ପେଟ୍ରୋଲ ଦର। ଭୁବନେଶ୍ୱରରେ ପେଟ୍ରୋଲ ଦର ଲିଟର ପିଛା ଶହେ ଟପିଛି। ମହଙ୍ଗା ମାଡ଼ରେ ଜନସାଧାରଣ ଆକ୍ତାମାକ୍ତା ହେଉଥିବା ବେଳେ ଲଗାତର ଭାବେ ବଢ଼ି ଚାଲିଛି ପେଟ୍ରୋଲ ଓ ଡିଜେଲ ଦର। ଭୁବନେଶ୍ୱରର ବିଭିନ୍ନ…

  • Friday, 02 July 2021
aparajita
'ପାତରଅନ୍ତର ଛାଡ଼, ଆମେ ବିକାଶ ଚାହୁଁଛୁ'

ବାଲେଶ୍ୱର: ଉପନିର୍ବାଚନ ପ୍ରଚାର ପାଇଁ ଆଜି ବାଲେଶ୍ୱର ନିର୍ବାଚନ ମଣ୍ଡଳୀକୁ ଗସ୍ତ କରିଛନ୍ତି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ। ଏହି ଅବସରରେ ଆୟୋଜିତ ଏକ ବୈଠକରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଅପରାଜିତା। ଆମେ ସମସ୍ତେ ବିକାଶର ରାଜନୀତି ଚାହୁଁଛୁ। ଦଳମତ ନିର୍ବିଶେଷରେ ବିନା ପାତରଅନ୍ତରରେ ବିକାଶ ହେବା ଦରକାର ବୋଲି ସେ କହିଛନ୍ତି। ସେ ଆହୁରି କହିଛନ୍ତି ଯେ ବିଜେପି ବା ସାଧାରଣ ଲୋକ କୋଭିଡ଼ ନିୟମ ଭାଙ୍ଗିଲେ ଦଣ୍ଡ ଦିଆଯାଉଛି। ନିକଟରେ ରବୀନ୍ଦ୍ର ଜେନା […]

  • Friday, 02 July 2021
ଆହୁରି ୫ ଦିନ ବର୍ଷିବ ନିଆଁ : ପାଣିପାଗ ବିଭାଗ
ଆହୁରି ୫ ଦିନ ବର୍ଷିବ ନିଆଁ : ପାଣିପାଗ ବିଭାଗ

ଭୁବନେଶ୍ୱର : ଅସହ୍ୟ ତାତିରେ ସିଝୁଛି ସାରା ଓଡିଶା। ଅସ୍ତବ୍ୟସ୍ତ ଜନଜୀବନ। ପାଣିପାଗ ବିଭାଗର ପୂର୍ବାନୁମାନ ରାଜ୍ୟରେ ଆହୁରି ୫ ଦିନ ଯାଏ ଲାଗି ରହିବ ସମାନ ସ୍ଥିତି। ଗତକାଲି ରାଜ୍ୟରେ ୧୦ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ଅସହ୍ୟ ତାତି ସାଙ୍ଗକୁ ଘନ ଘନ ବିଜୁଳି ବିଭ୍ରାଟ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ସକାଳ ୯ଟା ପରଠୁ ଯେମିତି ଆକାଶରୁ ନିଆଁ ବର୍ଷୁଛି। ସ୍ଥିତି ଏମିତି ଯେ ଦିନବେଳେ ଘରୁ ଗୋଡ଼ କାଢ଼ିବା ବି […]

  • Friday, 02 July 2021
ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହେଲା ସର୍ବକ୍ଷମା ଯୋଜନା
ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହେଲା ସର୍ବକ୍ଷମା ଯୋଜନା

ଭୁବନେଶ୍ୱର : ବେଆଇନ ନିର୍ମାଣକୁ ମାଫ୍। ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହେଲା ‘ସର୍ବକ୍ଷମା ଯୋଜନା’। ରାଜ୍ୟରେ ଥିବା ସମସ୍ତ ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦ୍ୱାରା ସହରାଞ୍ଚଳରେ ଅନୁମୋଦନ ହୋଇନଥିବା ଗୃହକୁ ସରକାରୀ ଭାବେ ଅନୁମୋଦନ କରିବାକୁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ଏହି ଯୋଜନା। ଏଥିରେ ବିନା ଅନୁମୋଦନରେ ହୋଇଥିବା ଗୃହକାର୍ଯ୍ୟକୁ ଅନୁମୋଦନ କରିବାରେ ସାହାଯ୍ୟ କରିବ। ଏହି ନୋଟିସ ଜାରି ପୂର୍ବରୁ ନିର୍ମାଣ ହୋଇଥିବା ଗୃହ ଏହି ଯୋଜନାରେ ସାମିଲ ହେବ। ଏହି ଯୋଜନା ପାଇଁ […]

  • Friday, 02 July 2021
ଆନ୍ତର୍ଜାତିକ ଯୋଗ ଦିବସକୁ ନେଇ ବାଲୁକାକଳା
ଆନ୍ତର୍ଜାତିକ ଯୋଗ ଦିବସକୁ ନେଇ ବାଲୁକାକଳା

ପୁରୀ : ଆସନ୍ତାକାଲି ଆନ୍ତର୍ଜାତିକ ଯୋଗ ଦିବସ। ଏହି ଅବସରରେ ପୁରୀ ବେଳାଭୂମିରେ ବାଲୁକା କଳା ନିର୍ମାଣ କରିଛନ୍ତି ଆନ୍ତର୍ଜାତିକ ବାଲୁକାଶିଳ୍ପୀ ମାନସ ସାହୁ। ଭାରତୀୟ ସଂସ୍କୃତି, ପରମ୍ପରା କିପରି ଭାବେ ଯୋଗ ସହ ଜଡିତ ଏଭଳି ଏକ ବିଷୟକୁ ନେଇ ଏହି ବାଲୁକାକଳା ପ୍ରସ୍ତୁତ କରିଛନ୍ତି ବାଲୁକାଶିଳ୍ପୀ ମାନସ ସାହୁ। ବାଲୁକା କଳାଟି ୨୫ ଫୁଟ ଓସାରର ହୋଇଥିବାବେଳେ ଏହାକୁ ନିର୍ମାଣ କରିବାକୁ ୨୦ ଟନ୍‌ ବାଲି ବ୍ୟବହାର ହୋଇଛି। ବାଲୁକା କଳା ପ୍ରସ୍ତୁତ କରିବାକୁ […]

  • Friday, 02 July 2021
ନାବାଳିକାଙ୍କୁ ନିଜ ଘରକୁ ନେଇ ଦୁଷ୍କର୍ମ
ନାବାଳିକାଙ୍କୁ ନିଜ ଘରକୁ ନେଇ ଦୁଷ୍କର୍ମ

ସୁନ୍ଦରଗଡ: ସୁନ୍ଦରଗଡରେ ବଣାଇ ଅଂଚଳରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ। ନାବାଳିକାକୁ ଘରେ ଛାଡିଦେବାକୁ ତାଙ୍କ ମା ଅଭିଯୁକ୍ତଙ୍କୁ କହିଥିଲେ। କିନ୍ତୁ ଅଭିଯୁକ୍ତ ଜଣଙ୍କ ନାବାଳିକାକୁ ନିଜ ଘରକୁ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏନେଇ ଥାନାରେ ଅଭିଯୋଗ ହେବା ପରେ ବଣାଇ ପୋଲିସ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି।

  • Friday, 02 July 2021
ଯୁବକଙ୍କୁ ଛୁରି ଭୁସି ହତ୍ୟା
ଯୁବକଙ୍କୁ ଛୁରି ଭୁସି ହତ୍ୟା

ଗଞ୍ଜାମ  : ଛୁରୀ ଭୁସି ହତ୍ୟା ପରେ ହତ୍ୟାକାରୀର ଆତ୍ମସମର୍ପଣ। ଘଟଣା ଘଟିଛି ଗଂଜାମ ଜିଲ୍ଲା ପାତ୍ରପୁର ଜରଡା ଥାନା ଅନ୍ତର୍ଗତ ହରିଜନ ସାହିରେ। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ରଜତ କୁମାର ନାୟକ ନାମକ ଜଣେ ଯୁବକଙ୍କୁ ସେହି ସାହିର ସୁରତ ଲିମେଇ ଛୁରୀ ଭୁସି ହତ୍ୟା କରିଥିବା ଅଭିଯୋଗ ହୋଇଛି। ହତ୍ୟାକାଣ୍ଡ ଘଟାଇବା ସୁରତ ଲିମେଇ ଜରଡ଼ା ପୋଲିସ ନିକଟରେ ଆତ୍ମସମର୍ପଣ କରିଛି। ଗାଁ ଦାଣ୍ଡରେ ରଜତ ବସିଥିବାବେଳେ ସୁରତ ତାଙ୍କୁ ଏକ ଧାରୁଆ ଅସ୍ତ୍ରରେ […]

  • Friday, 02 July 2021
rain
ପ୍ରବଳ ବର୍ଷିବ, ୫୦ କିମି ବେଗରେ ବହିବ ପବନ !

ଭୁବନେଶ୍ୱର: ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ଅବପାତ ପ୍ରଭାବରେ ଆସନ୍ତା ଦୁଇ ଦିନ ଧରି ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା। ବିଶେଷ କରି ଉତ୍ତର ଓ ଉପକୂଳ ଓଡ଼ିଶାର ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ଏଥିପାଇଁ ଏହି ୪ ଜିଲ୍ଲାକୁ ଆସନ୍ତାକାଲି ସକାଳ ସାଢ଼େ ୮ଟା ଯାଏ ରେଡ୍ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। […]

  • Friday, 02 July 2021
ଟ୍ରେନରୁ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର
ଟ୍ରେନରୁ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର

ପୁରୀ : ଟ୍ରେନ ଭିତରେ ମହିଳାଙ୍କ ମୁଣ୍ଡ ବିହୀନ ଶବ। ପୁରୀ-ଗୁଣପୁର ପାସେଞ୍ଜର ଟ୍ରେନର ଟଏଲେଟ୍‌ରୁ ଆଜି ସକାଳେ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର ହୋଇଛି। ଜିଆରପି ଏହି ଶବ ଉଦ୍ଧାର କରିଥିବା ବେଳେ ମୃତ ମହିଳାଙ୍କ ପରିଚୟ ମିଳି ପାରିନି। ମହିଳାଙ୍କୁ କେହି ହତ୍ୟା କରି ଟଏଲେଟ୍‌ରେ ପକାଇଥିବା ସନ୍ଦେହ କରାଯାଉଛି। ସେପଟେ ପୁରୀ ଡେଲାଙ୍ଗ ଗାନ୍ଧୀ ପୀଠ ରେଲ୍‌ୱେ ଫାଟକ ନିକଟରୁ ଏକ ମୁଣ୍ଡ ଉଦ୍ଧାର ହୋଇଥିବା ସୂଚନା ମିଳିଛି। ଟ୍ରେନ ଲାଇନରେ […]

  • Friday, 02 July 2021
ଲୋକଙ୍କ ମାଡ଼ରେ IIC ଗୁରୁତର, ପୋଲିସ୍ ଗାଡ଼ି ଭଙ୍ଗାରୁଜା
ଲୋକଙ୍କ ମାଡ଼ରେ IIC ଗୁରୁତର, ପୋଲିସ୍ ଗାଡ଼ି ଭଙ୍ଗାରୁଜା

ଭଦ୍ରକ : ଥାନା ଆଇଆଇସିଙ୍କୁ ନିସ୍ତୁକ ମାଡ଼। ଭଦ୍ରକ ବାସୁଦେବପୁର ଥାନା ଲୁଙ୍ଗା ଗାଁରେ ଆଇଆଇସିଙ୍କୁ କିଛି ଲୋକ ପ୍ରବଳ ପିଟିଥିବା ଅଭିଯୋଗ ହୋଇଛି। ଲୋକଙ୍କ ମାଡ଼ରେ ବାସୁଦେବପୁର ଆଇଆଇସି ଗୁରୁତର ହୋଇଛନ୍ତି। ପୋଲିସକୁ ଆକ୍ରମଣ ସହ ଉତ୍ୟକ୍ତ ଲୋକେ ଏକ ଭ୍ୟାନକୁ ମଧ୍ୟ ଭଂଗାରୁଜା କରିଛନ୍ତି। ଗତକାଲି ରାତିରେ ଏକ ଡିଜେ ଗାଡି ଧକ୍କାରେ ଜଣେ ନାବାଳିକା ଆହତ ହୋଇଥିଲେ। ଏହି ଦୁର୍ଘଟଣାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା।  ଖବର ପାଇ ତୁରନ୍ତ ଘଟଣାସ୍ଥଳରେ […]

  • Friday, 02 July 2021
କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ପୁରସ୍କାର ଘୋଷଣା
କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ପୁରସ୍କାର ଘୋଷଣା

ନୂଆଦିଲ୍ଲୀ :  ଘୋଷଣା ହୋଇଛି କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ପୁରସ୍କାର। ସଂଗୀତ,ନୃତ୍ୟ, ଲୋକକଳାରେ ଉତ୍କର୍ଷଲାଭ କରିଥିବା ୪୨ଜଣଙ୍କ ନାମ ଘୋଷଣା କରାଯାଇଛି। ଓଡିଶାର ଦୁଇଜଣ ଏହି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ଓଡିଶୀ ନୃତ୍ୟରେ ଅବଦାନ ପାଇଁ ସୁଜାତା ମହାପାତ୍ର ଓ ଛଉ ନୃତ୍ୟ ପାଇଁ ଜନ୍ମେଜୟ ସାଇବାକୁ ଏହି ସମ୍ମାନ ପାଇବେ। ସୁଜାତା ମହାପାତ୍ର ୧୯୬୮ ମସିହାରେ ବାଲେଶ୍ୱରରେ ଜନ୍ମଗ୍ରହଣ କରିଥିବାବେଳେ ପ୍ରଥମେ ସୁଧାକର ସାହୁଙ୍କଠାରୁ ଓଡ଼ିଶୀ ନୃତ୍ୟ ଶିକ୍ଷା ଆରମ୍ଭ କରିଥିଲେ। ୧୯୮୭ ମସିହାରେ […]

  • Friday, 02 July 2021
ଭୁବନେଶ୍ୱର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର
ଭୁବନେଶ୍ୱର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର

ଭୁବନେଶ୍ୱର : ଲଗାତର ତୃତୀୟ ଦିନ ପାଇଁ ରାଜଧାନୀ ଭୁବନେଶ୍ୱର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର।  ୪୨ ଡିଗ୍ରୀ ତାତିରେ ସିଝୁଛନ୍ତି ରାଜଧାନୀ ବାସି। ଗତକାଲି ୪୨.୩ ଡିଗ୍ରୀ ତାପମାତ୍ରା ସହ ଭୁବନେଶ୍ୱର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା ବେଳେ ୧୦ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ପାଣିପାଗ ବିଭାଗ ପକ୍ଷରୁ ଆହୁରି ୨ଦିନ ଯାଏଁ ହିଟ୍ ୱେଭ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ଏଭଳି ସ୍ଥିତି ଆହୁରି ୫ ଦିନ ଜାରି ରହିବ […]

  • Friday, 02 July 2021
ଲଗାତର ୫ ଦିନ ଧରି ରାଜ୍ୟରେ ଅଗ୍ନିବର୍ଷା ସ୍ଥିତି
ଲଗାତର ୫ ଦିନ ଧରି ରାଜ୍ୟରେ ଅଗ୍ନିବର୍ଷା ସ୍ଥିତି

ଭୁବନେଶ୍ୱର : ପ୍ରଚଣ୍ଡ ଖରା, ଅସହ୍ୟ ଗୁଳୁଗୁଳି। ମୌସୁମୀ ଧୋକା ଦେବା ପରେ ବର୍ଷାରେ ଗ୍ରୀଷ୍ମର ରାଜୁତି। ତ୍ରାହି ତ୍ରାହି ଡାକୁଛି ଜନଜୀବନ। କଟକ, ବ୍ରହ୍ମପୁର ହେଉକି ଢେଙ୍କାନାଳ ଅବା ଟିଟିଲାଗଡ଼ ସବୁଠି ଅସମ୍ଭାଳ ତାତି। ସକାଳ ୯ଟା ପରଠୁ ଯେମିତି ଆକାଶରୁ ନିଆଁ ବର୍ଷୁଛି। ସ୍ଥିତି ଏମିତି ଯେ ଦିନବେଳେ ଘରୁ ଗୋଡ଼ କାଢ଼ିବା ବି ମୁସ୍କିଲ୍ ହୋଇପଡୁଛି। ଖାଁ ଖାଁ ରାସ୍ତାଘାଟ। ତାପମାତ୍ରାର ଏଭଳି ବୃଦ୍ଧି ସାଙ୍ଗକୁ ଅଂଶୁଘାତର ଅଭିଯୋଗ ବି ବଢୁଛି। କେନ୍ଦ୍ରାପଡ଼ା […]

  • Friday, 02 July 2021